Posted inଖେଳ

ବିଜୟ ହଜାରେ ଟ୍ରଫି: କର୍ନାଟକ-ତାମିଲନାଡ଼ୁ ଫାଇନାଲ

ବେଙ୍ଗାଲୁରୁ, ୨୩।୧୦ (ପି.ଟି.):  କର୍ନାଟକ ଓ ତାମିଲନାଡ଼ୁ ମଧ୍ୟରେ ବିଜୟ ହଜାରେ ଟ୍ରଫି ଅଷ୍ଟାଦଶ ସଂସ୍କରଣର ଫାଇନାଲ ମ୍ୟାଚ୍‌ ଖେଳାଯିବ। ବୁଧବାର ଖେଳାଯାଇଥିବା ଉଭୟ ସେମିଫାଇନାଲରେ କର୍ନାଟକ ଓ ତାମିଲନାଡ଼ୁ ଯଥାକ୍ରମେ ଛତିଶଗଡ଼ ଓ ଗୁଜରାଟକୁ ପରାସ୍ତ କରି ଟ୍ରଫି ଲଢ଼େଇକୁ ଉର୍ତ୍ତୀର୍ଣ୍ଣ ହୋଇଛନ୍ତି। ଆସନ୍ତା ଶୁକ୍ରବାର ସ୍ଥାନୀୟ ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍‌ ଖେଳାଯିବ।

ସେମିଫାଇନାଲରେ ଛତିଶଗଡ଼କୁ ୯ ଉଇକେଟ୍‌ର ବୃହତ୍‌ ବ୍ୟବଧାନରେ ପରାସ୍ତ କରି କର୍ନାଟକ ବିଜୟ ଟ୍ରଫି ଇତିହାସରେ ୪ର୍ଥ ଥର ଲାଗି ଫାଇନାଲରେ ସ୍ଥାନ ପକ୍କା କରିଛି। ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଛତିଶଗଡ଼ ଅମନଦୀପ୍‌ ଖାରେ (୭୮), ସୁମିତ୍‌ ରୁଇକର (୪୦) ଓ ଅଧିନାୟକ ହର୍‌ପ୍ରୀତ୍‌ ସିଂ (୨୫)ଙ୍କ ଉପଯୋଗୀ ବ୍ୟାଟିଂ ବଳରେ ୪୯.୪ ଓଭରରେ ୨୨୩ ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ଘରୋଇ କର୍ନାଟକ ଦଳର ଭି. କୌଶିକ ୪ ଏବଂ ଅଭିମନ୍ୟୁ ମିଥୁନ, କ୍ରିଷ୍ଣାପ୍ପା ଗୋଥାମ ଓ ପ୍ରବୀଣ ଦୁବେ ୨ଟି ଲେଖାଏ ଉଇକେଟ୍‌ ଅକ୍ତିଆର କରିଥିଲେ। ଜବାବରେ କର୍ନାଟକ ଷ୍ଟାର୍‌ ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ (ଅପରାଜିତ ୮୮ ରନ, ୧୧୧ ବଲ୍‌, ୬ ଚୌକା, ୧ ଛକା) ଓ ସାଥୀ ଓପନିଂ ବ୍ୟାଟ୍ସମ୍ୟାନ ଦେବଦୁତ୍ତ ପାଡିକ୍କଲ (୯୨ ରନ, ୯୮ ବଲ)ଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ୪୦ ଓଭରରେ ଗୋଟିଏ ଉଇକେଟ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା। ମୟଙ୍କ ଅଗ୍ରଓ୍ବାଲ ୪୭ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ।

ଷଷ୍ଠ ଥର ପାଇଁ ଫାଇନାଲରେ ତାମିଲନାଡ଼ୁ –
ସେହିଭଳି ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ସେମିଫାଇନାଲରେ ତାମିଲନାଡ଼ୁ ୫ ଉଇକେଟ୍‌ରେ ଗୁଜରାଟକୁ ମାତ୍‌ ଦେଇଛି। ଏଥିସହ ଦୀନେଶ କାର୍ତ୍ତିକଙ୍କ ନେତୃତ୍ୱାଧୀନ ତାମିଲନାଡ଼ୁ ୬ଷ୍ଠ ଥର ପାଇଁ ଏହି ସମ୍ମାନଜନକ ଟୁର୍ନାମେଣ୍ଟର ଫାଇନାଲରେ ପହଞ୍ଚତ୍ଛି। ବର୍ଷା ଯୋଗୁ ମ୍ୟାଚ୍‌କୁ ୪୦ ଓଭର ବିଶିଷ୍ଟ କରାଯାଇଥିଲା। ଗୁଜରାଟ ପ୍ରଥମେ ବ୍ୟାଟିଂ କରି ୯ ଉଇକେଟ୍‌ରେ ୧୭୭ ରନ କରିଥିଲା। ଧ୍ରୁବ ରାଭାଲ ୪୦, ଅକ୍ଷର ପଟେଲ ୩୭, ଚିନ୍ତନ ଗାଜା ୨୪* ଓ ଅଧିନାୟକ ପାର୍ଥତ୍ବ ପଟେଲ ୧୩ ରନ କରିଥିଲେ। ଜବାବରେ ତାମିଲନାଡ଼ୁ ଶାହରୁଖ ଖାଁ (୫୬*), ଦୀନେଶ କାର୍ତ୍ତିକ (୪୭), ଅଭିନବ ମୁକୁନ୍ଦ (୩୨) ଓ ଓ୍ବାଶିଂଟନ ସୁନ୍ଦର (୨୭*)ଙ୍କ ଉପଯୋଗୀ ବ୍ୟାଟିଂ ବଳରେ ୫ ଉଇକେଟ୍‌ ଓ ଗୋଟିଏ ଉଇକେଟ୍‌ ହାତରେ ଥାଇ ଲକ୍ଷ୍ୟ ହାସଲ କରିନେଇଥିଲା।


All Right Reserved By Dharitri.Com

Posted inଖେଳ View All

ଭୁଶୁଡ଼ିଲା ଭାରତୀୟ ବ୍ୟାଟିଂ ଲାଇନ

ଓ୍ବେଲିଂଟନ,୩୧।୧- ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ଚତୁର୍ଥ ଟି୨୦ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରୁଥିବା ଭାରତୀୟ ଦଳର ବ୍ୟାଟିଂ ଲାଇନ ଭୁଶୁଡ଼ି ପଡ଼ିଛି। ଦଳ ୧୩...

ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରିବୁ: ଗୋପୀଚାନ୍ଦ

ନୂଆଦିଲ୍ଲୀ,୪।୧(ପି.ଟି.)- ଟୋକିଓରେ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍ସରେ ଏଥର ଆମେ ଭଲ ପ୍ରଦର୍ଶନ କରିବୁ ବୋଲି ଭାରତର ଜାତୀୟ ବ୍ୟାଡମିଣ୍ଟନ କୋଚ୍‌ ପୁଲେଲା ଗୋପୀଚାନ୍ଦ କହିଛନ୍ତି।...

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ: ସ୍ବସ୍ତିଙ୍କୁ ଆଉ ଏକ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୬ା୧(କ୍ରୀଡ଼ା ପ୍ରତିନିଧି)-  ଜଣେ ଓଡ଼ିଆ ଖେଳାଳି କୌଣସି ଗୋଟିଏ ଜାତୀୟ ପ୍ରତିଯୋଗିତାରେ ୨ ସ୍ବର୍ଣ୍ଣ ଓ ୧ ରୌପ୍ୟ ପଦକ ଜିତିବା ନିଶ୍ଚିତ କଷ୍ଟକର...

ଓ୍ବେଷ୍ଟଇଣ୍ଡିଜ ଟୁର୍‌ ପାଇଁ ଦଳ ଚୟନ ୧୯ରେ

ନୂଆଦିଲ୍ଲୀ, ୧୬ା୭ (ପି.ଟି.)-ଆସନ୍ତାମାସରେ ଓ୍ବେଷ୍ଟଇଣ୍ଡିଜ ଟୁର୍‌ ପାଇଁ ଭାରତୀୟ କ୍ରିକେଟ ଦଳ ଚୟନ ଚଳିତ ମସ ୧୯ ତାରିଖରେ ହେବ। ଅଗଷ୍ଟ ୩ରୁ ଆୟୋଜକ ଦେଶ...

ଭାରତୀୟ ମହିଳା ଦଳରେ ୧୫ ବର୍ଷୀୟା ଶେଫାଳୀ

ନୂଆଦିଲ୍ଲୀ, ୬।୯ (ପି.ଟି.)- ଦକ୍ଷିଣ ଆଫ୍ରିକା ମହିଳା ଦଳ ବିପକ୍ଷ ଆଗାମୀ ସୀମିତ ଓଭର ସିରିଜ ଲାଗି ଗୁରୁବାର ଭାରତୀୟ ଦଳ ଘୋଷଣା କରାଯାଇଛି। ୫...

ଡଚ୍‌ ଓପନ: ସେମିରେ ଲକ୍ଷ୍ୟ

ଆଲମେରେ(ନେଦରଲାଣ୍ଡ),୧୨।୧୦- ଦେଶର ଉଦୀୟମାନ ପୁରୁଷ ସିଙ୍ଗଲ୍ସ ଶଟଲର ଲକ୍ଷ୍ୟ ସେନ ଏଠାରେ ଚାଲିଥିବା ଡଚ୍‌ ଓପନ ସୁପର ୧୦୦ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର...

ଅଲିମ୍ପିକ କ୍ୱାଲିଫିକେଶନ ର଼୍ୟାଙ୍କିଙ୍ଗ୍‌: ୮ମ ସ୍ଥାନରେ ମୀରାବାଈ ଚାନୁ

ନୂଆଦିଲ୍ଲୀ, ୨।୧ (ପି.ଟି.)- ଅନ୍ତର୍ଜାତୀୟ ଭାରୋତ୍ତୋଳନ ମହାସଂଘ (ଆଇଡବ୍ଲୁୃଏଫ୍‌) ପକ୍ଷରୁ ସଦ୍ୟ ପ୍ରକାଶିତ ର଼୍ୟାଙ୍କିଙ୍ଗ୍‌ରେ ଷ୍ଟାର୍‌ ଭାରତୀୟ ଭାରୋତ୍ତୋଳିକା ମୀରାବାଈ ଚାନୁ ୮ମ ସ୍ଥାନରେ ରହିଛନ୍ତି।...

ଜାପାନ କ୍ରୀଡ଼ାପ୍ରେମୀଙ୍କ ଲାଗି ସ୍ବତନ୍ତ୍ର ଅଲିମ୍ପିକ୍‌ ପ୍ୟାକେଜ

ଟୋକିଓ,୨୩।୮(ଏପି): ଟୋକିଓ ଅଲିମ୍ପିକ୍‌ ଆୟୋଜକଙ୍କ ପକ୍ଷରୁ ଜାପାନର କ୍ରୀଡ଼ାପ୍ରେମୀଙ୍କ ପାଇଁ ଏକ ଉଚ୍ଚସ୍ତରୀୟ ପ୍ୟାକେଜ ଘୋଷଣା କରାଯାଇଛି। ୬.୩୫ ନିୟୁତ ୟେନ ମୂଲ୍ୟର ପ୍ୟାକେଜ ମାଧ୍ୟମରେ...

Leave a comment

Your email address will not be published. Required fields are marked *