ପୁରୀ ସହରରେ ବୁଲା କୁକରଙ୍କ ଦୌରାତ୍ମ୍ୟ: ୩୫୦ କୁକୁରଙ୍କର ହେଲା ବନ୍ଧ୍ୟାକରଣ

ପୁରୀ ଅଫିସ, ୨୩ା୧୦: ପୁରୀ ସହରରେ ବୁଲା କୁକୁରଙ୍କ ସଂଖ୍ୟା ଯଥେଷ୍ଟ ପରିମାଣରେ ବୃଦ୍ଧି ପାଉଛି। ଏଥିସହ ଏମାନଙ୍କ ଦୌରାତ୍ମ୍ୟ ମଧ୍ୟ ବଢୁଛି। ୨୦୧୨ରେ ହୋଇଥିବା ପଶୁ ଗଣନା ଅନୁଯାୟୀ, ବର୍ତ୍ତମାନ ପୁରୀ ସହର ଏବଂ ଏହାର ଉପକଣ୍ଠରେ ପ୍ରାୟ ୭,୦୦୦ରୁ ଊର୍ଦ୍ଧ୍ୱ ବୁଲା କୁକୁର ରହିଛନ୍ତି। ଫଳରେ ଏମାନଙ୍କ ଯୋଗୁ ଦୁର୍ଘଟଣା ଏବଂ କୁକୁର କାମୁଡା ସଂଖ୍ୟା ବି ବଢିବାରେ ଲାଗିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ କୁକୁର ବନ୍ଧ୍ୟାକରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ୧୦ ଦିନରେ ୩୫୦ ବୁଲା କୁକୁରଙ୍କ ବନ୍ଧ୍ୟାକରଣ କରାଯାଇଥିବା ଜଣାପଡିଛି।
ଜିଲା ପ୍ରାଣୀ ଚିକିତ୍ସାଳୟ ପକ୍ଷରୁ ପିପିଲିସ୍ଥିତ ଘାସ ଫାର୍ମ ପରିସରରେ ଏହି ବନ୍ଧ୍ୟାକରଣ କାର୍ଯ୍ୟକ୍ରମ କରାଯାଇଛି। କଲିକତାର ଏକ ସ୍ବେଚ୍ଛାସେବୀ ସଙ୍ଗଠନ ଏ-୧ ଆନିମଲ୍‌ସ କମ୍‌ ଫାଷ୍ଟ ସହାୟତାରେ ଗତ ଅକ୍ଟୋବର ୧୦ରୁ ୨୦ ତାରିଖ ମଧ୍ୟରେ ୨୫୦ କୁକୁରଙ୍କ ବନ୍ଧ୍ୟାକରଣ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା। ହେଲେ ଏହି ସମୟ ମଧ୍ୟରେ ୩୫୦ କୁକୁରଙ୍କ ବନ୍ଧ୍ୟାକରଣ କରାଯାଇଥିବା ସତ୍ୟବାଦୀ ବ୍ଲକର ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ବିଶ୍ୱରଞ୍ଜନ ବେହେରା କହିଛନ୍ତି।


All Right Reserved By Dharitri.Com

କାରଖାନାରେ ଶ୍ରମିକ ଅଶାନ୍ତି, ଆଲୋଚନା ପରେ ସ୍ବାଭାବିକ ହେଲା

ରେମୁଣା, ୧୦।୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଶିଳ୍ପାଞ୍ଚଳ ଥାନା ଅଧୀନ ଗଣେଶ୍ୱରପୁର ଶିଳ୍ପାଞ୍ଚଳସ୍ଥିତ ଆଲୁମ ଏକ୍ସଟ୍ରୁସିଅନସ କାରଖାନାରେ ଶ୍ରମିକ ଅଶାନ୍ତି ଦେଖାଦେଇଥିଲା। କାରଖାନା ସମ୍ମୁଖରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା...

ବନ୍ୟାଞ୍ଚଳ ପରିଦର୍ଶନ କଲେ ଷ୍ଟେଟ୍‌ ୟୁଥ୍‌ ଓ୍ବେଲ୍‌ଫେୟାର ବୋର୍ଡର ସଭାପତି

କେଶିଙ୍ଗା, ୨୭।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେଶିଙ୍ଗା ବ୍ଲକର ୫ ପଞ୍ଚାୟତ ଗତ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଷ୍ଟେଟ୍‌ ୟୁଥ୍‌ ଓ୍ବେଲ୍‌ଫେୟାର ବୋର୍ଡର...

ଶ୍ମଶାନରେ ଚେକ୍‌ଡ୍ୟାମ ନିର୍ମାଣକୁ ବିରୋଧ

ବଇଣ୍ଡା,୧୯।୨(ଡି.ଏନ.ଏ.) – ଅନୁଗୋଳ ଜିଲା କିଶୋରନଗର ବ୍ଲକ ଗାଁ ବଇଣ୍ଡା ପଞ୍ଚାୟତ ଧୁଣ୍ଡି ଗ୍ରାମର ଶ୍ମଶାନରେ ଚେକଡ୍ୟାମ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଗ୍ରାମବାସୀ ଚିହ୍ନଟ...

ଜିଲାସୀମା ସହ ଫେରିଘାଟ ସିଲ୍‌ କଲା ପୋଲିସ

ଆରଡି, ୨୮ା୪(ଡି.ଏନ.ଏ.)-ଭଦ୍ରକ ଜିଲା ଡିପ୍‌ ରେଡ ଜୋନ ଘୋଷଣା ହେବା ପରେ ଜିଲା ପ୍ରଶାସନ ତତ୍ପର ହୋଇ ଉଠିଛି। ଏଥିସହିତ ଜିଲା ସୀମା ସହ ଫେରିଘାଟ...

ପାକିସ୍ତାନ ଲିଙ୍କ୍‌ ଅଭିଯୋଗ: ବିଧାନସଭାରେ କେୟାର ହସ୍ପିଟାଲ ପ୍ରସଙ୍ଗ ଉଠାଇଲେ ବିରୋଧୀ

ଭୁବନେଶ୍ୱର, ୨୮ା୧୧(ବ୍ୟୁରୋ): ଭୁବନେଶ୍ୱରସ୍ଥିତ କେୟାର ହସ୍ପିଟାଲର ପାକିସ୍ତାନ ସହ ଲିଙ୍କ୍‌ ଥିବାନେଇ ବିଧାନସଭାରେ ବିରୋଧୀ ଆପତ୍ତି ଉଠାଇଛନ୍ତି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, କଂଗ୍ରେସ...

ସ୍କୁଟି ସହ ଦେଶୀମଦ ଜବତ, ୪ ଗିରଫ

ଦିଗପହଣ୍ଡି(ଡି.ଏନ୍‌.ଏ.)/ପାଟପୁର,୧୭ା୪- ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତା ଗୁପ୍ତେଶ୍ୱର ଶୈବପୀଠ ସମ୍ମୁଖରୁ ଦିଗପହଣ୍ଡି ପୋଲିସ ଗୁରୁବାର ସ୍କୁଟି (ନଂ.ଓଡି୦୭ଟି-୯୫୩୮) ସହ ୨୫୦ ଦେଶୀମଦ ପାଉଚ ଜବତ କରିଛି।...

ସିଏଏକୁ ସମର୍ଥନ କରି ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବ ଭାଜପା

ଭୁବନେଶ୍ୱର,୭।୨(ବ୍ୟୁରୋ): ନାଗରିକତ୍ୱ ପ୍ରଦାନ କରିବା ପାଇଁ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) କରାଯାଇଛି। ସିଏଏ ଦ୍ୱାରା କୌଣସି ଭାରତୀୟଙ୍କ ଅଧିକାର କ୍ଷୁଣ୍ଣ ହେବନି ବୋଲି ଓଡ଼ିଶାବାସୀ ବୁଝି...

ବସ୍‌ରେ ଏସ୍‌ଓପି ପାଳନ ନେଇ ଯାଞ୍ଚ କଲା ବିଏମ୍‌ସି

ଭୁବନେଶ୍ୱର,୨୦ା୩(ବ୍ୟୁରୋ): କରୋନା ସଂକ୍ରମଣକୁ ଏଡ଼ାଇବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ସମସ୍ତ ଘରୋଇ ଓ ସରକାରୀ ସଂସ୍ଥାକୁ ଷ୍ଟାଣ୍ଡାର୍ଡ ଅପରେଶନ ପ୍ରୋସିଡ୍ୟୁୟର (ଏସ୍‌ଓପି) ଜାରି...

Leave a comment

Your email address will not be published. Required fields are marked *