ଗୁଗଲ୍‌ ମ୍ୟାପରେ ଟ୍ୟାଗ୍‌ ହେବ ଆର୍‌ଟିଓ

କଟକ ଅଫିସ, ୨୩-୧୦:ଗୁଗଲ୍‌ ମ୍ୟାପ୍‌ରେ ଟ୍ୟାଗ୍‌ ହେବ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆର୍‌ଟିଓ) ସହିତ ଡ୍ରାଇଭିଂ ଟେଷ୍ଟିଂ ଟ୍ରାକ୍‌ ଓ ପଲ୍ୟୁଶନ ଅଣ୍ଡର କଣ୍ଟ୍ରୋଲ (ପିୟୁସି) କେନ୍ଦ୍ର। ରାଜ୍ୟ ପରିବହନ ଆୟୁକ୍ତଙ୍କ ପକ୍ଷରୁ ମଙ୍ଗଳବାର ଏ ନେଇ ସମସ୍ତ ଆର୍‌ଟିଓଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥିରେ କୁହାଯାଇଛି, ଆର୍‌ଟିଓଗୁଡ଼ିକ ଅନେକ ନାଗରିକ କୈନ୍ଦ୍ରିକ ସେବା ଯୋଗାଉଛି। ମାତ୍ର ଲୋକେ ଆର୍‌ଟିଓ ଅଫିସ ସହିତ ଡ୍ରାଇଭିଂ ଟେଷ୍ଟିଂ ଟ୍ରାକ୍‌କୁ ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏହି ସ୍ଥାନଗୁଡ଼ିକୁ ଆର୍‌ଟିଓ ଅଫିସର ଗୁଗଲ୍‌ ମ୍ୟାପ୍‌ରେ ଟ୍ୟାଗ୍‌ କରିବାକୁ କୁହାଯାଇଛି। ସେହିପରି ପ୍ରଦୂଷଣ ପ୍ରମାଣପତ୍ର ପାଇଁ ମଧ୍ୟ ଲୋକେ ଅସୁବିଧା ଭୋଗୁଥିବାରୁ ଏହି କେନ୍ଦ୍ରଗୁଡ଼ିକର ଅବସ୍ଥିତି ସମ୍ପର୍କରେ ଗୁଗଲ୍‌ ମ୍ୟାପ୍‌ରେ ସ୍ଥାନ ଦେବାକୁ ଆୟୁକ୍ତଙ୍କ ପକ୍ଷରୁ କୁହାଯାଇଛି।


All Right Reserved By Dharitri.Com

କବିସୂର୍ଯ୍ୟନଗର କାମଦେବ ହତ୍ୟା ମାମଲା: ୨୪ ବର୍ଷ ପରେ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର ଅଫିସ,୮।୧୨: ଏକ ହତ୍ୟା ମାମଲାରେ ଦୀର୍ଘ ୨୪ ବର୍ଷ ଧରି ନାମ ବଦଳାଇ ଫେରାର ଥିବା ଜଣେ ଅଭିଯୁକ୍ତଙ୍କୁ ଗଞ୍ଜାମ ଜିଲା ବୈଦ୍ୟନାଥପୁର ଥାନା...

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସମବାୟ ସମିତି ସମ୍ପାଦକ

କଟକ ଅଫିସ, ୭ା୧- ଅଢେଇ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାଲିଅନ୍ତା ଥାନା ଅଧୀନ କାକରୁଦ୍ରପୁର ସେବା ସମବାୟ ସମିତି ସମ୍ପାଦକ...

୧୪ ଦିନରେ ହେଲା ସ୍ଥିତି ସ୍ବାଭାବିକ: ତାଳଚେର କୋଲ୍‌ ଫିଲ୍ଡସ ଚଳଚଞ୍ଚଳ

ତାଳଚେର, ୭ା୮ (ନି.ପ୍ର.)-ଭରତପୁର ଖଣି ଦୁର୍ଘଟଣା ପରେ ୧୪ ଦିନ ଧରି ଠପ୍‌ ହୋଇଯାଇଥିବା ତାଳଚେର କୋଲ୍‌ ଫିଲ୍ଡସରେ ମଙ୍ଗଳବାର ସ୍ଥିତି ଧୀରେ ଧୀରେ ସ୍ବାଭାବିକ...

ବଜାରରୁ ସିରିଜ୍‌ ଚୋରି: ବାଳସୁଧାର ଗୃହ ଗଲେ ୩ ଅନ୍ତେବାସୀ ନାବାଳକ

ଶଙ୍କରାଖୋଲ,୨୬ା୧୧(ଡି.ଏନ୍‌.ଏ.)-କନ୍ଧମାଳ ଜିଲା ଚକାପାଦ ବ୍ଲକ କୁସୁମେଣ୍ଡି ପଞ୍ଚାୟତ ମଲିକ ଗଁା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଥିବା ଏସ୍‌ସି ଏସ୍‌ଟି ଛାତ୍ରାବାସର ୩ ନାବାଳକଙ୍କୁ ପୋଲିସ ରବିବାର...

କିଲୋ ୬ ଟଙ୍କାରେ ଶିକ୍ଷୟିତ୍ରୀ ବିକିଲେ ସ୍କୁଲ ବହି

ପାଟପୁର,୨୨ା୧୨-ଗଞ୍ଜାମ ଜିଲା ପାଟପୁର ଗ୍ରାମ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ବହିକୁ ଜଣେ ଶିକ୍ଷୟିତ୍ରୀ ୬ଟଙ୍କା କିଲୋରେ ବିକ୍ରି କରିଥିବା ଶନିବାର ଅଭିଯୋଗ ହୋଇଛି।...

ଏନଏଚ୍‌ ନଂ.୧୬ ରେ ଫ୍ଲାଇଓଭର, ଅଣ୍ଡରପାସ୍‌ ପ୍ରସଙ୍ଗ: କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବେ ଏମ୍‌ପି, ବିଧାୟକ

ଛତ୍ରପୁର,୧୭ା୧(ଡି.ଏନ.ଏ.)- ଗଞ୍ଜାମ ଜିଲା ଗିରିଶୋଲାରୁ ପୁଇଁତଳା ପର୍ଯ୍ୟନ୍ତ ଜାତୀୟ ରାଜପଥ-୧୬ନଂ. ର ଉନ୍ନତୀକରଣ କାମ ଚାଲିଛି। ୬ ଲେନ୍‌ ତ ଦୂରର କଥା ଆବଶ୍ୟକତା ଅନୁସାରେ...

ବାଇକ୍‌ରୁ ଖସି ଯୁବକଙ୍କ ଜୀବନ ଗଲା

ଅନୁଗୋଳ ଅଫିସ,୨।୧: ସହରର ଗାନ୍ଧୀମାର୍ଗରେ ବାଇକ୍‌ରୁ ଖସିପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବ୍ରାହ୍ମଣୀଦେଇପଡ଼ାର ସୁବାସ ଅଗ୍ରଓ୍ବାଲଙ୍କ ପୁଅ ବିକାଶ ଅଗ୍ରଓ୍ବାଲ(୩୭)। ମୃତ...

ଅସୁରକ୍ଷିତ ଶ୍ରେଣୀଗୃହ: ବାରଣ୍ଡାରେ ବସି ପାଠପଢୁଛନ୍ତି ପିଲା

ଖଣ୍ଡପଡା,୫।୧୨(ସ୍ବ.ପ୍ର.): ଦୀର୍ଘବର୍ଷରୁ ଅସୁରକ୍ଷିତ ଅବସ୍ଥାରେ ଥିବା ଶ୍ରେଣୀଗୃହ ଯୋଗୁ କୋସକା ଅଞ୍ଚଳର ଏକ ପ୍ରାଥମିକ ବିଦ୍ୟାଳୟର ପିଲାମାନେ ବାରଣ୍ଡାରେ ବସି ପାଠ ପଢୁଛନ୍ତି। ଏ ନେଇ...

Leave a comment

Your email address will not be published. Required fields are marked *