Posted inଜାତୀୟ

ସ୍ତ୍ରୀଙ୍କ ପାଇଁ ପ୍ରଚାର କଲେ ଶତ୍ରୁଘ୍ନ ସିହ୍ନା: କଂଗ୍ରେସ କହିଲା, ପ୍ରଥମେ ଦଳୀୟ ଧର୍ମ ନିଭାନ୍ତୁ

ଲକ୍ଷ୍ନୌ, ୧୮।୪: ଭାଜପା ଛାଡି କଂଗ୍ରେସରେ ଯୋଗଦେବାର ମାସେ ନ ପୂରୁଣ ଶତ୍ରୁଘ୍ନ ସିହ୍ନାଙ୍କ ନାଁରେ ଦଳରେ ବିରୋଧାଭାସ ଉଠିଛି। କଂଗ୍ରେସରେ ଥାଇ ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି ପକ୍ଷରୁ ପ୍ରାର୍ଥୀ ହୋଇଥିବା ସ୍ତ୍ରୀ ପୁନମଙ୍କ ପାଇଁ ଭୋଟ ପ୍ରଚାର କରିବାକୁ ନାପସନ୍ଦ କରିଛନ୍ତି ଦଳର କିଛି ନେତା। ପୁନମଙ୍କ ବିରୋଧରେ ଲଢୁଥିବା କଂଗ୍ରେସର ଆଚାର୍ଯ୍ୟ ପ୍ରମୋଦ କୃଷ୍ଣନ ଏହାକୁ ବିରୋଧ କରି କହିଛନ୍ତି, ଶତ୍ରୁଘ୍ନ ସିହ୍ନା ପ୍ରଥମେ ଦଳୀୟ ଧର୍ମ ନିଭାନ୍ତୁ। ଗୋଟିଏ ଦଳରେ ଥାଇ ଅନ୍ୟ ଦଳ ପାଇଁ ପ୍ରଚାର କରିବା ଦଳବିରୋଧୀ କାର୍ଯ୍ୟ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଭାଜପା ଛାଡି କଂଗ୍ରେସରେ ଯୋଗଦେବା ପରେ ଦଳୀୟ ଟିକେଟରୁ ବିହାରର ପାଟନା ସାହେବ ଲୋକ ସଭା ଆସନରୁ ଶତ୍ରୁଘ୍ନ ଏଥର ନିର୍ବାଚନ ଲଢୁଛନ୍ତି। କିନ୍ତୁ ତାଙ୍କ ସ୍ତ୍ରୀ ପୁନମ ସମାଜବାଦୀ ପାର୍ଟିରେ ଯୋଗଦେଇ ଲକ୍ଷ୍ନୌ ଲୋକ ସଭା ଆସନରୁ ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ବିରୋଧରେ ଲଢୁଛନ୍ତି।


All Right Reserved By Dharitri.Com

ପିଓକେରେ ୧୫ ଆତଙ୍କବାଦୀଙ୍କ ସହ ଦେଖିବାକୁ ମିଳିଲେ ମସୁଦ ଅଜହରଙ୍କ ଭାଇ

ନୂଆଦିଲ୍ଲୀ,୩।୮: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନର ମୁଖ୍ୟ ମସୁଦ ଅଜହରଙ୍କ ଭାଇ ଇବ୍ରାହିମ୍‌ ଅଜହରଙ୍କ ଅନୁପସ୍ଥିତିକୁ ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି।...

କାରଗିଲ ବିଜୟ ଦିବସ ପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ

ନୂଆଦିଲ୍ଲୀ,୨୫।୭: ଆସନ୍ତା ଶୁକ୍ରବାର ପାଳନ ହେବ ୨୦ତମ କାରଗିଲ ବିଜୟ ଦିବସ। ଏଥିପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। କାରଗିଲର ଦ୍ରାସଠାରେ ଏହି ଦିବସ ପାଳନ...

କୋର୍ଟ ପରିସରରେ ବାର କାଉନସିଲର ମୁଖ୍ୟଙ୍କୁ ହତ୍ୟା

ଆଗ୍ରା,୧୨।୬: ଦୁଇ ଦିନ ତଳେ ଉତ୍ତର ପ୍ରଦେଶ ବାର କାଉନସିଲର ମୁଖ୍ୟ ଭାବେ ନିର୍ବାଚିତ ହୋଇଥିବା ଦରଭେଶ ଯାଦବଙ୍କୁ ବୁଧବାର ସର୍ବସମ୍ମୁଖରେ ଗୁଳି କରି ହତ୍ୟା...

ସିକ୍କିମ, ଆସାମ, ବିହାରରେ ପ୍ରବଳ ବର୍ଷା

ନୂଆଦିଲ୍ଲୀ,୧୨।୭: ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶୁକ୍ରବାର ସିକ୍କିମ, ଆସାମ ଓ ବିହାରରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ଏହାସହ କୋଙ୍କଣ,...

ପୁଲଓ୍ବାମା ଶହୀଦଙ୍କ ପୁଅଙ୍କୁ ସେନାରେ ଭର୍ତ୍ତି କରିବାକୁ ଇଛା ପ୍ରକାଶ କଲେ ସ୍ତ୍ରୀ

କାନପୁର,୫।୮: ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଶରେ ଶହୀଦ ହୋଇଥିବା ପ୍ରଦୀପ ଯାଦବଙ୍କ ସ୍ତ୍ରୀ ନୀରଜ ଯାଦବ ଶନିବାର ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି। ପୁଅକୁ କୋଳରେ...

ସଂସଦର ଶୀତ ଅଧିବେଶନ: ନଭେମ୍ବର ୧୮ରୁ ଡିସେମ୍ବର ୧୩

ନୂଆଦିଲ୍ଲୀ,୨୧।୧୦: ସଂସଦର ଶୀତ ଅଧିବେଶନ ନଭେମ୍ବର ୧୮ରୁ ଡିସେମ୍ବର ୧୩ ପର୍ଯ୍ୟନ୍ତ ଚାଲିବ। ଏନେଇ ସଂସଦୀୟ କାର୍ଯ୍ୟ ମନ୍ତ୍ରଣାଳୟ ପକ୍ଷରୁ ଲୋକ ସଭା ଏବଂ ରାଜ୍ୟ...

ବିପଦରେ ଗଣତନ୍ତ୍ର: ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୧୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଗୁରୁବାର କଡ଼ା ସମାଲୋଚନା କରିଛନ୍ତି। ଦେଶରେ ଗଣତନ୍ତ୍ର ବିପଦରେ ପଡ଼ିଥିବା ସୋନିଆ କହିଛନ୍ତି।...

ମିଗ୍‌-୨୧ ବିମାନ ଉଡାଇ କାରଗିଲ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ବାୟୁସେନାର ମୁଖ୍ୟ

ଚଣ୍ଡିଗଡ଼,୨୭।୫: ଭାରତୀୟ ବାୟୁସେନାର ମୁଖ୍ୟ ବିଏସ୍‌ ଧନଓ୍ବା କାରଗିଲ ଶହୀଦଙ୍କୁ ନିଆରା ଢ଼ଙ୍ଗରେ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି। ୩ ଦିନିଆ ଗ୍ରସ୍ତରେ କାରଗିଲ ଯାଇଥିବା ବିଏସ୍‌ ଧନଓ୍ବା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *