ଅଧିକାରୀଙ୍କ କାର୍ଯ୍ୟକୁ ନେଇ ଖପ୍ପା

ଫୁଲବାଣୀ ଅଫିସ, ୨୩ା୧୦- ରାଜ୍ୟ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରାଙ୍କ ୨ ଦିନିଆ କନ୍ଧମାଳ ଗସ୍ତରେ ଆସିଥିଲେ। ସୋମବାର ଏବଂ ମଙ୍ଗଳବାର ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ବିଭିନ୍ନ ବ୍ଲକ ଅଞ୍ଚଳରେ ବୁଲିବା ବେଳେ ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟ ଦେଖିବାକୁ ଅଧିକାରୀମାନେ ଗ୍ରାମକୁ ଯାଉ ନ ଥିବା ଜାଣିବାକୁ ପାଇଥିଲେ। ମଧ୍ୟାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ସେ ଏହା ପ୍ରକାଶ କରିବା ସହ ଅଧିକାରୀମାନଙ୍କ ଉପରେ ବର୍ଷିଛନ୍ତି। ଆସନ୍ତା ମାସରେ ପୁଣି ଆସି କାର୍ଯ୍ୟର ଅଗ୍ରଗତି ଉପରେ ସମୀକ୍ଷା କରିବେ। କୌଣସି ଅବହେଳା ନଜରକୁ ଆସିଲେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରୋକ୍ଷରେ ସେ ଚେତାବନୀ ଦେଇଛନ୍ତି। ଏଥିସହ ପୁତୁଡି ଜଳପ୍ରପାତର ଉନ୍ନତୀକରଣ ପାଇଁ ଖୁବ୍‌ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ସଚିବ କହିଛନ୍ତି। ବୈଠକରେ ସମାଜ ମଙ୍ଗଳ ବିଭାଗ ପକ୍ଷରୁ ତଥ୍ୟ ଉପସ୍ଥାପନ କରାଯାଇଥିଲା। ମମତା ଯୋଜନାରେ ପଞ୍ଜୀକୃତ ୨୦,୬୬୯ ଜଣ ଗର୍ଭବତୀଙ୍କ ମଧ୍ୟରୁ ୨୦,୬୫୦ ଜଣଙ୍କ ପାଖକୁ ପ୍ରଥମ କିସ୍ତି ଟଙ୍କା ପଠାଯାଇଛି। ବଳକା ୧୯ ଜଣଙ୍କର ଆକାଉଣ୍ଟ ନମ୍ବର ଭୁଲ ଯୋଗୁ ଟଙ୍କା ପଠାଯାଇ ପାରିନି। ସେହିପରି ୧୨, ୫୮ ଜଣଙ୍କ ମଧ୍ୟରୁ ୧୨,୩୫ ଜଣଙ୍କ ହିସାବ ଖାତାକୁ ଦ୍ୱିତୀୟ କିସ୍ତି ଟଙ୍କା ପଠାଯାଇଛି। ଜିଲାରେ କାର୍ଯ୍ୟକ୍ଷମ ଥିବା ୨୧୦୨ ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ ୧୫୦୩ଟି ନିଜସ୍ବ କେନ୍ଦ୍ରରେ କାର୍ଯ୍ୟ ଚାଲିଥିବା ସୂଚନା ଦିଆଯାଇଥିଲା। ମିଶନ ଶକ୍ତି ଅଧୀନରେ ଜିଲାରେ ୧୪,୭୨୧ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇଛି। ସେଥି ମଧ୍ୟରୁ ୭,୭୭୩ ଗୋଷ୍ଠୀ ୧୫ ହଜାର ଲେଖାଏ ଓ ୭,୫୩୬ଟି ଗୋଷ୍ଠୀ ୩ ହଜାର ଲେଖାଏ ଟଙ୍କା ପାଇଛନ୍ତି ବୋଲି ସୂଚନା ଦିଆଯାଇଥିଲା।ଗ୍ରାମ୍ୟ ଗୃହ ନିର୍ମାଣ କ୍ଷେତ୍ରରେ ବିଭିନ୍ନ ସମସ୍ୟା ରହୁଥିବାରୁ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇପାରୁନି ବୋଲି ବିଭାଗୀୟ ଅଧିକାରୀ କହିଥିଲେ। ସେହିପରି କ୍ଲଷ୍ଟର ବୋର୍‌ ୱେଲ୍‌, ଡିପ୍‌ ବୋର୍‌ ୱେଲ୍‌ ଏବଂ ଉଠା ଜଳସେଚନ ଯୋଜନା, ନିରାମୟ ଯୋଜନା, ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା, ପାନୀୟ ଜଳ, ଶକ୍ତି, ଗ୍ରାମ୍ୟ ବିଦ୍ୟୁତୀକରଣ, ପି.ଡି.ଏସ୍‌., ଏନ୍‌.ଏଫ୍‌.ଏସ୍‌.ଏ. ଓ ରାଜ୍ୟ ଖାଦ୍ୟ ନିରାପତ୍ତା, ବିଭିନ୍ନ ପେନ୍‌ସନ୍‌ ଯୋଜନା, ସମନି୍ବତ ଆଦିବାସୀ ଉନ୍ନୟନ ସଂସ୍ଥାରେ ହେଉଥିବା କାର୍ଯ୍ୟ, ଶିକ୍ଷା ଓ ଜିଲା ମଙ୍ଗଳ ବିଭାଗ ଅଧୀନରେ ହେଉଥିବା କାର୍ଯ୍ୟ ସମ୍ପର୍କରେ ଅଧିକାରୀମାନେ ଉପସ୍ଥିତ ରହି ତଥ୍ୟ ପ୍ରଦାନ କରିଥିଲେ। ବୈଠକରେ ଜିଲାପାଳ ଡା.ବୃନ୍ଦା ଡି., ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱନାଥ ବାରିକଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ସଚିବ ମଙ୍ଗଳବାର ବାଲିଗୁଡା ବ୍ଲକ ଦଣ୍ଡପଦରରେ ଛତୁଆ ଉପତ୍ାଦନ କେନ୍ଦ୍ର, ଫିରିଙ୍ଗିଆ ବ୍ଲକ ପୁରୁଣା ନୂଆଗାଁ ଗ୍ରାମରେ ସାମାଜିକ ସୁରକ୍ଷା, ଗ୍ରାମୀଣ ଆବାସ ଯୋଜନାର ଅଗ୍ରଗତି, ମାଶ୍ରିପଡାରେ ଅଙ୍ଗନୱାଡି କେନ୍ଦ୍ର, ମିଶନ ଶକ୍ତି, ପୋଡପୋଡାରେ ବୋରୱେଲ କାର୍ଯ୍ୟର ତଦାରଖ କରିବା ପରେ ଫୁଲବାଣୀ ଫେରି ସମୀକ୍ଷା କରିଥିଲେ।


All Right Reserved By Dharitri.Com

କୋଭିଡ୍‌ ଯୋଦ୍ଧାଙ୍କୁ ପ୍ରଶଂସା ପତ୍ର

ସୋରଡା,୨୩ା୪(ଡି.ଏନ୍‌.ଏ.)- ଭାଜପା ତରଫରୁ ଗୁରୁବାର ବରିଷ୍ଠ ନେତା ଭଗବାନ ପଣ୍ଡାଙ୍କ ଦ୍ୱାରା କରୋନା ମୁକାବିଲା ପାଇଁ ଜନସାଧାରଣଙ୍କୁ ସଚେତନ କରୁଥିବା ପୋଲିସ ଅଧିକାରୀଙ୍କୁ ପ୍ରଶଂସା ପତ୍ର,...

ଛିଡ଼ା ହୋଇଥିବା ବୋଲେରୋକୁ ପଛରୁ ପିଟିଲା ବାଇକ୍‌ : ଡ୍ରାଇଭର ଗୁରୁତର

ବିଜେପୁର,୧।୩(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ବ୍ଲକ ସଦରମହକୁମା ସ୍ଥିତ ବିଏସ୍‌ଏନ୍‌ଏଲ୍‌ ଟାଓ୍ବାର ପାର୍ଶ୍ୱରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାରେ ଛିଡ଼ା ହୋଇଥିବା ଏକ...

ଲକଡାଉନବେଳେ ଉଦାହରଣ ସୃଷ୍ଟି କଲେ ପୁଅ: ୩ ଜଣରେ ସାରିଲେ ବାପାଙ୍କ ଦଶାହ କର୍ମ

ବନ୍ତଳା, ୨୯ା୩(ଡି.ଏନ.ଏ.)- କରୋନା ସଂକ୍ରମଣ ରୋକିବାକୁ ସରକାର ଲକଡାଉନ ଜାରି କରିଛନ୍ତି । ଲୋକେ ଯେପରି କୌଣସି ସ୍ଥାନରେ ଏକାଠି ନ ହେବେ ଏବଂ ପଦାକୁ...

ନିର୍ବାଚନ କାର୍ଯ୍ୟରେ ଯାଇ ଶିକ୍ଷକଙ୍କ ମୃତ୍ୟୁ ଅଭିଯୋଗ, କ୍ଷତିପୂରଣ ଦାବି

ଫୁଲବାଣୀ ଅଫିସ, ୨୬ା୪- କନ୍ଧମାଳ ଜିଲାରେ ନିର୍ବାଚନ କାର୍ଯ୍ୟରେ ଯାଇ ମାଓବାଦୀଙ୍କ ଗୁଳିରେ ଜିଆରଏସ୍‌ ସଂଯୁକ୍ତା ଦିଗାଲଙ୍କ ମୃତ୍ୟୁ ଘଟଣାକୁ ଲୋକେ ଭୁଲି ନାହାନ୍ତି। ସେହିପରି...

ସରକାର, ତଦନ୍ତ ଅଧିକାରୀଙ୍କ ତଣ୍ଟିରେ କାଳିଆ କଣ୍ଟା

ରସୁଲପୁର,୧୪।୮(ଡି.ଏନ୍‌.ଏ.)- କୃଷକଙ୍କ ପାଇଁ କାଳିଆ(କୃଷକ ଆସିଷ୍ଟାନ୍ସ ଫର ଲାଇଭିଲହୁଡ୍‌ ଆଣ୍ଡ ଇନକମ୍‌ ଅଗମେଣ୍ଟେସନ୍‌)ଯୋଜନାକୁ ନେଇ ଦ୍ୱନ୍ଦ ଉପୁଜୁଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଯୋଜନାକୁ...

ଗ୍ୟାସ୍‌ ସିଲିଣ୍ଡର୍‌ ବିସ୍ଫୋରଣ: ଜଳିଗଲା ଫାଷ୍ଟଫୁଡ୍‌ ଦୋକାନ

ବ୍ରହ୍ମପୁର ଅଫିସ,୧୨।୧: ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ଏକ ଫାଷ୍ଟଫୁଡ୍‌ ଦୋକାନରେ ରବିବାର ପୂର୍ବାହ୍ନରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟିଛି। ଏଥିରେ ଦୋକାନ ସହ ସେଠାରେ ଥିବା...

ଯୋଗାଣ ସହାୟିକାଙ୍କୁ ଆକ୍ରମଣ

ପାଟପୁର,୨୭ା୪- ଜଣେ ମହିଳା ସରକାରୀ କର୍ମଚାରୀଙ୍କୁ ସୋମବାର କାର୍ଯ୍ୟ କ୍ଷେତ୍ରରେ ଆକ୍ରମଣ ହୋଇଥିବା ପାଟପୁର ଥାନାରେ ଏତଲା ହୋଇଛି। ନଂ.୯୩/୨୦ରେ ମାମଲା ରୁଜୁକରି ପୋଲିସ ତଦନ୍ତ...

୬ ଜଣ ଅସୁସ୍ଥଙ୍କୁ ବ୍ରହ୍ମପୁର ମେଡିକାଲ ପଠାଇଲା ପ୍ରଶାସନ

ବୁଗୁଡା,୧୨।୫(ଡି.ଏନ.ଏ.)-ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅନ୍ତର୍ଗତ ୨ଟି କ୍ୱାରାଣ୍ଟାଇନ ସେଣ୍ଟରରୁ ସୋମବାର ରାତିରେ ୬ ଜଣ ଅସୁସ୍ଥଙ୍କୁ ସ୍ବାସ୍ଥ୍ୟପରୀକ୍ଷା ପାଇଁ ବ୍ରହ୍ମପୁର ମେଡିକାଲକୁ ପଠାଇ ଦିଆଯାଇଛି।...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *