ରାସ୍ତା ପୁନରୁଦ୍ଧାର ଦାବିରେ ରାଜପଥ ଅବରୋଧ

ବୋଲଗଡ଼,୨୩-୧୦(ଡି.ଏନ.ଏ.): ବୋଲଗଡ଼ ବ୍ଲକ ଫାସୀଓଦା ପଞ୍ଚାୟତ କୋଟପଲ୍ଲା ଗ୍ରାମ ରାସ୍ତା ପୁନରୁଦ୍ଧାର ଦାବିରେ ସୋମବାର ଭୀମପଡାଠାରେ ଗ୍ରାମବାସୀ ୫୭ନଂ. ଜାତୀୟ ରାଜପଥ ଅବରୋଧ କରିଥିଲେ। ଭୀମପଡାଠାରୁ କୋଟପଲ୍ଲା ପର୍ଯ୍ୟନ୍ତ ପ୍ରାୟ ଦେଢ କି.ମି. ରାସ୍ତା ମରଣଯନ୍ତା ପାଲଟିଛି। କେଉଁଠାରେ ଖାଲ ତ ଆଉ କେଉଁଠି ଅଣଓସାରିଆ। ଏହାର ମରାମତି ନେଇ ସ୍ଥାନୀୟ ଲୋକେ ବ୍ଲକଠାରୁ ଆରମ୍ଭ କରି ଜିଲାପ୍ରଶାସନ ଓ ଲୋକପ୍ରତିନିଧିଙ୍କୁ ଗୁହାରି କରିଥିଲେ ମଧ୍ୟ ସୁଫଳ ମିଳିନାହଁି । ତେଣୁ ପୂର୍ବ ନିଷ୍ପତ୍ତି ମୁତାବକ ଗ୍ରାମର ମହିଳାପୁରୁଷ ଓ ଛାତ୍ରୀଛାତ୍ର ରାଜପଥ ଉପରେ ବସିରହିଥିଲେ। ଫଳରେ ରାଜପଥର ଉଭୟ ପାର୍ଶ୍ୱରେ ବହୁ ଯାନବାହନ ଅଟକି ରହିଥିଲା। ଖବର ପାଇ ବୋଲଗଡ ବିଡିଓ ମଧୁସୂଦନ ବେହେରା, ତହସିଲଦାର ମୋନାଲିଶା ପଣ୍ଡା, ଥାନା ଆଇଆଇସି ସେଖ ଅକବର ଅଲ୍ଲୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିଥିଲେ। ଜିଲାପାଳଙ୍କ ସହିତ ଆଲୋଚନା କରି ଆଗାମୀ ୨୯ ତାରିଖ ସୁଦ୍ଧା ଏହାର ସମାଧାନ କରାଯିବ ବୋଲି ବିଡିଓ ଓ ତହସିଲଦାର କହିଥିଲେ। ପରେ ଆନ୍ଦୋଳନକାରୀ ମହିଳାଙ୍କ ସହ ତହସିଲଦାର ପରିଦର୍ଶନ କରି ରାସ୍ତାର ଦୁରବସ୍ଥା ଉପଲବ୍‌ଧି କରିଥିଲେ। ପୂର୍ବରୁ ବୋଲଗଡ ବ୍ଲକ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ମହିଳାମାନେ ରାସ୍ତା ସମ୍ପର୍କରେ ଅଭିଯୋଗ କରିଥିଲେ। ରାସ୍ତା ନିର୍ମାଣ କରା ନ ଗଲେ ରାଜପଥ ଅବରୋଧ କରିବେ ବୋଲି ଜଣାଇଥିଲେ।


All Right Reserved By Dharitri.Com

ମୟୂରଭଞ୍ଜର ସବୁ ପ୍ରବେଶ ପଥ ସିଲ୍‌

ବାରିପଦା ଅଫିସ, ୩୧ା୩- କରୋନାର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ମୟୂରଭଞ୍ଜ ଜିଲାର ସମସ୍ତ ପ୍ରବେଶ ପଥକୁ ବନ୍ଦ କରି ଦିଆଯାଇଛି। ଜିଲାରେ ରହିଯାଇଥିବା...

ଦୁଇ ବାଇକ୍‌ ମୁହାଁମୁହିଁ : ଜଣଙ୍କ ଜୀବନଗଲା

ଯୋଡ଼ା,୧୧।୧୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ୫୨୦ ନଂ. ଜାତୀୟ ରାଜପଥ ଟାଟାସ୍ପଞ୍ଜ ମେଟେରିଆଲ ଗେଟ୍‌ ସମ୍ମୁଖରେ ବୁଧବାର ଅପରାହ୍ନରେ ଦୁଇଟି...

ପେଟରେ କାଠଫାଳିଆ ପଶି ମହିଳା ମୃତ

ବ୍ରହ୍ମପୁର ଅଫିସ,୨୨ା୧୦- ପେଟରେ କାଠଫାଳିଆ ପଶି ଗୁରୁତର ହୋଇଥିବା ଜଣେ ମହିଳାଙ୍କର ଏମ୍‌କେସିଜି ମେଡିକାଲରେ ମଙ୍ଗଳବାର ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ଗାଙ୍ଗପୁର ଥାନା...

ମହନ୍ତଙ୍କୁ ଧମକ ଚମକ: ମଙ୍ଗୁ ମଠକୁ ଜଗିଲା ପୋଲିସ

ପୁରୀ ଅଫିସ, ୧୪ା୯: ଶ୍ରୀମନ୍ଦିରର ସୁରକ୍ଷା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ପ୍ରଶାସନ ପକ୍ଷରୁ ଉଚ୍ଛେଦ ଅଭିଯାନ ଚାଲିଛି। ପ୍ରାଥମିକ ପର୍ଯ୍ୟାୟରେ ବିପଦସଙ୍କୁଳ ନିର୍ମାଣ ଭଙ୍ଗା ଯାଉଛି।...

କରୋନାରୁ ରକ୍ଷା ପାଇଁ ପୂଜାର୍ଚ୍ଚନା

ଖଇରା, ୨୬ା୩(ଡି.ଏନ.ଏ.)-ଏବେ କରୋନା ଭୂତାଣୁକୁ ନେଇ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଛି। ଲୋକେ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଅନ୍ୟପଟେ ଏଥିରୁ...

ବିଭିନ୍ନ ଦାବି ନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ଫୁଲବାଣୀ ଅଫିସ,୧୦ା୮-କୁଇ ସମାଜ ସେବା ସମିତି ପକ୍ଷରୁ ଶୁକ୍ରବାର ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ରାଲି ମାଦିକୁନ୍ଦା ଛକରୁ ବାହାରିଥିଲା।...

ଘର ଭାଙ୍ଗିଲେ ହାତୀପଲ

ବଡ଼ଗାଁ,୭।୯(ଡି.ଏନ୍‌.ଏ.) : ସୁନ୍ଦରଗଡ଼ ଜିଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଜଙ୍ଗଲକୁ ଆସିଥିବା ୧୮ଟି ହାତୀପଲ କିଛିଦିନର ବ୍ୟବଧାନ ପରେ ପୁଣି ଉପଦ୍ରବ ଆରମ୍ଭ କରିଛନ୍ତି।...

ମିଳୁନି ସ୍ତ୍ରୀଙ୍କ ମୃତ୍ୟୁ ପ୍ରମାଣପତ୍ର

ଅନୁଗୋଳ ସହର, ୧।୨ – ଆବେଦନର ୭ ଦିନ ମଧ୍ୟରେ ଜନ୍ମ କିମ୍ବା ମୃତ୍ୟୁ ପଞ୍ଜୀକରଣ ସାର୍ଟିଫିକେଟ ପ୍ରଦାନ କରାଯିବାର ନିୟମ ରହିଛି। କିନ୍ତୁ ଜଣେ...

Leave a comment

Your email address will not be published. Required fields are marked *