ନିଯୁକ୍ତି, ଥଇଥାନ ଦାବିରେ ଖଣି ବନ୍ଦ ଆନ୍ଦୋଳନ

ତାଳଚେର,୨୪ା୧୦(ନି.ପ୍ର.) – ନିଯୁକ୍ତି, ଥଇଥାନ ଓ କ୍ଷତିପୂରଣ ଦାବିରେ ତାଳଚେର ବ୍ଲକ ଗୋପାଳପ୍ରସାଦ ପଞ୍ଚାୟତ ମଲ୍ଲୀବନ୍ଧ ଗ୍ରାମବାସୀ ବୁଧବାର ଏମ୍‌ସିଏଲ୍‌ର ଏଠାରେ ଥିବା ହିଙ୍ଗୁଳା କୋଇଲା ଖଣିରେ ଖଣି ବନ୍ଦ ଆନ୍ଦୋଳନ କରିଥିଲେ। ଆନ୍ଦୋଳନକାରୀ ଖଣିର ଟାଇମ୍‌ ଅଫିସ, ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ସମେତ ଶାଳବଣିଆସ୍ଥିତ ପରିବହନ ରାସ୍ତା ଅବରୋଧ କରିବାରୁ କୋଇଲା ଉତ୍ପାଦନ ଓ ପରିବହନ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା।
ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ୧୯୯୪ରେ ଏମ୍‌ସିଏଲ୍‌ର ହିଙ୍ଗୁଳା କୋଇଲା ଖଣି ଦ୍ୱାରା ମଲ୍ଲୀବନ୍ଧ ଗ୍ରାମ ଅଧିଗ୍ରହଣ କରାଯାଇଥିଲେ ମଧ୍ୟ ୮୦ ଜଣ କ୍ଷତିଗ୍ରସ୍ତ ପ୍ରଜାଙ୍କୁ ଅଦ୍ୟାବଧି ନିଯୁକ୍ତି ଓ ଥଇଥାନ କରାଯାଇ ନାହିଁ। ଏ ନେଇ ବାରମ୍ବାର ଖଣି କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରାଯାଇଛି। କିନ୍ତୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ପୂର୍ବରୁ ନିଯୁକ୍ତି ପାଇଥିବା ଜମିହରାମାନେ ଘର ଭାଙ୍ଗିବା ପାଇଁ ଆବଶ୍ୟକ ସତ୍ୟପାଠ ଦାଖଲ କରିଥିବା ବେଳେ ବର୍ତ୍ତମାନ ସମସ୍ତ ଜମିହରା ପ୍ରଜା ବାସଗୃହ ଭାଙ୍ଗି ସାରିଲା ପରେ ନିଯୁକ୍ତି ପ୍ରଦାନ କରାଯିବ ବୋଲି ଖଣି କର୍ତ୍ତୃପକ୍ଷ କହୁଛନ୍ତି। ଏହା ଖଣି କର୍ତ୍ତୃପକ୍ଷଙ୍କ ପାତରଅନ୍ତର ନୀତି ବୋଲି ଗ୍ରାମବାସୀ କହିଛନ୍ତି। ଏହାର ପ୍ରତିବାଦରେ ଗ୍ରାମ ସଭାପତି ବଗାଧର ଗଡନାୟକ, ଜନାର୍ଦ୍ଦନ ମହାନ୍ତି, ସୌମ୍ୟ ମହାନ୍ତିଙ୍କ ନେତୃତ୍ୱରେ ଗ୍ରାମବାସୀଙ୍କ ପକ୍ଷରୁ ଖଣି ବନ୍ଦ ଆନ୍ଦୋଳନ କରାଯାଇଥିଲା। ସମସ୍ୟାର ସମାଧାନ ନିମନ୍ତେ ହିଙ୍ଗୁଳା ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ପରିସରରେ ଖଣି କର୍ତ୍ତୃପକ୍ଷ, ସ୍ଥାନୀୟ ପୋଲିସ ପ୍ରଶାସନ ଓ ସହକାରୀ ଜିଲାପାଳ ଗୌରୀ ନାଏକଙ୍କ ଉପସ୍ଥିତିରେ ଗ୍ରାମବାସୀଙ୍କୁ ନେଇ ସମାଧାନ ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ୨୯ ତାରିଖରେ ଭୁବନେଶ୍ୱରରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ସମସ୍ୟାର ସମାଧାନ ହେବ ବୋଲି ଖଣି କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେବାରୁ ଅପରାହ୍ନରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।


All Right Reserved By Dharitri.Com

ରୋଗୀଙ୍କ ଜୀବନ ସହ ଖେଳ: ଆମ୍ବୁଲାନ୍ସରେ ବର୍ଜ୍ୟବସ୍ତୁ ବୁହା

ତାଳଚେର,୮ା୮(ନି.ପ୍ର.)  ରୋଗୀଙ୍କ ଜୀବନ ରକ୍ଷାରେ ଆମ୍ବୁଲାନ୍ସର ଭୂମିକା ଗୁରୁତ୍ୱପୂର୍ଣ୍ଣ। ହେଲେ ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ (ଟିଟିପିଏସ୍‌) ହସ୍ପିଟାଲ କର୍ତ୍ତୃପକ୍ଷ ଆମ୍ବୁଲାନ୍ସରେ ବର୍ଜ୍ୟବସ୍ତୁ ପରିବହନ କରୁଛନ୍ତି।...

ଦୁର୍ଘଟଣାଗ୍ରସ୍ତଙ୍କୁ କଟକ ନେବାକୁ ମିଳିଲାନି ୧୦୮ ଆମ୍ବୁଲାନ୍ସ: ଜିଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

ଅନୁଗୋଳ ଅଫିସ, ୨୯।୮:  ଅନୁଗୋଳ ଥାନା କୁମଣ୍ଡ ଭଣ୍ଡୁବର ଠାରେ ବୁଧବାର ଏକ ଦୁର୍ଘଟଣାରେ ଗୁରୁତର ହୋଇଥିବା ୨ ଯୁବକଙ୍କୁ କଟକ ପଠାଯିବା ପାଇଁ ୧୦୮ ଆମ୍ବୁଲାନ୍ସ...

ରାଜପଥ, ପାରିପାର୍ଶ୍ୱିକ ରାସ୍ତା ହେଲାଣି ମରଣଯନ୍ତା: ଏନ୍‌ଏଚ୍‌ଏଆଇ, ନାଲ୍‌କୋ ଉପରେ ବର୍ଷିଲେ ଏମ୍‌ପି

ଅନୁଗୋଳ ଅଫିସ, ୧୭।୮ – ଅନୁଗୋଳ ଓ ଢେଙ୍କାନାଳ ଜିଲା ମଧ୍ୟ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଅନେକ ସ୍ଥାନରେ ବିପଦଶଙ୍କୁଳ ଅବସ୍ଥାରେ...

ଜିଲାରେ ସ୍ବାସ୍ଥ୍ୟସେବା ଅନୁଧ୍ୟାନ କଲେ ୫ ଜଣିଆ ଟିମ୍‌

ଅନୁଗୋଳ ଅଫିସ, ୨୩।୮-ଜାତୀୟ ସ୍ବାସ୍ଥ୍ୟ ମିଶନର ଏକ ୫ ଜଣିଆ ଟିମ୍‌ ଗୁରୁବାର ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ସହ ଜିଲାର ଅନ୍ୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର...

ଜିଲାପାଳ-ଓକିଲ ସଂଘ ବିବାଦ ସମାଧାନ

ଢେଙ୍କାନାଳ ଅଫିସ,୨୨ା୯ – ଢେଙ୍କାନାଳ ଜିଲାପାଳ ଓ ଓକିଲ ସଂଘ ମଧ୍ୟରେ ଶୁକ୍ରବାର ଦେଖାଦେଇଥିବା ବିବାଦର ସମାଧାନ ହୋଇଛି। ଶନିବାର ମଧ୍ୟାହ୍ନରେ ଉଭୟ ପକ୍ଷ ମଧ୍ୟରେ...

ସମସ୍ୟା ଘେରରେ ପିବିକେ ଉଚ୍ଚ ବିଦ୍ୟାଳୟ: ୬୪୪ ଛାତ୍ରୀଛାତ୍ରଙ୍କୁ ୮ ଶ୍ରେଣୀଗୃହ

ବଅଁରପାଳ,୯।୮ (ଡିି.ଏନ୍‌.ଏ.)-ବଅଁରପାଳ ବ୍ଲକ ଅଫିସ ନିକଟରେ ଥିବା ପିବିକେ ଉଚ୍ଚ ବିଦ୍ୟାଳୟ ବିଭିନ୍ନ ସମସ୍ୟାରେ ଗତି କରୁଛି। ଛାତ୍ରୀଛାତ୍ରଙ୍କ ତୁଳନାରେ ଶିକ୍ଷକ ନ ଥିବା ବେଳେ...

କୋଇଲା ଉତ୍ତୋଳନ ପରେ ହେଉନି ବାଲି ଫିଲିଂ

ତାଳଚେର,୨୦ା୮(ନି.ପ୍ର.)ତାଳଚେରସ୍ଥିତ ଏମ୍‌ସିଏଲର ଥିବା କୋଇଲା ଖଣିଗୁଡିକରୁ କୋଇଲା ଉତ୍ତୋଳନ ପରେ ସେଠାରେ ଠିକ୍‌ ପରିମାଣର ବାଲି ଫିଲିଂ କରାଯାଉ ନାହିଁ। ଏ ନେଇ ତାଳଚେର ଭୂଗର୍ଭ...

ଜିଲା ମୁଖ୍ୟ ଚିକିତ୍ସାଳୟ, ଆରଟିଓରେ ଚଢ଼ାଉ:୭ ଜଣଙ୍କୁ ଗିରଫ କଲା ପୋଲିିସ

ଅନୁଗୋଳ ଅଫିସ, ୨୮।୯ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ଆରଟିଓ କାର୍ଯ୍ୟାଳୟରେ ଦଲାଲି ଅଭିଯୋଗରେ ଶୁକ୍ରବାର ୭ ଜଣଙ୍କୁ ଅନୁଗୋଳ ପୋଲିସ ଗିରଫ କରିଛି।...

Leave a comment

Your email address will not be published. Required fields are marked *