ବଡ଼ଚଣାରେ ଲଗାଣ ବର୍ଷା: ଜୀବନ ଯାତ୍ରା ଠପ୍‌

ଚଣ୍ଡିଖୋଲ,୨୪।୧୦(ଡି.ଏନ.ଏ)- ଯାଜପୁର ଜିଲା ବଡ଼ଚଣାରେ ଲଗାଣ ବର୍ଷା ବୁଧବାରଠାରୁ ଦୁଇଦିନ ହେଲା ଲାଗି ରହିଥିବାରୁ ଜୀବନ ଯାତ୍ରା ଏନେଇ ଠପ୍‌ ହୋଇଯାଇଛି। ବୁଧବାର ରାତି ୮ଟାରୁ ଗୁରୁବାର ସକାଳ ୯ଟା ପର୍ଯ୍ୟନ୍ତ ୯୫ ମି.ମି. ବର୍ଷା ହୋଇଥିବା ସରକାରୀ ଭାବେ ରେକର୍ଡ଼ କରାଯାଇଛି। ଦୁଇଦିନ ଅଙ୍ଗନବାଡ଼ି ଓ ସ୍କୁଲଗୁଡ଼ିକୁ ସରକାର ଛୁଟି ଘୋଷଣା କରିଥିବାବେଳେ ବହୁ ଖାଲୁଆ ଅଞ୍ଚଳ ଜଳମଗ୍ନ ହୋଇଛି। ଏହି ବ୍ଲକର ୧୬ନଂ ଜାତୀୟ ରାଜପଥ ବନ୍ଦାଳଠାରୁ ବଡ଼ଚଣା ପର୍ଯ୍ୟନ୍ତ ଧାନଚାଷ ଜମିରେ ବର୍ଷା ପାଣି ଲହଡ଼ି ଭାଙ୍ଗୁଛି। ସେହିଭଳି ବିରି, କୋଳଥ ଆଦି ଫସଲ ବୁଣା ହୋଇଥିବା ଚାଷ ଜମି ବର୍ଷା ଜଳରେ ବୁଡ଼ି ରହିଛି। ମାଣ୍ଡୁକା, ଅଚ୍ୟୁତବସନ୍ତ ପାହାଡ଼ର ତଳି ଦେଶରେ ଚାଷ ଜମିରେ ପାଣି ଲହଡ଼ି ଭାଙ୍ଗୁଛି। ଏହି ବ୍ଲକ ବରପଦା, ତାଳୁଆ, ନିଆଳି, ଜନକ, ବାଲିକୁଦା, ଭରତପୁର ଆଦି କେତେକ ଗ୍ରାମ୍ୟ ରାସ୍ତାରେ ପାଣି ଚାଲୁଛି।


All Right Reserved By Dharitri.Com

ବନବିଭାଗର ଚଢ଼ାଉ: କାଠ ବୋଝେଇ ମିନିଟ୍ରକ୍‌ ଜବତ

କେନ୍ଦୁଝର,୨୧।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବନବିଭାଗ ପକ୍ଷରୁ ଶୁକ୍ରବାର ରାତିରେ ଚଢ଼ାଉ କରାଯାଇ ଯୋଡ଼ା ବ୍ଲକ ରୁଗୁଡି ଅଞ୍ଚଳରୁ ଏକ ଚୋରା କାଠ ବୋଝେଇ ମିନିଟ୍ରକ୍‌ ଜବତ...

ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ: ତଦନ୍ତ ଦାବି କଲେ ହିତାଧିକାରୀ

ଛେଣ୍ଡିପଦା, ୧୨ା୧୦ (ସ୍ବ.ପ୍ର.) – ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକରେ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛନ୍ତି ହିତାଧିକାରୀ। ଏ ନେଇ ଶୁକ୍ରବାର...

ହାତୀ ଆକ୍ରମଣରେ ପୁଣି ଜଣେ ଯୁବକ ଗୁରୁତର

ଛେଣ୍ତିପଦା, ୨।୧୦(ସ୍ବ.ପ୍ର): ଅନୁଗୋଳ ଜିଲା ଛେଣ୍ତିପଦା ବନାଞ୍ଚଳ ପାଟ୍ଟକୁମୁଣ୍ତା ଗ୍ରାମରେ ପୁଣି ହାତୀ ଆକ୍ରମଣରେ ବୁଧବାର ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣକ...

ମଧ୍ୟସ୍ଥ ଗିରଫ, ୧୦୦ ଗ୍ରାମ ସୁନା ଜବତ

ରାୟଗଡ଼ା ଅଫିସ,୯ା୧: ବିବାହ ପ୍ରସ୍ତାବ ବେଳେ ପୁଅଘର ଦେଇଥିବା ସୁନା ବିସ୍କୁଟକୁ ଫେରାଉ ନ ଥିଲେ ମଧ୍ୟସ୍ଥ। ଥାନାରେ ଏତଲା ପରେ ପୋଲିସ ତଦନ୍ତ କରି ମଧ୍ୟସ୍ଥଙ୍କୁ...

ମଦ ନିଶା ଜୀବନ ନେଲା: କଟୁରୀରେ ହାଣି ପୁତୁରାକୁ ହତ୍ୟା, କକା ଗିରଫ

କେନ୍ଦୁଝର,୨୨।୭(ସ୍ବ.ପ୍ର.)-କେନ୍ଦୁଝର ଜିଲା ନୟାକୋଟ ଥାନା ଅନ୍ତର୍ଗତ କଲଣ୍ଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ ବିବାଦକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ତାଙ୍କ ପୁତୁରାଙ୍କୁ...

ମଦ କାରବାର: ଢାବା ମାଲିକଙ୍କ ସମେତ ୨ ଗିରଫ

ନୂଆଗାଁ,୨୩।୮(ଡି.ଏନ.ଏ.)-ନୟାଗଡ ଜିଲା ନୂଆଗାଁ ଥାନା ଅଞ୍ଚଳରେ ଅବାଧରେ ନିଶା କାରବାର ବଢିଚାଲିଥିବା ବେଳେ ତାହାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ତରଫରୁ ବୁଧବାର ରାତି ଅଧିଆ...

ଧରିତ୍ରୀ ପ୍ରଭାବ: ୧୦ ଖଣିରେ ୧୪୪ ଧାରା ଜାରି

ଖଇରା, ୬।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ତହସିଲର ଶାରୀଶୁଆ ପାହାଡ଼ରେ ବେଆଇନ ଭାବେ ଚାଲିଥିବା ୧୦ ଖଣିରେ ତହସିଲଦାର ପ୍ରଦୀପ କୁମାର ସାହୁ ଶୁକ୍ରବାର ୧୪୪ ଧାରା...

ବାପ୍‌ କର୍କଟରେ, ଝି’ ରକ୍ତଶିକୁଳି ରୋଗ୍‌ରେ ପୀଡ଼ିତ: ମାଏକିନାର ଉପରେ ପରିବାର ବୋଝ୍‌

କର୍ଲାମୁଣ୍ଡା, ୫ା୧୨ (ଡି.ଏନ.ଏ.)-  ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ଦାଦନ୍‌ ସମସିଆ ଉପରେ ଲଗାମ୍‌ କସବାକେ ଅନେକ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ଇ...

Leave a comment

Your email address will not be published. Required fields are marked *