ବିପଦସଙ୍କୁଳ ଅବସ୍ଥାରେ ସୋନପୁର ରାଜପ୍ରାସାଦ

ସୋନପୁର,୨୩।୧୦(ନି.ପ୍ର.): ମହାନଦୀ କୂଳରେ ଥିବା ସୋନପୁର ରାଜପ୍ରାସାଦ ରକ୍ଷଣାବେକ୍ଷଣ ଅଭାବରୁ ଏବେ ବିପଦସଙ୍କୁଳ ଅବସ୍ଥାରେ ଅଛି। ପ୍ରତିଦିନ ରାଜପ୍ରାସାଦରୁ ଇଟା ଓ କଂକ୍ରିଟ୍‌ ଖଣ୍ଡ ଖସୁଛି। ସରକାର ଏହି ଐତିହାସିକ କୀର୍ତ୍ତିରାଜିକୁ ଧ୍ୱଂସ ମୂହଁରୁ ରକ୍ଷା କରିବା ପାଇଁ କୌଣସି ଉଦ୍ୟମ କଲେନି। କେତେବେଳେ ଯେ ଏହା ଭୁଶୁଡି ପଡିବ ଓ ମୂଲ୍ୟବାନ ଜୀବନ ହାନି ଘଟିବ କହିହେବ ନାହିଁ । ସହରର ଗଡଭିତରବାସୀ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ମଙ୍ଗଳବାର ରାଜପ୍ରାସାଦର ମୁଖଶାଳାରୁ ଏକ ବିରାଟ ଅଂଶ ଭାଙ୍ଗି ତଳେ ପଡିଥିଲା। ସୌଭାଗ୍ୟକ୍ରମେ ସେତେବେଳେ ତଳେ କେହି ନଥିଲେ। ଭଗ୍ନ ପ୍ରାସାଦ ପାର୍ଶ୍ୱରେ ଏକ ଦୁର୍ଗା ମନ୍ଦିର ଅଛି। ସମ୍ମୁଖରେ ଗୋପାଲଜୀ ମନ୍ଦିର ରହିଛି। ପ୍ରତିଦିନ ଶତାଧିକ ଶ୍ରଦ୍ଧାଳୁ ଦେବୀ ଦୁର୍ଗା ଓ ଗୋପାଲଜୀ ଠାକୁରଙ୍କୁ ଦର୍ଶନ କରିବାକୁ ଆସୁଛନ୍ତି। ସେହିପରି ନଭେମ୍ବର ୧୨ତାରିଖ କାର୍ତ୍ତିକ ପୂର୍ଣ୍ଣିମା ଦିନ ଗୋପାଲଜୀ ମନ୍ଦିର ପରିସରରେ ୫୧୧୫ତମ ନିମ୍ବାର୍କ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ ହେବ । ପ୍ରାୟ ୩୫ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଯୋଗଦେବେ । ତେଣୁ କୌଣସି ଅଘଟଣ ପୂର୍ବରୁ ଅସୁରକ୍ଷିତ ଅବସ୍ଥାରେ ଥିବା ରାଜପ୍ରାସାଦର କୋଠାକୁ ପ୍ରଶାସନ ଭାଙ୍ଗିବାକୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି। ବୁଧବାର ସନ୍ଧ୍ୟାରେ ଦୁର୍ଗା ମନ୍ଦିର ପରିଚାଳନା କମିଟି ଓ ବଡ ଗୋପାଲଜୀ ମନ୍ଦିର ପରିଚାଳନା କମିଟି ପକ୍ଷରୁ ମିଳିତ ଭାବେ ଏକ ଖବରଦାତା ସମ୍ମିଳନୀର ଆୟୋଜନ ହୋଇଥିଲା। ଜିଲା ପ୍ରଶାସନ ସର୍ଭେ କରି ରାଜପ୍ରାସାଦକୁ ଅସୁରକ୍ଷିତ ଘୋଷଣା କରିବା ସହିତ ଭାଙ୍ଗିବା ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ଗୁରୁବାର ମନ୍ଦିର କମିଟି ଜିଲାପାଳ ତଥା ମ୍ୟୁନିସିପାଲିଟିର ପ୍ରଶାସନିକ ଅଧିକାରୀ ମୋନିଷା ବାନାର୍ଜୀଙ୍କୁ ଏ ସମ୍ପର୍କରେ ଏକ ସ୍ମାରକପତ୍ର ପ୍ରଦାନ କରିବେ ବୋଲି ସୂଚନା ପ୍ରଦାନ କରିଥିଲେ। ଦୁର୍ଗାମନ୍ଦିର ପରିଚାଳନା କମିଟିର ସଭାପତି ବିଦୁଭୂଷଣ ପାଣିଗ୍ରାହୀ, ସମ୍ପାଦକ ଧୀରେନ୍ଦ୍ର କୁମାର ପଟ୍ଟନାୟକ, ବଂଶୀଧର ମହାପାତ୍ର, ରାମନାରାୟଣ ମହାପାତ୍ର, ସୀତାରାମ ପ୍ରସାଦ ମିଶ୍ର, ପ୍ରଦୀପ କୁମାର ହୋତା, କୃପାସିନ୍ଧୁ ପାଣିଗ୍ରାହୀ, ଭିକାରୀ ଚରଣ ପୂଜାରୀ, ଜୟନାରାୟଣ ପୂଜାରୀ, ମଧୁମଙ୍ଗଳ ସାହୁ, ହିମାଂଶୁ ବଡପଣ୍ଡା, ଶୁଭ୍ରାଂଶୁ ଶେଖର ମିଶ୍ର ଓ ପ୍ରବୀଣ ପଟ୍ଟନାୟକ ପ୍ରମୁଖ ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିଲେ।


All Right Reserved By Dharitri.Com

ପାଟକୁରା ନିର୍ବାଚନ ଫଳାଫଳ: ଷଷ୍ଠ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡିର ସାବିତ୍ରୀ ଅଗ୍ରଓ୍ବାଲ ଆଗରେ

କେନ୍ଦ୍ରାପଡ଼ା ଅଫିସ, ୨୪।୭: ବହୁ ପ୍ରତୀକ୍ଷିତ ପାଟକୁରା ନିର୍ବାଚନର ଭୋଟ ଗଣତି ଜାରି ରହିଛି। ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲ ୩୬୬୧୨...

ଚଷାଖଣ୍ଡ ପଞ୍ଚାୟତକୁ ନିଶାମୁକ୍ତ କରିବା ଦାବି: ହାତରେ ଝାଡ଼ୁ ଧରି ଥାନା ଘେରିଲେ ମହିଳା

ଦଶରଥପୁର,୧୯।୯(ଡିଏନ୍‌ଏ): ଚଷାଖଣ୍ଡ ପଞ୍ଚାୟତକୁ ନିଶାମୁକ୍ତ କରିବା ଲାଗି ବୁଧବାର ସମ୍ପୃକ୍ତ ପଞ୍ଚାୟତର ଶତାଧିକ ମହିଳା ହାତରେ ଝାଡ଼ୁ ଓ ପହଁରା ଧରି ମଙ୍ଗଳପୁର ଥାନା ସମ୍ମୁଖରେ...

ସେକ୍ସ ର଼୍ୟାକେଟ: ବାଂଲାଦେଶୀ ମହିଳା ଅଟକ

ବାଲିଆପାଳ, ୨୮ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ଥାନା ଅନ୍ତର୍ଗତ ରେମୁ ଛକ ନିକଟ ଏକ ଘରେ ସେକ୍ସ ର଼୍ୟାକେଟ ଚାଲିଥିବା ଖବର ପାଇ ରବିବାର ବିଳମ୍ବିତ ରାତିରେ...

୧ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଶିକ୍ଷକ

ନୟାଗଡ଼ ଅଫିସ,୧୪।୮-ଜଣେ ଶିକ୍ଷକଙ୍କ ଏମଏସ୍‌ପି (ବର୍ଦ୍ଧିତ ଦରମା) ମଞ୍ଜୁର କରାଇଦେବା ପାଇଁ ଅନ୍ୟ ଜଣେ ଶିକ୍ଷକ ୧ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ...

ବିନା ସରକାରୀ ସହାୟତାରେ ବି ସଫଳ; ନେଟ୍‌ ପହଞ୍ଚାଇଛି ଟପ୍‌ରେ

ବନ୍ତଳା,୧୩।୧:  ଶିକ୍ଷିତ ନୁହନ୍ତି କି ସରକାରଙ୍କ ପକ୍ଷରୁ ଆବଶ୍ୟକ ସହଯୋଗ ବି ପାଇନାହାନ୍ତି। ତଥାପି ଆଧୁନିକ ଚାଷ କ୍ଷେତ୍ରରେ ଜିଲାର ଟପ୍‌ରେ ପହଞ୍ଚିପାରିଛନ୍ତି ଅନୁଗୋଳ ଜିଲା ବନ୍ତଳା...

ଡଗରପଡ଼ା ବୋମାମାଡ଼ ଘଟଣା: ଧଳସାମନ୍ତ ଭ୍ରାତାଙ୍କ ସହଯୋଗୀ ସମେତ ୩ ଗିରଫ

କଟକ ଅଫିସ, ୨୪।୮: ଡଗରପଡ଼ା ବୋମାମାଡ଼ ଘଟଣାରେ ୩ଜଣଙ୍କୁ ଗିରଫ କରିଛି ଲାଲବାଗ ଥାନା ପୋଲିସ। ଶୁକ୍ରବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତମାନେ...

୧୪ ଦିନ ମଧ୍ୟରେ ବିଦେଶରୁ କିମ୍ବା ଓଡ଼ିଶା ବାହାରୁ ଫେରିଥିଲେ ଘରେ ରହିବାକୁ ପରାମର୍ଶ, ସ୍ବାସ୍ଥ୍ୟ ସମସ୍ୟା ହେଲେ ୧୦୪ନଂ ଫୋନ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨।୪(ବ୍ୟୁରୋ): ଯେଉଁମାନେ ବିଦେଶରୁ କିମ୍ବା ଓଡ଼ିଶା ବାହାର ରାଜ୍ୟରୁ ଗସ୍ତ ସାରି ଗତ ୧୪ ଦିନ ମଧ୍ୟରେ ଫେରିଛନ୍ତି, ସେମାନଙ୍କୁ ଘରେ ରହିବାକୁ ପରାମର୍ଶ। ଅଲଗା...

କାଳିଆ ଟଙ୍କା ପାଇ ନ ଥିବା ହିତାଧିକାରୀଙ୍କ ଗଣଧାରଣା

କେସିଙ୍ଗା,୨୫।୧୧: କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବେଲଖଣ୍ଡି ପଞ୍ଚାୟତର ବହୁ ହିତାଧିକାରୀ କାଳିଆ ଯୋଜନା ଟଙ୍କା ପାଇ ନ ଥିବା ପ୍ରତିବାଦରେ ସୋମବାର ବ୍ଲକ...

Leave a comment

Your email address will not be published. Required fields are marked *