‘ତ୍ରିଭଙ୍ଗ’ରେ ନଜର ଆସିବେ କାଜଲ, ନିର୍ଦ୍ଦେଶନା ଦେବେ ସଲମାନ୍‌ଙ୍କ ଭାଉଜ

ଲମ୍ବା ବ୍ୟବଧାନ ପରେ ଫିଲ୍ମ ‘ତାନାଜୀ ଦି ଅନ୍‌ସଙ୍ଗ୍‌ ଓ୍ବାରିୟର’ରେ ସ୍ବାମୀ ଅଜୟ ଦେବ୍‌ଗନ୍‌ଙ୍କ ସହ ନଜର ଆସିବେ ଅଭିନେତ୍ରୀ କାଜଲ। ଏହା ବ୍ୟତିତ କାଜଲ ଆଉ ଏକ ସିନେମାରେ ମଧ୍ୟ କାମ କରିବେ ବୋଲି ଜଣାପଡ଼ିଛି। ଯାହାର ନାମ ରହିଛି ‘ତ୍ରିଭଙ୍ଗ’। ଫ୍ୟାମିଲି ଡ୍ରାମା ଉପରେ ଆଧାରିତ ଏହି ଫିଲ୍ମର କାହାଣୀ ତିନୋଟି ପିଢ଼ି ଉପରେ ପର୍ଯ୍ୟବଶିତ ହେବ। ଏହି ୩ ପ୍ରମୁଖ ଚରିତ୍ରରେ ନଜର ଆସିବେ କାଜଲ, ଶବାନା ଆଜମୀ ଏବଂ ମିଥିଳା ପାଲକର। ଖାସ୍‌ କଥା ହେଲା ‘ହମ୍‌ ଅପ୍‌କେ ହୈଁ କୌନ୍‌’ରେ ସଲମାନ୍‌ଙ୍କ ଭାଉଜ ଚରିତ୍ରରେ ଅଭିନୟ କରିଥିବା ରେଣୁକା ଶହାନେ ଏଥିରେ ନିର୍ଦ୍ଦେଶନା ଦେବେ। ୧୦ ବର୍ଷ ପୂର୍ବେ ରେଣୁକା ଏକ ମରାଠୀ ସିନେମାରେ ନିର୍ଦ୍ଦେଶନା ଦେଇ ସାରିଛନ୍ତିି। ବର୍ତ୍ତମାନ ପର୍ଯ୍ୟନ୍ତ ଅଭିନେତାଙ୍କ ଚୟନ ହୋଇ ନ ଥିବା ବେଳେ ଚଳିତ ବର୍ଷ ଶେଷ ସୁଦ୍ଧା ଫିଲ୍ମର ସୁଟିଂ ହେବ ବୋଲି ଜଣାପଡ଼ିଛି। ରେଣୁକାଙ୍କ ସ୍ବାମୀ ତଥା ଅଭିନେତା ଆଶୁତୋଷ ରାଣାଙ୍କୁ ମଧ୍ୟ ଫିଲ୍ମରେ ଏକ ପ୍ରମୁଖ ଚରିତ୍ରରେ ଦେଖିବାକୁ ମିଳିବ।


All Right Reserved By

ଲୁଚାଉଛନ୍ତି ହୁମ୍ମା

ଯେମିତି ବୁଲେଇ ବଙ୍କେଇ ପଚାରିଲେ ହୁମ୍ମାଙ୍କ ମୁହଁରୁ ସେହି ଗୋଟିଏ ଉତ୍ତର ଶୁଣିବାକୁ ମିଳୁଛି-‘ସେ ମୋ ପ୍ରେମିକ ନୁହନ୍ତି ଭଲ ବନ୍ଧୁ।’ କଥା କ’ଣ କି...

‘ରାଇଜିଂ ଷ୍ଟାର-୩’ ମଞ୍ଚରେ ପୁଣି ଆସିବେ ସଲମାନ,ଗୀତଗାଇବେ ରେଖା

ମୁମ୍ବାଇ: ଟେଲିଭିଜନ ପରଦାରେ ରୂପେଲି ପରଦାର ନାୟକ ନାୟିକାଙ୍କୁ ଦେଖିଲେ ଦର୍ଶକେ ଅଧିକ ଖୁସି ହୁଅନ୍ତି। ତେବେ ଏଥର ଛୋଟ ପରଦାର ରିୟଲିଟି ଶୋ’ ‘ରାଇଜିଂ...

ଏଥର ଡ୍ୟାନ୍ସ ଶୋ’ ‘ନଚ୍‌ ବଲିଏ-୯’ରେ ନଜର ଆସିବେ ପୂର୍ବତନ ଯୋଡ଼ି

ଦି କପିଲ ଶର୍ମା ଶୋ’ ପରେ ବଲିଉଡ୍‌ ଦବଙ୍ଗ ସଲ୍‌ମାନ୍‌ ଖାନ୍‌ ଆଉ ଏକ ଟିଭି ଶୋ’ର ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି। ସେଲିବ୍ରିଟି ନୃତ୍ୟ ରିଆଲିଟି...

ବର୍ଷକୁ ୪ଶହ କୋଟି ଆୟ କରନ୍ତି ଖିଲାଡି ବୟ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ୫୨ ବର୍ଷରେ ପଦାର୍ପଣ କରିଛନ୍ତି। ଏକଦା ବ୍ୟାଙ୍କକ୍‌ରେ ସେଫ୍‌ ଓ ଓ୍ବେଟର ଭାବେ କାମ କରୁଥିବା ଅକ୍ଷୟ...

ଅସଲି ନାଁରେ ବଲିଉଡ୍‌ ଚରିତ୍ର

ମୁମ୍ବାଇ: ବଲିଉଡ୍‌ରେ ଏମିତି କେତେଜଣ କଳାକାର ଅଛନ୍ତି ଯେଉଁମାନେ ଅଭିନୟ ସମୟରେ ନିଜ ନାଁ ରଖିବାକୁ ପସନ୍ଦ କରି ନ ଥାଆନ୍ତି। ହେଲେ ଏଠି ଆଉ...

ବିଗ୍‌ ବସ୍‌-୧୩ରେ ନଜର ଆସିବେ ଇନ୍ସପେକ୍ଟର ଦୟା

ମୁମ୍ବାଇ,୩୦।୫: ବିଗ୍‌ ବସ୍‌ ସିଜିନ୍‌ ୧୩ ପାଇଁ କଣ୍ଟେଷ୍ଟେଣ୍ଟଙ୍କ ତାଲିକା ଧିରେ ଧିରେ ସାମ୍‌ନାକୁ ଆସିଛି। ଏହି ତାଲିକାରେ ଦେବଲିନା ଭଟାଚାର୍ଯ୍ୟ, ଅଙ୍କିତା ଲୋଖାଣ୍ଡେ, କରନ...

ଆଲିଆ ଲଞ୍ଚ କଲେ ୟୁଟ୍ୟୁବ୍‌ ଚ୍ୟାନେଲ : ପ୍ରଥମ ଦିନରେ ୮୭ ହଜାରରୁ ଊର୍ଦ୍ଧ୍ୱ ସବ୍‌ସ୍କ୍ରାଇବର

ଆଲିଆ ଏବେ ଫ୍ୟାନମାନଙ୍କ ସହ ଡିଜିଟାଲ ପ୍ଲାଟଫର୍ମରେ ଯୋଡ଼ି ହୋଇଛନ୍ତି। ଟୁଇଟର ଏବଂ ଇନଷ୍ଟାଗ୍ରାମରେ ଆକ୍ଟିଭ ରହୁଥିବା ଆଲିଆ ବୁଧବାର ନିଜର ଏକ ୟୁଟ୍ୟୁବ୍‌ ଚ୍ୟାନେଲ...

କ୍ୟାଟ୍ରିନାଙ୍କ ଶାଢି ସଜାଡିଲେ ସଲମାନ: ଫଟୋ ଭାଇରାଲ

ମୁମ୍ବାଇ: ବଲିଉଡର ଭାଇଜାନ୍‌ ସଲମାନ ଖାଁ ଓ କ୍ୟାଟ୍ରିନା କୈଫ୍‌ ଏବେ ତାଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଭାରତ’କୁ ନେଇ ଅଛନ୍ତି ଚର୍ଚ୍ଚାରେ। ନିକଟରେ ଏହାର ଏକ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *