ଜନପ୍ରତିନିଧିଙ୍କ ଆକ୍ରମଣରେ ଯୁବକ ଆହତ

ନୟାଗଡ଼ ଅଫିସ,୨୩-୧୦: ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଗାତେରୀ ପଞ୍ଚାୟତର ଜନପ୍ରତିନିଧିଙ୍କ ଆକ୍ରମଣରେ ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ ଉକ୍ତ ପଞ୍ଚାୟତ ଆଡ଼ିପଡ଼ା ଗ୍ରାମର ବିରଞ୍ଚତ୍ ସାହୁ। ବିରଞ୍ଚତ୍ଙ୍କ ସ୍ତ୍ରୀ ଟିକିନା ସାହୁ ଏ ନେଇ ନୂଆଗାଁ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ ରବିବାର ରାତି ୯ଟା ୩୦ରେ ବିରଞ୍ଚତ୍ ବାଇକ୍‌ରେ ଟ୍ରାକ୍ଟର ପାଇଁ ଡିଜେଲ ନେଇ ଘରକୁ ଫେରୁଥିବା ବେଳେ ଚଣ୍ଡିଝରୀ ଗ୍ରାମ ନିକଟରେ ଜନପ୍ରତିନିଧି ଓ ତାଙ୍କର ଦୁଇ ସହଯୋଗୀ ଅଟକାଇଥିଲେ। ଏହା ପରେ ସେମାନେ ତାଙ୍କ ସହ ଗଣ୍ଡଗୋଳ କରିବା ସହିତ ଠେଙ୍ଗାରେ ଆକ୍ରମଣ କରିଥିଲେ। ଏଥିରେ ବିରଞ୍ଚତ୍ଙ୍କ ମୁଣ୍ଡ ଫାଟି ରକ୍ତାକ୍ତ ଅବସ୍ଥାରେ ପଡ଼ିରହିଥିଲେ। ପରିବାର ଲୋକେ ଖବର ପାଇ ତାଙ୍କୁ ଉଦ୍ଧାର କରି ପ୍ରଥମେ ମହିପୁର ମେଡ଼ିକାଲକୁ ଆଣିଥିଲେ। ସେଠାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି। ଟିକିନାଙ୍କ ଅଭିଯୋଗ ଅନୁସାରେ ଉକ୍ତ ଜନପ୍ରତିନିଧି ଜଣକ ଗତ ସରପଞ୍ଚ ନିର୍ବାଚନ ସମୟରେ ତାଙ୍କ ସ୍ବାମୀଙ୍କଠାରୁ ଦେଢଲକ୍ଷ ଟଙ୍କା ଧାର ନେଇଥିଲେ। ବିରଞ୍ଚତ୍ ଉକ୍ତ ଟଙ୍କା ମାଗିଲେ ଜନ ପ୍ରତିନିଧି ଜଣକ ଟଙ୍କା ଦେବା ବଦଳରେ ଧମକ ଦେଉଥିଲେ। ରବିବାର ରାଗ ରଖି ଜନ ପ୍ରତିନିଧି ଓ ତାଙ୍କର ସହଯୋଗୀମାନେ ଏହି ଆକ୍ରମଣ କରିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଏ ନେଇ ଥାନାରେ ୮୪/୧୯ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଥିବା ନୂଆଗାଁ ଥାନା ଅଧିକାରୀ ମନୋରମା ମଲ୍ଲିକ ପ୍ରକାଶ କରିଛନ୍ତି।


All Right Reserved By Dharitri.Com

ମଠ ପରିସରରେ ଟିଫିନ ବୋମା ବିସ୍ଫୋରଣ, ମହିଳା ଗୁରୁତର

ପୁରୀ ଅଫିସ,୧୪।୧୦: ପୁରୀ ଜିଲା ବ୍ରହ୍ମଗିରି ଥାନା ଅଧୀନ ଖଜୁରିଆରେ ସୋମବାର ପୂର୍ବାହ୍ନରେ ଟିଫିନ ବୋମା ବିସ୍ଫୋରଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ସେ ହେଲେ...

ଆକର୍ଷଣୀୟ ହେବ ଅଙ୍ଗନୱାଡି କେନ୍ଦ୍ର:ଏସ୍‌ଏଚ୍‌ଜି ପାଇଁ ମାର୍କେଟ ୟାର୍ଡ

ଛତ୍ରପୁର,୧୧ା୬(ଡି.ଏନ.ଏ)-ଗଞ୍ଜାମ ଜିଲାରେ ଥିବା ଅଙ୍ଗନୱାଡି କେନ୍ଦ୍ରଗୁଡିିକୁ ଅଧିକ ଆକର୍ଷଣୀୟ କରାଯିବ। ଛୋଟ ପିଲାଙ୍କୁ ଆକୃଷ୍ଟ କଲା ଭଳି ଚଟାଣରେ ଭିନାଇଲ୍‌ ଫ୍ଲୋରିଂ କାର୍ପେଟ ପଡ଼ିବ। ବିଦ୍ୟୁତ,...

କ୍ଷତିଗ୍ରସ୍ତ ଆଦିବାସୀ ମହିଳାଙ୍କୁ ନ୍ୟାୟ ପାଇଁ ଅଣ୍ଟା ଭିଡ଼ିଲେ ପଦ୍ମଶ୍ରୀ ଦୈତାରୀ ନାଏକ

କେନ୍ଦୁଝର,୧୩।୯(ସ୍ବ.ପ୍ର.) : ରାଜ୍ୟରେ ବିଭିନ୍ନ ଚିଟ୍‌ଫଣ୍ଡ କମ୍ପାନୀ ଲୋକଙ୍କୁ ଠକିବା ପରେ ଏମାନଙ୍କ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ ରାଜ୍ୟ ସରକାର। ହେଲେ ଏମାନେ...

ଚିଙ୍ଗୁଡି ପ୍ରୋସେସିଂରେ ପ୍ଲାଣ୍ଟରେ ଗ୍ୟାସ ଲିକ୍‌ ଘଟଣା: ଆହତଙ୍କୁ ଭେଟିଲେ ଶ୍ରମମନ୍ତ୍ରୀ, ଫରେନ୍‌ସିକ୍‌ ଟିମ୍‌ର ଯାଞ୍ଚ

ବାଲେଶ୍ୱର ଅଫିସ/ବାହାନଗା,୧୪।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅଧୀନ ଫାଲ୍‌କନ କମ୍ପାନୀର ଚିଙ୍ଗୁଡି ପ୍ରୋସେସିଂରେ ପ୍ଲାଣ୍ଟରେ ବୁଧବାର ରାତିରେ କ୍ଲୋରିନ୍‌ ଗ୍ୟାସ୍‌ ଲିକ୍‌ ଯୋଗୁ ଶତାଧିକ...

ଉଦ୍‌ଘାଟିତ ହେଲା ନାଲ୍‌କୋ ଭୀମ ଭୋଇ ବାଟିକା:ସୌନ୍ଦର୍ଯ୍ୟ ବଢ଼ାଇଲା ଟ୍ରାଇବାଲ୍‌ ମ୍ୟୁଜିୟମ୍‌

ହେଲା ନାଲ୍‌କୋ ଭୀମ ଭୋଇ ବାଟିକା ସୌନ୍ଦର୍ଯ୍ୟ ବଢ଼ାଇଲା ଟ୍ରାଇବାଲ୍‌ ମ୍ୟୁଜିୟମ୍‌ ବଅଁରପାଳ, ୧୩।୮- ନାଲ୍‌କୋ ସେଣ୍ଟ୍ରାଲ ମାର୍କେଟ ଟାଉନଶିପ କଲୋନୀର ୩ ନମ୍ବର ଫାଟକ...

ଭାରତ ବନ୍ଦ: ପୁରୀରେ ଆଶିଂକ ପ୍ରଭାବ

ପୁରୀ ଅଫିସ୍‌, ୮।୧: କେନ୍ଦ୍ରୀୟ ଟ୍ରେଡ ୟୁନିୟନ ପକ୍ଷରୁ ଭାରତ ବନ୍ଦ ଡାକରା ପୁରୀରେ ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି। ବିଭିନ୍ନ ସଂଗଠନ ପକ୍ଷରୁ ବୁଧବାର...

ଦେହବ୍ୟବସାୟ ଭିଡିଓ ଭାଇରାଲ ଘଟଣା: ହୋଟେଲରେ ଚଢ଼ାଉ, ମାଲିକ, ମ୍ୟାନେଜର ଗିରଫ

ଜଳେଶ୍ୱର,୧୫।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ଓ ତାର ଆଖପାଖ ଅଞ୍ଚଳରେ ଥିବା ଘରୋଇ ହୋଟେଲଗୁଡ଼ିକରେ ଦେହ ବ୍ୟବସାୟ ଚାଲିଥିବା ବାରମ୍ବାର ଅଭିଯୋଗ ହୋଇଆସୁଥିଲା। ସ୍ଥାନୀୟ ବାସିନ୍ଦା ପୋଲିସ...

ଚିକିତ୍ସାଧୀନ ଅବସ୍ଥାରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ସମ୍ବଲପୁର,୨୦।୧୦(ବ୍ୟୁରୋ): ସମ୍ବଲପୁର ବୁର୍ଲା ଭୀମସାର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ବିଚାରାଧୀନ କଏଦୀଙ୍କ ରବିବାର ଭୋର ସମୟରେ ମୃତ୍ୟୁ ଘଟିଛି । ସେ ହେଲେ ପ୍ରକାଶ...

Leave a comment

Your email address will not be published. Required fields are marked *