ଜିଲାରେ ପ୍ରଥମ: ସରପଞ୍ଚଙ୍କ ଅଭିଯୋଗ ଶୁଣାଣି

ନୟାଗଡ଼ ଅଫିସ,୨୩-୧୦: ନୟାଗଡ଼ ଜିଲା ସଦର ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ସରପଞ୍ଚଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ପୂର୍ବରୁ ଜିଲାପାଳ ଓ ବିଭିନ୍ନ ନିର୍ବାଚନମଣ୍ଡଳୀରେ ବିଧାୟକଙ୍କ ଅଭିଯୋଗ ଶୁଣାଣି ହୋଇଥିବା ବେଳେ ସୋମବାର ପ୍ରଥମଥର ପାଇଁ ସରପଞ୍ଚଙ୍କ ଏଭଳି କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା। ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନ ପଞ୍ଚାୟତର ୫୭ ଜଣଙ୍କ ଅଭିଯୋଗ ଶୁଣାଣି କରିଥିଲେ। ପ୍ରଧାନ କହନ୍ତି, ଲୋକମାନେ ବିଭିନ୍ନ ଯୋଜନା ବିଷୟରେ ଜାଣିପାରୁ ନାହାନ୍ତି। ସେ ବିଷୟରେ ଲୋକଙ୍କୁ ସଚେତନ କରାଇବା ସହ ସେମାନଙ୍କ ସମସ୍ୟା ସମାଧାନ ପାଇଁ ଏହି ଶିବିର ଅନୁଷ୍ଠିତ ହୋଇଥିବା ସେ ସୂଚନା ଦେଇଥିଲେ। ରାଶନ କାର୍ଡ଼ରେ ନାମ ସଂଯୋଗ, ପକ୍କାଘର, ଶୌଚାଳୟ ନିର୍ମାଣ ହୋଇଥିଲେ ମଧ୍ୟ ବିଲ୍‌ ନ ମିଳିବା ଆଦି ବିଷୟରେ ଅଭିଯୋଗ ହୋଇଥିଲା। ଶିବିରରେ ପିଇଓ ସତ୍ୟ ନାରାୟଣ ଭୋଇ, ଜିଆରଏସ୍‌ ସରୋଜକାନ୍ତ ରଥ ଉପସ୍ଥିତ ଥିଲେ।


All Right Reserved By Dharitri.Com

ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ସଜନାଗଡ଼,୧୯।୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଜଙ୍ଗଲରୁ ମଙ୍ଗଳବାର ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ସେ ହେଲେ ବରହମପୁର ଥାନା ଅଧୀନ କେସିପୁର ପଞ୍ଚାୟତ...

ମିଳୁନି ପ୍ରୋତ୍ସାହନ ଓ ସହାୟତା ସଙ୍କଟରେ କୌଳିକ ବୃତ୍ତି

କେନ୍ଦୁଝର, ୨୩ା ୪ (ସ୍ବ.ପ୍ର.)-ଖରା ଦିନ ଆସିଲେ ଟିକେ ଥଣ୍ଡା ପାଣି ପାଇଁ ଖୋଜା ପଡ଼େ ହାଣ୍ଡି, ମାଠିଆ, କଳସୀ। ସେତେବେଳେ କୁମ୍ଭକାରଙ୍କ କଥା ସମସ୍ତଙ୍କର ମନେ ପଡ଼େ।...

ବାଳାଶ୍ରମରୁ ନାବାଳିକା ଫେରାର ଘଟଣା: ଶିଶୁ ମଙ୍ଗଳ କମିଶନ ସଦସ୍ୟ ସଚିବଙ୍କ ସମୀକ୍ଷା

ବ୍ରହ୍ମପୁର ଅଫିସ୍‌,୧୦ା୧- ଗୋଷାଣୀନୂଆଗଁା ଥାନା ଉତ୍କଳ ବାଳାଶ୍ରମରୁ ୧୩ ନାବାଳିକା ନିଖୋଜ ଘଟଣାକୁ ୭୨ ଘଣ୍ଟା ବିତିଥିଲେ ସୁଦ୍ଧା ଅଦ୍ୟାବିଧି ୯ ଜଣଙ୍କୁ ଉଦ୍ଧାର କରାଯାଇପାରିନାହିଁ।...

ପୋଲିସ ଜାଲରେ ନକଲୀ ମାଓବାଦୀ ଗ୍ୟାଙ୍ଗ: ବନ ଅଧିକାରୀଙ୍କ ସମେତ ୨ ଭାଇଗିରଫ

ବରଗଡ଼ ଅଫିସ୍‌,୧୪।୭: ବରଗଡ଼ ଜିଲା ଭଟଲି ପୋଲିସ ହାତରେ ରବିବାର ନକଲୀ ମାଓବାଦୀ ଗ୍ୟାଙ୍ଗ ଧରାପଡ଼ିଛନ୍ତି । ପୋଲିସ ଉକ୍ତ ଗ୍ୟାଙ୍ଗର ୩ ଅଭିଯୁକ୍ତଙ୍କୁ ଗିରଫ...

ଟ୍ରାଫିକ ନିୟମର ବାର୍ତ୍ତା ବାଣ୍ଟିଲେ ପିଲା

ବେଗୁନିଆ, ୧୩ା୨ (ଡି.ଏନ୍‌.ଏ): ବେଗୁନିଆ ସଦର ମହକୁମାରେ ବୁଧବାର ଟ୍ରାଫିକ ନିୟମର ବାର୍ତ୍ତା ଛୋଟ ପିଲାମାନେ ବାଣ୍ଟୁଥିବାର ଦେଖିବାକୁ ମିଳିଥିଲା। ତେବେ ପିଲାମାନେ ବିଭିନ୍ନ ପ୍ରକାର...

ପରିତ୍ୟକ୍ତ ସ୍ଲୁଇସ୍‌ ଗେଟ, ନଦୀ ପଡ଼ିଛି ଶୁଖିଲା

ଧାମନଗର, ୨୩।୫ (ଡି.ଏନ.ଏ.) – ଭଦ୍ରକ ଜିଲାର ନଈନାଳ ଘେରା ଧାମନଗର ବ୍ଲକରେ ଜଳସେଚନ କାର୍ଯ୍ୟକୁ ସୁବ୍ୟବସ୍ଥିତ କରିବା ଲାଗି ନଦୀରେ ଚେକ୍‌ ଡ୍ୟାମ, ସ୍ଲୁଇସ...

ଜିଲାସ୍ତରୀୟ ପଲ୍‌ସ ପୋଲିଓ କାର୍ଯ୍ୟକ୍ରମ: ୩୫୨୫୮୦ ଶିଶୁଙ୍କୁ ଦିଆଯିବ ପୋଲିଓ ବୁନ୍ଦା

ବ୍ରହ୍ମପୁର,୧୯।୧: ଜିଲାସ୍ତରୀୟ ପଲସ ପୋଲିଓ କାର୍ଯ୍ୟକ୍ରମ ରବିବାର ଶୁଭାରମ୍ଭ ହୋଇଯାଇଛି। ସିଟି ହସ୍ପିଟାଲ ପରିସରରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ(ସିଡିଏମ୍‌ପିଏଚଓ) ଡା. ବିଜୟ...

ଗଞ୍ଜେଇ ବ୍ୟବସାୟକୁ ନେଇ ୨ଭାଇଙ୍କୁ ଅପହରଣ ଉଦ୍ୟମ: ଜେଲ କର୍ମଚାରୀଙ୍କ ସମେତ ୭ ଗିରଫ

ଦାରିଙ୍ଗବାଡ଼ି,୧୧।୭(ଡି.ଏନ.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ଗୁରୁବାର ୨ ଅପହୃତ ଯୁବକଙ୍କୁ ଉଦ୍ଧାର କରିବା ସହ ୭ ଅପହରଣକାରୀଙ୍କୁ ଗିରଫ କରିଛି। ସେମାନେ ହେଲେ ମୁଖ୍ୟ...

Leave a comment

Your email address will not be published. Required fields are marked *