ଖଟ୍ଟରଙ୍କ ଆସନ ଟଳମଳ, ଏବେ ପ୍ରଶ୍ନ କିଏ ହେବ ହରିୟାଣା ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୨୪।୧୦: ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ଆସନର ଫଳାଫଳ ଚୁଡାନ୍ତ ପର୍ଯ୍ୟାୟ ଆଡକୁ ଅଗ୍ରସର ହେଉଛି। ଏହି ସମୟରେ ହରିୟାଣାରେ ନିର୍ବାଚନ ହୋଇଥିବା ୯୦ଟି ଆସନର ଫଳାଫଳ ମଧ୍ୟରୁ ଭାଜପା ୩୭ ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୩୪ ଆସନରେ ଆଗୁଆ ରହିଛି। ଏହାର ଏକ୍‌ଜିଟ୍‌ ପୋଲ୍‌ କହୁଥିଲା ୨ଟି ଯାକ ସ୍ଥାନରେ ଭାଜପା ସରକାର ଗଢିବ। ହେଲେ ଏବେ ହରିୟାଣାରେ ଭାଜପା ସ୍ଥିତି ଖରାପ। ଏହାକୁ ଦେଖିଲେ ଲାଗୁଛି ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଆସନ ଏବେ ଟଳମଳ ହେଲାଣି। ହରିୟାଣାରେ ବହୁମତ ପାଇଁ ୪୬ ଆସନ ଆବଶ୍ୟକ ଥିବା ବେଳେ ଏହା ଭାଜପାକୁ ନ ମିଳିପାରେ ବୋଲି ଅନୁମାନ କରାଯାଉଛି। ଏପରି ସ୍ଥଳେ ଭାଜପା ଅଧ୍ୟକ୍ଷ ଅମିତ ଶାହ ଖଟ୍ଟରଙ୍କୁ ଦିଲ୍ଲୀ ଡାକି ସାରିଲେଣି। ଏହି ବୈଠକରେ କ’ଣ ନିଷ୍ପତ୍ତି ନିଆଯିବ ଏବେ ତା’ ଉପରେ ନଜର। ଏପଟେ କଂଗ୍ରେସ ଜେଜେପି ଓ ସ୍ବାଧୀନ ପ୍ରାର୍ଥୀଙ୍କୁ ହାତେଇ କର୍ନାଟକ ଭଳି ମନ୍ତ୍ରୀମଣ୍ଡଳ ଗଢିବାକୁ ଚାହୁଁଥିବା ଆଲୋଚନା ବି ହେଲାଣି। ତେବେ ଏମିତି ପରିସ୍ଥିତିରେ ସବୁଠାରୁ ବଡ ପ୍ରଶ୍ନ ହୋଇ ମୁଣ୍ଡ ଟେକିଛି କିଏ ହେବ ହରିୟାଣର ମୁଖ୍ୟମନ୍ତ୍ରୀ।


All Right Reserved By Dharitri.Com

ଡ୍ରାଇଭିଂ ସମୟରେ ଅଧିକାଂଶ ଭାରତୀୟ ମୋବାଇଲ ବ୍ୟବହାର କରନ୍ତି

ଡ୍ରାଇଭିଂ ସମୟରେ ମୋବାଇଲ ବ୍ୟବହାର କରିବାର କୁପରିଣତି ଜାଣିବା ପରେ ମଧ୍ୟ ଭାରତରେ ପାଖାପାଖି ୬୨ ପ୍ରତିଶତ ଲୋକ ଡ୍ରାଇଭିଂ ସମୟରେ ମୋବାଇଲ ବ୍ୟବହାର କରୁଥିବା...

ଏମ୍‌ପି ଭାବେ ଶପଥ ନେଲେ ମୋଦି

ନୂଆଦିଲ୍ଲୀ,୧୭।୬: ନୂଆ ଲୋକ ସଭାର ବଜେଟ ଅଧିବେଶନର ପ୍ରଥମଦିନରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମ୍‌ପି ଭାବେ ଶପଥ ନେଇଛନ୍ତି। କାମଚଳା ବାଚସ୍ପତି ବୀରେନ୍ଦ୍ର କୁମାର...

ସିଜେଆଇଙ୍କ ବିରୋଧରେ ଷଡ଼ଯନ୍ତ୍ର ଅଭିଯୋଗ: ତଦନ୍ତ ଶେଷ, ସେପ୍ଟେମ୍ବରରେ ରିପୋର୍ଟ

ନୂଆଦିଲ୍ଲୀ,୨୨ା୮: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇଙ୍କ ବିରୋଧରେ ବଡ଼ ଷଡ଼ଯନ୍ତ୍ର ଅଭିଯୋଗର ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଜଣିକିଆ କମିଟି ଏହାର...

ରାଫାଲ ରାୟର ପୁନର୍ବିଚାର:କାହିଁକି ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୫-୧୧:ସୁପ୍ରିମକୋର୍ଟ ରାଫାଲ ରାୟର ପୁନର୍ବିଚାର ପାଇଁ ଦାଏର ପିଟିଶନଗୁଡ଼ିକୁ ଖାରଜ କରିବା ସହ ଏହି ବିବାଦର ଆଇନଗତ ଦିଗ ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ୩୬ ଫାଇଟର...

ଗୋଟିଏ ଦେଶ, ଏକ ନିର୍ବାଚନ ପାଇଁ ମୋଦିଙ୍କ ଆହ୍ବାନ: ୧୯ରେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ,୧୭ା୬(ପି.ଟି./ଆଇଏଏନ୍‌ଏସ୍‌): ଦେଶରେ ଏକକାଳୀନ ନିର୍ବାଚନ କରାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ଦେଇଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ସପ୍ତଦଶ ଲୋକ ସଭା ବଜେଟ ଅଧିବେଶନର ଅବ୍ୟବହିତ...

ଉତ୍ତର ଭାରତରେ ଘନ କୁହୁଡି ଯୋଗୁ ବିଳମ୍ବରେ ଉଡିଲା ୫ ଶହ ବିମାନ

ନୂଆଦିଲ୍ଲୀ,୩୦।୧୨: ସାରା ଦେଶରେ ଶୀତ ଲହରୀ ଜାରି ରହିଥିବା ବେଳେ ଉତ୍ତର ଭାରତରେ ଶହ ଶହ ବର୍ଷର ରେକର୍ଡ ଭାଙ୍ଗିଛି ଶୀତ। ତା’ ସାଙ୍ଗକୁ ଘନ...

ମରୁଡ଼ିଗ୍ରସ୍ତ ଔରଙ୍ଗାବାଦ୍‌: ସ୍ବେଚ୍ଛାସେବୀ ଅନୁଷ୍ଠାନ ଚାଷୀଙ୍କୁ ଖାଦ୍ୟ ଓ ଗାଈଗୋରୁଙ୍କୁ ଦେଉଛି ମାଗଣା ଦାନା

ଔରଙ୍ଗାବାଦ୍‌,୨୬।୫: ମହାରାଷ୍ଟ୍ର ଔରଙ୍ଗାବାଦ୍‌ରେ ମରୁଡ଼ି ଲାଗି ରହିଛି । ଖାଦ୍ୟ ଓ ପାନୀୟ ଜଳ ଅଭାବ ଉତ୍କଟ ହେବାରେ ଲାଗିଛି। ଏପରିସ୍ଥଳେ ସ୍ଥାନୀୟ ଜୈନ ସଂସ୍ଥାର...

ମଧ୍ୟପ୍ରଦେଶ ଦ୍ୱାଦଶ ବୋର୍ଡ: ବାପା-ଝିଅ ପରୀକ୍ଷା ଦେବାକୁ ଗୋଟିଏ କେନ୍ଦ୍ରରେ ପହଞ୍ଚିଲେ

ଭୋପାଳ,୨।୩: ମଧ୍ୟପ୍ରଦେଶ ମାଧ୍ୟମିକ ଶିକ୍ଷା ମଣ୍ଡଳ(ଏମ୍‌ଏସ୍‌ଏମ୍‌) ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ସୋମବାରଠାରୁ ଆରମ୍ଭ ହୋଇଛି। ଏହା ପ୍ରଥମ ପରୀକ୍ଷା ମାତୃଭାଷା ହିନ୍ଦୀ...

Leave a comment

Your email address will not be published. Required fields are marked *