Posted inଖେଳ

ଶାକାହାରୀ ହେଲେ ବିରାଟ କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ବର୍ତ୍ତମାନ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଅନ୍ୟତମ। କେବଳ ନିଜ ବ୍ୟାଟିଂ ପାଇଁ ନୁହେଁ, ଫିଟନେସ୍‌ରେ ମଧ୍ୟ ସେ ଅନ୍ୟ ଖେଳାଳିଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ନିଜକୁ ଫିଟ୍‌ ରଖିବା ପାଇଁ ସେ ଗତବର୍ଷଠାରୁ ଶାକାହାରୀ ହେବାର ନିଷ୍ପତ୍ତି ନେଇଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ୍‌ ଜିତିବା ପରେ କୋହଲି ବୁଧବାର ଏକ ଟୁଇଟ୍‌ କରି ସେ ଏହା କହିଛନ୍ତି। ନେଟଫ୍ଲିକ୍ସ ଶୋ’ ଗେମ୍‌ ଚେଞ୍ଜର ଦେଖିବା ପରେ ବିରାଟ କହିଛନ୍ତି, ଶାକାହାରୀ ହେବା ପରେ ଡାଏଟ୍‌କୁ ନେଇ ମୋର ଯେଉଁ ଚିନ୍ତାଧାରା ଥିଲା ତାହା କେବଳ କଳ୍ପନା ଥିଲା। ଏଭଳି ଡକ୍ୟୁମେଣ୍ଟାରୀ ଦେଖି ମୋତେ ଯାହା ଅନୁଭବ ହେଉଛି ତାହା ଆଗରୁ କେବେ ହୋଇ ନ ଥିଲା ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଗେମ୍‌ ଚେଞ୍ଜର ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ଥିଲା। ଏଥିରେ ଜେମ୍ସ କେମରୁନ୍‌, ଜ୍ୟାକି ଚାନ୍‌ ଏବଂ ଅର୍ନାଲ୍ଡ ଶ୍ୱାର୍ଜନେଗର ପ୍ରମୁଖ ଅଭିନୟ କରିଥିଲେ।ଏହି ଫିଲ୍ମରେ ଶାକାହାରୀ ଭୋଜନ ଦ୍ୱାରା ଖେଳାଳିଙ୍କ ଲାଭ ବିଷୟରେ କୁହାଯାଇଛି।


All Right Reserved By Dharitri.Com

Posted inଖେଳ View All

ରୁଟ୍‌ଙ୍କ ଦ୍ୱିଶତକ: ଇଂଲଣ୍ଡ ଅଗ୍ରଣୀ

ହାମିଲଟନ,୩।୧୨(ଏଏଫପି)- ଅଧିନାୟକ ଜୋ ରୁଟଙ୍କ ଦ୍ୱିଶତକ ବଳରେ ଇଂଲଣ୍ଡ ଏଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ୧୦୧ ରନ୍‌ର ଇନିଂସ ଅଗ୍ରଣୀ ହାସଲ...

କଳିଙ୍ଗରେ ଓଡ଼ିଶା ଏଫ୍‌ସିର ବିଜୟ ଜାରି

ଭୁବନେଶ୍ୱର, ୭।୧ (ସ୍ପୋଟର୍‌ସ ବ୍ୟୁରୋ)- ଘରୋଇ କଳିଙ୍ଗ ଷ୍ଟାଡିୟମରେ ବିଜୟ ଅବ୍ୟାହତ ରଖିଛି ଓଡ଼ିଶା ଏଫ୍‌ସି ଟିମ୍‌। ଚଳିତ ଇଣ୍ଡିଆନ୍‌ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)ରେ ସୋମବାର...

ଉଗାଣ୍ଡା ପାରା ବ୍ୟାଡମିଣ୍ଟନ: ପ୍ରମୋଦଙ୍କୁ ଡବଲ ସ୍ବର୍ଣ୍ଣ

କଟକ ଅଫିସ,୨୯ା୪- ଉଗାଣ୍ଡାର କାମ୍ପାଲା ସ୍ଥିତ ଲୁଗୋଗୋ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ଉଗାଣ୍ଡା ପାରା ବ୍ୟାଡମିଣ୍ଟନ ଅନ୍ତର୍ଜାତୀୟ ଚାମ୍ପିୟନଶିପ୍‌ରେ ପୁଣି ଚମକିଛନ୍ତି ଓଡ଼ିଶାର ତାରକା ଖେଳାଳି...

ପିଲାଦିନେ ପିତାଙ୍କୁ ହରାଇଥିଲେ, ପ୍ରତିଦିନ ଗୋଟିଏ ଡ୍ରେସ୍‌ ସଫା କରି ପିନ୍ଧୁଥିଲେ, ଆଜି ଟିମ୍‌ ଇଣ୍ଡିଆର ସଫଳ ବୋଲର୍‌

ସଫଳତା ସ୍ବାଦ ଚାଖିବା ପାଇଁ ପ୍ରଥମେ ଅସଫଳ ହେଲେ ଭାଙ୍ଗି ପଡିବା ବୁଦ୍ଧିମାନର କାର୍ଯ୍ୟ ନୁହେଁ। ହାରିଯାଇ ପୁଣି ଜିତିବାର ଅଭିପ୍ସା ନେଇ ଆଗେଇ ଯିବାକୁ...

ସିକେ ନାଇଡୁ ଟ୍ରଫି: ଦୃଢ଼ ସ୍ଥିତିରେ ଓଡ଼ିିଶା ଅମ୍ରିତ, ସୌରଭଙ୍କ ଶତକ

ସମ୍ବଲପୁର, ୭।୧ (ବ୍ୟୁରୋ): ଅମ୍ରିତ ଖଟୁଆ ଓ ସୌରଭ କୁମାର ଗୌଡ଼ଙ୍କ ଆକର୍ଷଣୀୟ ଶତକ ଯୋଗୁ ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ଚାଲିଥିବା ସିକିମ...

ବିଡବ୍ଲ୍ୟୁଏଫ୍‌ ର଼୍ୟାଙ୍କିଙ୍ଗ୍‌: ସିନ୍ଧୁ ଖସିଲେ, କାଶ୍ୟପ ଉଠିଲେ

ନୂଆଦିଲ୍ଲୀ, ୨।୧୦(ପି.ଟି.)- ସଦ୍ୟ ପ୍ରକାଶିତ ବିଡବ୍ଲ୍ୟୁଏଫ୍‌ ର଼୍ୟାଙ୍କିଙ୍ଗ୍‌ରେ ବିଶ୍ୱ ଚାମ୍ପିୟନ ତଥା ଅଲିମ୍ପିକ୍ସ ରୌପ୍ୟ ପଦକ ବିଜୟିନୀ ପି.ଭି. ସିନ୍ଧୁ ତଳକୁ ଖସିଥିବା ବେଳେ ପୁରୁଷ...

ଗୋଥାମଙ୍କୁ ୮ ଉଇକେଟ; ତାମିଲନାଡୁକୁ ହରାଇଲା କର୍ନାଟକ

ଡିଣ୍ଡିଗୁଲ,୧୩।୧୨(ପି.ଟି.)- ଅଫ୍‌ ସ୍ପିନର କେ. ଗୋଥାମଙ୍କ ୮ ଉଇକେଟ ସଫଳତା ଯୋଗୁ କର୍ନାଟକ ୨୬ ରନ୍‌ରେ ତାମିଲନାଡୁକୁ ପରାସ୍ତ କରିଛି। ପ୍ରଥମ ଇନିଂସ୍‌ରେ ୨୯ ରନ୍‌ର...

ଲୌରିୟସ ପୁରସ୍କାର ଦୌଡ଼ରେ ନାଡାଲ, ଓସାକା, ମୁରେ

ବର୍ଲିନ,୧୬।୧(ପି.ଟି.)-ସମ୍ମାନଜନକ କ୍ରୀଡ଼ା ପୁରସ୍କାର ଦୌଡ଼ରେ ଏ ବର୍ଷ ସାମିଲ ହୋଇଛନ୍ତି ସ୍ପେନ୍‌ ଟେନିସ ତାରକା ରାଫାଲ ନାଡାଲ ଓ ଆମେରିକା ମହିଳା ତାରକା ନାଓମି ଓସାକା,...

Leave a comment

Your email address will not be published. Required fields are marked *