ହରିୟାଣାରେ କର୍ନାଟକ ଭଳି ଗେମ୍‌ ପ୍ଲାନ୍‌: ଚୌତାଲା ହେବେ କି ଦ୍ୱିତୀୟ କୁମାରସ୍ବାମୀ ?

ଚଣ୍ଡିଗଡ଼,୨୪।୧୦: ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ ଆସିବାକୁ ବାକିଥିବା ବେଳେ ଏବେ ସେଠାରେ ତ୍ରିଶଙ୍କୁ ସରକାର ଗଠନ ହେବ ବୋଲି ଅନୁମାନ କରାଯାଉଛି। ଯଦି ଏହା ହୁଏ ତେବେ କଂଗ୍ରେସ ପୁରୁଣା ଫର୍ମୁଲା ଗ୍ରହଣ କରିପାରେ ବୋଲି ଆଲୋଚନା ହେଉଛି। ଭାଜପାକୁ ପୁଣିଥରେ କ୍ଷମତାକୁ ଆସିବାକୁ ବିରୋଧ କରିବାରେ କଂଗ୍ରେସ ଦୁଷୟନ୍ତ ଚୌତାଲାଙ୍କ ଆଡକୁ ହାତ ବଢାଇପାରେ ବୋଲି କୁହାଯାଉଛି। ତେବେ ଜନନାୟକ ଜନତା ପାର୍ଟି(ଜେଜେପି)କୁ କେତେ ଆସନ ମିଳୁଛି ତା’ ଉପରେ ନିର୍ଭର କରୁଛି କଂଗ୍ରେସର ପୁରୁଣା ଫର୍ମୁଲା। କାରଣ ଗୋଟିଏ ପଟେ ଭାଜପା ବିଜୟଠାରୁ ଦୂରରେ ଥିବା ଲକ୍ଷ୍ୟ କରାଯାଉଥିବା ବେଳେ ଏପଟେ କଂଗ୍ରେସ ଅନାଇ ବସିଛି ତ୍ରିଶଙ୍କୁ ସରକାର ଆଡକୁ। ଯଦି ଏହା ହେଲା ତେବେ କଂଗ୍ରେସ କର୍ନାଟକରେ ପକାଇଥିବା ଫର୍ମୁଲାକୁ ଦୋହରାଇବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଗତବର୍ଷ କର୍ନାଟକରେ କଂଗ୍ରେସ ସହ ମେଣ୍ଟକରି କୁମାରସ୍ବାମୀଙ୍କ ଦଳ ଜନତା ଦଳ ସେକ୍ୟୁଲାର ଶାସନ କ୍ଷମତା ହାତେଇଥିଲା। ହେଲେ ଖୁବ୍‌ କମ୍‌ ସମୟ ମଧ୍ୟରେ ଏହା ଭାଙ୍ଗିବା ଯାଇ ଭାଜପା ପୁଣିଥରେ ଶାସନ କ୍ଷମତା ହାତକୁ ନେଇଛି। ଆଉ ଏଥର ହରିୟାଣାରେ ଯଦି ଏପରି ହୁଏ ତେବେ ଦୁଷୟନ୍ତ ଚୌତାଲା ଦ୍ୱିତୀୟ କୁମାରସ୍ବାମୀ ହେବେ ବୋଲି ଆଲୋଚନା ହେଲାଣି।


All Right Reserved By Dharitri.Com

ପିଆଜ ଖାଇଲେ ଦୂରହେବ କରୋନାଭାଇରସ!

ଚେନ୍ନାଇ,୨।୨: କରୋନାଭାଇରସ ଏବେ ସାରା ବିଶ୍ୱର ଚିନ୍ତାର କାରଣ ପାଲଟିଛି। ହେଲେ ଏହି ସମୟରେ ତାମିଲନାଡୁ କରାଇକୁଡିର ଜଣେ ହୋଟେଲ ମାଲିକ ସହଜ ଉପାୟରେ କରୋନାଭାଇରସଠାରୁ...

ଚଳିତ ଦଶନ୍ଧିର ସବୁଠାରୁ ଦେବାଳିଆ ବଜେଟ: ଅଖିଳେଶ

ନୂଆଦିଲ୍ଲୀ,୧।୨: ଦ୍ୱିତୀୟ ଥର ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶନିବାର ଲୋକ ସଭାରେ ଚଳିତ ବର୍ଷର ବଜେଟ ଉପସ୍ଥାପନ କରିଛନ୍ତି। ଏହାକୁ ନେଇ ବିରୋଧୀଙ୍କ ପ୍ରତିକ୍ରିୟା...

ମାନସିକ ଭାରସାମ୍ୟ ହରାଇଛନ୍ତି କୁମାରସ୍ବାମୀ: ପ୍ରହ୍ଲାଦ ଯୋଶୀ

ନୂଆଦିଲ୍ଲୀ,୨୭।୬: କର୍ନାଟକ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ ତାଙ୍କ ମାନସିକ ସନ୍ତୁଳନ ହରାଇ ବସିଛନ୍ତି ବୋଲି ଗୁରୁବାର କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି । ବିଶେଷ କରି...

୩ କୋଟି ପରିବାର ସହ ସମ୍ପର୍କ କରିବ ଭାଜପା

ନୂଆଦିଲ୍ଲୀ,୨୨ା୧୨: ସିଏଏକୁ ନେଇ ଦେଶବ୍ୟାପୀ ବିରୋଧର ସମ୍ମୁଖୀନ ହୋଇଥିବା ଶାସକ ଭାଜପା ଆଗାମୀ ୧୦ ଦିନରେ ୩ କୋଟି ପରିବାର ନିକଟରେ ପହଞ୍ଚତ୍ ଉକ୍ତ ଆଇନ...

ଉଚ୍ଚ ପଦବୀରେ ପୁଣି ଜଣେ ଓଡ଼ିଆ : ଜମ୍ମୁ-କଶ୍ମୀରର ପ୍ରଥମ ଉପ ରାଜ୍ୟପାଳ ହେଲେ ଗିରୀଶ ଚନ୍ଦ୍ର ମୁର୍ମୁ

ନୂଆଦିଲ୍ଲୀ,୨୫ା୧୦(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନିଷ୍ଠ ଭାବେ ପରିଚିତ ଓଡ଼ିଆ ଆଇଏଏସ୍‌ ଅଫିସର ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ୧୯୮୫...

ଥରିଲା ଉତ୍ତର ଭାରତ: ଲୋକେ ଆତଙ୍କିତ

ନୂଆଦିଲ୍ଲୀ,୨୪।୯: ଦିଲ୍ଲୀ ଏନସିଆର୍‌ରେ ମଙ୍ଗଳବାର ଅପରାହ୍ନ ୪.୪୦ରେ ଭୂକମ୍ପ ଝଟକା ଲାଗିଛି। କେବଳ ଦିଲ୍ଲୀରେ ନୁହେଁ, ଉତ୍ତର ଭାରତର ଅନେକ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଛି।...

ନବଜାତ ଶିଶୁ ପଛରେ ଲାଞ୍ଜ

ନୂଆଦିଲ୍ଲୀ,୨୫।୯: ବେଳେ ବେଳେ କତେକ ନବଜାତ ଶିଶୁଙ୍କ ଶରୀରରେ ନିଆରା ଅଙ୍ଗପ୍ରତ୍ୟେଙ୍ଗ ଦେଖିବାକୁ ମିଳିଥାଏ। ପ୍ରାୟ ସମୟରେ କେତେକଙ୍କ ଶରୀରରେ ଅଧିକ କେଶ ରହିଥାଏ ତ...

ସେନାରେ ପୋଲିସରେ ପ୍ରଥମ ଥର ଲାଗି ଭର୍ତ୍ତି ହେବେ ମହିଳା

ନୂଆଦିଲ୍ଲୀ,୨୫।୪: ଭାରତୀୟ ବାୟୁସେନାରେ ସାମିଲ ହେବାପାଇଁ ଯେଉଁ ମହିଳାମାନେ ସ୍ବପ୍ନ ଦେଖୁଥିଲେ ସେମାନଙ୍କ ପାଇଁ ଆସିଛି ଖୁସି ଖବର। ଏଥିପାଇଁ ମହିଳାମାନେ ଅନ୍‌ ଲାଇନ୍‌ ଆବେଦନ...

Leave a comment

Your email address will not be published. Required fields are marked *