Posted inଜାତୀୟ

୨ ବିଏସ୍‌ପି ନେତାଙ୍କୁ ଜୋତାମାଳ ପିନ୍ଧାଇ ଚଲାଇଲେ

ଜୟପୁର, ୨୩ା୧୦(ପି.ଟି.) : ମୁହଁରେ କଳା ବୋଳିଲେ। ଜୋତାମାଳ ପିନ୍ଧାଇ ବିଏସ୍‌ପି କାର୍ଯ୍ୟାଳୟ ସାମ୍ନାରେ ବୁଲାଇଲେ। କୌଣସି ଅନ୍ୟ ଦଳର ନେତାଙ୍କୁ ନୁହେଁ ବରଂ ବିଏସ୍‌ପି କର୍ମୀମାନେ ନିଜ ଦଳର ଦୁଇନେତାଙ୍କ ସହ ଏପରି ବ୍ୟବହାର ଦେଖାଇଛନ୍ତି। ବିଏସ୍‌ପି ନେତା ରାମ୍‌ଜୀ ଗୌରବ ଓ ପୂର୍ବତନ ପ୍ରଦେଶ ବିଏସ୍‌ପି ମୁଖ୍ୟ ସୀତାରାମଙ୍କ ଦୋଷହେଲା ୨୦୧୮ ରାଜସ୍ଥାନ ବିଧାନସଭା ନିର୍ବାଚନରେ ଟିକେଟ ବଣ୍ଟନ ବେଳେ ଦୁର୍ନୀତି ହୋଇଥିବା ଦୁହେଁ ଅଭିଯୋଗ ଆଣିଥିଲେ। କର୍ମୀମାନେ ଏମାନଙ୍କ ଉପରେ ଅସନ୍ତୁଷ୍ଟ ଥିବାବେଳେ ମଙ୍ଗଳବାର ବାଣୀ ପାର୍କସ୍ଥିତ କାର୍ଯ୍ୟାଳୟ ବାହାରେ ଦୁହଁିଙ୍କ ମୁହଁରେ କଳାକାଳି ବୋଳି ଜୋତାମାଳ ପିନ୍ଧାଇବା ସହିତ ଗଧ ପିଠିରେ ବସାଇ ପରେଡ୍‌ କରାଇଥିଲେ। ଏଭଳି ଘଟଣା ପରେ ବିଏସ୍‌ପି ମୁଖ୍ୟ ମାୟାବତୀ ରାଜସ୍ଥାନ ପ୍ରଦେଶ ବିଏସ୍‌ପି କମିଟିକୁ ଭାଙ୍ଗି ଦେବା ସହ କଂଗ୍ରେସ ବିରୋଧରେ ସ୍ବର ଉଠାଇଛନ୍ତି। ପ୍ରକାଶଥାଉ କି, ଗତ ସେପ୍ଟେମ୍ବରରେ ବିଏସ୍‌ପିର ସମସ୍ତ ୬ ବିଧାୟକ କଂଗ୍ରେସରେ ଯୋଗ ଦେଇଥିଲେ। ଦଳକୁ କମ୍‌ଜୋର କରିବା ପଛରେ କଂଗ୍ରେସର ହାତ ଥିବା ଅଭିଯୋଗ ହୋଇଆସୁଛି।


All Right Reserved By Dharitri.Com

ବ୍ରିଟେନ୍‌, ଇୟୁ, ତୁର୍କୀ ଯାତ୍ରୀଙ୍କୁ ଭାରତ ମନା

ନୂଆଦିଲ୍ଲୀ,୧୭।୩:କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସରକାର ବିଦେଶୀ ଯାତ୍ରୀଙ୍କ ଆଗମନ ଉପରେ ସୋମବାର ଅଧିକ କଟକଣା ଲଗାଇଛନ୍ତି। ମାର୍ଚ୍ଚ ୧୮ରୁ ୩୧ ପର୍ଯ୍ୟନ୍ତ ୟୁରୋପୀୟ...

ଏଏପି ଜାରି କଲା ଘୋଷଣାପତ୍ର: ମାଗଣା ବିଜୁଳି, ମାଗଣା ପାଣି, ୨୪ ଘଣ୍ଟା ଖୋଲା ରହିବ ବଜାର

ନୂଆଦିଲ୍ଲୀ,୪।୨: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ଆମ ଆଦମୀ ପାର୍ଟି(ଏଏପି) ମଙ୍ଗଳବାର ତା’ର ଘୋଷଣାପତ୍ର ଜାରି କରିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ, ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ...

ଆଉ ୬ ମାସ ଭାଜପା ମଙ୍ଗ ସମ୍ଭାଳିବେ ଶାହ

ନୂଆଦିଲ୍ଲୀ,୧୩ା୬: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ ଭାଜପା ଅଧ୍ୟକ୍ଷ ପଦରେ ଆଉ ଅନ୍ତତଃ ୬ ମାସ ରହିବା ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ଦଳର...

କଂଗ୍ରେସକୁ ଭୋଟ ଦେବାକୁ ଭଗବାନ ରଘୁନାଥଙ୍କ ରାଣ ପକାଇଲେ କୁଲ୍ଲୁ ବିଧାୟକ

କୁଲ୍ଲୁ,୨୧।୪: ଲୋକ ସଭା ନିର୍ବାଚନ ପ୍ରଚାରରେ ବିଭିନ୍ନ ଦଳର ପ୍ରାର୍ଥୀଙ୍କ ପକ୍ଷରୁ ନାନା ପ୍ରକାର ବିବାଦୀୟ ମନ୍ତବ୍ୟ ଜାରି ରହିଛି। ଏହି ମର୍ମରେ ହିମାଚଳପ୍ରଦେଶ କୁଲ୍ଲୁର...

ଫେବୃୟାରୀ ଯାଏ ଗ୍ରେ ଲିଷ୍ଟରେ ରହିବ ପାକ୍‌

ଇସ୍‌ଲାମାବାଦ, ୧୭ା୧୦(ପି.ଟି.): ଆତଙ୍କବାଦକୁ ନେଇ ପାକିସ୍ତାନ ଏକଘରକିଆ ହୋଇପଡ଼ିଥିବାବେଳେ ଏହାକୁ ପୁଣି ଏକ ଝଟକା ଲାଗିଛି। ପାକିସ୍ତାନକୁ ଆସନ୍ତା ୨୦୨୦ ଫେବୃୟାରୀ ମାସ ପର୍ଯ୍ୟନ୍ତ ଗ୍ରେ...

ପରଲୋକରେ ୯୯ ବର୍ଷ ବୟସ୍କା ଯୋଗ ପ୍ରଶିକ୍ଷିକା: କରିଥିଲେ ନିଜ ମୃତ୍ୟୁର ଭବିଷ୍ୟବାଣୀ

କୋୟମ୍ବାଟୁର,୨୭।୧୦: ଯୋଗ ଶିକ୍ଷା କ୍ଷେତ୍ରରେ ଖ୍ୟାତି ହାସଲ କରିଥିବା ଯୋଗ ପ୍ରଶିକ୍ଷିକା ପଦ୍ମଶ୍ରୀ ବି. ନାନମ୍ମଲ୍‌ଙ୍କର ୯୯ ବର୍ଷ ବୟସରେ ପରଲୋକ ହୋଇଛି। ତାମିଲ୍‌ନାଡୁର କୋୟମ୍ବାଟୁରଠାରେ...

ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଡଚ୍‌ ରାଜ ଦମ୍ପତି

ନୂଆଦିଲ୍ଲୀ,୧୪।୧୦: ନେଦରଲ୍ୟାଣ୍ଡସ୍‌ର ରାଜା ଓ୍ବିଲିୟମ ଆଲେକଜାଣ୍ଡର ଓ ରାଣୀ ମାକ୍ସିମା ସୋମବାର ରାଜଘାଟଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହି ରାଜ...

ଟାଇଫଏଡ୍‌ ରୋଗୀଙ୍କ ପାଇଁ ଉପକାରୀ ଗାଜର ରସ

ଟାଇଫଏଡ୍‌ ଏକ ବିପଦଜନକ ଜ୍ୱର। ଏପରି ସ୍ଥିତିରେ କିଛି ବିଶେଷ କଥା ଉପରେ ଧ୍ୟାନ ରଖିଲେ ନା କେବଳ ଏଥିରୁ ରକ୍ଷା ପାଇ ପାରିବେ, ଏହାର...

Leave a comment

Your email address will not be published. Required fields are marked *