ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣା: ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ଅତିଥିଭବନ ଭଙ୍ଗାଯିବ

ରସୁଲପୁର, ୨୪।୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ପିଇଓ(ପଞ୍ଚାୟତ ନିର୍ବାହୀ ଅଧିକାରୀ) ସ୍ମିତାରାଣୀ ବିଶ୍ୱାଳଙ୍କର ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ଅତିଥିଭବନରେ ରହସ୍ୟଜନକ ମୃତ୍ୟୁ ଘଟିଥିଲା। ଉକ୍ତ ଅତିଥିଭବନ ଏକ ବିବାଦୀୟ ଜମିରେ ରହିଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଘଟଣା ସମ୍ପର୍କରେ ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି। ଅଭିଯୋଗ ମୁତାବକ ତହସିଲଦାରଙ୍କୁ ଧର୍ମଶାଳା ଥାନା ପୋଲିସ ପକ୍ଷରୁ ଅତିଥିଭବନର ଜମିଜମା ସମ୍ପର୍କିତ ତଥ୍ୟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ତହସିଲଦାର ପ୍ରଦାନ କରିଥିବା ରିପୋର୍ଟ ମୁତାବକ ଅତିଥିଭବନ ଏକ ସରକାରୀ ଜମିରେ ରହିଛି। ଏହି ତଥ୍ୟ ପ୍ରଘଟ ହେବା ପରେ ଉକ୍ତ ଭବନକୁ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଯାଜପୁର ଜିଲାପାଳଙ୍କ ନିର୍ଦ୍ଦେଶ ମୁତାବକ ଅତିଥିଭବନ ଚତୁଃପାର୍ଶ୍ୱରେ ୧୪୪ ଧାରା ଜାରି କରାଯିବ। ଏବେ ତଦନ୍ତ ଚାଲିଛି। ପରେ ବିବାଦୀୟ ଜମିରୁ ରୂପେଶଙ୍କ ଅତିଥିଭବନ ଉଠିବ ବୋଲି ଜଣାପଡ଼ିଛି।

ପ୍ରକାଶ ଯେ, ଗତ ୧୬ତାରିଖ ବୁଧବାର ଅପରାହ୍ନରେ ପିଇଓ ସ୍ମିତାରାଣୀ ପଞ୍ଚାୟତର ଚାରିବାଟିଆ ଓ ସୁଭଦ୍ରାପୁର ଗ୍ରାମରେ ଭତ୍ତା ବଣ୍ଟନ କରି ଫେରିବା ପରେ ମଧ୍ୟାହ୍ନ ଭୋଜନ କରିବାକୁ ପଞ୍ଚାୟତ କାର୍ଯ୍ୟାଳୟଠାରୁ ୫୦୦ମିଟର ଦୂରରେ ଥିବା ରୂପେଶଙ୍କ ଗେଷ୍ଟ ହାଉସକୁ ଯାଇଥିଲେ। ଏହାର କିଛି ସମୟ ପରେ ଗେଷ୍ଟ ହାଉସର ଉପର ମହଲାରେ ସ୍ମିତାରାଣୀ ଆତ୍ମହତ୍ୟା କରିଥିଲେ। ଏହି ଘଟଣାରେ ପୋଲିସ ପ୍ରଥମେ ଏକ ଅପମୃତ୍ୟୁ ମାମଲା(୧୬/୨୦୧୯) ରୁଜୁ କରିଥିଲା। ପରେ ଆଉ ଏକ ମାମଲା (ନଂ.୪୮୧/୨୦୧୯) ରୁଜୁ କରି ରୂପେଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।


All Right Reserved By Dharitri.Com

ଢିଲାମେଲା ପଡ଼ିଛେ କେଁଦୁପତର ଫଡି

ବାମରା,୧୬।୬ (ସ୍ବ.ପ୍ର.):  ସମ୍ବଲପୁର ଜିଲା ବାମରା ବ୍ଲକ ଲରିଆପାଲି ପଁଚେତ୍‌ ରେଙ୍ଗାଲବେଡ଼ାର କେଁଦୁପତର ଫଡିରେ କେଁଦୁପତର ଖୁଲାମେଲା ପଡ଼ିଛେ। ପଶ୍ଚିମ ଓଡ଼ିଶାରେ ସବୁଜ ହୀରା ହିସାବେ...

ଶିମିଳିପାଳରେ ରୋପ୍‌ୱେ ନିର୍ମାଣ ପ୍ରସ୍ତାବ: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସରୋଜିନୀ

ବାରିପଦା ଅଫିସ,୧୫ା୧୧- ମୟୂରଭଞ୍ଜ ଜିଲାର ଶିମିଳିପାଳ ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବ। ବିଭିନ୍ନ ଦୃଷ୍ଟିକୋଣରୁ ଏହା ବେଶ୍‌ ପରିଚିତ। ଶୀତଦିନରେ ଦେଶ ବିଦେଶରୁ ପର୍ଯ୍ୟଟକମାନେ...

ନର୍ସ ନିହାରିକା ହତ୍ୟା ମାମଲା : ପ୍ରେମିକଙ୍କୁ ନେଇ ବଢୁଛି ସନ୍ଦେହ

ଜଗତ୍‌ସିଂହପୁର ଅଫିସ/ବିରିଡ଼ି(ଡି.ଏନ୍‌.ଏ.),୧୯ା୯: ବିରିଡ଼ି ଥାନା କୁଳକଇଜଙ୍ଗା ପଞ୍ଚାୟତ ନୂଆପାରି ଗ୍ରାମ ନିକଟ ବିଲୁଆଖାଇ ନଦୀପଠାରୁ ନର୍ସ ନିହାରିକା ପାତ୍ର ଓରଫ ରୂପାଲୀ(୨୪)ଙ୍କ ମୃତଦେହ ଉଦ୍ଧାର ହେବାର...

ଟ୍ରକ୍‌ ଡ୍ରାଇଭରଙ୍କୁ ବି ହେଲ୍‌ମେଟ୍‌ ଜରିମାନା

ଖୋର୍ଦ୍ଧା ଅଫିସ,୬।୯: ବିନା ହେଲ୍‌ମେଟ୍‌ରେ ଟ୍ରକ୍‌ ଚଳାଉଥିବାରୁ ଖୋର୍ଦ୍ଧାରେ ଜଣେ ଡ୍ରାଇଭରଙ୍କ ଉପରେ ଜରିମାନା ହୋଇଛି। ଡ୍ରାଇଭର ଜଣକ ପଶ୍ଚିମବଙ୍ଗରୁ ଟ୍ରକ୍‌ରେ ଟମାଟୋ ଧରି ଆସିଥିଲେ।...

୨୮ ହାବିଲଦାରଙ୍କ ପଦୋନ୍ନତି

କଟକ ଅଫିସ, ୨୯।୧୧- ଓଡ଼ିଶା ପୋଲିସରେ କାର୍ଯ୍ୟରତ ୨୮ ଜଣ ହାବିଲଦାରଙ୍କୁ ହାବିଲଦାର ମେଜର ପଦବୀକୁ ପଦୋନ୍ନତି ଦିଆଯାଇଛି। ଏ ନେଇ ଶୁକ୍ରବାର ପୋଲିସ ମୁଖ୍ୟାଳୟ...

ଫାଇନାନ୍ସ କମ୍ପାନୀରୁ ୧୫ ଲକ୍ଷ ହଡ଼ପ

ଅନୁଗୋଳ ଅଫିସ, ୬।୧୦ – ଅନୁଗୋଳର ଏକ ଘରୋଇ ଫାଇନାନ୍ସ କମ୍ପାନୀରୁ ଟଙ୍କା ହଡ଼ପ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ କରି ମୁଖ୍ୟ ଅଭିଯୁକ୍ତଙ୍କୁ...

ନିୟମିତ ବସୁନି ପଞ୍ଚାୟତ ସମିତି ଅଧିବେଶନ: ୨ ମାସ ବଦଳରେ ବର୍ଷ ବର୍ଷ ବିତିଯାଉଛି

ନୟାଗଡ଼ ଅଫିସ,୧୧ା୮: ନୟାଗଡ଼ ଜିଲାରେ ଥିବା ୮ ପଞ୍ଚାୟତ ସମିତିରେ ଠିକ୍‌ ସମୟରେ ଅଧିବେଶନ ବସୁନାହିଁ। କେଉଁଠି ୬ ମାସ ତ ଆଉ କେଉଁଠି ବର୍ଷ...

ପୂର୍ବ ଶତ୍ରୁତାରୁ ଛୁରାମାଡ, ଅଭିଯୁକ୍ତ ଗିରଫ

କୋଦଳା,୧୪ା୯(ଡି.ଏନ.ଏ.): କୋଦଳା ଥାନା ଫାସି ପଞ୍ଚାୟତର ମେଦିନୀପୁର ଗ୍ରାମରେ ପୂର୍ବ ଶତ୍ରୁତାରୁ ଜଣେ ବ୍ୟକ୍ତିଙ୍କୁ ଛୁରାମାଡ଼ ହୋଇଛି। ଅଭିଯୋଗକୁ ଭିତ୍ତିକରି ପୋଲିସ ନଂ. ୨୩୫/୧୯ରେ ମାମଲା...

Leave a comment

Your email address will not be published. Required fields are marked *