ଡ୍ରୋନ୍‌ରୁ ଉତ୍ତୋଳିତ ଶ୍ରୀମନ୍ଦିର ଚିତ୍ର ଭାଇରାଲ୍‌

ପୁରୀ ଅଫିସ, ୨୩ା୧୦: ସୁରକ୍ଷା ଦୃଷ୍ଟିରୁ ଶ୍ରୀମନ୍ଦିର ଫଟୋ ଉଠାଇବା କିମ୍ବା ଭିଡିଓ ଉତ୍ତୋଳନ କରିବା ନେଇ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି। ଏହାସତ୍ତ୍ବେ ସୁରକ୍ଷା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ ଦେବା ଭଳି ସୋସିଆଲ ମିଡିିଆରେ ପୁଣି ଶ୍ରୀମନ୍ଦିରର ଫଟୋ ଭାଇରାଲ ହୋଇଛି। ଡ୍ରୋନ୍‌ ସାହାଯ୍ୟରେ ବଡ଼ଦେଉଳର ଚିତ୍ର କଏଦ କରାଯାଇଛି। ଏପରି କି ଭିତର ବେଢାର ସମ୍ପୂର୍ଣ୍ଣ ଦୃଶ୍ୟ ସୋସିଆଲ ମଡିଆରେ ଘୁରିବୁଲୁଛି। ଫଳରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣି ଉଠିଛି ପ୍ରଶ୍ନବାଚୀ।
ବର୍ତ୍ତମାନ ସୋସିଆଲ ମିଡିଆରେ ବୁଲୁଥିବା ଫଟୋକୁ ଦେଖିଲେ ଶ୍ରୀମନ୍ଦିରଠାରୁ ସମୁଦ୍ରକୂଳ ପର୍ଯ୍ୟନ୍ତ ଏହି ଡ୍ରୋନ୍‌ ଉଡିଛି। ହାଇ ରିଜଲ୍ୟୁଶନ ଡ୍ରୋନ୍‌ କ୍ୟାମେରାରେ କଏଦ ହୋଇଛି ଶ୍ରୀମନ୍ଦିର ଏବଂ ଚତୁଃପାର୍ଶ୍ୱର ଦୃଶ୍ୟ। ସବୁଠୁ ବଡ଼ କଥା ହେଉଛି କିଏ ଏହି ଡ୍ରୋନ୍‌ ଉଡାଇଛି। କିଏ ଦେଇଛି ଅନୁମତି? କାହିଁକି ଫଟୋ ଉତ୍ତୋଳନ କରି ସୋସିଆଲ ମିଡିଆରେ ଛଡାଯାଇଛି? ଏହି ଫଟୋ କୌଣସି ମନ୍ଦ ଉନ୍ଦେଶ୍ୟ ପାଇଁ ବ୍ୟବହାର ହେବନି ତ? ଏମିତି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


All Right Reserved By Dharitri.Com

ଏଡିଏମ୍‌ଙ୍କ ହସ୍ତକ୍ଷେପ ଲୋଡ଼ିଲେ ପ୍ରଭାବିତ ପରିବାର

ସୁକିନ୍ଦା, ୯ା୨(ଡି.ଏନ୍‌.ଏ.): ଜିଲା ଖଣିଜ ପାଣ୍ଠି(ଡିଏମ୍‌ଏଫ୍‌)ରେ ଖଣି ଖାଦାନ ସଂଲଗ୍ନ ଅଞ୍ଚଳର ପରୋକ୍ଷ ବା ପ୍ରତ୍ୟେକ୍ଷ ଭାବରେ ପ୍ରଭାବିତ ହେଉଥିବା ଲୋକମାନଙ୍କ ଜୀବନ ଧାରଣ ମାନର...

ରାସ୍ତା ସୂଚନା ଫଳକ ଭାଙ୍ଗିଦେଲେ ଦୁର୍ବୃତ୍ତ

ଅନୁଗୋଳ ଅଫିସ୍‌, ୧୭।୨:  ଅନୁଗୋଳ ବାଳ ସୁଧାର ଗୃହ ନିକଟରେ ପିଡବ୍ଲ୍ୟୁଡି ପକ୍ଷରୁ ମେଡିକାଲ ଯିବାକୁ ରାସ୍ତା ସୂଚନା ଲେଖାଯାଇଥିବା ଫଳକକୁ କେହି ଦୁର୍ବୃତ୍ତ ଭାଙ୍ଗିଦେଇଛନ୍ତି।...

ଖୋର୍ଦ୍ଧା ଗୁଳିକାଣ୍ଡ ପଛରେ ସୁପାରି କିଲର: ପୋଲିସ ହାତରେ ଲାଗିଲା ଠୋସ୍‌ ପ୍ରମାଣ

ଖୋର୍ଦ୍ଧା ଅଫିସ୍‌, ୧୭।୧୨: ଖୋର୍ଦ୍ଧା ଜିଲାର ଏକ କ୍ଲିନିକରେ ପଶି ଡାକ୍ତର ଏବଂ ଔଷଧ ଦୋକାନୀଙ୍କୁ ଗୁଳିମାଡ ଘଟଣାରେ ପୋଲିସ ହାତରେ ଠୋସ୍‌ ପ୍ରମାଣ ଲାଗିଛି।...

ଅଜଣା ରୋଗ:୧୦ ଗୋରୁ ମୃତ, ୫୦୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ରଣପୁର,୨୬।୧୦(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ବ୍ଳକ ଓ ଏନ୍‌ଏସି ଅଞ୍ଚଳରେ ଗୋରୁଙ୍କୁ ଅଜଣା ରୋଗ ବ୍ୟାପିବାରେ ଲାଗିଛି । ଅଜଣା ରୋଗରେ ଆକ୍ରାନ୍ତ ହୋଇ ୧୫ଦିନ...

ପ୍ରଶ୍ନ ଚୟନକୁ ନେଇ ଭାଜପା ସଭ୍ୟଙ୍କ ହଟ୍ଟଗୋଳ: ଏଣିକି ଲଟେରି ପୂର୍ବରୁ ବିଧାୟକଙ୍କୁ ଏସ୍‌ଏମ୍‌ଏସ୍‌ କରାଯିବ

ଭୁବନେଶ୍ୱର, ୧୭।୨(ବ୍ୟୁରୋ): ବିଧାନସଭାରେ କୋଉ ପ୍ରଶ୍ନ ଆସିବ ତାହା ଲଟେରି ମାଧ୍ୟମରେ ହୋଇଥାଏ। ଲଟେରି କିମ୍ବା ଗୁପ୍ତ ଗୋଳା ମାଧ୍ୟମରେ ପ୍ରଶ୍ନ ଚୟନ କରାଯାଉନାହିଁ। ଭଲ...

ବ୍ରହ୍ମପୁର, ଛତ୍ରପୁର, ଭଞ୍ଜନଗରରେ ହେବ ଭୋଟ ଗଣତି

ଛତ୍ରପୁର,୧୫ା୫(ଡି.ଏନ.ଏ)-ଆସନ୍ତା ୨୩ ତାରିଖରେ ହେବାକୁ ଥିବା ଭୋଟ ଗଣତି ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛିା ଜିଲାର ବ୍ରହ୍ମପୁର, ଛତ୍ରପୁର ଓ...

ଚିଲିକା ଉତ୍ତରନାଶୀରେ ପକ୍ଷୀ ସୁରକ୍ଷା ଢିଲା

କଣାସ, ୨୬ା୧୨(ସ୍ବ.ପ୍ର.): ଶୀତ ପଡିଲେ ବିଦେଶାଗତ ପକ୍ଷୀଙ୍କ କଳରାବରେ ମୁଖରିତ ହୋଇଉଠେ ଚିଲିକା। କିନ୍ତୁ ନଳବଣରେ ଖାଦ୍ୟ ଅଭାବ ଯୋଗୁ ପକ୍ଷୀମାନେ ଉତ୍ତରନାଶୀ ଦୟା ଓ...

ରାସ୍ତାରେ ଯାଉଥିବା ୧୦ ଜଣଙ୍କୁ ଧରିନେଇ ସଙ୍ଗରୋଧ କେନ୍ଦ୍ରକୁ ପଠାଇଦେଲା ପୋଲିସ

ସମ୍ବଲପୁର,୧୨ା୫(ବ୍ୟୁରୋ): ସମ୍ବଲପୁର ଜିଲା ଦେଇ ରାଜ୍ୟ ବାହାରର ଲୋକେ ପ୍ରତିଦିନ ଚାଲି ଚାଲି ନିଜ ରାଜ୍ୟ ତଥା ଘରକୁ ଯାଉଛନ୍ତି। ମଙ୍ଗଳବାର ପଶ୍ଚିମବଙ୍ଗ ଯାଉଥିବା ୧୨...

Leave a comment

Your email address will not be published. Required fields are marked *