୫ ହଜାର ଲାଞ୍ଚ ନେବା ବେଳେ ଦର୍ପନାରାୟଣପୁର ଫରେଷ୍ଟର, ଓ୍ବାଚ୍‌ର୍‌ ଭିଜିଲାନ୍ସ ଦ୍ୱାରା ଗିରଫ

ରଣପୁର,୨୩ ।୧୦(ସ୍ବ.ପ୍ର.)-ଜଙ୍ଗଲରୁ ଜାଳେଣି କାଠ ବିକ୍ରି ପାଇଁ ଲାଞ୍ଚ ନେଉଥିବାବେଳେ ନୟାଗଡ ବନଖଣ୍ଡ ପଞ୍ଚରିଡା ରେଞ୍ଜ ଦର୍ପନାରାୟଣପୁର ଫରେଷ୍ଟର ଆଲୋକ କୁମାର ଗୁରୁ ଓ ୱାଚର ଜିତୁ ମଣ୍ଡଳ ଭୁବନେଶ୍ୱର ଭିଜିଲାନ୍ସ ଦ୍ୱାରା ବୁଧବାର ଗିରଫ ହୋଇଛନ୍ତି। ଉଭୟଙ୍କ ଠାରୁ ୫ ହଜାର ଟଙ୍କା ଜବତ ହୋଇଛ। ଫରେଷ୍ଟରଙ୍କ ଘର ନୟାଗଡ ଜିଲା ଫତେଗଡ ଥାନା ଉଦୟପୁରରେ ବୋଲି ଜଣାପଡିଛି।

ପ୍ରକାଶଯୋଗ୍ୟ, ଫରେଷ୍ଟର ଆଲୋକ କୁମାର ଓ ୱାଚର ଜିତୁ ନିକଟସ୍ଥ ଜଗନ୍ନାଥ ପ୍ରସାଦ ଜଙ୍ଗଲରୁ କାଠ କାଟି ଆଣିବା ପାଇଁ ହେଲେ ରଣପୁର ଥାନା ଖତିଆ ଗାଁର କୁମର ମାଝିଙ୍କୁ ମାସକୁ ୫ ହଜାର ଟଙ୍କା ମାଗିଥିଲେ। ଟଙ୍କା ନ ଦେବାରୁ ଜଙ୍ଗଲରୁ ଜାଳେଣି କାଠ ଆଣିବାରେ ବାଧା ସୃଷ୍ଟି କରିଥିଲେ । ଏଣୁ ଲାଞ୍ଚ ଦେବାକୁ ହଁ କରି କୁମର ଭୁବନେଶ୍ୱର ଭିଜିଲାନ୍ସ ସହ ଯୋଗାଯୋଗ କରିଥିଲେ। ବୁଧବାର ଲାଞ୍ଚ ଦେଉଥିବାବେଳେ ଭିଜିଲାନ୍ସ ଉଭୟଙ୍କୁ କାବୁ କରିଥିଲା। ଭିଜିଲାନ୍ସ ଡିଏସ୍‌ପି ଅକ୍ଷୟ କୁମାର ମିଶ୍ରଙ୍କ ନେତୃତ୍ୱରେ ୮ଜଣିଆ ଦଳ ଏହ ଚଢ଼ାଉରେ ସାମିଲ ଥିଲେ।


All Right Reserved By Dharitri.Com

ବରଗଡ଼ ଉପନିର୍ବାଚନ LIVE UPDATES: ୧୮ ରାଉଣ୍ଡ ସୁଦ୍ଧା ୮୭,୩୭୩ ଭୋଟରେ ବିଜେଡି ଆଗୁଆ

ବରଗଡ଼ ଅଫିସ/ପଦ୍ମପୁର,୨୪।୧୦: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ଗୁରୁବାର ଭୋଟ ଗଣତି ଜାରି ରହିଛି। ୧୮ ରାଉଣ୍ଡ ସୁଦ୍ଧା ବିଜେଡିକୁ ୧,୨୦,୯୮୪ ଭୋଟ ମିଳିଥିବା...

ପେଦ୍ର ଦିଗାଲ ମୃତ୍ୟୁ ଘଟଣା ହତ୍ୟା: ଅଭିଯୋଗ ଆଣିଲେ ପରିବାର

ଫୁଲବାଣୀ ଅଫିସ, ୧୯ା୮-କ.ନୂଆଗାଁ ଥାନା ସିର୍ତ୍ତିିଗୁଡା ପଞ୍ଚାୟତ କୁଡୁପାକିଆ ଗ୍ରାମର ପେଦ୍ର ଦିଗାଲଙ୍କ ମୃତ୍ୟୁକୁ ପରିବାର ଲୋକେ ସହଜରେ ଗ୍ରହଣ କରି ପାରିନାହାନ୍ତି। ପେଦ୍ରଙ୍କ ମୃତ୍ୟୁ...

ୱାରେଣ୍ଟି କୋର୍ଟ ଚାଲାଣ

ଭଟଲି,୨୭।୭(ଡି.ଏନ୍‌.ଏ.): ବରଗଡ଼ ଜିଲା ଭଟଲି ଥାନା ପୋଲିିସ ଜଣେ ପୁରୁଣା ୱାରେଣ୍ଟିଙ୍କୁ ଶନିବାର କୋର୍ଟ ଚାଲାଣ କରିଛି ା ଅଭିଯୁକ୍ତ ଜଣକ ହେଲେ ଲଟିପାଲି ଗ୍ରାମର...

ଜଳିଗଲା ଲିଚୁ ବୋଝେଇ ଗାଡ଼ି

ଭଦ୍ରକ ଅଫିସ, ୧୭।୫ – ୧୬ ନମ୍ବର ଜାତୀୟ ରାଜପଥର ନଳାଙ୍ଗ ନିକଟରେ ଗୁରୁବାର ମଧ୍ୟାହ୍ନରେ ଏକ ଲିଚୁ ବୋଝେଇ ଗାଡ଼ି ଜଳିଯାଇଛି। ଖବର ପାଇ...

ହେଲମେଟ୍‌ ନ ପିନ୍ଧିଲେ ଉପ ଜିଲାପାଳଙ୍କ କାର୍ଯ୍ୟାଳୟ ମନା

ଭଞ୍ଜନଗର,୪।୮(ଡି.ଏନ.ଏ.) -ବାଇକ୍‌ ଓ କାର ଚାଳକଙ୍କ ଉପରେ ଏଣିକି କଡ଼ା ନଜର ରଖିବ ପ୍ରଶାସନ। ଯେଉଁମାନେ ବିନା ହେଲମେଟ୍‌ରେ ବାଇକ୍‌ ଚଳାଉଥିବେ ସେମାନଙ୍କ ବିରୁଦ୍ଧରେ ଜରିମାନା...

ପାରିବାରିକ କଳହର ଦୁଃଖଦ ପରିଣତି: ପଥରରେ କଚାଡ଼ି ୧୮ ବର୍ଷର ଯୁବକଙ୍କୁ ହତ୍ୟା

ଝୁମ୍ପୁରା, ୨।୯ (ଡି.ଏନ.ଏ.)- କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ମଲଦା ପଞ୍ଚାୟତର ବଳଭଦ୍ରପୁର ଗ୍ରାମରେ ୧୮ ବର୍ଷର ଜଣେ ଯୁବକଙ୍କୁ ରବିବାର ଅପରାହ୍ନରେ ପଥରରେ...

କାନ୍ଥ ଧସି ୧ ମୃତ, ୨ ଆହତ

ସମ୍ବଲପୁର, ୧୩।୯(ବ୍ୟୁରୋ): ସମ୍ବଲପୁର ଜିଲା ଅଇଁଠାପାଲି ଥାନା ମାଲିପାଲି ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି । ଘରର କାନ୍ଥ ଧସି ଜଣଙ୍କ ମୃତ୍ୟୁ...

ହୃଦ୍‌ଘାତରେ କଏଦୀଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ,୯ା୯-ହୃଦ୍‌ଘାତରେ ଜଣେ ବିଚାରାଧୀନ କଏଦୀଙ୍କର ଏମ୍‌କେସିଜି ମେଡିକାଲରେ ରବିବାର ମୃତ୍ୟୁ ଘଟିଛି। ମୃତକ ହେଲେ କୀର୍ତ୍ତନ ନାୟକ (୭୩) ା ତାଙ୍କ ଘର ଗଞ୍ଜାମ...

Leave a comment

Your email address will not be published. Required fields are marked *