Posted inଖେଳ

ଉଷୁରେ ପ୍ରବୀଣଙ୍କ କୃତିତ୍ୱ

ସାଂଘାଇ, ୨୩।୧୦ (ପି.ଟି.)- ପ୍ରଥମ ଭାରତୀୟ ପୁରୁଷ ଖେଳାଳି ଭାବେ ପ୍ରବୀଣ କୁମାର ବିଶ୍ୱ ଉଷୁ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ପଦକ ଜିତିବାର କୀର୍ତ୍ତିମାନ କରିଛନ୍ତି। ଏଠାରେ ଚାଲିଥିବା ବିଶ୍ୱ ଉଷୁ ଚାମ୍ପିୟନଶିପ୍‌ର ୧୫ତମ ସଂସ୍କରଣ ଅବସରରେ ପ୍ରବୀଣ ପୁରୁଷ ୪୮ କିଗ୍ରା ବର୍ଗରେ ଫିଲିପାଇନ୍ସର ରସେଲ ଡିଆଜଙ୍କୁ ୨-୧ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ପୂର୍ବରୁ ସେମିଫାଇନାଲରେ ପ୍ରବୀଣ ୨-୦ରେ ଉଜବେକିସ୍ତାନର ଖାସନ ଇକ୍ରୋମୋଭଙ୍କୁ ପରାସ୍ତ କରିଥିଲେ। ଏଥିପୂର୍ବରୁ ୨୦୧୭ରେ ପୂଜା କାଡିଆନ ପ୍ରଥମ ଭାରତୀୟ ଭାବେ ଉଷୁ ବିଶ୍ୱ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ପଦକ ପାଇଥିଲେ। ମହିଳା ୭୫ କିଗ୍ରା ବିଭାଗ ଫାଇନାଲରେ ପୂଜା ରୁଷିଆର ଏଭଗେଡ଼ିଆ ଷ୍ଟେପାନୋଭାଙ୍କୁ ହରାଇଥିଲେ। ଉଷୁ ହେଉଛି ଏକ ସାମିରିକ କଳା। ଯେଉଁଥିରେ କିକ୍‌ ବକ୍ସିଂ, କ୍ଲୋଜ ରେଞ୍ଜ ପଞ୍ଚ୍‌,ରେସ୍‌ଲିଂ, ଟାଏକୋଣ୍ଡୋ, ଥ୍ରୋ, ସୁଇପ୍‌ ଆଣ୍ଡ୍‌ କିକ୍‌ କ୍ୟାଚ୍‌ ଏହି କ୍ରୀଡ଼ାର ଅଂଶବିଶେଷ।


All Right Reserved By Dharitri.Com

Posted inଖେଳ View All

ଲେଗ୍‌ ସ୍ପିନର ନ ଖେଳାଇବାରୁ ବିଦା ହେଲେ ଦୁଇ କୋଚ୍‌

ଢାକା,୧୮।୧୦(ପି.ଟି.)- ଅନ୍ତର୍ଜାତୀୟ ସ୍ତରରେ ବାଂଲାଦେଶର ବ୍ୟାଟ୍ସମ୍ୟାନମାନେ ଲେଗ୍‌ ସ୍ପିନରଙ୍କ ସାମ୍ନାରେ ସଂଘର୍ଷ କରୁଥିତ୍ବାରୁ ବିସିବି ଏବେ ଲେଗ୍‌ ସ୍ପିନରଙ୍କୁ ଏବେ ଅଧିକ ଗୁରୁତ୍ୱ ଦେଉଛି। ଜାତୀୟ...

କ୍ରିକେଟ ଖେଳରେ ମଙ୍କଡିଙ୍ଗ ଆଉଟ କ’ଣ ଜାଣନ୍ତି କି?

କ୍ରିକେଟ ଖେଳରେ ଅନେକ ପ୍ରକାରର ଆଉଟ୍‌ ରହିଛି। ସେଥିମଧ୍ୟରୁ ମଙ୍କଡିଙ୍ଗ ଆଉଟ୍‌ ଅନ୍ୟତମ। ଏହି ଆଉଟ୍‌ ଜଣାଶୁଣା ହୋଇ ନ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ୯...

ସୁମୋ ରେସଲରଙ୍କ ସହ ଲଢ଼ିଲେ ଜୋକୋଭିଚ୍‌

ଟୋକିଓ,୦୧।୧୦: ସର୍ବିଆର ଷ୍ଟାର ଟେନିସ ଖେଳାଳି ନୋଭାକ ଜୋକୋଭିଚ୍‌ ଏବେ ଜାପାନ ଓପନରେ ଭାଗ ନେବା ପାଇଁ ଏଠାରେ ଅଛନ୍ତି। ଟ୍ରେନିଂରୁ ବ୍ରେକ ନେଇ ସେ...

୪୭ ବର୍ଷର ରେକର୍ଡ ଭାଙ୍ଗିଲେ ରୋହିତ-ମୟଙ୍କ ଯୋଡି

ବିଶାଖାପାଟନା,୨।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ମଜଭୁତ୍‌ ସ୍ଥିତିରେ ପହଞ୍ଚିଛି। ଦୁଇ ଓପନର ରୋହିତ ଶର୍ମା ଏବଂ ମୟଙ୍କ ଅଗ୍ରଓ୍ବାଲଙ୍କ ଜବରଦସ୍ତ ପ୍ରଦର୍ଶନରେ...

ରିୟଲ ମାଡ୍ରିଡକୁ ହରାଇଲା ଆଟଲେଟିକୋ

ନ୍ୟୁୟର୍କ,୨୭ା୭(ଏଏଫ୍‌ପି)- ସ୍ଥାନୀୟ ମେଟ୍‌ଲାଇଫ୍‌ ଷ୍ଟାଡିୟମରେ ଏକ ପ୍ରାକ୍‌ ସିଜନ ବନ୍ଧୁତ୍ୱପୂର୍ଣ୍ଣ ଫୁଟ୍‌ବଲ ମ୍ୟାଚରେ ଡିଏଗୋ କୋଷ୍ଟାଙ୍କ ୪ ଗୋଲ ସହାୟତାରେ ଆଟ୍‌ଲେଟିକୋ ମାଡ୍ରିଡ୍‌ ଏହାର ଲା...

ପନ୍ତଙ୍କ ସ୍ଥାନରେ ଖେଳିବେ ରିଦ୍ଧିମାନ

ବିଶାଖାପାଟନମ, ୧।୧୦ (ପି.ଟି.)- ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ବୁଧବାରଠାରୁ ସ୍ଥାନୀୟ ଡ. ଓ୍ବାଇ.ଏସ୍‌. ରାଜଶେଖର ରେଡ୍ଡୀ...

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ବାଳିକା ଫୁଟବଲ: ଓଡ଼ିଶା ୧୬-୦ରେ ପଞ୍ଜାବକୁ ହରାଇଲା

ଭୁବନେଶ୍ୱର, ୧୮।୧(କ୍ରୀଡ଼ା ପ୍ରତିନିଧି)- ଆସାମର ଗୁଆହାଟୀଠାରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସର ଶୁକ୍ରବାର ଅନୁଷ୍ଠିତ ୨୧ ବର୍ଷରୁ କମ୍‌ ବାଳିକା ଫୁଟବଲ ମ୍ୟାଚରେ ଓଡ଼ିଶା...

ଜାତୀୟ ଜୁନିୟର ମହିଳା ହକି କ୍ୟାମ୍ପ୍‌ରେ ଓଡ଼ିଶାରୁ ୩

ନୂଆଦିଲ୍ଲୀ, ୨୦।୮ (ପି.ଟି.)- ଚଳିତ ବର୍ଷ ଶେଷ ଭାଗରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ତ୍ରି-ରାଷ୍ଟ୍ରୀୟ ଜୁନିୟର ମହିଳା ହକି ପ୍ରତିଯୋଗିତା ପାଇଁ ସୋମବାର ୩୩ ଜଣିଆ...

Leave a comment

Your email address will not be published. Required fields are marked *