ସୁରକ୍ଷାକର୍ମୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଯୋଡ଼ା, ୨୨।୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡା ସହର ଓ୍ବାର୍ଡ ନଂ. ୩ ରେ ଥିବା ରାଉତ କମ୍ପ୍ଲେକ୍ସ ବିଲ୍ଡିଂର ଜଣେ ସୁରକ୍ଷାକର୍ମୀଙ୍କ ଝୁଲନ୍ତା ମୃତଦେହ ମଙ୍ଗଳବାର ସକାଳେ ଉଦ୍ଧାର ହୋଇଛି। ସେ ହେଲେ ଲକ୍ଷ୍ମଣ ପାତ୍ର (୫୦)।
ପ୍ରକାଶ ଯେ, ଲକ୍ଷ୍ମଣ ସୋମବାର ରାଉତ କମ୍ପ୍ଲେକ୍ସର ‘ଏ’ ବ୍ଲକ ବିଲ୍‌ଡିଂରେ ରାତି ଡ୍ୟୁଟି କରୁଥିଲେ। ମଙ୍ଗଳବାର ଭୋର ସମୟରେ ସ୍ଥାନୀୟ ଲୋକେ ପ୍ରାତଃ ଭ୍ରମଣ କରୁଥିବା ବେଳେ ଲକ୍ଷ୍ମଣ ଉକ୍ତ ବିଲ୍‌ଡିଂର ତୃତୀୟ ମହଲାରେ ରଶିରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ଏ ନେଇ ସେମାନେ ରାଉତ କମ୍ପ୍ଲେକ୍ସର ମାଲିକଙ୍କୁ ଖବର ଦେଇଥିଲେ ା କମ୍ପ୍ଲେକ୍ସର ମାଲିକଙ୍କଠାରୁ ଯୋଡା ଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। ତେବେ ମୃତ୍ୟୁର କାରଣ ଜଣାପଡ଼ି ନାହିଁ।


All Right Reserved By Dharitri.Com

ରଘୁନାଥପୁର ପଞ୍ଚାୟତ ସମିତି: ହୋହଲ୍ଲା, ଚେୟାର ଫୋପଡ଼ା ଫୋପଡ଼ିରେ ସରିଲା ବୈଠକ

ରଘୁନାଥପୁର, ୧୦।୧ (ଡି.ଏନ୍‌.ଏ.)-ରଘୁନାଥପୁର ପଞ୍ଚାୟତ ସମିତିର ୫ମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା। ଦୁଇଗୋଷ୍ଠୀ ମଧ୍ୟରେ କଟାକଟା, ହୋହଲ୍ଲା ଓ ବୈଠକ ଗୃହରେ ଚେୟାର ଫୋପଡ଼ା...

ବର୍ଷାରେ ଫସଲ କ୍ଷତିର ରିପୋର୍ଟ ଜିଲାପାଳଙ୍କୁ ପ୍ରଦାନ

ଛତ୍ରପୁର,୧୭ା୧୧(ଡି.ଏନ.ଏ)- ଗଞ୍ଜାମ ଜିଲାରେ ଅକ୍ଟୋବର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଲଘୁଚାପଜନିତ ଲଗାଣ ବର୍ଷା ହୋଇଥିଲା। ଏଥିରେ ୧୨ ବ୍ଲକ ଅଧୀନ ୧୨୫ ପଞ୍ଚାୟତ ଓ...

ଖୁବ୍‌ ଶୀଘ୍ର ସାକ୍ଷୀଗୋପାଳ ମନ୍ଦିରର ଉନ୍ନତୀକରଣ

ସାକ୍ଷୀଗୋପାଳ,୨୭।୧୨(ଡି.ଏନ୍‌.ଏ.): ଚାରିଧାମ ତୀର୍ଥଯାତ୍ରାରେ ଶ୍ରୀକ୍ଷେତ୍ର ଆସୁଥିବା ତୀର୍ଥଯାତ୍ରୀମାନେ ସାକ୍ଷୀଗୋପାଳ ମନ୍ଦିରକୁ ଆସିଥାନ୍ତି। ତୀର୍ଥଯାତ୍ରୀମାନଙ୍କ ସୁବିଧା ପାଇଁ ଏହି ପୀଠର ବିକାଶ ଜରୁରୀ। ପୁରାତନ ଅଧ୍ୟାତ୍ମିକ ପୀଠ...

ଛତ୍ରବଜାରରେ ପିଆଜ ଦର ୧୨୦ ଛୁଇଁଲା

କଟକ ଅଫିସ୍‌,୪।୧୨: ଗଲା କିଛି ଦିନ ଧରି ପିଆଜର ଉତ୍କଟ ଅଭାବ ସୃଷ୍ଟି ହୋଇଥିବା ବେଳେ ବୁଧବାର ଦର ରେକର୍ଡ ଭାଙ୍ଗିଛି। ସପ୍ତାହକ ତଳେ ପିଆଜ...

ବିଶ୍ୱ ସଂସ୍କୃତ ସପ୍ତାହ ଦିବସ

ମ.ରାମପୁର,୯।୮(ଡି.ଏନ.ଏ.) : କଳାହାଣ୍ଡି ଜିଲା ମ.ରାମପୁର ଉଚ୍ଚ ବିଦ୍ୟାପୀଠ ସଂସ୍କୃତ ଶିକ୍ଷକ ସମୂହ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରାର୍ଥନା ଗୃହଠାରେ ବିଶ୍ୱ...

ଖାଦ୍ୟରେ ବିଷକ୍ରିୟାରୁ ଗଲା ଜୀବନ: ଗୋଟିଏ ପରିବାରର ୩ ଅସୁସ୍ଥ, ଜଣେ ମୃତ

ଭଞ୍ଜନଗର,୧୮।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ତହସିଲ ଅନ୍ତର୍ଗତ ବଦାଙ୍ଗିରେ ଖାଦ୍ୟରେ ବିଷକ୍ରିୟା ଯୋଗୁ ଶନିବାର ଗୋଟିଏ ପରିବାରର ୩ଜଣ ଅସୁସ୍ଥ ଥିବା ବେଳେ ଜଣେ ଶିଶୁକନ୍ୟାଙ୍କ...

ପ୍ରତୀକ୍ଷା ପିନ୍ଧିଲେ ଗ୍ଲୋରିକୁଇନ ମୁକୁଟ

ପୁରୀ ଅଫିସ, ୧୩ା୧:ଦୀର୍ଘ ୭ଦିନ ପ୍ରତୀକ୍ଷାର ଅନ୍ତ ଘଟିଲା। ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଶେଷରେ ବାଜି ମାରିନେଲେ ପ୍ରତୀକ୍ଷା। ରାଉରକେଲା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର...

ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀଙ୍କ ସନ୍ଦେହଜନକ ମୃତ୍ୟୁ

ଧର୍ମଶାଳା,୧୭।୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକର ଗ୍ରାମସେବିକା ତଥା ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀ(ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ବୁଧବାର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ସ୍ଥାନୀୟ...

Leave a comment

Your email address will not be published. Required fields are marked *