Posted inଖେଳ

ପ୍ରଥମ ରାଉଣ୍ଡରୁ ଶ୍ରୀକାନ୍ତ, କାଶ୍ୟପଙ୍କ ବିଦାୟ

ପ୍ୟାରିସ,୨୪ା୧୦ (ପି.ଟି.)- ଭାରତୀୟ ଶଟଲର କିଡାମ୍ବି ଶ୍ରୀକାନ୍ତ ଓ ପାରୁପଲ୍ଲି କାଶ୍ୟପ ଏଠାରେ ଚାଲିଥିବା ଫ୍ରେଞ୍ଚ ଓପନ ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡ ଅତିକ୍ରମ କରିବାରେ ବିଫଳ ହୋଇଛନ୍ତି। ବୁଧବାର ୫୫ ମିନିଟ୍‌ ଧରି ଚାଲିଥିବା କଡ଼ା ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଶ୍ରୀକାନ୍ତ ୨୧-୧୫, ୭-୨୧, ୧୪-୨୧ ଗେମ୍‌ରେ ଚାଇନିଜ ତାଇପେର ଚୋଉ ତିଏନଙ୍କଠାରୁ ପରାସ୍ତ ହୋଇଛନ୍ତି। ସେହିଭଳି କାଶ୍ୟପ ହଂକଂର ଏନ୍‌ଜିକା ଲଙ୍ଗ ଅଙ୍ଗୁସଙ୍କ ଠାରୁ ୧୧-୨୧, ୯-୨୧ ଗେମ୍‌ରେ ହାରି ଯାଇଛନ୍ତି। ସମୀର ବର୍ମାଙ୍କୁ ମଧ୍ୟ ସମାନ ଫଳାଫଳର ସମ୍ମୁଖୀନ ହେବାକୁ ପଡ଼ିଛି। ତାଙ୍କୁ ୨୨-୨୦, ୧୮-୨୧, ୧୮-୨୧ ଗେମ୍‌ରେ ଜାପାନର କେଣ୍ଟା ନିଶିମୋଟୋ ପରାସ୍ତ କରିଛନ୍ତି। ଏବେ କେବଳ ଭାରତୀୟ ଶଟଲର ଭାବେ ଶୁଭଙ୍କର ଦେ ଟୁର୍ନାମେଣ୍ଟରେ ତିଷ୍ଟି ରହିଛନ୍ତି। ସେ ଦ୍ୱିତୀୟ ରାଉଣ୍ଡରେ ଇଣ୍ଡୋନେସିଆର ଶେସାର ହିରେନ ରୁଷ୍ଟାଭିଟୋଙ୍କୁ ଭେଟିବେ।


All Right Reserved By Dharitri.Com

Posted inଖେଳ View All

କରୋନା ସହାୟତା: କେଏସ୍‌ସିଏ ଦାନ କଲା ଏକ କୋଟି ଟଙ୍କା

ନୂଆଦିଲ୍ଲୀ,୨୯।୩(ପି.ଟି.)- କୋଭିଡ-୧୯ ମୁକାବଲା ପାଇଁ କର୍ନାଟକ କ୍ରିକେଟ ଆସୋସିଏଶନ (କେଏସ୍‌ସିଏ) ରବିବାର ଏକ କୋଟି ଟଙ୍କା ଦାନ କରିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କେଏସ୍‌ସିଏ...

ରକ୍ଷଣଭାଗର ଭୂମିକା ଗୁରୁତ୍ୱପୂର୍ଣ୍ଣ: ସବିତା

ବେଙ୍ଗାଲୁରୁ, ୮।୮- ଚଳିତମାସ ୧୭ରୁ ୨୧ ପର୍ଯ୍ୟନ୍ତ ଜାପାନର ଟୋକିଓଠାରେ ହେବାକୁଥିବା ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ ହକି ଟୁର୍ନାମେଣ୍ଟ ପାଇଁ ଭାରତୀୟ ସିନିୟର ମହିଳା ଓ...

ଦୁଲୀପ୍‌ ଟ୍ରଫି: ନାୟାରଙ୍କ ୧୬୬* ଇଣ୍ଡିଆ ବ୍ଲୁ-ଇଣ୍ଡିଆ ରେଡ୍‌ ମ୍ୟାଚ୍‌ ଡ୍ର’

ବେଙ୍ଗାଲୁରୁ, ୨୬।୮ (ପି.ଟି.)- କରୁନ ନାୟାରଙ୍କ ଦମ୍‌ଦାର ଅପରାଜିତ ଶତକ ସତ୍ତ୍ୱେ ଇଣ୍ଡିଆ ବ୍ଲୁ ଓ ଇଣ୍ଡିଆ ରେଡ୍‌ ମଧ୍ୟରେ ଏଠାରେ ଅନୁଷ୍ଠିତ ଦୁଲୀପ୍‌ ଟ୍ରଫି...

ଦ୍ୱିତୀୟ ଆଶେସ ଟେଷ୍ଟରୁ ଆଣ୍ଡରସନ ବାଦ୍‌

ଲଣ୍ଡନ, ୬।୮ (ଏଏଫ୍‌ପି)- ଇଂଲଣ୍ଡର ବରିଷ୍ଠ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଆଶେସ ଟେଷ୍ଟ ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। ଡାହାଣ ଗୋଡ଼ର...

କନ୍‌ଟାକ୍ଟ ଲେନ୍ସ ହଜି ଯିବାରୁ ଗୋଟିଏ ଆଖିରେ ଖେଳିଲେ ଗୋଲକିପର

ଲଣ୍ଡନ,୨।୧୨- ବୁଣ୍ଡେସ୍‌ଲିଗା ଚାମ୍ପିୟନ ବାୟର୍ନ ମ୍ୟୁନିକକୁ ୧-୨ ଗୋଲରେ ହରାଇଥିବା ବାୟର ଲେଭରକୁସେନ ଦଳ ପାଇଁ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ ଗୋଲକିପର ଲୁକାସ ହରାଡେକି।...

କମଳା ରଙ୍ଗର ହୋଇପାରେ ଭାରତୀୟ ଦଳର ନୂଆ ଜର୍ସି

ଲଣ୍ଡନ,୩।୬- କ୍ରିକେଟ ପ୍ରଶଂସକମାନେ ଚଳିତ ବିଶ୍ୱକପ୍‌ରେ ଭାରତୀୟ ଦଳର ଅଭିଯାନ ଆରମ୍ଭ ହେବାର ଅପେକ୍ଷା କରିଛନ୍ତି। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳକୁ ଚଳିତ ଥର କେବଳ...

ସମୁଦ୍ର କୂଳରେ ବଂଶୀ ବଜାଉଛନ୍ତି ଧାଓ୍ବନ

ନୂଆଦିଲ୍ଲୀ, ୩।୯: ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଏକଦିବସୀୟ ସିରିଜ୍‌ ଶେଷ ହେବା ପରେ ଭାରତ ଫେରିଛନ୍ତି ଓପନର୍‌ ଶିଖର ଧାଓ୍ବନ୍‌। ଏବେ ସେ ନିଜ ପରିବାର ସହ...

ଆଇସିସି ମହିଳା ଦିନିକିଆ, ଟି୨୦ ଦଳରେ ମନ୍ଧାନା

ଦୁବାଇ, ୧୭।୧୨ (ପି.ଟି.)- କ୍ରିକେଟର ସର୍ବୋଚ୍ଚ ସଂସ୍ଥା ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ପକ୍ଷରୁ ଚଳିତ ବର୍ଷ ଲାଗି ମହିଳା ଦିନିକିଆ ଓ ଟି୨୦ ଦଳ...

Leave a comment

Your email address will not be published. Required fields are marked *