ବିଚିତ୍ର ଆଖି

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ
ଭାବନ୍ତୁ ତ, ଯଦି ଆପଣଙ୍କ ନାକ ମୁଣ୍ଡ ଉପରେ ରହିବ, ପାକସ୍ଥଳୀ ଉପରେ ରହିବ, ଆଖି ଓ ମୁହଁ ରହିବ ପାଦ ଉପରେ ତେବେ ଆପଣଙ୍କ ଆକାର କେମିତି ହେବ! କିନ୍ତୁ ମୁଁ ନିଶ୍ଚିତ, ଏମିତିକା ଜୀବ କେଉଁଠି ନା କେଉଁଠି ଅଛନ୍ତି। କାରଣ, ବିଚିତ୍ର ଜୀବ ସୃଷ୍ଟି କରିବାରେ ପ୍ରକୃତି କୌଣସି ସଂଯୋଗକୁ ହାତଛଡ଼ା କରିନି। ସ୍କଟ୍‌ଲାଣ୍ଡରେ ଏବେ ୪ ମିଲିମିଟରର ଆମ୍ଫାରେଟ୍‌ ଓକୁଲିସିରାଟା ନାମକ ଏକ ସାମୁଦ୍ରିକ କୃମି ଆବିଷ୍କୃତ ହୋଇଛି। ମୁହଁ ପାଖରେ ନିଶ ରହିଥିବା ଏହି କୃମିର ଅତିଛୋଟ ଓ ଉଜ୍ଜ୍ୱଳ ଆଖି ଏହାର ପୃଷ୍ଠଭାଗରେ ବାହାରକୁ ବାହାରିଛି। ଏମିତି ଜୀବମାନଙ୍କର ସବୁଠୁ ଜଟିଳ ଓ ବିସ୍ମୟକର ଆଖି ରହିଛି। ଛଅ ଆଖିଆ ବୁଢିଆଣୀଠାରୁ ଆରମ୍ଭ କରି ଝିଟିପିଟି ମଣିଷଠାରୁ ୩୫୦ ଗୁଣ ଭଲ ଦେଖିପାରନ୍ତି। ମଣିଷ ଦେଖିପାରୁ ନ ଥିବା ତରଙ୍ଗ ଓ ଅତିବାଇଗଣୀ ରଶ୍ମିକୁ ଦେଖିପାରୁଛନ୍ତି କିଛି ଜୀବ। ହିଂସ୍ର ଜନ୍ତୁଙ୍କୁ ଭୟଭୀତ କରିବା ପାଇଁ କେତେକ ଜୀବ ସେମାନଙ୍କ ଆଖିକୁ ମଧ୍ୟ ବ୍ୟବହାର କରନ୍ତି। ପ୍ରଜାପତି ଭଳି ଜୀବ ତା’ଠାରୁ ବଡ଼ ଜୀବଙ୍କ ଆଖିର ଅବିକଳ ନକଲ ତା’ ଶରୀର ଉପରେ ଉତାରିପାରେ। ଏହି ଭଳି ବହୁ ବିସ୍ମୟକର ଆଖି ଆମ ପୃଥିବୀରେ ରହିଛି।
* ଗିଟାରଫିଶ୍‌ର ଆଖିପତା ନାହିଁ। କିନ୍ତୁ ସେମାନଙ୍କ ଆଖିର ମାଂସପେଶୀ ରହିଛି ଯାହା ଆଖିକୁୁ ମୁଣ୍ଡ ଭିତରକୁ ୧.୬ ଇଞ୍ଚ ନେଇଯାଏ। ସମୁଦ୍ର ତଳେ ଶିକାର କରିବାରେ ଓ ତା’ ଆଖିକୁ ବାଲିରୁ ରକ୍ଷା କରିବା ପାଇଁ ଏହା ତା’ କାମରେ ଆସିଥାଏ।
* କାମେଲିୟନ (ବହୁରୂପୀ ଏଣ୍ଡୁଅ)ର କୋନ୍‌ ଆକାରର ଆଖି ମୁଣ୍ଡରୁ ବାହାରକୁ ବାହାରି ରହେ। ଆଖିର ଚାରିପାଖରେ ଥିବା ଗୋଲାକାର ଆଖିପତା ମଧ୍ୟରେ କେବଳ ପିନ୍‌ହୋଲ ଆକାରର ଛିଦ୍ର ମାଧ୍ୟମରେ ତାହା ଦେଖିପାରେ। ଆଖି ସ୍ବାଧୀନ ଭାବେ ଗତିକରେ ଓ ୩୬୦ ଡିଗ୍ରୀରେ ବୁଲିପାରେ। ଏହାଦ୍ୱାରା ଏହି ଜୀବ ଏକ ସାଙ୍ଗରେ ବିଭିନ୍ନ ଦିଗରୁ ସବୁ ଜିନିଷକୁ ଦେଖିବା ସହ ପରିବେଶକୁ ମଧ୍ୟ ସ୍କାନ୍‌ କରିପାରେ। ଯେତେବେଳେ ବହୁରୂପୀ କୌଣସି କୀଟକୁ ଦେଖେ ସେତେବେଳେ ତା’ ଦୁଇ ଆଖିକୁ ଏକା ଦିଗରେ କେନ୍ଦ୍ରିତ କରି ଜିଭ କୀଟ ଆଡ଼କୁ ନେଇ ଶିକାର କରିଥାଏ। ବହୁରୂପୀ ତା’ର ତୀକ୍ଷ୍‌ଣ ଦୃଷ୍ଟିଶକ୍ତି ବଳରେ ଅତିବାଇଗଣୀ ରଶ୍ମିକୁ ମଧ୍ୟ ଦେଖିପାରେ।
* ପୃଥିବୀରେ ସବୁଠାରୁ ବଡ଼ ଆଖି କୋଲୋସଲ ସ୍କ୍ବିଡ୍‌ର। ଏକ ଫୁଟବଲ ଭଳି ଦେଖିବାକୁ ୧୧ ଇଞ୍ଚ ଆଖିର ଲେନ୍ସ ଏକ କମଳାଲେମ୍ବୁ ଆକାରର। ପ୍ରତି ଆଖିର ଫଟୋଫୋରସ (ଏକ ପ୍ରକାର ଲାଇଟ୍‌ ଅର୍ଗାନ ଯାହା ହେଡ୍‌ଲାଇଟ ଭଳି କାମ କରେ) ରହିଛି ଯେଉଁଥିରୁ ଆଲୋକ ବିଚ୍ଛୁରିତ ହୋଇଥାଏ। ଏହାଦ୍ୱାରା ସେ ଅନ୍ଧାରରେ ସହଜରେ ଦେଖିପାରେ। ଏହି ଜୀବ ସମୁଦ୍ରର ୨୦୦୦ ମିଟର ତଳେ ଶିକାର କଲାବେଳେ ଏହିି ଆଲେକ ସ୍କ୍ବିଡ୍‌କୁ ସାହାଯ୍ୟ କରିଥାଏ।
* ଡ୍ରାଗନ୍‌ଫ୍ଲାଏ ବା କଂକିର ଆଖି ହଜାର ହଜାର କ୍ଷୁଦ୍ର ହେକ୍ସାଗୋନାଲ (ଷଟ୍‌କୋଣୀୟ) ଆଖିର ସମାହାର। ଏହାଦ୍ୱାରା ସେମାନେ ୩୬୦ ଡିଗ୍ରୀରୁ ସବୁ ଦେଖିପାରନ୍ତି। ଆଖିମୁଣ୍ଡର ଅନେକ ଅଂଶକୁ ଆବୃତ୍ତ କରିଥାଏ। ଏହା ୩୦,୦୦୦ ଭିଜୁଆଲ ୟୁନିଟ୍‌ (ଓମାଟିଡିଆ)କୁ ନେଇ ଗଠିତ। ପ୍ରତିଟିରେ ଏକ ଲେନ୍ସ ଓ ଅନେକ ଆଲୋକ ସମ୍ବେଦନଶୀଳ କୋଷ ରହିଛି। ସେମାନେ ଅତିବାଇଗଣୀ ଓ କେନ୍ଦ୍ରୀକୃତ ଆଲୋକକୁ ମଧ୍ୟ ଦେଖିପାରନ୍ତି। ଏମାନଙ୍କର ଆଉ ତିନୋଟି ଛୋଟ ଆଖି ରହିଛି ଯାହାକୁ କୁହାଯାଏ ଓସେଲ୍‌। ଏହା ମାଧ୍ୟମରେ ଗତିବିଧିକୁ ଠଉରାଇ ଗୋଟେ ସେକେଣ୍ଡ ଭିତରେ ପ୍ରତିକ୍ରିୟା ପ୍ରକାଶ କରିପାରେ।
* ଦି ଲିଫ୍‌ ଟେଲ୍‌ଡ ଗେକୋ (ପତ୍ରାକୃତି ଲାଞ୍ଜବିଶିଷ୍ଟ ଝିଟିପିଟି)ର ଭର୍ଟିକାଲ ଆଖିର ଆଖିପତା ନାହିଁ। ଏହାର ଭର୍ଟିକାଲ ଡୋଳାରେ ରହିଥିବା ଅନେକ ଛୋଟ ଛିଦ୍ର ରାତିରେ ସମ୍ପ୍ରସାରିତ ହୋଇଥାଏ। ଏହାଦ୍ୱାରା ଏହି ଜୀବ ରାତିରେ ଦେଖିପାରେ। ଏହା ମଣିଷଠାରୁ ୩୫୦ ଗୁଣ ଭଲ ଦେଖିପାରେ। ଆଖି ଉପରେ ଥିବା ଏକ ପ୍ରକାର ସୂକ୍ଷ୍ମ ଝିଲ୍ଲି ଆଖିତ୍କୁ ସୁରକ୍ଷା ଦିଏ। ଆଖି ଉପରେ ଏହା ଘୋଡାଇ ହୋଇ ରହିଲେ ବି ତା’ ମାଧ୍ୟମରେ ଦେଖିପାରେ। ଦରକାର ପଡିଲେ ଝିଟିପିଟି ତାହାକୁ ଜିଭ ଦ୍ୱାରା ସଫା କରିଦିଏ।
* ମଣିଷ ୧୬୦ରୁ ୨୧୦ ଡିଗ୍ରୀ କୋଣରୁ ଦେଖିବାକୁ ସକ୍ଷମ ହେଉଥିବାବେଳେ ଛେଳି ତା’ ଆୟତାକାର ଡୋଳା ମାଧ୍ୟମରେ ୩୨୦ରୁ ୩୪୦ ଡିଗ୍ରୀରେ ଥିବା ଜିନିଷକୁ ଦେଖିପାରେ। ଗୋଟିଏ ଜାଗାରେ ରହି ଚାରିଆଡ଼କୁ ଦେଖିପାରେ। ଛେଳି ରାତିରେ ବି ଭଲ ଭାବେ ଦେଖିପାରେ।
* ୬ ଆଖିଆ ଓଗର୍‌-ଫେସ୍‌ଡ ସ୍ପାଇଡର୍‌ ଏକ ପ୍ରକାର ବୁଢିଆଣୀ ଯାହା ରାତିରେ ଚଳପ୍ରଚଳ ହୋଇ ଭଲ ଭାବେ ଦେଖିପାରେ। ଆମଠାରୁ ୧୦୦ ଗୁଣ ଭଲ ଦେଖିବାରେ ଏହି ଜୀବ ସକ୍ଷମ। ତା’ ଆଖିକୁ ଲାଇଟ୍‌ ସେନ୍‌ସିଟିଭ ସେଲ୍‌ ଆବୃତ୍ତ କରି ରଖିଥିବାରୁ ଏହା ସମ୍ଭବ ହେଉଛି। ଆଖିର ଝିଲ୍ଲି ବା ପରଦା ଏତେ ସୂକ୍ଷ୍ମ ଯେ ଏହା ସକାଳୁ ନଷ୍ଟ ହୋଇଯାଏ ଓ ପୁଣି ରାତିରେ ତାହା ସୃଷ୍ଟି ହୋଇଯାଏ।
* ପୃଥିତ୍ବୀର ସବୁଠାରୁ ଜଟିଳ ଆଖି ରହିଥିବା ମଣ୍ଟିସ୍‌ ସ୍ରିମ୍ପ୍‌ (ଏକ ପ୍ରକାର ଚିଙ୍ଗୁଡି) ଏହାର ଶତ୍ରୁମାନଙ୍କ ପ୍ରତି ଭାରି ପ୍ରତିଶୋଧପରାୟଣ। ମଣିଷ ଆଖିରେ ତିନୋଟି କଲର୍‌ ରିସେପ୍ଟର ରହିଥିବା ବେଳେ ଏମାନଙ୍କର ଦୁଇଟି ଗୁଗ୍‌ଲି ଆଖିରେ ରହିଛି ୧୨ଟି କଲର୍‌ ରିସେପ୍ଟର। ଏହା ଅତିବାଇଗଣୀ ଓ ଧ୍ରୁବୀକୃତ ଆଲୋକକୁ ଦେଖିତ୍ପାରେ। ଏହାର ଟ୍ରାଙ୍ଗୁଲାର ଭିଜନ ମଧ୍ୟ ରହିଛି। ତିନୋଟି ଅଂଶରେ ବିଭକ୍ତ ଆଖିର ପ୍ରତିଟି ଅଂଶରେ ତାହା ଭଲଭାବେ ଦେଖିପାରେ। ଯଦି କୌଣସି କାରଣରୁ ଗୋଟିଏ ଅଂଶ ନଷ୍ଟ ହୋଇଯାଏ ତେବେ ଅନ୍ୟ ଆଖି ପାଣିର ଗଭୀରତା ତଥା ଦୂରତାରେ ଥିବା ଜିନିଷକୁ ଦେଖିବାରେ ସକ୍ଷମ ହୋଇଥାଏ। ଏହାର ପ୍ରତିଟି ଆଖିରେ ୧୦,୦୦୦ ଓମାଟିଡିଆ ଧାଡି ଧାଡି ହୋଇ ରହିଛି। ପ୍ରତ୍ୟେକ ଧାଡିର କାର୍ଯ୍ୟ ବି ଭିନ୍ନ। ଏହା ୭୦ ଡିଗ୍ରୀରେ ଘୂରିପାରେ। ଆଶ୍ଚର୍ଯ୍ୟର କଥା ହେଉଛି କୌଣସି ଜିନିଷ ଦେଖିବା ପରେ ତା’ ସମ୍ପନ୍ଧୀୟ ତଥ୍ୟର ପ୍ରୋସେସିଂ ଆଖିରେ ହିଁ ହୁଏ, ମସ୍ତିଷ୍କରେ ନୁହେଁ।
* ସ୍ପୁକ୍‌ଫିଶ୍‌ ଏକ ପ୍ରକାର ମାଛ ଯାହାର ୪ଟି ଆଖି। ପୃଥିବୀର ଅଧିକାଂଶ ଜୀବ ଦେଖିବା ପାଇଁ ଆଖିର ଲେନ୍ସ ଉପଯୋଗ କରୁଥିବାବେଳେ ସ୍ପୁକ୍‌ଫିଶ୍‌ କିନ୍ତୁ ପୂରା ଭିନ୍ନ। ପ୍ରତିଟି ଆଖିରେ ସ୍ବେଲିଂ ବା ଫୁଲିବା ଭଳି ଅଂଶ ରହିଛି ଯାହାକୁ କୁହାଯାଏ ଡାଇଭର୍ର୍ଟିିକୁଲମ୍‌। ଏହା ମୁଖ୍ୟ ଆଖିରୁ ଏକ ଝିଲ୍ଲିି ଦ୍ୱାରା ପୃଥକ୍‌ ହୋଇଥାଏ। କିନ୍ତୁ ଆଖିର ମୁଖ୍ୟ ଅଂଶରେ ଲେନ୍ସ ରହିଥାଏ। ଡାଇଭର୍ର୍ଟିିକୁଲମ୍‌ର ସ୍ତର ସ୍ତର ହୋଇ ଗଠିତ ହୋଇଥିବା ଗ୍ବାନିନ୍‌ କ୍ରିଷ୍ଟାଲ୍‌ର ଏକ ବକ୍ର ମିରର୍‌ ରହିଛି। ଏହି ମିରର୍‌ରେ ଆଲୋକ ପ୍ରତିଫଳନ ହୋଇ ରେଟିନାରେ କେନ୍ଦ୍ରିତ ହେବା ଦ୍ୱାରା ସ୍ପୁକ୍‌ଫିଶ୍‌ ଏକା ସାଙ୍ଗରେ ଊର୍ଦ୍ଧ୍ୱ ଓ ନିମ୍ନରୁ ସବୁ ଦେଖିପାରେ।
* ସି’ ଷ୍ଟାର୍‌ କିମ୍ବା ଷ୍ଟାର୍‌ ଫିଶ୍‌ର ପାଞ୍ଚଟି ଆଖି। ଏହା ଆଲୋକ ଓ ଅନ୍ଧାର ପ୍ରତି ସମ୍ବେନ୍ଦନଶୀଳ। ଏହି ଜୀବର ପ୍ରତ୍ୟେକ ଭୁଜର ଶେଷରେ ଗୋଟିଏ ଲେଖା ଆଖି ରହିଛି। ଏହାବାଦ୍‌ ଟ୍ରର୍ସିୟର (ଗୁଣ୍ଡୁଚିମୂଷା ଆକାରର ମାଙ୍କଡ଼)ର ତା’ ଶରୀର ଆକାରର ଆଖି ଦେଖିବାକୁ ମିଳେ। ସେମାନେ ଆଖିକୁ ଚାରିଦଗକୁ ବୁଲାଇ ପାରନ୍ତିିନି। ଆହାର ଖୋଜିବା ପାଇଁ ମୁଣ୍ଡକୁ ୧୮୦ ଡିଗ୍ରୀ ବୁଲାଇବାକୁ ପଡ଼େ। ଏମାନଙ୍କ ଆଖିତ୍ର ଓଜନ ମସ୍ତିଷ୍କଠାରୁ ବି ବେଶି। ଏହି ଜୀବ ରାତିରେ ଭଲଭାବେ ଦେଖିପାରେ। ଅତିବାଇଗଣୀ ଆଲୋକକୁ ବି ଏମାନେ ଦେଖିବାରେ ସକ୍ଷମ।
* ନଦୀ, ହ୍ରଦ କିମ୍ବା ପୋଖରୀର ମଧୁର ଜଳରେ ବି ଚାରି ଆଖିଆ ମାଛ ରହିଛନ୍ତି। ଏମାନେ କୀଟ ଶିକାର କରି ଖାଆନ୍ତି। ପାଣି ଉପରେ ବେଶି ସମୟ ପହଁରନ୍ତି। ଏହି ମାଛକୁ ଚାରି ଆଖିଆ ମାଛ କୁହାଯାଉଥିଲେ ବି ବାସ୍ତବରେ ଏହାର ଦୁଇଟି ଆଖି। ଏହି ଆଖିତ୍ ଦୁଇଟି ଏକ ତନ୍ତୁ ଦ୍ୱାରା ଦୁଇ ଭାଗରେ ବିଭକ୍ତ ହୋଇଛି। ପ୍ରତ୍ୟେକ ଭାଗରେ ଏକ ପଟଳ ରହିଛି। ଆଖିର ଉପର ଭାଗ ପାଣି ଉପରେ ଦେଖିପାରେ ଓ ଆଖିର ନିମ୍ନ ଭାଗ ପାଣିରେ ଦେଖିପାରେ। କିନ୍ତୁ ଦୁଇଟି ଆଖିର ଗୋଟିଏ ଲେନ୍ସ ରହିଛି।
* ଷ୍ଟକ୍‌ ଆଏଡ୍‌ ଫ୍ଲାଇଜ୍‌ ବା ଶୁଣ୍ଡଆଖିଆ ମାଛିର ମୁଣ୍ଡ ଦୁଇ ପାଖରେ ଥିବା ଲମ୍ବା ଷ୍ଟକ୍‌ ବା ଶୁଣ୍ଡରେ ଆଖିତ୍ ରହିଛି। ମାଈ ମାଛି ତୁଳନାରେ ଅଣ୍ଡିିରା ମାଛିର ଲମ୍ପା ଶୁଣ୍ଡଆଖି ଦେଖିବାକୁ ମିଳେ। ମେଟିଂ ସମୟରେ ଲମ୍ବା ଶୁଣ୍ଡଆଖିଆ ଅଣ୍ଡିରା ମାଛି ମାଈ ମାଛିର ପସନ୍ଦ। ବହୁ ସମୟରେ ମୁହଁାମୁହିଁ ହୋଇ ଏହି ଆଖିର ଲମ୍ବ ମାପକରନ୍ତି। ଯାହାର ଆଖିର ପୁତୁଳା ବଡ଼ ସେ ହିଁ ଜିତିଥାଏ। ଅଣ୍ଡିରା ମାଛି ତା’ର ଆଖିଥିବା ଶୁଣ୍ଡକୁ ବଢାଇବା ପାଇଁ ପାଟି ମାଧ୍ୟମରେ ବାୟୁ ଶୋଷି ତାହାକୁ ମୁଣ୍ଡରେ ଥିବା ସୂକ୍ଷ୍ମ ନଳୀ ମାଧ୍ୟମରେ ଆଖି ଭିତରକୁ ଛାଡନ୍ତି। ଏହାକୁ ସେମାନେ ମେଟିଂ ସମୟରେ ବେଶି କରିଥାନ୍ତି। ପରବର୍ତ୍ତୀ ପ୍ରବନ୍ଧରେ କାହିଁକି ଓ କିପରି ସେମାନଙ୍କର ଆଖି ବିକଶିତ ହୋଇଛି ସେ ସମ୍ବନ୍ଧରେ ଅନୁଧ୍ୟାନ କରି ପ୍ରକାଶ କରିବି।
Email: gandhim@nic.in


All Right Reserved By Dharitri.Com

ସାନବାବୁଙ୍କ ସଂରକ୍ଷଣ ନିୟମ

କମଳାକାନ୍ତ ଜେନା ସୁନ୍ଦରଗଡ଼ କଲେଜରେ ଅଧ୍ୟାପନା କରିବା ସମୟରେ ସାନବାବୁ ମତେ ପଚାରିଲେ, ”ଆପଣ ଶକ୍ତି ସଂରକ୍ଷଣ ନିୟମ ପଢ଼ାନ୍ତି ପରା?“ ମୁଁ କହିଲି, ”ହଁ,...

ଅଧାଗଢ଼ା ଡଙ୍ଗରିଆ

ଦ୍ୱିତୀ ଚନ୍ଦ୍ର ସାହୁ ବିରାଟକାୟ କାନ୍ଥ ଭଳି ଠିଆହୋଇଛି ନିୟମଗିରି ପାହାଡ଼। ତା’ରି ପାଦଦେଶରେ ଡଙ୍ଗରିଆ ଗାଁ ରାଇଲିମା। ବିନା ଦ୍ୱିଧାରେ ଗାଁରେ ପହଞ୍ଚତ୍ବା ଲାଗି...

ପ୍ରଣାମ ଜେଜେବାପା

ପ୍ରକାଶ ତ୍ରିପାଠୀ ‘ବେଟା, ଗ୍ରାଣ୍ଡ୍‌ପାଙ୍କୁ ହ୍ୟାଲୋ କହିଦିଅ।’ ମମିଙ୍କଠାରୁ ସ୍ନେହବୋଳା ଆଦେଶଟିଏ ପାଇ ଚାରିବର୍ଷର ଛୁଆଟି ତା’ର ଦରୋଟି କଥାରେ ‘ହ୍ୟାଲୋ ଗ୍ରାଣ୍ଡ୍‌ପା’ କୁହନ୍ତେ, ମୁଁ...

ଜଙ୍ଗଲ ନିଅଁା: କାରଣ ଓ ନିରାକରଣ

ଅଲେଖ ଚନ୍ଦ୍ର ସାମଲ ସର୍ବଭାରତୀୟ ସ୍ତରରେ ଜଙ୍ଗଲ ନିଅଁାରେ ଛତିଶଗଡ଼ର ସ୍ଥାନ ପ୍ରଥମ ହୋଇଥିବାବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା। ସର୍ବଭାରତୀୟ ଫରେଷ୍ଟ ଷ୍ଟାଟିଷ୍ଟିକ୍ସ ବ୍ୟୁରୋ...

ନିମିଷକେ ବଦଳୁଛି ଜ୍ଞାନର ପୃଥିବୀ

ଡ. ସୁବାସ ଚନ୍ଦ୍ର ପାତ୍ର ସମୟ ବ୍ୟବଧାନର ଗାଣିତିକତା ବୋଧହୁଏ ପାରିପାର୍ଶ୍ୱିକ ଅବସ୍ଥା ଉପରେ ନିର୍ଭର କରେ, ଯେଉଁଥିପାଇଁ ୫୦ ବର୍ଷର ବ୍ୟବଧାନ ୫/୧୦ବର୍ଷ ପରି...

ନୋବେଲ୍‌ ପଦାର୍ଥ ବିଜ୍ଞାନୀ

ଡ. ଗୌରୀଶଙ୍କର ସାହୁ ବ୍ରହ୍ମାଣ୍ଡ ସମ୍ବନ୍ଧୀୟ ଦୁଇଟି ଯୁଗାନ୍ତକାରୀ ଗବେଷଣାକୁ ଏ ବର୍ଷ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାରରେ ସମ୍ମାନିତ କରାଯିବାକୁ ସ୍ଥିର ହୋଇଛି।...

ଏଇ ଭାରତରେ

ଦେଶର ବିଭିନ୍ନ ସ୍ଥାନରେ ନବରାତ୍ର ପାଳନ କରାଯାଉଛି, ହେଲେ ଗୁଜରାଟର ସୁରତରେ ଏଥର ଏହା ଭିନ୍ନ ଢଙ୍ଗରେ ପାଳିତ ହୋଇଛି। ଏଠାରେ ଆୟୋଜିତ ଗରବା ନୃତ୍ୟରେ...

ଆଜିର ଅର୍ଥନୀତି/ ବର୍ତ୍ତମାନର ଆବଶ୍ୟକତା

ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀଭାବେ ତାଙ୍କର ପଞ୍ଚମ ପାଳି ଆରମ୍ଭ କରିବାକୁ ଯାଉଥିବା ବେଳେ ସରକାର ଏବେ ସାମନା କରୁଥିବା କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ...

Leave a comment

Your email address will not be published. Required fields are marked *