ରକ୍ତାଭାବ ଦୂର କରିବ ଭ୍ରାମ୍ୟମାଣ ରକ୍ତସଂଗ୍ରହ ଯାନ

ଭୁବନେଶ୍ୱର,୨୩-୧୦(ବ୍ୟୁରୋ):ରାଜ୍ୟରେ ରକ୍ତାଭାବ ସମସ୍ୟାକୁ ଦୂର କରିବା ସହ ଅପହଞ୍ଚ ଅଞ୍ଚଳରେ ରକ୍ତଦାନକୁ ପ୍ରୋତ୍ସାହିତ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଭ୍ରାମ୍ୟମାଣ ରକ୍ତସଂଗ୍ରହ ଯାନର ଶୁଭାରମ୍ଭ କରାଯାଇଛି। ଉପଯୁକ୍ତ ଭିତ୍ତିଭୂମି ଅଭାବ ପାଇଁ ଯେଉଁ ଅଞ୍ଚଳରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇପାରୁ ନ ଥିବ ସେହି ସ୍ଥାନଗୁଡ଼ିକରେ ରକ୍ତଦାତାଙ୍କ ସୁବିଧା, ନିରାପଦ ରକ୍ତ ସଂଗ୍ରହ, ସଂଗୃହୀତ ରକ୍ତର ସ୍ଥାନାନ୍ତରୀକରଣ ଏବଂ ଦୁର୍ଗମ ଅଞ୍ଚଳରେ ସୁବିଧାରେ ରକ୍ତ ଉପଲବ୍ଧ କରାଇବା ଲକ୍ଷ୍ୟ ନେଇ ଏହି ସେବା ଆରମ୍ଭ ହୋଇଛି। ମଙ୍ଗଳବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଏହାର ଶୁଭାରମ୍ଭ କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ୯ ଭ୍ରାମ୍ୟମାଣ ରକ୍ତସଂଗ୍ରହ ଯାନ କିଣାଯାଇଥିବାବେଳେ ସେଗୁଡ଼ିକୁ କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ୍‌, ବୁର୍ଲାସ୍ଥିତ ଭିମ୍‌ସାର, ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ କଲେଜ ଓ ହସ୍ପିଟାଲ, କୋରାପୁଟ ଏସ୍‌ଏଲ୍‌ଏନ୍‌ ମେଡିକାଲ କଲେଜ ଓ ହସ୍ପିଟାଲ୍‌, ବାରିପଦା ପିଆର୍‌ଏମ୍‌ ମେଡିକାଲ କଲେଜ ଓ ହସ୍ପିଟାଲ, ବଲାଙ୍ଗୀର ବି.ବି. ମେଡିକାଲ କଲେଜ ଓ ହସ୍ପିଟାଲ, ବାଲେଶ୍ୱର ଏଫ୍‌ଏମ୍‌ ମେଡିକାଲ୍‌ କଲେଜ ଓ ହସ୍ପିଟାଲ, ବରଗଡ଼ ଡିଏଚ୍‌ଏଚ୍‌ ଏବଂ ରାଉରକେଲା ଆର୍‌ଜିଏଚ୍‌କୁ ପଠାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ଅଧିକ ଭ୍ରାମ୍ୟମାଣ ଗାଡ଼ି କିଣାଯାଇ ଅନ୍ୟ ଅଞ୍ଚଳରେ ମଧ୍ୟ ଏହି ସେବା ଉପଲବ୍ଧ କରାଯିବ। ଅନ୍ୟପକ୍ଷରେ କିଣାଯାଇଥିବା ସମସ୍ତ ଯାନରେ ରକ୍ତସଂଗ୍ରହ ଏବଂ ସଂଗୃହୀତ ରକ୍ତର ସ୍ଥାନାନ୍ତରୀକରଣ ନିମନ୍ତେ ଆବଶ୍ୟକୀୟ ସମସ୍ତ ଉପକରଣ ଏବଂ ଯନ୍ତ୍ରପାତି ଉପଲବ୍ଧ କରାଯାଇଛି।
ଆବଶ୍ୟକ ସମୟରେ ବିଶୁଦ୍ଧ ରକ୍ତର ଆବଶ୍ୟକତା ପୂରଣ କରିବା ଏବଂ ରୋଗୀଙ୍କ ପାଇଁ ବିଶୁଦ୍ଧ ରକ୍ତ ଉପଲବ୍ଧ କରିବା ଉଦ୍ଦେଶ୍ୟରେ ବର୍ତ୍ତମାନ ୫୬ ସରକାରୀ ରକ୍ତଭଣ୍ଡାର ସହ ଗୋଟିଏ କେନ୍ଦ୍ରୀୟ ରେଡ୍‌କ୍ରସ ରକ୍ତଭଣ୍ଡାର ଓଡ଼ିଶାରେ କାର୍ଯ୍ୟକ୍ଷମ ଅଛି। ୨୦୧୮ରେ ସଂଗୃହୀତ ମୋଟ ୪,୫୫,୦୬୦ ୟୁନିଟ୍‌ ମଧ୍ୟରୁ ୨,୯୨,୧୭୧ ୟୁନିଟ୍‌ ସ୍ବେଚ୍ଛାକୃତ ଭାବେ ସଂଗୃହୀତ ହୋଇଥିବା ସୂଚନା ମିଳିଛି। ଭ୍ରାମ୍ୟମାଣ ରକ୍ତସଂଗ୍ରହ ଯାନର ଶୁଭାରମ୍ଭ ଅବସରରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦା, ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ, ରାଜ୍ୟ ଔଷଧ ନିଗମ ପରିଚାଳନା ନିର୍ଦ୍ଦେଶକ ଜାମିନୀ ଷଡଙ୍ଗୀ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଗୁହା ପୁନମ୍‌ ତାପସ କୁମାର ପ୍ରମୁଖ ଉପସ୍ଥିତ ଥିଲେ।


All Right Reserved By Dharitri.Com

ସିଏମସି ପକ୍ଷରୁ ଜବରଦଖଲ ଉଚ୍ଛେଦ: ଭଙ୍ଗାଗଲା ଗୋବର୍ଦ୍ଧନ ଗୋ-ଧାମ

କଟକ ଅଫିସ, ୧୪ା୯: କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଗୁରୁବାର ମଙ୍ଗଳାବାଗସ୍ଥିତ ଗୋବର୍ଦ୍ଧନ ଗୋ-ଧାମ ପରିଦର୍ଶନ କରିଥିଲେ। ଗୋମାତାଙ୍କୁ ଏଠାରେ କିଭଳି ରଖା ଯାଉଛି ଏବଂ...

ଶ୍ରୀମନ୍ଦିରରେ ରାଖୀ ଲାଗି, ବଳଭଦ୍ର ଜନ୍ମ ନୀତି: ପାଟ ରାଖୀ ପିନ୍ଧିଲେ ମହାପ୍ରଭୁ

ପୁରୀ ଅଫିସ, ୧୬।୮: ପବିତ୍ର ଗହ୍ମାପୂର୍ଣ୍ଣିମା ତିଥିରେ ଶ୍ରୀମନ୍ଦିରରେ ବଳଭଦ୍ର ଜନ୍ମ ନୀତି ଏବଂ ରାଖୀ ଲାଗି ନୀତି ସମ୍ପନ୍ନ ହୋଇଛି। ଦୁଇଭାଇ ମହାପ୍ରଭୁ ଶ୍ରୀଜଗନ୍ନାଥ...

ଆରମ୍ଭ ହେବ ‘ମୋ ସରକାର’ କାର୍ଯ୍ୟକ୍ରମ: ସିଧାସଳଖ ଲୋକଙ୍କୁ ଫୋନ୍‌ କରି ସମସ୍ୟା ବୁଝିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୫।୮(ବ୍ୟୁରୋ): ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ମହାସମାରୋହ ପାଳନ କରାଯାଇଛି। ଚଳିତବର୍ଷ ପ୍ରଥମ ଥର ପାଇଁ ମହାତ୍ମା ଗାନ୍ଧି ମାର୍ଗ ପରିବର୍ତ୍ତେ ପ୍ରଦର୍ଶନୀ ପଡିଆରେ ରାଜ୍ୟସ୍ତରୀୟ...

ସ୍ନାନମଣ୍ଡପରେ ବିଜେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ ଅଫିସ,୧୭ା୬: ଦେବସ୍ନାନ ପୂର୍ଣ୍ଣିମାରେ ରତ୍ନବେଦୀରୁ ଓହ୍ଲାଇ ସ୍ନାନମଣ୍ଡପରେ ବିଜେ କରିଛନ୍ତି ଚତୁର୍ଦ୍ଦାମୂର୍ତ୍ତି। ଭୋର ୫ଟାରେ ମଙ୍ଗଳାର୍ପଣ ପରେ ୫.୨୦ରେ ଶ୍ରୀ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ...

ଆଶୀର୍ବାଦ ଗିରଫ ହେବା ପ୍ରସଙ୍ଗ: ରିମାଣ୍ଡରେ ନେବନି ସିବିଆଇ; ପୁଅ ସଞ୍ଜୟ କହିଲେ ‘ଏହା ଷଡ଼ଯନ୍ତ୍ର’

କଟକ ଅଫିସ,୧୯।୯: ଆଗକୁ ଓଡ଼ିଶା କ୍ରିକେଟ୍‌ ଆସୋସିଏଶନ(ଓସିଏ)ର ନିର୍ବାଚନ ଥିବାବେଳେ ଗୁରୁବାର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ସିବିଆଇ ଗିରଫ କରିବା ଚର୍ଚ୍ଚାର ବିଷୟ ପାଲଟିଛି।...

ଯୁବକଂଗ୍ରେସକୁ କ୍ରିୟାଶୀଳ କରିବାକୁ ଉଦ୍ୟମ:୧୨ରେ ମତାମତ ରଖିବେ ଯୁବନେତା

ଭୁବନେଶ୍ୱର,୮।୧(ବ୍ୟୁରୋ):ଯୁବ କଂଗ୍ରେସ ସଙ୍ଗଠନକୁ ପୁନଃଗଠିତ, ଅଧିକ କ୍ରିୟାଶୀଳ ଓ ସଶକ୍ତ କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି। ଉକ୍ତ କମିଟିରେ କଂଗ୍ରେସ ରାଜ୍ୟ...

ପ୍ରତିମାସ ୨୩ରେ ଛତୁଆ ମିଶ୍ରଣ, ୧ରେ ବଣ୍ଟନ

ଭୁବନେଶ୍ୱର, ୨୪।୮(ବ୍ୟୁରୋ): ସମନ୍ବିତ ଶିଶୁ ବିକାଶ ଯୋଜନାରେ ରାଜ୍ୟର ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁ, ଗର୍ଭବତୀ ମହିଳା ଏବଂ ପ୍ରସୂତିଙ୍କ ଅତିରିକ୍ତ ପୁଷ୍ଟି ସାଧନ ପାଇଁ...

୫ରୁ ମିଶନ ଶକ୍ତି ମେଳା

ଭୁବନେଶ୍ୱର, ୪ା୧୨(ବ୍ୟୁରୋ):ମିଶନ ଶକ୍ତି ନିର୍ଦ୍ଦେଶାଳୟ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ୍‌ ଶକ୍ତି ବିଭାଗ ପକ୍ଷରୁ ରାଜ୍ୟରେ ପ୍ରଥମ ଥର ପାଇଁ ଆସନ୍ତା ୫ତାରିଖରୁ...

Leave a comment

Your email address will not be published. Required fields are marked *