୨୮,୯୭୬ ପିଲାଙ୍କୁ ଦିଆଯିବ ଜାପାନୀ ଜ୍ୱର ଟୀକା

ଭଣ୍ଡାରିପୋଖରୀ, ୨୪।୧୦ (ଡି.ଏନ.ଏ.)- ଭଣ୍ଡାରିପୋଖରୀ ବ୍ଲକ ବନ୍ଦାଳୋ ମଢିଆଳି ପଞ୍ଚାୟତ ମଢିଆଳି ଗ୍ରାମର ଜଣେ କଲେଜ ଛାତ୍ର ଜାପାନୀ ଜ୍ୱରରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ଏ ସମ୍ପର୍କରେ ଧରିତ୍ରୀରେ ଖବର ପ୍ରକାଶ ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ମଢିଆଳି ଗ୍ରାମକୁ ବ୍ଲକ ଓ ଜିଲାସ୍ତରୀୟ ଟିମ୍‌ ଗସ୍ତ କରି ଲୋକଙ୍କୁ ସଚେତନ କରିଛନ୍ତି। ଏଥିସହ ଗ୍ରାମରେ ଆଶାକର୍ମୀ ପ୍ରତ୍ୟେକ ଦିନ ଗସ୍ତ କରି ବ୍ଲକ ସ୍ବାସ୍ଥ୍ୟ ବିଭାଗକୁ ରିପୋର୍ଟ ପ୍ରଦାନ କରୁଛନ୍ତି। ଆସନ୍ତା ନଭେମ୍ବର ୧୧ଠାରୁ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଏହି ବ୍ଲକରେ ଟୀକାକରଣ କରାଯିବାର ବ୍ୟବସ୍ଥା ହୋଇଛି। ଏ ନେଇ ଗୁରୁବାର ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କନ୍‌ଫରେନ୍ସ ହଲ୍‌ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଅନିତାରାଣୀ ରାଉତ ସଂଯୋଜନା ଓ ଚିକିତ୍ସାଧିକାରୀ ଡା. କମଳାକାନ୍ତ ସ୍ବାଇଁ ଅଧ୍ୟକ୍ଷତା କରିଥିଲେ। ଡା. ସ୍ବାଇଁଙ୍କ ସମେତ ଡ. ଦେବାଶିଷ ପତି, ଡ. ଆଦିତ୍ୟ ସାହୁ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସରୋଜିନୀ ସାହୁ, ସମନ୍ବିତ ଶିଶୁ ବିକାଶ ସୁପରଭାଇଜର ଦୀପାଳି ମିଶ୍ର, ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ରଶ୍ମିରେଖା ପୃଷ୍ଟି ଓ ରଣଜିତ ବରାଳ ପ୍ରମୁଖ ଯୋଗଦେଇ ଏହି ରୋଗ ସମ୍ପର୍କରେ ସଚେତନ କରାଇଥିଲେ। ଏହି ରୋଗ ଏକ ମଶାବାହିତ ରୋଗ। ବିଶେଷ କରି ଘୁଷୁରୀ, ପାଣିବଗ ଦେହରେ ଏହି ଭୂତାଣୁ ଦେଖାଯାଇଥାଏ। ମଶା, ଘୁଷୁରୀ କିମ୍ବା ପାଣିବଗରେ ବସି କାମୁଡ଼ି ମଣିଷକୁ କାମୁଡ଼ିଲେ ଏହି ରୋଗ ହୋଇଥାଏ ବୋଲି କୁହାଯାଇଥିଲା। ଏହି ରୋଗକୁ ନିପାତ ପାଇଁ ଟୀକାକରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ବ୍ଲକରେ ଥିବା ୨୦୭ଟି ବିଦ୍ୟାଳୟ ଓ ୨୪୦ ଅଙ୍ଗନୱାଡି କେନ୍ଦ୍ରରେ ୧ରୁ ୧୫ ବର୍ଷ ମଧ୍ୟରେ ମୋଟ ୨୮ ହଜାର ୯୭୬ ପିଲାଙ୍କୁ ଟୀକାକରଣ କରାଯିବ। ଅଙ୍ଗନୱାଡି କେନ୍ଦ୍ରରେ ୧ରୁ ୫ବର୍ଷ ପର୍ଯ୍ୟନ୍ତ ୯,୩୦୯ ଏବଂ ବିଦ୍ୟାଳୟଗୁଡ଼ିକରେ ୬ରୁ ୧୫ ବର୍ଷ ପର୍ଯ୍ୟନ୍ତ ୧୯, ୬୬୭ ଜଣଙ୍କୁ ଟୀକାକରଣ କରାଯିବ ବୋଲି ସୂଚନା ଦିଆଯାଇଛି।
ସେହିପରି ପ୍ରତ୍ୟେକ ଗ୍ରାମରେ ସଚେତନ ପାଇଁ ଆସନ୍ତା ଗୁରୁବାର ସରପଞ୍ଚ, ସମିତିସଭ୍ୟମାନଙ୍କୁ ଡକାଯାଇ ସଚେତନ କରାଯିବା ସହ ପ୍ରତ୍ୟେକ ସ୍କୁଲରୁ ଜଣେ ଲେଖାଏ ଶିକ୍ଷକ, ଅଙ୍ଗନୱାଡି କର୍ମୀଙ୍କୁ ଟ୍ରେନିଂ ଦିଆଯିବାର ବ୍ୟବସ୍ଥା ହୋଇଛି। ବୈଠକରେ ସ୍ବାସ୍ଥ୍ୟ ସୁପରଭାଇଜର ମନୋରଞ୍ଜନ ରାଉତ, ନବଘନ ଦାସ, ଭାସ୍କର ଚନ୍ଦ୍ର ଦାସ, ଅମରଜିତ ରାୟ, ଅର୍ଜୁନ ମଲିକ, ମିନତି ଦାସ, ଦୀପ୍ତିକଳା ମହାନ୍ତି, ଅନୁପମା ମହାନ୍ତି, ସ୍ବର୍ଣ୍ଣଲତା ବାରିକ, ଶ୍ରଦ୍ଧାଞ୍ଜଳି ରାଉତ, ସଙ୍ଗୀତା ଜେନା, ସନ୍ତୋଷୀରାଣୀ ମାଝୀ, ଅନିତା ଜେନା, ମ୍ୟାଲେରିଆ ସୁପରଭାଇଜର ସଙ୍ଗୀତା ଦେବତା ପ୍ରମୁଖ ଉପସ୍ଥିତ ଥିଲେ।


All Right Reserved By Dharitri.Com

ଆବାସ ଯୋଜନାରୁ ଉପେକ୍ଷିତ ଅଭିଯୋଗ: ଦଦ୍‌ରା କୁରିଆରେ ବୁରୁଧ୍‌ ଦମ୍ପତି

ଲୋଇସିଂହା, ୭।୨ (ଡି.ଏନ୍‌.ଏ.)-ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅଧୀନ ଯୋଗୀସର୍ଡ଼ା ଗଁାର ବୁରୁଧ୍‌ କୃଷ୍ଣଚନ୍ଦ୍ର ପଧାନକୁଁ ଆବାସ ଯୋଜନାରେ ସାମିଲ କରାଯଇଛେ। ହେଲେ ପଁଚେତ୍‌ କତୁରପକ୍ଷକଁର...

ଅବହେଳିତ ଅବସ୍ଥାରେ ହଦଗଡ଼ ପର୍ଯ୍ୟଟନସ୍ଥଳୀ

ହାଟଡିହୀ, ୬।୬(ସ୍ବ.ପ୍ର.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅନ୍ତର୍ଗତ ହଦଗଡ଼ ପର୍ଯ୍ୟଟନ ସ୍ଥଳୀ ସାରା ଓଡ଼ିଶାରେ ବେଶ୍‌ ଖ୍ୟାତ। ଶାଳନ୍ଦୀ ଡ୍ୟାମ, ହସ୍ତୀ ଅଭୟ୍ୟାରଣ୍ୟ ଓ ବଣ...

ବାଲ୍ୟ ବିବାହକୁ ବିରୋଧ କରି ଚର୍ଚ୍ଚାରେ ନାବାଳିକା

ବାରିପଦା ଅଫିସ,୨୫।୯: ବାରିପଦା ବ୍ଲକ ଅଞ୍ଚଳର ଜଣେ ୧୩ ବର୍ଷର ନାବାଳିକା ବାଲ୍ୟ ବିବାହକୁ ବିରୋଧ କରି ଚର୍ଚ୍ଚାକୁ ଆସିଛନ୍ତି। ପରିବାର ଲୋକେ ତାଙ୍କ ବିବାହ...

ବନ୍ଧୁକ ମୁନରେ ଲୁଟି ନେଲେ ୩୬ହଜାର, ବାଇକ୍‌

ଜମନକିରା, ୨୬। ୭ (ଡି.ଏନ୍‌.ଏ.) : ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ଭୋଜପୁର ପଞ୍ଚାୟତ ରେଙ୍ଗାଲବେଡ଼ା ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ସହଯୋଗ ଗ୍ରାହକ ସେବା...

୧୬୫ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ଜଣେ ଜେଲ ଗଲେ

ଖୋର୍ଦ୍ଧା ଅଫିସ,୧୮।୧୧: କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ଖୋର୍ଦ୍ଧା ଆଦର୍ଶ ଥାନା ଶ୍ରୀବିହାରରୁ ଆନନ୍ଦ ପଶ୍ଚିମ କବାଟ(୪୬)ଙ୍କଠାରୁ ୧୬୫ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ...

ରାଜ୍ୟରେ ୪୦୭୩ ବି.ଟେକ୍‌ ସିଟ୍‌ ହ୍ରାସ

ଭୁବନେଶ୍ୱର, ୯ା୭(ବ୍ୟୁରୋ)- ପ୍ରତିବର୍ଷ ରାଜ୍ୟରେ ବିଭିନ୍ନ ଇଞ୍ଜିନିୟରିଂ କଲେଜରେ ବି.ଟେକ୍‌ ସିଟ୍‌ ଖାଲି ପଡ଼ୁଛି। କେବଳ ଘରୋଇ ନୁହେଁ, ସରକାରୀ କଲେଜରେ ମଧ୍ୟ ସିଟ୍‌ ପୂରଣ...

ଦମ୍ପତିଙ୍କ ସନ୍ଦେହଜନକ ମୃତ୍ୟୁ ୫ ଦିନ ପରେ ଗଳିତ ମୃତଦେହ ଜବତ

ନିମାପଡ଼ା,୧୧।୮(ଡି.ଏନ୍‌.ଏ.)- ନିମାପଡ଼ା ଥାନା ଅନ୍ତର୍ଗତ ରେଞ୍ଚ ମହାନ୍ତିସାହି ଗ୍ରାମରୁ ରବିବାର ଅପରାହ୍ନରେ ଏକ ଦମ୍ପତିଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଜବତ କରିଛି। କିଛିଦିନ ପୂର୍ବରୁ ଏହି...

ଛଟ୍‌ ପୂଜା ଲାଗି ନଦୀଘାଟ ଉତ୍ସବମୁଖର

ରାଇରଙ୍ଗପୁର, ୩।୧୧ (ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ସହରାଞ୍ଚଳ ଉପକଣ୍ଠ ଖଡ଼ଖାଇ ନଦୀ ଘାଟ ଶନିବାର ବିହାରୀ ସମ୍ପ୍ରଦାୟର ପ୍ରସିଦ୍ଧ ଛଟ୍‌ ପୂଜା ଲାଗି ଉତ୍ସବମୁଖର ହୋଇ...

Leave a comment

Your email address will not be published. Required fields are marked *