ଲଘୁଚାପ ବର୍ଷାରେ ବେହାଲ ବ୍ରହ୍ମପୁର: ରାସ୍ତା, ଘରେ ପଶିଲା ବର୍ଷାଜଳ

ବ୍ରହ୍ମପୁର ଅଫିସ,୨୪।୧୦: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବୁଧବାରରୁ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଛି। ଏଥିଯୋଗୁ ବେହାଲ ହୋଇପଡ଼ିଛି ବ୍ରହ୍ମପୁର। ସହରର ବିଭିନ୍ନ ଅଞ୍ଚଳରେ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଶେଷକରି ଗଜପତିନଗର ୧୧ତମ ଗଳିରୁ ୧୪ତମ ଗଳିର ମୁଖ୍ୟରାସ୍ତାରେ ପ୍ରାୟ ୨ ଫୁଟରୁ ଊର୍ଦ୍ଧ୍ୱ ଉଚ୍ଚତାରେ ବର୍ଷାଜଳ ଜମିରହିଛି।

ଅନ୍ୟପଟେ ନୀଳାଚଳ ନଗର, ଗାନ୍ଧିନଗର, ଲକ୍ଷ୍ମୀନୃସିଂହ ସାହି ଘର ଭିତରକୁ ବର୍ଷାଜଳ ପ୍ରବେଶ କରିଥିବା ଦେଖିବାକୁ ମିଳିଛି। ସେହିପରି ଲୋଚାପଡା ମୁଖ୍ୟରାସ୍ତା, ଆସ୍କାରୋଡ, ସେଲଟେକ୍ସ ଛକ ରାସ୍ତାରେ ମଧ୍ୟ ଜଳାର୍ଣ୍ଣବ ହୋଇଯାଇଛି। ଫଳରେ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଲଘୁଚାପ ଜନିତ ବର୍ଷା ନେଇ ପୂର୍ବ ସୂଚନା ସତ୍ୱେ ବିଭିନ୍ନ ସ୍ଥାନରେ ଡ୍ରେନେଜ ସଫେଇ ଓ ଡ୍ରେନେଜ ଗୁଡିକର ପୁନରୁଦ୍ଧାର କାର୍ଯ୍ୟରେ ବ୍ରହ୍ମପୁର ମହାନଗର ନିଗମର ଅବହେଳା ହୋଇଥିବା ଅଭିଯୋଗ ହୋଇଛି। ଏଥିଯୋଗୁ ବିଭିନ୍ନ ସ୍ଥାନରେ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।


All Right Reserved By Dharitri.Com

ମୋ ନିବେଦନ କାର୍ଯ୍ୟକ୍ରମ ଆରମ୍ଭ : ପଞ୍ଚାୟତ ସମସ୍ୟା ଜଣାଇଲେ ଲୋକେ

ଶେରଗଡ଼,୮।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ କୁମାରପାଣି ପଞ୍ଚାୟତ ରାଜୀବଗାନ୍ଧୀ ସେବାକେନ୍ଦ୍ର ଗୃହରେ ଗୁରୁବାର ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ମୋ ନିବେଦନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।...

ରଜ ବଜାର

ଭୁବନେଶ୍ୱର,୧୩।୬(ବ୍ୟୁରୋ): ଗୁରୁବାର ସଜବାଜ। ଶୁକ୍ରବାର ପହିଲି ରଜ। କାମରୁ ବିରତି ନେଇ ରଜ ୩ଦିନ କିପରି ଖେଳକୁଦ ଓ ମଉଜ ମଜଲିସ୍‌ରେ କଟିବ, ସେଥିପାଇଁ ସମସ୍ତେ...

ମା’ ସପ୍ତଫେଣୀଙ୍କ ନବରାତ୍ର ପୂଜା

କଣ୍ଟାପଡ଼ା,୭।୧୦(ଡି.ଏନ୍‌.ଏ.): କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ଉରାଢ଼ ଗ୍ରାମର ଶକ୍ତିପୀଠ ମା’ ସପ୍ତଫେଣୀଙ୍କ ପୀଠରେ ନବରାତ୍ର ପୂଜା ସୋମବାର ଉଦ୍‌ଯାପିତ ହୋଇଯାଇଛି। ଗତ ରବିବାରଠାରୁ ଉକ୍ତ ଶକ୍ତିପୀଠରେ...

ବିଦ୍ୟୁତ୍‌ ବିଭାଗ ଚଢ଼ାଉକୁ ନେଇ ଉତ୍ତେଜନା

ପରଜଙ୍ଗ, ୬।୯(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ବଜାରରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନରେ ଶୁକ୍ରବାର ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଚଢ଼ାଉକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି।...

ଥାନାରେ ପାରମ୍ପରିକ ଦଶହରା ପର୍ବ ପାଳନ, ମହୁଲି ମଦ ସହ ପହଞ୍ଚିଲା ଛେଳି

ଦାରିଙ୍ଗବାଡ଼ି,୮।୧୦(ଡି.ଏନ.ଏ.):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ ଶାରଦୀୟ ପୂଜା ଧୁମ୍‌ଧାମ୍‌ରେ ପାଳନ କରାଯାଇଛି। ଏହି ଅବସରରେ ଦାରିଙ୍ଗବାଡ଼ି ଏବଂ ସିମନବାଡ଼ିଠାରେ ସ୍ବତନ୍ତ୍ର ପୁଜାମଣ୍ଡପ କରାଯାଇ ମା’ଦୁର୍ଗାଙ୍କ...

କୃଷକ ବଜାରରୁ ମୃତଦେହ ଉଦ୍ଧାର

ଉଦଳା,୨୦ା୧୧(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଉଦଳା କୃଷକ ବଜାର ମଧ୍ୟରେ ଥିବା ମୁଖ୍ୟ ରାସ୍ତାରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ମଙ୍ଗଳବାର ପୋଲିସ ଉଦ୍ଧାର କରିଛି। ସକାଳେ ସ୍ଥାନୀୟ...

ସରକାରୀ ପୋରଛାହନ୍‌ ଅଭାବ୍‌: ବୁଡ଼ବାର ଉପରେ ଲୋକ୍‌କଳା ସଂଚାର

  ଜାମଟିକ୍ରା, ୨୦।୮ (ଡି.ଏନ୍‌.ଏ.): ଭାରତୀୟ କଳା, ସଂସ୍କୃତି, ପରବ୍‌ ପରବାନୀ ବିଶ୍ୱରେ ଗୁଟେ ଅଲଗ୍‌ ପରିଚଏ ସୁରୁଷ୍‌ଟି କରିଛେ। ହେଲେ ଆଏଜ୍‌କାଲି ବିଦେଶୀ ସଂସ୍କୃତି...

ଘରେ ପଶି ମହିଳାଙ୍କୁ ଅସଦାଚରଣ, ଅଭିଯୁକ୍ତ ଫେରାର

ଦିଗପହଣ୍ଡି,୭ା୬(ଡି.ଏନ.ଏ.)- ଦିଗପହଣ୍ଡି ଥାନା ଅଞ୍ଚଳର ଜଣେ ମହିଳାଙ୍କ ଘରେ ପଶି ଅସଦାଚରଣ ସହ କାତିରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏତଲାକୁ ଭିତ୍ତିକରି ପୋଲିସ ତଦନ୍ତ...

Leave a comment

Your email address will not be published. Required fields are marked *