ହଂସପାଳ ଛକରେ ଦୁର୍ଘଟଣା: ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ସାଇକେଲ ଆରୋହୀ ମୃତ

ବାଲିଅନ୍ତା, ୨୫ା୫(ଡି.ଏନ୍‌.ଏ.): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ହଂସପାଳ ଛକରେ ଶନିବାର ଭୋର ସମୟରେ ଏକ ଦୁର୍ଘଟଣା ଘଟିଛି। ସୋୟାବିନ୍‌ ବଡ଼ି ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌(ନଂ.ଓଡି୦୭ଡି୬୬୮୨) ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସ୍ଥାନୀୟ ହଂସପାଳ ଗ୍ରାମର ସୌରୀବନ୍ଧୁ ମହାନ୍ତି(୫୫)।
ସୌରୀବନ୍ଧୁ ମଞ୍ଚେଶ୍ୱରସ୍ଥିତ କୁଆଖାଇ ଜଳଯୋଗାଣ କେନ୍ଦ୍ରର ଜଣେ କର୍ମଚାରୀ ଥିଲେ। କାର୍ଯ୍ୟାଳୟକୁ ଯିବା ପାଇଁ ସେ ରାସ୍ତା ପାର ହେଉଥିବା ବେଳେ ପିକ୍‌ଅପ୍‌ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ସମ୍ମୁଖରୁ ଆସୁଥିବା ଏକ ଟ୍ରକ୍‌କୁ ମଧ୍ୟ ଧକ୍କା ଦେଇ ପିକ୍‌ଅପ୍‌ ଭ୍ୟାନ୍‌ ଏକ ପରିବା ଦୋକାନ ଉପରେ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ସୌରୀବନ୍ଧୁଙ୍କ ମୃତ୍ୟୁ ଘଟିଛି। ଏ ନେଇ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକୋ ପାଇଁ ଉଦ୍ୟମ କରୁଥିବା ବେଳେ ମଞ୍ଚେଶ୍ୱର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ସହ ତଦନ୍ତ ଚଳାଇଛି।


All Right Reserved By

ବ୍ୟାଙ୍କରୁ ଚୋରି ଉଦ୍ୟମ: ଜଣେ ଅଟକ: ଗ୍ରୀଲ୍‌ ତାଡ଼ିଲେ, ତାଲା ଭାଙ୍ଗି ପଶିଲେ

କଟକ ଅଫିସ, ୨୯ା୬: ମଙ୍ଗଳାବାଗ ଥାନା ଠାରୁ ମାତ୍ର ୫୦୦ ମିଟର ଦୁର ଗୋପାଳସାହି ଅଞ୍ଚଳରେ ଥିବା ଭାରତୀୟ ଷ୍ଟେଟ୍‌ବ୍ୟାଙ୍କରୁ ଚୋରି ଉଦ୍ୟମ ହୋଇଥିବା ଶୁକ୍ରବାର...

ମଙ୍ଗଳବାରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ରାସଲୀଳା

ପୁରୀ ଅଫିସ, ୮ା୭: ନବଦିନାତ୍ମକ ଯାତ୍ରାରେ ଆସି ଚତୁର୍ଦ୍ଧାବିଗ୍ରହ ଆଡପ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଗହଳି ଲାଗୁଛି ଶରଧାବାଲିରେ। ତେବେ ମଙ୍ଗଳବାରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ...

କମିଶନରେଟ ପୋଲିସ ସହ ବସ୍‌ ମାଲିକଙ୍କ ବୈଠକ: ଓଭରବ୍ରିଜ ଉପରେ ହିଁ ଯିବ ଦୂରଗାମୀ ବସ୍‌

ଭୁବନେଶ୍ୱର,୨୮।୯(ବ୍ୟୁରୋ): ରାଜଧାନୀରେ ଟ୍ରାଫିକ ସମସ୍ୟା ଦୂର କରିବାକୁ ଦୂରଗାମୀ ବସ୍‌କୁ ଓଭରବ୍ରିଜ୍‌ ତଳେ ନ ଯିବାକୁ ପୋଲିସ କମିଶନର ନିର୍ଦ୍ଦେଶ ରହିଥିଲା। ଯେଉଁମାନେ ନିୟମ ଭାଙ୍ଗି...

୨୫ରେ ବିଧାନସଭା ମୌସୁମୀ ଅଧିବେଶନ: ଆଜି ବିଜେଡି ବିଧାୟକ ଦଳ ବୈଠକ, ଭାଜପା ବାଛିବ ବିରୋଧୀ ଦଳ ନେତା

ଭୁବନେଶ୍ୱର, ୨୩ା୬(ବ୍ୟୁରୋ): ଚଳିତ ମାସ ୨୫ ତାରିଖରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ବିଜେଡି ରାଜ୍ୟରେ ୫ମ ଥର ପାଇଁ ସରକାର କରିଛି। ୫ମ...

ସୁଶୀଲ ଲୋହାନି ପରବର୍ତ୍ତୀ ସିଇଓ

ଭୁବନେଶ୍ୱର,୨୭ା୯(ବ୍ୟୁରୋ) : ବରିଷ୍ଠ ଆଇଏଏସ୍‌ ଅଧିକାରୀ ସୁଶୀଲ କୁମାର ଲୋହାନି ରାଜ୍ୟର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଭାବେ ଦାୟିତ୍ୱ ତୁଲାଇବେ। ସାଧାରଣ ନିର୍ବାଚନ ପରେ...

ଆରମ୍ଭ ହେଲା ସିଲ୍କ ଇଣ୍ଡିଆ ଏକ୍ସପୋ

ଭୁବନେଶ୍ୱର,୧୦ା୮:ହସ୍ତଶିଳ୍ପୀ ଆର୍ଟିଜାନ୍ସ ଏବଂ ଓ୍ବେଭର୍ସ ଓ୍ବେଲଫେୟାର ଆସୋସିଏଶନ ପକ୍ଷ ରୁ ସ୍ଥାନୀୟ ହୋଟେଲ ନ୍ୟୁ ମ୍ୟାରିୟନଠାରେ ସିଲ୍କ ଇଣ୍ଡିଆ ଏକ୍ସପୋ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମକୁ ଏକ୍ସପୋର...

ପ୍ରଦର୍ଶନୀ ପଡିଆରେ ଜାତୀୟ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୫।୮(ବ୍ୟୁରୋ): ପ୍ରଦର୍ଶନୀ ପଡିଆରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ...

ଦିନ କେଇଟାରେ ଉଭେଇଗଲା ସ୍ମାର୍ଟସିଟିର ସୌନ୍ଦର୍ଯ୍ୟ: ମାଟି କାମୁଡ଼ିଛି କଳାକୃତି

ଭୁବନେଶ୍ୱର,୨୯ା୭(ବ୍ୟୁରୋ): ସ୍ମାର୍ଟସିଟି ମାନ୍ୟତା ପାଇବା ପାଇଁ ସମସ୍ତେ ଅଣ୍ଟା ଭିଡି ଦେଇଥିଲେ। ନୂଆ ଉତ୍ସାହ ଓ ସମ୍ଭାବନାକୁ ନେଇ ଭୁବନେଶ୍ୱରର ରୂପ ବଦଳାଇଦେଇଥିଲେ। ବିଶେଷକରି ସୌନ୍ଦର୍ଯ୍ୟକରଣ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *