ବଞ୍ଚିବା ପାଇଁ ସଂଘର୍ଷ : ପେଟ ଲାଗି ୮୦ ବର୍ଷର ବୃଦ୍ଧ ସଂଗ୍ରହ କରୁଛନ୍ତି ବର୍ଜ୍ୟବସ୍ତୁ

ମାଲକାନଗିରି,୨୩।୧୦(ଡି.ଏନ୍‌.ଏ.): ପରିଣତ ବୟସରେ ମାତାପିତା ଭଲରେ ଗଣ୍ଡେ ଖାଇବା, ରହିବା ପାଇଁ ପରିବାରରେ ପୁଅ ବୋହୂ, ନାତି ନାତୁଣୀଙ୍କ ହାତକୁ ଚାହିଁଥାନ୍ତି। କିନ୍ତୁ ଜଣେ ୮୦ ବର୍ଷର ବୃଦ୍ଧ ନିଜେ ବଞ୍ଚିବା ପାଇଁ କିପରି ସଂଘର୍ଷ କରି ପରିବାରର ଭରଣପୋଷଣ କରୁଛନ୍ତି ତାହା ଦେଖିବାକୁ ମିଳିଛି ମାଲକାନଗିରି ସହରରେ। ଜିଲା ସଦର ମହକୁମା ଚିଦାନନ୍ଦ ସାହିର ଦୁଃଖୁ ଗୌଡ଼(୮୦)। ଆଖିକୁ ଭଲ ଦେଖା ଯାଏ ନାହିଁ କିମ୍ବା କାନକୁ ଶୁଭେ ନାହିଁ। ସ୍ତ୍ରୀ ଜାନକୀ ଗୌଡ଼ (୭୮)ଙ୍କର ମଧ୍ୟ ସେହି ଅବସ୍ଥା। କାମଧନ୍ଦା କରି ନ ପାରି ରୋଗାଗ୍ରସ୍ତ ଅବସ୍ଥାରେ ଏକ ଝୁମ୍ପୁଡି ଘରେ ପଡ଼ି ରହିଛନ୍ତି। ଦୁଃଖୁ ପ୍ରତିଦିନ ସକାଳୁ ସହରରେ ଏଣେତେଣେ ପଡ଼ିଥିବା ଅଦରକାରୀ ତଥା ବର୍ଜ୍ୟବସ୍ତୁ ସଂଗ୍ରହ କରି ଗୋଟିଏ ଜାଗାରେ ଠୁଳ କରି ରଖନ୍ତି। ବସ୍ତାରେ ପୂରାଇ ମୁଣ୍ଡରେ ବୋହିବା ନିମନ୍ତେ ବଳ ନ ଥିବାରୁ ଏକ ରଶି ବାନ୍ଧି ଘୋଷାଡ଼ି ଘୋଷାଡି ନେଇ ବ୍ୟବସାୟୀଙ୍କୁ ବିକ୍ରି କରିଥାନ୍ତି। ଏଥିରେ ଦିନକୁ ୩୦ରୁ ୪୦ଟଙ୍କା ରୋଜଗାର କରୁଥିବା ଦୁଃଖୁ ପ୍ରକାଶ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ବଡ଼ପୁଅ ଡମୁ ଦୀର୍ଘ ୨୦ ବର୍ଷ ତଳୁ ପାଗଳ ହୋଇ କେଉଁଆଡ଼େ ପଳାଇଛନ୍ତି। ୩/୪ବର୍ଷ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ଠିକଣା ମିଳି ନ ଥିଲା। ସାନପୁଅ ଶିବ ବିବାହ ପରେ ନିଜ ସ୍ତ୍ରୀକୁ ନେଇ ଅଲଗା ରହୁଛନ୍ତି। ଅଟୋ ଚଳାଇ ଯାହା କିଛି ରାଜଗାର କରୁଥଲେ ସେ ବର୍ତ୍ତମାନ ବିଛଣାରେ। ଦୁଇଜଣ ନାତି ଓ ଗୋଟିଏ ନାତି ସାନପୁଅ ପାଖରେ ରହୁଥିବାବେଳେ ବଡ଼ନାତି ରୋହିତ ଦଶମ ଶ୍ରେଣୀରେ ପାଠ ପଢୁଛନ୍ତି। ସରକାର ଦୁଃଖୁଙ୍କୁ ଖଣ୍ଡେ ବାସଗୃହ ଏବଂ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ସେ ନିବେଦନ କରିଛନ୍ତି।


All Right Reserved By Dharitri.Com

ଯକ୍ଷ୍ମାରୁଗୀ ଘଇସାନ ପାଏଲେ ସରକାରୀ ସାହାଯ୍‌

ବିନିକା,୨୬ା୪ (ଡି.ଏନ୍‌.ଏ):  ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସାରଙ୍ଗପାଲି ଗାଁର ଘଇସାନ ସୁନା(୬୯)। ସେ ଗଲା ୬ ମାସ ହେଲା ଯକ୍ଷ୍ମା ରୋଗ୍‌ରେ ପୀଡ଼ିତ ଥିଲେ।...

ଚାର୍ଜରେ ବସାଇ ଛାତି ଉପରେ ରଖିଥିଲେ ମୋବାଇଲ: ଫାଟି ରାଜମିସ୍ତ୍ରୀଙ୍କ ଜୀବନଗଲା

ପାରାଦୀପ, ୧୧।୧୧(ସ୍ବ.ପ୍ର.): ପାରାଦୀପ ମଡେଲ ଥାନା ଅନ୍ତର୍ଗତ ଅଠରବାଙ୍କି ଲକପଡ଼ାସ୍ଥିତ ଜଗନ୍ନାଥ ଟ୍ରକ ମାଲିକ ସଂଘ କାର୍ଯ୍ୟାୟଳରେ ସୋମବାର ସକାଳେ ମୋବାଇଲ ଫାଟି ଜଣେ ରାଜମିସ୍ତ୍ରୀଙ୍କ...

ସ୍ବାମୀଙ୍କୁ ଟାଙ୍ଗିଆରେ ହାଣି ଜେଲ ଗଲେ ସ୍ତ୍ରୀ

ଶଙ୍କରାଖୋଲ/ଟିକାବାଲି, ୮ା୯(ଡି.ଏନ୍‌.ଏ.)-ଚକାପାଦ ଥାନା ପସରା ପଞ୍ଚାୟତର ଗୋଚ୍ଛାବାରି ଗ୍ରାମରେ ଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ସନ୍ଦେହ କରି ଗୁରୁବାର ରାତିରେ ସ୍ବାମୀଙ୍କୁ ଟାଙ୍ଗିଆରେ...

ଘୁଞ୍ଚିଲା ପିଜି ମେରିଟ୍‌ଲିଷ୍ଟ ତାଲିକା ପ୍ରକାଶ ତାରିଖ

ବ୍ରହ୍ମପୁର ଅଫିସ,୧ା୮-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଚଳିତ ବର୍ଷ ସ୍ନାତକୋତ୍ତର ବିଭାଗଗୁଡିକର ନାମଲେଖା ପ୍ରକ୍ରିୟା ଆରମ୍ଭକୁ ନେଇ ଏବେ ପୁଣି ସମସ୍ୟା ଦେଖାଦେଇଛି ା ଏନ୍‌ଆଇସିର ଅପଲୋଡିଂରେ ବିଳମ୍ବ...

କେନ୍ଦ୍ର ଅବହେଳାରୁ ମହେନ୍ଦ୍ରଗିରି ବିକାଶ ବାଧାପ୍ରାପ୍ତ

ବ୍ରହ୍ମପୁର ଅଫିସ,୨୬ା୭- ବ୍ରହ୍ମପୁର ଲୋକ ସଭା କ୍ଷେତ୍ର ଅନ୍ତର୍ଭୁକ୍ତ ଗଜପତି ଜିଲାରେ ଥିବା ପୁରାଣ ପ୍ରସିଦ୍ଧ ଓ ଐତିହାସିକ ସ୍ଥଳି ମହେନ୍ଦ୍ରଗିରି ପର୍ବତର ବିକାଶ ପ୍ରତି...

ଝିଅର ଚିକିତ୍ସା ପାଇଁ ଅସହାୟ ମା’ ବାପା

ଖଇରା, ୧୩।୮(ଉତ୍କଳବନ୍ଧୁ ପଣ୍ଡା)-ଆଖିରେ ଆଖିଏ ସ୍ବପ୍ନ ା ଅନ୍ୟ ସାଙ୍ଗମାନଙ୍କ ଭଳି ବହି ବସ୍ତାନି ଧରି ସ୍କୁଲ ଯିବାକୁ ଇଚ୍ଛା ା ହେଲେ ଆଖି ୨ଟି...

କାର୍ତ୍ତିକ ମାସରେ ସ୍କୁଲରେ ଅଣ୍ଡା ମନା, ଛାତ୍ରୀଛାତ୍ର ଆଣିଲେ ଅଭିଯୋଗ

ଜଗନ୍ନାଥପ୍ରସାଦ,୭।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ପଞ୍ଚୁଭୂତି ଗ୍ରାମର ଉପ୍ରା ବିଦ୍ୟାଳୟରେ ଗତ କିଛିଦିନ ଧରି ଅନିୟମିତତା ନେଇ ଅଭିଯୋଗ ହୋଇଆସୁଥିଲା। ଏହାର ଏକ ଭିଡିଓ...

ଡାକ୍ତରଖାନା ପରିସରରେ ମୃତ ଶିଶୁ

ଅନୁଗୋଳ ଅଫିସ, ୧୯ା୧୦ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ଶୁକ୍ରବାର ଭୋର ସମୟରେ ଜଣେ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି। ଶିଶୁର ଦେହରେ...

Leave a comment

Your email address will not be published. Required fields are marked *