ସରକାରୀ ତାଲିମ ପାଇଁ ବସ୍ତ୍ରାଳୟରୁ ସିସିଟିଭି ଭଡ଼ାନେବା ଘଟଣା: ୭୦ହଜାର ଟଙ୍କା ଫେରାଇବାକୁ ଡିପିସିଙ୍କ ନିର୍ଦ୍ଦେଶ

ବଡ଼ସାହି,୨୩ା୧୦(ସ୍ବ.ପ୍ର.)-ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକରେ ଉଜ୍ଜ୍ୱଳ ଓ ଉତ୍‌ଥାନ ତାଲିମ କେନ୍ଦ୍ରରେ ସିସିଟିଭି ଲଗାଇବା ବ୍ୟବସ୍ଥାରେ ବ୍ୟାପକ ଅନିୟମିତତା ହୋଇଛି। ବଜାରରେ ଥିବା ଏକ ବସ୍ତ୍ରାଳୟରୁ ସିସିଟିଭି ଭଡ଼ାରେ ଆଣି ତାଲିମ କେନ୍ଦ୍ରରେ ଲଗାଇ ବିଲ୍‌ ପୈଠ କରିଥିବା ଘଟଣାକୁ ନେଇ ବିଇଓଙ୍କ କାର୍ଯ୍ୟାଳୟର ଅଧିକାରୀ ସନ୍ଦେହ ଘେରକୁ ଆସିଥିଲେ ା ଏ ନେଇ ଗତ ସେପ୍ଟେମ୍ବର ୩୦ତାରିଖ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ବିଲ୍‌ରେ ଦର୍ଶାଇଯାଇଥିବା ଜିଏସ୍‌ଟି ୧୮ପ୍ରତିଶତ ପରିବର୍ତ୍ତେ ୧୨ପ୍ରତିଶତ ପ୍ରଦାନ କରାଯାଇଥିବା ଅନିୟମିତତା ସମ୍ପର୍କରେ ତଦନ୍ତ କରାଯାଇ ବେନିୟମ ଭାବେ ଖର୍ଚ୍ଚ କରାଯାଇଥିବା ଅର୍ଥକୁ ଫେରସ୍ତ ଦେବାକୁ ଡିପିସି ନିର୍ଦ୍ଦେଶ ଦେଇଛନ୍ତି ା
ସୂଚନା ଅନୁଯାୟୀ, ସର୍ବଶିକ୍ଷା ଅଭିଯାନ ଆନୁକୂଲ୍ୟରେ ଗତ ଫେବୃୟାରୀ ୨ରୁ ୨୮ତାରିଖ ମଧ୍ୟରେ ବିଇଓଙ୍କ କାର୍ଯ୍ୟାଳୟ ଅଧୀନରେ ମୋଟ ଉଜ୍ଜ୍ୱଳରେ ୧୦ଟି ଓ ଉତ୍‌ଥାନରେ ୪ଟି ୪ଦିନିଆ କରି ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା ା ଉକ୍ତ ତାଲିମ ସମ୍ପର୍କିତ ସମସ୍ତ ଘଟଣାରେ ସ୍ବଚ୍ଛତା ଆଣିବା ପାଇଁ ସିସିଟିଭି ବ୍ୟବସ୍ଥା କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଥିଲା ା ଏହାକୁ ନେଇ ବିଇଓ କାର୍ଯ୍ୟାଳୟ ପକ୍ଷରୁ ଭଡ଼ାସୂତ୍ରରେ ସିସିଟିଭି କ୍ୟାମେରା ଅଣାଯାଇ ଲଗାଯାଇଥିଲା। ଭଡ଼ାରେ ଆସିଥିବା ସିସିଟିଭି ତଥା ଅନ୍ୟାନ୍ୟ ସାମଗ୍ରୀ ବିଲ୍‌ ପ୍ରଦାନରେ ବ୍ୟାପକ ଅନିୟମିତତା ହୋଇଥିବା ଜଣାପଡିିବା ପରେ ଏହା ଲୋକଲୋଚନକୁ ଆସିଥିଲା ା ବଡ଼ସାହି ବଜାରରେ ଥିବା ଏକ ବସ୍ତ୍ରାଳୟରୁ ଏହିସବୁ ସାମଗ୍ରୀ ଭଡ଼ାରେ ଅଣାଯାଇ ଶିବିର ପ୍ରତି ୭ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିବା ବିଲ୍‌ରୁ ଜାଣିବାକୁ ମିଳିଥିଲା ା ତେବେ ବସ୍ତ୍ରାଳୟ ଭଳି ଏକ ବ୍ୟବସାୟ ପ୍ରତିଷ୍ଠାନରୁ ଯାନ୍ତ୍ରିକ ସାମଗ୍ରୀ ଭଡ଼ାରେ ଆଣି ଜିଏସ୍‌ଟି ବିଲ୍‌ ପୈଠ କରିବାରେ ସନ୍ଦେହ ଉପୁଜିଛି ା ତାଲିମ ବାବଦକୁ ୯୮ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ନେଇ ବିଇଓଙ୍କ କାର୍ଯ୍ୟାଳୟରୁ ଏକ ବିବରଣୀ ଡିପିସିଙ୍କ କାର୍ଯ୍ୟାଳୟକୁ ଦିଆଯାଇଥିଲା। ଡିପିସି ଏହାର ତଦନ୍ତ କରି ୭୦ହଜାର ଟଙ୍କା ବେନିୟମ ଖର୍ଚ୍ଚ ହୋଇଥିବା ଦର୍ଶାଇଛନ୍ତି ଏବଂ ଚିଠି ନମ୍ବର ୩୨୮୭ରେ ୭୦ହଜାର ଟଙ୍କା ଫେରାଇବାକୁ ଆଦେଶ ଦେଇଛନ୍ତି ା


All Right Reserved By Dharitri.Com

ଜନତା କର୍ଫ୍ୟୁକୁ ସମ୍ମାନ ଦେଲେ ବାଲେଶ୍ୱର ସହରବାସୀ

ବାଲେଶ୍ୱର ଅଫିସ,୨୨।୩: କରୋନା ଭୂତାଣୁ୍ର ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ରବିବାର ପାଳିତ ହେଉଥିବା ଜନତା କର୍ଫ୍ୟୁକୁ ସହରବାସୀଙ୍କ ସମର୍ଥନ କରିଛନ୍ତି। ଅଞ୍ଚଳରେ...

ପୁରୀ ସହରରେ ବୁଲା କୁକରଙ୍କ ଦୌରାତ୍ମ୍ୟ: ୩୫୦ କୁକୁରଙ୍କର ହେଲା ବନ୍ଧ୍ୟାକରଣ

ପୁରୀ ଅଫିସ, ୨୩ା୧୦: ପୁରୀ ସହରରେ ବୁଲା କୁକୁରଙ୍କ ସଂଖ୍ୟା ଯଥେଷ୍ଟ ପରିମାଣରେ ବୃଦ୍ଧି ପାଉଛି। ଏଥିସହ ଏମାନଙ୍କ ଦୌରାତ୍ମ୍ୟ ମଧ୍ୟ ବଢୁଛି। ୨୦୧୨ରେ ହୋଇଥିବା...

ବାଇକ୍‌ ବାହାର କରୁଥିବାବେଳେ ବ୍ୟକ୍ତିଙ୍କ ଜୀବନଗଲା

ବରଗଡ଼ ଅଫିସ୍‌,୫।୭: ସୋନପୁର ଜିଲା ଡୁଙ୍ଗୁରିପାଲି ଥାନା ସାଲେପାଲି ଗ୍ରାମର ଜଣେ ବ୍ୟକ୍ତି ବାହାରକୁ ଯିବା ପାଇଁ ଘରୁ ବାଇକ୍‌ ବାହାର କରୁଥିବାବେଳେ ଆକସ୍ମିକ ଭାବେ...

ଦମ୍ପତି ନିଖୋଜ, ହତ୍ୟା ସନ୍ଦେହ

କପ୍ତିପଦା, ୭।୧୦ (ଡି.ଏନ.ଏ) – ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧୀନ ମଝିଗଡ଼ିଆ ପଞ୍ଚାୟତ ଛାଞ୍ଚୁଣିଆ ଗ୍ରାମର ଏକ ଦମ୍ପତି ରବିବାର ସନ୍ଧ୍ୟାଠାରୁ ନିଖୋଜ ଅଛନ୍ତି।...

ବଢୁଛି ନିଶା କାରବାର: ପୋଲିସ, ଅବକାରୀ ବିଭାଗ ନୀରବଦ୍ରଷ୍ଟା

ବ୍ରହ୍ମପୁର ଅଫିସ,୨ା୧- ଗଞ୍ଜାମ ଜିଲାର ବିଭିନ୍ନ ଗଁ। ରେ ଏବେ ଦିନକୁ ଦିନ ନିଶା କାରବାର ବଢ଼ିବାରେ ଲାଗିଛି। ଯୁବ ପିଢ଼ି ଏହି କାରବାରରେ ଏବେ...

ପୁରୁଷୋତ୍ତମପୁର କୋର୍ଟ ପକ୍ଷରୁ ମାନବାଧିକାର ଦିବସ ପାଳିତ

ପୁରୁଷୋତ୍ତମପୁର, ୧୦।୧୨(ଡି.ଏନ.ଏ.) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ତାଲୁକା ଆଇନ ସେବା କମିଟି ପକ୍ଷରୁ ମଙ୍ଗଳବାର ମାନବାଧିକାର ଦିବସ ତାରା...

କଂଗ୍ରେସ ଭାଇଙ୍କ ପରଲୋକ

ଠାକୁରମୁଣ୍ଡା, ୨୧ା୩(ଡି.ଏନ.ଏ): ମୟୂରଭଞ୍ଜର ଭୂମିପୁତ୍ର ସେବକ କଂଗ୍ରେସ ଭାଇଙ୍କର ଶୁକ୍ରବାର ପରଲୋକ ଘଟିଛି। ଶ୍ୱାସ ରୋଗରେ ପୀଡ଼ିତ ହୋଇ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲରେ ଚିକିତ୍ସିତ...

ହାତୀପଲ ଭାଙ୍ଗିଲେ ୨ ଘର

ବଡ଼ସାହି,୨୫ା୧୧(ସ୍ବ.ପ୍ର.)-ନୀଳଗିରି ବନାଞ୍ଚଳକୁ ଯିବା ବାଟରେ ଝାଡଖଣ୍ଡ ହାତୀପଲ ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲ୍ଳକ ଜଙ୍ଗଲତଳି ଇଲାକାରେ ଉପଦ୍ରବ ଚଳାଇଛନ୍ତି। ରବିବାର ବିଳମ୍ବିତ ରାତିରେ ସେମାନେ ଭୀମଦା...

Leave a comment

Your email address will not be published. Required fields are marked *