ରୋଗୀ ନେବା ପାଇଁ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଦାବି କଲେ ଅର୍ଥ, ଭିଡିଓ ଭାଇରାଲ

ଜଳେଶ୍ୱର,୨୪।୧୦(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ମୁଖ୍ୟ ଚିକିତ୍ସାଳୟର ଭୋଗରାଇ ଅଞ୍ଚଳର ଜଣେ ରୋଗୀଙ୍କୁ ଡାକ୍ତର କଟକ ସ୍ଥାନାନ୍ତର କରିଥିବା ବେଳେ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ଓ ରୋଗୀଙ୍କ ସମ୍ପର୍କୀୟଙ୍କ ସହ କଥାବାର୍ତ୍ତାର ଭିଡିଓ ଭାଇରାଲ ହୋଇଛି। ପ୍ରଥମେ ଡ୍ରାଇଭର ଜଣକ ୧ ହଜାର ଟଙ୍କା ମାଗିଥିଲେ। ରୋଗୀଙ୍କ ସମ୍ପର୍କୀୟ ୫ ଶହ ଟଙ୍କା ଦେବେ ବୋଲି ରାଜି ହେବାରୁ ଆମ୍ବୁଲାନ୍ସର ଡ୍ରାଇଭର ଜଣକ ଗାଡ଼ି ଗଡିବ ନାହିଁ ବୋଲି ରୋକ୍‌ଠୋକ୍‌ ମନା କରି ଦେଇଥିଲେ। ତେଣୁ ସମ୍ପର୍କୀୟ ଜଣକ ବାଧ୍ୟ ହୋଇ ୬୦୦ ଟଙ୍କା ଦେଇଥିଲେ।
ସୂଚନାଯୋଗ୍ୟ, ଭୋଗରାଇ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଭଉଣୀଙ୍କ ଦେହ ଅସୁସ୍ଥ ହେବାରୁ ପ୍ରଥମେ ଜଳେଶ୍ୱରର ଏକ ହସ୍ପିଟାଲ ପରେ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ବାଲେଶ୍ବରରୁ କଟକ ନେବା ପାଇଁ ପରିବାର ଲୋକେ ୧୦୮କୁ ଯୋଗାଯୋଗ କରିଥିଲେ। ଏହି ଗାଡ଼ିରେ ନେବା ସମୟରେ ଏଭଳି ଘଟିଥିବା ରୋଗୀଙ୍କ ସମ୍ପର୍କୀୟଙ୍କୁ ପଚାରିବାରୁ କହିଛନ୍ତି।


All Right Reserved By Dharitri.Com

ଖଣି ଶ୍ରମିକଙ୍କ ମିଶ୍ରଣ ପର୍ବ

କାଳିଆପାଣି,୧୯ା୧୦(ଡି.ଏନ୍‌.ଏ.): ଯାଜଯୁର ଜିଲା ସୁକିନ୍ଦା ବ୍ଲକ କଣସ ପଞ୍ଚାୟତ ତୈଳଙ୍ଗୀ ଗ୍ରାମରେ ଶୁକ୍ରବାର ଖଣି ଶ୍ରମିକଙ୍କ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ସୁକିନ୍ଦା ରିଜିୟନ...

ବାଙ୍ଗାଲୋରରେ ଓଡିଆ ଯୁବକଙ୍କ ମୃତ୍ୟୁ

ରୂପ୍‌ସା, ୧୩।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ବ୍ଲକ ମଥାନୀ ପଞ୍ଚାୟତ ଅନ୍ତର୍ଗତ ପୋଡାପଡା ଗ୍ରାମର ସୁଦାମ ଚରଣ ସିଂହଙ୍କର ପୁଅ ସତ୍ୟନାରାୟଣ(୨୧)ଙ୍କ ବାଙ୍ଗାଲୋରରେ ମୃତ୍ୟୁ ଘଟିଛି। ଗତ...

ସମାଜ ସେବାରେ ବେସାମରିକ ବାହିନୀର କାର୍ଯ୍ୟ ପ୍ରଶସଂନୀୟ

କୋରାପୁଟ,୬।୧୨(ସ୍ବ.ପ୍ର.): କୋରାପୁଟସ୍ଥିତ କାର୍ନିଭାଲ ପଡ଼ିଆରେ ଶୁକ୍ରବାର ୫୭ିତମ ବେସାମରିକ ବାହିନୀର ପ୍ରତିରକ୍ଷା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କୋରାପୁଟ ଅତିରିକ୍ତ ଜିଲାପାଳ ଦେବେନ...

ଆର୍‌ଏଓ୍ବାଇ ଘର ପ୍ରଦାନ ପାଇଁ ଦାବିପତ୍ର

ବ୍ରହ୍ମପୁର ଅଫିସ,୨୨।୮: ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ୪ ନଂ ଓ୍ବାର୍ଡ ଅନ୍ତର୍ଗତ ପିଚିପିଚା ନଗରର ପ୍ରାୟ ୪୦ ପରିବାରଙ୍କୁ ରାଜୀବ ଆବାସ ଯୋଜନାରେ ଗୃହ ପ୍ରଦାନ...

ଚନ୍ଦନକାଠ ଚୋରି ଘଟଣାର ପର୍ଦ୍ଦାଫାଶ, ୬ ଗିରଫ

ଅନୁଗୋଳ ଅଫିସ, ୨୭।୮ ଅନୁଗୋଳ ପୋଲିସ ଟ୍ରେନିଂ କଲେଜ (ପିଟିସି) ଓ ଅଙ୍ଗାରବନ୍ଧ ମହିମା ଗାଦି ମଠରୁ ଚନ୍ଦନ ଗଛ ଚୋରି ଘଟଣାର ପର୍ଦ୍ଦାଫାଶ କରିଛି...

ଆକାଉଣ୍ଟ ହ୍ୟାକ୍‌ କରି ଆକାଶ ମୋଟର୍ସର ନିର୍ଦ୍ଦେଶକଙ୍କଠାରୁ ନେଇଗଲେ ୧୮ଲକ୍ଷ

ବରଗଡ଼ ଅଫିସ୍‌,୩।୭: ବରଗଡ଼ସ୍ଥିତ ଆକାଶ ମୋଟର୍ସର ନିର୍ଦ୍ଦେଶକ ଆକାଶ କୁମାର ଅଗ୍ରୱାଲଙ୍କ ୨ଟି ବ୍ୟାଙ୍କ ଆକାଉଣ୍ଟକୁ ହ୍ୟାକ୍‌କରି ଦୁର୍ବୃତ୍ତମାନେ ୧୮ଲକ୍ଷ ଟଙ୍କା ନେଇଯାଇଛନ୍ତି। ଏହି ଘଟଣା...

ଶିମିଳିପାଳରୁ ୨ ଶିକାରୀ ଗିରଫ

ଠାକୁରମୁଣ୍ଡା,୧୨ା୮(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଚମ୍ପାଝର ଫରେଷ୍ଟ ବିଟ ଅଞ୍ଚଳରେ ଶନିବାର ରାତିରେ ବନବିଭାଗ ଓ ପୋଲିସ ମିଳିତ ଚଢ଼ାଉ କରି ଶିକାର...

ଗାଧୋଇବାକୁ ଯାଇ ପୋଖରୀରେ ବୁଡିଗଲେ ଯୁବକ

ନବରଙ୍ଗପୁର,୨୧ା୫(ବି.ପ୍ର)- ନବରଙ୍ଗପୁର ସହର ଗୋରାମୁଣ୍ଡା ପୋଖରୀରେ ବୁଡି ଯାଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ରାଜୁ ସାହିର ଅର୍ଜୁନ ନାୟକ (୩୫)।...

Leave a comment

Your email address will not be published. Required fields are marked *