ଦେଢ଼ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଚୋରି : ଥାନାରେ ଅଭିଯୋଗ

ଯୋଡ଼ା,୨୩।୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଜୁରୁଡ଼ି କଳିଙ୍ଗ ମାଇନିଂ କର୍ପୋରେଶନ ଖଣିର ପରିବହନ ଗେଟ୍‌ ସମୁଖରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ବାମେବାରୀ ଥାନାଧିକାରୀ ପରେଶ କୁମାର ମହାନ୍ତି ସୂଚନା ଦେଇ କହିଛନ୍ତି ଯେ, ଗତ ୧୯ ତାରିଖ ଶନିବାର ରାତି ପ୍ରାୟ ୮.୩୦ ମିନିଟ୍‌ରେ ରୋଡ୍‌ ଲାଇନ୍ସ ନାମକ ଏକ ପରିବହନ ସଂସ୍ଥାର କର୍ମଚାରୀ ବୀରେନ୍ଦ୍ର ସାମଲ ଉକ୍ତ ଗେଟ୍‌ ସମୁଖରେ ବାଇକ ରଖି ଟ୍ରକଗୁଡିକୁ ଅଗ୍ରୀମ ଭଡ଼ା ଦେଉଥିଲେ। ସେ ଦେଢ଼ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଥିବା ଏକ ବ୍ୟାଗ୍‌ ବାଇକ୍‌ ନିକଟରେ ରଖିଥିଲେ। ତେବେ ଏହି ସମୟ ମଧ୍ୟରେ ଉକ୍ତ ବ୍ୟାଗ୍‌ଟି ସେଠାରୁ ଚୋରି ହୋଇଥିବା ନେଇ ବାମେବାରୀ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ କେସ୍‌ ନଂ. ୧୩୯/୧୯ରୁଜୁ କରି ତଦନ୍ତ ଆରମ୍ଭ କରିଛି।


All Right Reserved By Dharitri.Com

ଦୁର୍ଘଟଣାରେ ଅଚଳ ହୋଇଛି ଡାହାଣ ଗୋଡ଼, ସହାୟତା ଆଶାରେ ଜିଲାପାଳ ଅଫିସ ଆସିଥିଲେ: ପୋଲିସ କର୍ମଚାରୀ ଦେଖାଇଲେ ମାନବିକତା

ବରଗଡ଼ ଅଫିସ୍‌,୨୨।୭-ଅନେକ ସମୟରେ କିଛି ପୋଲିସ କର୍ମଚାରୀ ନିଜ ଖାକି ବର୍ଦ୍ଦିର ଅପବ୍ୟବହାର କରିଥାନ୍ତି । କେତେବେଳେ ଦାଦାଗିରି ତ ଆଉ କେବେ ଲୁଟ୍‌ପାଟ୍‌, ମାଡ଼ପିଟ୍‌...

କଦଳୀ ପଟୁଆ ଓ ସୋଲ ଡଙ୍ଗାରେ ଉଚ୍ଛୁଳିଲା ବେଳାଭୂମି, ପୁଷ୍କରିଣୀ

ପୁରୀ ଅଫିସ, ୧୨ା୧୧: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ମଙ୍ଗଳବାର ଡଙ୍ଗା ଭସା ଏବଂ ଠାକୁରଙ୍କ ଦର୍ଶନ ସହ କାର୍ତ୍ତିକ ବ୍ରତ ଶେଷ କରିଛନ୍ତି ବ୍ରତଧାରୀ। ଉତ୍କଳୀୟ...

ହାତୀ ଆକ୍ରମଣରେ ମହିଳାଙ୍କ ଜୀବନଗଲା

ବେତନଟୀ,୨୭।୧୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବେତନଟୀ ବନାଞ୍ଚଳ ଅଧୀନ ମେରଦା ଜଙ୍ଗଲ ନିକଟ କୁସୁମପୁର ଗ୍ରାମର ଜଣେ ମହିଳାଙ୍କ ବୁଧବାର ସକାଳେ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି।...

ଶିଶୁଙ୍କ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ

ପୁରୀ ଅଫିସ, ୨୦ା୧୧ :  ବିଶ୍ୱମ୍ବର ବିଦ୍ୟାପୀଠ ପରିସରରେ ଗୁରୁବାର ଶିଶୁ ସମାଚାର ପକ୍ଷରୁ ବିଶ୍ୱ ଶିଶୁ ଅଧିକାର ଦିବସ ପାଳିତ ହୋଇଯାଇଛି। ଆଇନଜୀବୀ ଶରତ...

ହସନ୍‌ପୁର ଆଶ୍ରମ ବିଦ୍ୟାଳୟରେ ତୁମୁଳକାଣ୍ଡ: ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ ଅଟକ ରଖିଲେ ଗ୍ରାମବାସୀ

ବାଲେଶ୍ୱର ଅଫିସ, ୩।୧୧-ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ବାଲେଶ୍ୱର ସଦର ବ୍ଲକ ଗୋପୀନାଥପୁର ପଞ୍ଚାୟତ ଅଧୀନ ହସନ୍‌ପୁର ଆଶ୍ରମ ବିଦ୍ୟାଳୟରେ...

କୋରାପୁଟ : ଶ୍ରୀଗୁଣ୍ଡିଚା ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତି

କୋରାପୁଟ,୫ା୭(ସ୍ବ.ପ୍ର.): କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ପବିତ୍ର ରଥଯାତ୍ରା ଅବସରରେ ବଳଭଦ୍ରଙ୍କ ରଥକୁ ଛାଡ଼ି ମା’ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଅଧା ବାଟରେ ଅଟକି...

ରୂପ୍‌ସା ଷ୍ଟେଶନରେ ଟିକେଟ କାଉଣ୍ଟର ବନ୍ଦ: ନିରାଶ ହୋଇ ଫେରୁଛନ୍ତି ଯାତ୍ର୍ରୀ, ବିକାଶ ପରିଷଦର ଆନ୍ଦୋଳନ ଚେତାବନୀ

ରୂପ୍‌ସା, ୧୫।୭(ଡି.ଏନ.ଏ.)-ଦକ୍ଷିଣ-ପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ରୂପ୍‌ସା ରେଳ ଜଙ୍କସନ ଓ ଷ୍ଟେଶନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଷ୍ଟେଶନରେ ଥିବା ୨ଟି ବୁକିଂ କାଉଣ୍ଟର...

ଥଇଥାନ ପାଇଁ ଜିଲାପାଳଙ୍କୁ ଭେଟିଲେ ବ୍ୟବସାୟୀ

ଭଦ୍ରକ ଅଫିସ, ୪।୭ – ଭଦ୍ରକ ସହରରୁ ଜବରଦଖଲ ଉଚ୍ଛେଦ ପରେ ରୋଜଗାର ହରାଇଥିବା ଦୋକାନୀମାନଙ୍କୁ ଥଇଥାନ ଦାବିରେ ସିପିଆଇ(ଏମ୍‌)ର ଜିଲା କମିଟି ବୁଧବାର ଜିଲାପାଳଙ୍କୁ...

Leave a comment

Your email address will not be published. Required fields are marked *