ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ସେବା କରିବା ଲାଗି ପୁଣିଥରେ ସୁଯୋଗ ଦେଇଥିବାରୁ ଧନ୍ୟବାଦ: ନବୀନ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଚଳିତ ସାଧାରଣ ନିର୍ବାଚନରେ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରି ପୁଣିଥରେ କ୍ଷମତାକୁ ଫେରିଛି ବିଜେଡି। ଦଳ ଉପରେ ଭରସା ରଖିବା ସହ ପଞ୍ଚମ ଥର ଲାଗି ଓଡ଼ିଶାର ସେବା କରିବା ଲାଗି ସୁଯୋଗ ଦେଇଥିବାରୁ ନବୀନ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଶନିବାର ସେ ନିଜ ଟୁଇଟର ପୃଷ୍ଠାରେ ଏଭଳି ବାର୍ତ୍ତା ଦେବା ସହ ସମସ୍ତେ ଏକାଠି ହୋଇ ନୂଆ ଓଡ଼ିଶା ଲାଗି କାମ କରିବା ବୋଲି ମତ ପ୍ରକାଶ କରିଛନ୍ତି।


ପ୍ରକାଶଯୋଗ୍ୟ, ୨୦୧୯ ନିର୍ବାଚନରେ ବିଜେଡି ୧୪୬ ବିଧାନସଭା ଆସନରୁ ୧୧୨ଟି ଜିତିବାରେ ସଫଳ ହୋଇଛି। ସେହିଭଳି ଭାଜପା ୨୩ ଆସନରେ ଜିତିଥିବା ବେଳେ କଂଗ୍ରେସ ମାତ୍ର ୯ଟି, ଅନ୍ୟାନ୍ୟ ୨ଟି ଆସନରେ ଜିତିଛନ୍ତି। ତେବେ ପୂର୍ବରୁ ଭାଜପା ରାଜ୍ୟରେ ୧୨୦+ ବିଧାନସଭା ଆସନ ହାତେଇବ ବୋଲି ପ୍ରୟାସ କରୁଥିବା ବେଳେ ଓଡ଼ିଶାବାସୀ ନବୀନଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ପଞ୍ଚମ ଥର ଲାଗି ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିବାକୁ ଯାଉଥିବା ନବୀନଙ୍କ ଏହା ରେକର୍ଡ ବୋଲି କୁହାଯାଉଛି।


All Right Reserved By Dharitri.Com

ବିଲ ମଧ୍ୟରୁ ନିଖୋଜ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର: ବଳାତ୍କାର ପରେ ହତ୍ୟା ସନ୍ଦେହ

ସୁନ୍ଦରଗଡ଼,୨୩।୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁତ୍ରା ଥାନା ଅନ୍ତର୍ଗତ ମାର୍‌ଖୀପଡ଼ା ହରଡ଼ ବିଲ ମଧ୍ୟରୁ ଗୁରୁବାର ଜଣେ ନିଖୋଜ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତକ...

ବିରୋଧରୁ ଫେରିଗଲା ପ୍ରବାସୀଙ୍କ ବସ୍‌

ଗୋପାଳପୁର,୧୯ା୫- କରୋନା ଭାରତରେ ଭୟଙ୍କର ରୂପେ ଧାରଣ କରିଥିବା ବେଳେ ଓଡ଼ିଶାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି। ଅନ୍ୟପଟେ ଗଞ୍ଜାମ ଜିଲାକୁ...

‘ମାନବିକତା ଉପରେ ଗଣମାଧ୍ୟମ ଗୁରୁତ୍ୱ ଦେଉ’

ଭୁବନେଶ୍ୱର,୧୪।୨(ବ୍ୟୁରୋ): ମାନବିକତା ଉପରେ ଗଣମାଧ୍ୟମ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ। ବାଧ୍ୟବାଧକତା କି ଚାପରେ ନୁହେଁ, ବରଂ ସବୁ ଖବରକୁ ସମାନ ଢଙ୍ଗରେ ଦେଖିବା ହିଁ...

୬ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,,୧୧।୧୦(ବ୍ୟୁରୋ) : ଆସନ୍ତା୨୪ ଘଣ୍ଟା ମଧ୍ୟରେ ଉପକୂଳ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହି...

ବଲାଙ୍ଗୀରରେ ବନ୍ଦ ପାଳନ: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା, ବିଭିନ୍ନ ସ୍ଥାନରେ ବିକ୍ଷୋଭ

ବଲାଙ୍ଗୀର ଅଫିସ, ୨୩।୨- ଏସ୍‌ସି, ଏସ୍‌ଟି, ଓବିସିମାନଙ୍କୁ ପଦୋନ୍ନତି ଆରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ଦିଆଯାଇଥିବା ଭାରତ ବନ୍ଦ ଡାକରା ପରିପ୍ରେକ୍ଷୀରେ ବଲାଙ୍ଗୀରରେ ବନ୍ଦ...

ପୋଲିସ ଉଠାଇନେଲା ୩୭ ଗାଡ଼ି, ଉତ୍ତେଜନା

ଭୁବନେଶ୍ୱର,୨୭ା୨(ବ୍ୟୁରୋ): ପୋଲିସ ମନ ଇଚ୍ଛା କାର୍ଯ୍ୟ କରୁଛି। ହଠାତ୍‌ କଟକଣା ଲଗାଇ ଲୋକଙ୍କୁ ହଇରାଣ କରୁଛି। କେଉଁଠି କଟକଣା ଲାଗିଛି, ଲୋକେ ଜାଣିପାରୁନାହାନ୍ତି। ପୂର୍ବ ସୂଚନା...

ପୁସ୍ତକ ବିନା ମାନବ ସମାଜର ବିକାଶ ଅସମ୍ଭବ

ଭୁବନେଶ୍ୱର, ୮ା୧୨(ବ୍ୟୁରୋ) ପୁସ୍ତକ ପୂର୍ବରୁ ଥିଲା, ବର୍ତ୍ତମାନ ରହିଛି ଏବଂ ଭବିଷ୍ୟତରେ ରହିବ। ଏବେ ଆମେ ପେପରଲେସ୍‌ନେସ୍‌ ବା କାଗଜହୀନତା ଆଡକୁ ଗତି କରୁଛେ। ଯେଉଁ...

ଶ୍ରେଣୀଗୃହର ପୁନୁରୁଦ୍ଧାର ଦାବି: ବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ

ନୟାଗଡ଼ ଅଫିସ,୧୪ା୯: ଦିନେ ନୁହେଁ କି ଦୁଇ ଦିନ ନୁହେଁ ୭ ବର୍ଷ ହେଲାଣି ବିପଦସଙ୍କୁଳ ଶ୍ରେଣୀଗୃହରେ ପାଠ ପଢ଼ୁଛନ୍ତି କୋମଳମତି ଛାତ୍ରୀଛାତ୍ର। ବିଦ୍ୟାଳୟ ଶ୍ରେଣୀଗୃହର...

Leave a comment

Your email address will not be published. Required fields are marked *