Posted inଖେଳ

ସୌରଭଙ୍କୁ ଭେଟିଲେ ପଙ୍କଜ, ସଞ୍ଜୟ

କଟକ ଅଫିସ,୨୪ା୧୦- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ନୂଆ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ସଭାପତି ପଙ୍କଜଲୋଚନ ମହାନ୍ତି ଓ ସମ୍ପାଦକ ସଞ୍ଜୟ ବେହେରା ବୁଧବାର ସୌଜନ୍ୟମୂଳକ ଭାବେ ସାକ୍ଷାତ କରିଛନ୍ତି। ସୌରଭଙ୍କୁ ଶୁଭେଚ୍ଛା ଜଣାଇବା ସହ ଦୁହେଁ ଏହି ଅବସରରେ ଓସିଏର ବିଭିନ୍ନ ସମସ୍ୟା ସମ୍ପର୍କରେ ସମ୍ୟକ ଆଲୋଚନା କରିଥିବା ଜଣାଯାଇଛି । ନଭେମ୍ବରରେ ହେବାକୁ ଥିବା ବିସିସିଆଇର ପରବର୍ତ୍ତୀ ସାଧାରଣ ପରିଷଦ ବୈଠକରେ ଏ ଦିଗରେ ବିଶେଷ ଭାବେ ଆଲୋଚନା କରାଯିବ ବୋଲି କୁହାଯାଇଛି । ଓସିଏ କାର୍ଯ୍ୟକାରୀ କମିଟିର ପୂର୍ବତନ ଅଧ୍ୟକ୍ଷ ଧୀରେନ ପଲାଇଙ୍କ ସମେତ ଅନ୍ୟ ପଦାଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।


All Right Reserved By Dharitri.Com

Posted inଖେଳ View All

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ରୁଷିଆ ୧୨, ଉଜ୍‌ବେକିସ୍ତାନ ୧କଳିଙ୍ଗରେ ଗୋଲ ରେକର୍ଡ

ଭୁବନେଶ୍ୱର, ୮।୬(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ଗୋଲ ବର୍ଷା ଜାରି ରହିଛି। ଗୁରୁବାର ଭାରତ ୧୦-୦ ଗୋଲରେ...

ଦିଲ୍ଲୀ ଡାଇନାମସ୍‌ର ଘରାମି ସସ୍‌ପେଣ୍ଡ

ନୂଆଦିଲ୍ଲୀ, ୨୭ା୪ (ପି.ଟି.)-ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବାରୁ ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା) ଦିଲ୍ଲୀ ଡାଇନାମସ ଖେଳାଳି ରାଣା ଘରାମିଙ୍କୁ ସାମୟିକ ସସ୍‌ପେଣ୍ଡ କରିଛି। ଇଣ୍ଡିଆନ...

ତୁର୍କୀ ବିଶ୍ୱକପ୍‌ ହିରୋ ରେକବର କରୋନାରେ ସଂକ୍ରମିତ

ଆଙ୍କାରା,୨୯ା୩ (ଏଏଫ୍‌ପି-ବାର୍ସିଲୋନାର ପୂର୍ବତନ ଗୋଲକିପର ତଥା ତୁର୍କୀ ଜାତୀୟ ଦଳର ପୂର୍ବତନ ଖେଳାଳି ରଷ୍ଟୁ ରେକବର କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ...

ବ୍ୟାଡ୍‌ମିଣ୍ଟନ ଏସିଆନ ଟିମ୍‌ ଚାମ୍ପିୟନଶିପ୍‌: ମାଲେସିଆଠାରୁ ହାରିଲା ଭାରତ

ମାନିଲା (ଫିଲିପାଇନ୍ସ), ୧୩ା୨ (ପି.ଟି.)- ବ୍ୟାଡ୍‌ମିଣ୍ଟନ ଏସିଆନ ଟିମ୍‌ ଚାମ୍ପିୟନଶିପ୍‌ ଗ୍ରୁପ୍‌ ‘ବି’ରେ ଭାରତୀୟ ପୁରୁଷ ଦଳ ଏହାର ଦ୍ୱିତୀୟ ମୁକାବିଲାରେ ମାଲେସିଆଠାରୁ ୧-୪ ହାରିଯାଇଛି।...

ପ୍ରୋ ଲିଗ୍‌ ପାଇଁ ଜର୍ମାନୀ, ଇଂଲଣ୍ଡ ଟୁର୍‌: ଭାରତୀୟ ହକି କ୍ୟାମ୍ପରେ ୪ ଓଡ଼ିଆ

ନୂଆଦିଲ୍ଲୀ, ୩।୩- ବେଙ୍ଗାଲୁରୁସ୍ଥିତ ସ୍ପୋଟର୍‌ସ ଅଥରିଟି ଅଫ ଇଣ୍ଡିଆ (ସାଇ) ପରିସରରେ ଭାରତୀୟ ପୁରୁଷ ହକି ଦଳର କୋଚିଂ କ୍ୟାମ୍ପ ସୋମବାରଠାରୁ ଆରମ୍ଭ ହୋଇଛି। ଏହି...

ଅନ୍‌ଲାଇନରେ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌କୁ ମିଳିଛି ସର୍ବାଧିକ ଭ୍ୟୁୟର୍ସ

ଦୁବାଇ,୧୬।୯(ପିଟି): ଚଳିତବର୍ଷ ଅନୁଷ୍ଠିତ ପୁରୁଷ ଦିନିକିଆ ବିଶ୍ୱକପ୍‌ରେ ଇଂଲଣ୍ଡ ପ୍ରଥମ ଥର ପାଇଁ ଚାମ୍ପିୟନ ହୋଇଥିଲା। ଆଇସିସି ଟୁର୍ନାମେଣ୍ଟ ମଧ୍ୟରୁ ୨୦୧୯ ବିଶ୍ୱକପ୍‌ର ସିଧାପ୍ରସାରଣ ସମଗ୍ର...

ମାର୍ଚ୍ଚ ୨୯ରୁ ଆଇପିଏଲ୍‌: ଅଭ୍ୟାସ ଆରମ୍ଭ କଲେ ଧୋନୀ, ସ୍ବାଗତ କଲେ ରାଇନା

ବେଙ୍ଗାଲୁରୁ, ୩।୩- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ତ୍ରୟୋଦଶ ସଂସ୍କରଣ ମାର୍ଚ୍ଚ ୨୯ରୁ ଆରମ୍ଭ ହେବ। ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ...

ତୁର୍କୀ ବକ୍ସର କରୋନାରେ ସଂକ୍ରମିତ

ଓ୍ବାଶିଂଟନ୍‌, ୨୬ା୩ (ଏପି)-ତୁର୍କୀର ଜଣେ ବକ୍ସର ସରହାତ୍‌ ଗୁଲର ଏବଂ ତାଙ୍କ ଟ୍ରେନର ସୈଫୁଲ୍ଲା ଡମ୍‌ଲୁପିନାର କରୋନା ଭାଇରସ ଦ୍ୱାରା ସଂକ୍ରମିତ ଥିବା ଜଣାପଡ଼ିଛି। ଲଣ୍ଡନରେ...

Leave a comment

Your email address will not be published. Required fields are marked *