ଗୁରୁତ୍ୱ ହରାଇଛି ଦୋଳସାହି ହାଟ, ପଡ଼ିଆ ଫାଙ୍କା

ତିହିଡ଼ି,୨୨ା୧୦(ଡି.ଏନ.ଏ.)-ଏକଦା ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଦୋଳସାହି ଗୋରୁହାଟ ଅଞ୍ଚଳରେ ପ୍ରସିଦ୍ଧି ଲାଭ କରିଥିଲା। ପ୍ରତି ମଙ୍ଗଳବାର ହାଟପାଳିରେ ରାତି ପର୍ଯ୍ୟନ୍ତ ଗହଳଚହଳ ଲାଗି ରହୁଥିଲା। ଗୋରୁ ବେପାରୀ ଓ ଗୋପାଳକଙ୍କ ସମେତ ବ୍ୟବସାୟିକ ଭିତ୍ତିଭୂମି ନେଇ ଏହି ହାଟ ଅଞ୍ଚଳବାସୀଙ୍କ ଲାଗି ଗୁରୁତ୍ୱ ରଖୁଥିଲା। ଏବେକାର ସ୍ଥିତି ବଦଳିଯାଇଛି। ହାଟପାଳିରେ ବି ପଡ଼ିଆ ଫାଙ୍କା ପଡୁୁଛି। ଅଳ୍ପ କେତେକ ବେପାରୀ ନାମକୁ ମାତ୍ର ହାଟକୁ ଆସି ଘଣ୍ଟାଏ ଭିତରେ ଚାଲିଯାଉଛନ୍ତି। ବଳଦ କିଣାବିକା କାରବାର ହ୍ରାସ ଯୋଗୁ ଉକ୍ତ ହାଟ ଏକପ୍ରକାର ବନ୍ଦ ହୋଇଯିବାକୁ ବସିଛି।  ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି ଯେ, ଚାଷ କାର୍ଯ୍ୟରେ ଏବେ ଆଗ ଭଳି ଆଉ ବଳଦଙ୍କ ବ୍ୟବହାର ଦେଖିବାକୁ ମିଳୁନାହିଁ । ଟ୍ରାକ୍ଟର ଓ ପାୱାର ଟିଲରେ ଚାଷ କରାଯାଉଛି।

ଏଥିଲାଗି ବଳଦ ଓ ଦାମୁଡ଼ି କିଣାବିକା କାରବାର ହେଉନାହିଁ ା ପୂର୍ବରୁ ଭଦ୍ରକ, ତିହିଡ଼ି, ଚାନ୍ଦବାଲି ବ୍ଲକ ସମେତ ପଡ଼ୋଶୀ କେନ୍ଦ୍ରାପଡ଼ା ଜିଲାର ରାଜକନିକା, ଓଳାଭର ଆଦି ଅଞ୍ଚଳରୁ ଗୋରୁବେପାରୀ ଗୋରୁ ନେଇ ଏହି ହାଟକୁ ଆସୁଥିଲେ। ଚାଷୀମାନେ ବଳଦ କିଣିବାକୁ ଆସି ହାଟରେ ଭିଡ଼ ଜମାଉଥିଲେ। ଏପରିକି ଶଗଡ଼ ପାଇଁ ଉନ୍ନତ କିସମର ବଳଦ କିଣାଯାଉଥିଲା। ଡିସେମ୍ବରଠାରୁ ଜୁନ୍‌ ପର୍ଯ୍ୟନ୍ତ ଭଲ ବ୍ୟବସାୟ ହେଉଥିଲା। ଗୋଚାଲାଣ ଉପରେ କଟକଣା ଜାରି ହେବା ପରେ ଅନେକ ବେପାରୀ ବ୍ୟବସାୟ ଛାଡ଼ି ଦେଲେଣି, ଯାହାର ପ୍ରଭାବ ଏହି ହାଟ ଉପରେ ପଡିଥିବା ବେପାରୀମାନେ କହିଛନ୍ତି।

ପ୍ରାଣୀ ବିଭାଗର ସୂଚନା ଅନୁଯାୟୀ ୨୦୧୨ରେ ତିହିଡ଼ି ବ୍ଲକରେ ପ୍ରାଣୀ ଗଣନା କରାଯାଇଥିଲା। ସେତେବେଳେ ବ୍ଲକରେ ମୋଟ ଗୋରୁଙ୍କ ସଂଖ୍ୟା ଥିଲା ୪୭,୪୬୦। ଗତ ୭ ବର୍ଷ ମଧ୍ୟରେ ବଳଦ ସଂଖ୍ୟା କମିଥିଲେ ବି ଗାଈ ସଂଖ୍ୟା ବୃଦ୍ଧି ପାଇଥିବାରୁ ମୋଟ ସଂଖ୍ୟା ୫୦ ହଜାର ହେବ ବୋଲି ବିଭାଗ ପକ୍ଷରୁ କୁହାଯାଉଛି। ଏ ସମ୍ପର୍କରେ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ରଞ୍ଜନ କୁମାର ଦାସଙ୍କୁ ପଚାରିବାରୁ ଗୋରୁ ବ୍ୟବସାୟରେ କଟକଣା ଏବଂ ଆଧୁନିକ ପଦ୍ଧତିରେ ଚାଷକାର୍ଯ୍ୟ ହେବା ଯୋଗୁ ଦୋଳସାହି ଗୋରୁହାଟ ଗୁରୁତ୍ୱ ହରାଇ ବସିଥିବା କହିଛନ୍ତି।


All Right Reserved By Dharitri.Com

ଗଛରେ ପିଟିହେଲା ମିକ୍ସର ମେଶିନ, ଯନ୍ତ୍ରୀ ମୃତ

ତୁମୁଡ଼ିବନ୍ଧ,୩୦।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ତୁମୁଡ଼ିବନ୍ଧର ଡଡ଼ଙ୍ଗ ନିକଟରେ ସୋମବାର ବିଳମ୍ବିତ ରାତିରେ ମିକ୍ସର ମେଶିନ ଗାଡ଼ି ଗଛରେ ପିଟି ହେବାରୁ ଜଣଙ୍କର ମୃତ୍ୟୁ ଘଟିଛି। ସେ...

ରେଳ ଧାରଣାରେ ବେଲଦା ଯାଉଛନ୍ତି ୧୪ ଶ୍ରମିକ

ଜଳେଶ୍ୱର, ୧୦।୫(ସ୍ବ.ପ୍ର.)-କରୋନା ଲାଗି ଲକ୍‌ଡାଉନ୍‌ ଯୋଗୁ ଦେଶର ବିଭିନ୍ନ ସ୍ଥାନରେ କଳକାରଖାନା, କମ୍ପାନୀ ଆଦି ବନ୍ଦ ହୋଇ ଯାଇଥିବାରୁ ପ୍ରବାସୀମାନେ ଘରମୁହଁ। ହୋଇଛନ୍ତି। ଗମନାଗମନରେ ରୋକୋ...

ଆଜି ବିରାଜିବେ ମା’ ଲକ୍ଷ୍ମୀ

ଢେଙ୍କାନାଳ ଅଫିସ, ୧୩ା୧୦ – ଗଣପର୍ବ ଲକ୍ଷ୍ମୀପୂଜାକୁ ନେଇ ଉତ୍ସବମୁଖର ହୋଇଉଠିଛି ଢେଙ୍କାନାଳ। ରଙ୍ଗିନ ଆଲୋକମାଳାରେ ଝଲସୁଛି ସହର। ସବୁଠି ଉତ୍ସାହ ଉଦ୍ଦୀପନା। ମା’ଙ୍କ ଅପେକ୍ଷାରେ...

ଶେରଗଡ଼ରେ ଲକ୍‌ଡାଉନ୍‌ ପ୍ରଭାବ: ପନିପରିବା ଦରବୃଦ୍ଧି, ଆଳୁ କହୁଛି ଛୁଉଁନା

ଶେରଗଡ଼,୨୬।୩(ଡି.ଏନ୍‌.ଏ.): ଶେରଗଡ଼ ବଜାରରେ କରୋନାକୁ ନେଇ କରାଯାଇଥିବା ଲକ୍‌ଡାଉନ୍‌ର ପ୍ରଭାବ ଦେଖିବାକୁ ମିଳିଛି। ବୁଧବାରଠାରୁ ପୋଲିସ କଡ଼ାକଡ଼ି ଭାବେ ଯାଞ୍ଚ କରୁଥିବା ବେଳେ ଅଞ୍ଚଳରେ କେବଳ...

ଓଡ଼ିଶାରେ ରାଷ୍ଟ୍ରପତି

ଭୁବନେଶ୍ୱର,୨୭।୯(ବ୍ୟୁରେ): ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ଅପରାହ୍ନରେ ନୂଆଦିଲ୍ଲୀରୁ ଆସି ଓଡ଼ିଶାରେ ପହଞ୍ଚିଛନ୍ତି। ବାୟୁସେନାର ସ୍ବତନ୍ତ୍ର ବିମାନ ‘ରାଜକମଲ’ରେ ଭୁବନେଶ୍ୱରର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ...

‘ମଠ ଧ୍ୱଂସସ୍ତୁପ ଉପରେ ବିକାଶର ଚିତ୍ର ଅଙ୍କା ନ ଯାଉ’

ପୁରୀ ଅଫିସ,୧୮ା୯: ସ୍ବଦେଶୀ ଜାଗରଣ ମଞ୍ଚ ପକ୍ଷରୁ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ବୁଧବାର ପୁରୀର ମଠ ସଂସ୍କୃତି, ଐତିହ୍ୟ ସଂରକ୍ଷଣ ଓ ଶ୍ରୀକ୍ଷେତ୍ର ବିକାଶ ଶୀର୍ଷକ ଆଲୋଚନାଚକ୍ର...

ଫେବୃୟାରୀ ୩ ରୁ ଆଇଏସ୍‌ସି ଦ୍ୱାଦଶ, ୨୭ରୁ ଆଇସିଏସ୍‌ଇ ଦଶମ ପରୀକ୍ଷା

ଭୁବନେଶ୍ୱର,୧୮।୧୨(ବ୍ୟୁରୋ):କାଉନ୍‌ସିଲ୍‌ ଫର୍‌ ଦି ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ୍‌ ଏକ୍‌ଜାମିନେଶନ-୨୦୨୦ (ସିଆଇଏସ୍‌ସିଇ) ଦ୍ୱାରା ପରିଚାଳିତ ଆଇସିଏସ୍‌ଇ ଦଶମ ଓ ଆଇଏସ୍‌ସି ଦ୍ୱାଦଶ ପରୀକ୍ଷା ପାଇଁ ତାରିଖ ଘୋଷଣା...

ନେଇଗଲେ ଅଢ଼େଇ ଲକ୍ଷ ଟଙ୍କା, ସୁନା

ଛେଣ୍ଡିପଦା,୨ା୩(ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ପୁରୁଣାଗଡ଼ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ହୋଇଛି। ମୁଖାପିନ୍ଧି ଆସିଥିବା ୬ଜଣ ଦୁର୍ବୃତ୍ତ ଜଣେ ପୂଜକଙ୍କ ଘରେ...

Leave a comment

Your email address will not be published. Required fields are marked *