Posted inଜାତୀୟ

ଉଚ୍ଚତା ମାତ୍ର ୨ ଫୁଟ, ୨ ବର୍ଷରେ ୬୦ଟି କାର୍‌ ଚୋରିର ମାଷ୍ଟରମାଇଣ୍ଡ୍‌

ଗାଜିଆବାଦ୍‌,୨୪।୧୦: ଉତ୍ତର ପ୍ରଦେଶର ଗାଜିଆବାଦରେ ପୋଲିସ ଏକ କାର୍‌ ଚୋରି ଗ୍ୟାଙ୍ଗ୍‌କୁ ଧରିଛି। ସେମାନଙ୍କଠାରୁ ୯ଟି କାର୍‌ ଜବତ କରିଛି ପୋଲିସ। ସବୁଠୁ ରୋଚକ କଥା ହେଉଛି ଏହି ଗ୍ୟାଙ୍ଗ୍‌ର ମାଷ୍ଟରମାଇଣ୍ଡ୍‌ ହେଉଛନ୍ତି ଜଣେ ୨ ଫୁଟ ଉଚ୍ଚତା ବିଶିଷ୍ଟ ବ୍ୟକ୍ତି ବୌନା। ସେ ଗତ ୨ ବର୍ଷ ଭିତରେ ବିଭିନ୍ନ ଯାଗାରୁ ପାଖାପାଖି ୬୦ଟି କାର୍‌ ଚୋରି କରିସାରିଲେଣି। ଡିଏସପି ରାଜକୁମାର ପାଣ୍ଡେ କହିଛନ୍ତି, ବୌନାଙ୍କ ନାଁ ଅନୁସାରେ, ଗ୍ୟାଙ୍ଗ୍‌ ନାଁ ରହିଥିଲା ‘ବୌନା’। ଗ୍ୟାଙ୍ଗ୍‌ ସହ କାମ କରୁଥିବା ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅନ୍ୟମାନଙ୍କୁ ଖୋଜିବା ପାଇଁ ପ୍ରୟାସ କରାଯାଉଛି ବୋଲି ପାଣ୍ଡେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ବୌନଙ୍କ ସମ୍ପୂର୍ଣ୍ଣ ନାଁ ହେଉଛି ରୌନକ ଅଲ୍ଲୀ ବବ୍ବୁ। ସେ ଉଚ୍ଚତାରେ ଛୋଟ ହେଲେ ବିଚକ୍ଷଣ କୌଶଳ ପ୍ରୟୋଗ କରି କାର୍‌ ଚୋରି କରୁଥିଲେ।


All Right Reserved By Dharitri.Com

ଆଇଆଇଟିରେ ପଢ଼ୁଥିବା ଦରଜି ପୁଅଙ୍କ ପାଠପଢ଼ା ଖର୍ଚ୍ଚ ବହନ କରିବେ ଗାନ୍ଧୀ ପରିବାର

ନୂଆଦିଲ୍ଲୀ,୯।୯: ଦିଲ୍ଲୀ ଆଇଆଇଟିରେ ନାମ ଲେଖାଇଥିବା ୧୬ ବର୍ଷୀୟ ବିଜୟଙ୍କ ପାଠପଢ଼ାର ଖର୍ଚ୍ଚ ବହନ କରିବେ ଗାନ୍ଧୀ ପରିବାର। ବରୁଣ ଗାନ୍ଧୀ ଓ ତାଙ୍କ ପରିବାର...

୩ ମାସ ପରେ ଜମ୍ମୁ-କଶ୍ମୀରରେ ଆରମ୍ଭ ହେଲା ରେଳ ସେବା

ଶ୍ରୀନଗର,୧୧।୧୧: ଜମ୍ମୁ-କଶ୍ମୀରରେ ୩ ମାସ ପରେ ରେଳ ସେବା ସୋମବାରଠାରୁ ଆରମ୍ଭ ହୋଇଛି। ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଏଠାରେ ଅଗଷ୍ଟ ୫ଠାରୁ ଉତ୍ତର କଶ୍ମୀରର...

ଦିଲ୍ଲୀ ସରକାରଙ୍କ ପାଇଁ ବିଳମ୍ବ ହେଉଛି ନିର୍ଭୟା ଦୋଷୀଙ୍କ ଫାଶୀ: ଭାଜପା

ନୂଆଦିଲ୍ଲୀ,୧୬।୧: କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କଂଗ୍ରେସ ଓ ଆମ ଆଦମୀ ପାର୍ଟି(ଏଏପି)କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଶିଖ୍‌ ଦଙ୍ଗା ସମୟରେ କଂଗ୍ରେସ ଦୋଷୀଙ୍କୁ ଦଣ୍ଡ...

ଉନ୍ନାଓ ପୀଡିତାଙ୍କୁ ମିଳିଲା ନ୍ୟାୟ: ଦୋଷୀ ସାବ୍ୟସ୍ତ ହେଲେ ସେନ୍‌ଗାର

ନୂଆଦିଲ୍ଲୀ,୧୬।୧୨: ଉନ୍ନାଓ ବଳାତ୍କାର ମାମଲାରେ ଦିଲ୍ଲୀର ତିସ୍‌ ହଜାରୀ କୋର୍ଟ ସୋମବାର ମୁଖ୍ୟ ଅଭିଯୁକ୍ତ ତଥା ଭାରତୀୟ ଜନତା ପାର୍ଟି(ଭାଜପା)ର ବହିସ୍କୃତ ବିଧାୟକ କୁଲଦୀପ ସିଂ...

ଗୁରମୀତ୍‌ ରାମ ରହିମଙ୍କ ପାରୋଲ ଆବେଦନ ଖାରଜ

ଚଣ୍ଡିଗଡ଼,୨୭।୮: ଆତ୍ମଘୋଷିତ ଧର୍ମଗୁରୁ ତଥା ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ୍‌ ରାମ ରହିମ ସିଂହଙ୍କୁ ପଞ୍ଜାବ ଓ ହରିୟାଣା କୋର୍ଟ ପକ୍ଷରୁ ବଡ଼ ଝଟ୍‌କା...

ପୋଖରାନ୍‌ରୁ ପାକିସ୍ତାନକୁ ରାଜନାଥଙ୍କ ଚେତାବନୀ: ବଦଳିବ ଆଣବିକ ଅସ୍ତ୍ର ପ୍ରୟୋଗ ନୀତି

ଜୟପୁର/ନୂଆଦିଲ୍ଲୀ,୧୭ା୮(ପି.ଟି.) : ଭାରତ କୌଣସି ରାଷ୍ଟ୍ର ଉପରେ ପ୍ରଥମେ ଆଣବିକ ଅସ୍ତ୍ର ବ୍ୟବହାର କରିବ ନାହିଁ ବୋଲି ଅଦ୍ୟାବଧି ପ୍ରତିଶ୍ରୁତିବଦ୍ଧ ଥିବାବେଳେ ଏହି ‘ନୋ ଫାଷ୍ଟ...

ରାହୁଲଙ୍କ ‘ରେପ ଇନ୍‌ ଇଣ୍ଡିଆ’ ବୟାନକୁ ନେଇ କମ୍ପିଲା ଗୃହ

ନୂଆଦିଲ୍ଲୀ,୧୩।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ରେପ ଇନ୍‌ ଇଣ୍ଡିଆ’ ବୟାନକୁ ନେଇ ଶୁକ୍ରବାର ଲୋକ ସଭାରେ ହଙ୍ଗାମା ହୋଇଛି। ଝାଡ଼ଖଣ୍ଡର ଏକ ରାଲିରେ ଉଦ୍‌ବୋଧନ...

ଦିନକୁ ଦିନ ଦୁର୍ବଳ ହେଉଛି ପାକିସ୍ତାନ: ଇନ୍ଦ୍ରେଶ କୁମାର

ନୂଆଦିଲ୍ଲୀ,୧୩।୯: ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆର୍‌ଏସ୍‌ଏସ୍‌)ର ପ୍ରଚାରକ ଇନ୍ଦ୍ରେଶ କୁମାର ଶୁକ୍ରବାର ପାକିସ୍ତାନକୁ ନେଇ ଏକ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି ପାକିସ୍ତାନ ଦିଦକୁ...

Leave a comment

Your email address will not be published. Required fields are marked *