Posted inଜାତୀୟ

ନିଜକୁ କଳ୍‌କି ଭଗବାନ କହୁଥିବା ବିଜୟଙ୍କ ଆଶ୍ରମରେ ଚଢ଼ାଉ: ୫ଶହ କୋଟି ଟଙ୍କା ଜବତ

ଚେନ୍ନାଇ,୨୨।୧୦: ନିଜକୁ ବିଷ୍ଣୁଙ୍କ ଅବତାର କହି କଳକି ଭଗବାନ ନାଁରେ ବେଶ୍‌ ପରିଚିତ ଥିବା ୭୦ ବର୍ଷୀୟ ବିଜୟ କୁମାରଙ୍କ ଭିନ୍ନ ଭିନ୍ନ ଆଶ୍ରମରେ ଆୟକର ବିଭାଗ ଚଢ଼ାଉ କରିଛି। ଏହି ଚଢ଼ାଉରେ ପ୍ରାୟ ୫୦୦କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ଆଶ୍ରମରୁ ଭାରତୀୟ ଟଙ୍କା ଅନୁସାରେ ୪୪କୋଟି ଟଙ୍କା ମିଳିଥିବା ବେଳେ ୨୫ଲକ୍ଷ ଆମେରିକା ଡଲାର ଓ ୮୮କିଲୋଗ୍ରାମର ସୁନା ଓ ୧୨୭୧ କ୍ୟାରେଟ୍‌ର ହୀରା ଜବତ କରିଛି ଟିମ୍‌। ସୁନା ଅଳଙ୍କାରର ଆନୁମାନିକ ମୂଲ୍ୟ ପ୍ରାୟ ୨୬କୋଟି ଟଙ୍କା ଓ ହୀରା ପ୍ରାୟ ୫କୋଟି ଟଙ୍କା ହେବ ବୋଲି ସୂଚନା ମିଳିଛି। କଳ୍‌କି ମହାରାଜଙ୍କ ସାମ୍ରାଜ୍ୟ ଆନ୍ଧ୍ର ପଦେଶ, କର୍ନାଟକ, ଓ ତାମିଲନାଡୁଠାରୁ ଆରମ୍ଭ କରି ବିଦେଶ ପର୍ଯ୍ୟନ୍ତ ଏହାର ଚେର ଲମ୍ବିଛି। ତେବେ ୩ଟି ରାଜ୍ୟରେ କଳ୍‌କି ମହାରାଜଙ୍କ ପ୍ରାୟ ୪୦ଟି ସ୍ଥାନରେ ଆୟକର ବିଭାଗର ୩୦୦ ଅଧିକାରୀ ଚଢ଼ାଉ କରିଥିବା ଜଣାପଡ଼ିଛି।


All Right Reserved By Dharitri.Com

ନିର୍ଭୟା ମାମଲା: ଗୋଟିଏ ଦିନ ଘୁଞ୍ଚିଲା ଶୁଣାଣି

ନୂଆଦିଲ୍ଲୀ,୧୩।୨: ନିିର୍ଭୟା ଗଣବଳାତ୍କାର ମାମଲାରେ ଦୋଷୀଙ୍କର ବଞ୍ଚିବାର ବାଟ ପ୍ରାୟତଃ ବନ୍ଦ ହୋଇଯାଇଥିବା ବେଳେ ଏମାନଙ୍କ ଫାଶୀ ତାରିଖକୁ ନେଇ କେନ୍ଦ୍ର ପକ୍ଷରୁ କରାଯାଇଥିବା ଆବେଦନର...

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଇଶ୍ୱର ଦୟାଲ୍‌ ସ୍ବାମୀଙ୍କ ପରଲୋକ

ଫରିଦାବାଦ,୧୫।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ରାଜ୍ୟମନ୍ତ୍ରୀ ଥିବା ଇଶ୍ୱର ଦୟାଲ ସ୍ବାମୀଙ୍କ ପରଲୋକ ଘଟିଛି। ରବିବାର ଫରିଦାବାଦର ମେଟ୍ରୋ ହାର୍ଟ ଇନଷ୍ଟିଚ୍ୟୁଟ୍‌ରେ...

ରିସାଟ୍‌-୨ବିଆର୍‌-୧ର ସଫଳ ଉତ୍‌କ୍ଷେପଣ କଲା ଇସ୍ରୋ: ସୀମା ଉପରେ ରଖିବ କଡ଼ା ନଜର

ଶ୍ରୀହରିକୋଟା,୧୧।୧୨: ଭାରତୀୟ ମହାକାଶ କେନ୍ଦ୍ର ଇସ୍ରୋ ପକ୍ଷରୁ ସଫଳତାର ସହିତ ରିସାଟ୍‌-୨ବିଆର୍‌-୧ର ଉତ୍‌କ୍ଷେପଣ କରାଯାଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ମହାକାଶ କେନ୍ଦ୍ରରୁ ବୁଧବାର ଅପରାହ୍ନ ୩ଟା ୨୫ରେ...

ଗ୍ୟାସ୍‌ ଫାଟି ବିଧାୟକ ଏବଂ ତାଙ୍କ ସ୍ତ୍ରୀ ଗୁରୁତର

ପାଟନା, ୨୮।୫: ରୋଷେଇ ଗ୍ୟାସ୍‌ ଫାଟି ବିହାରର ଜଣେ ବିଧାୟକ ଏବଂ ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ଦୁହିଁଙ୍କୁ ପାଟନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।...

ଦେଶର ସଙ୍କଟ ଜନକ ଅର୍ଥବ୍ୟବସ୍ଥାରୁ ଧ୍ୟାନ ହଟାଇବା ପାଇଁ ଚିଦାମ୍ବରମ୍‌ଙ୍କୁ ଗିରଫ କରାଯାଇଛି: ସୁରେଜଓ୍ବାଲା

ନୂଆଦିଲ୍ଲୀ,୨୨।୮: ଦେଶର ସଙ୍କଟଜନକ ଅର୍ଥବ୍ୟବସ୍ଥାରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କୁ ଗିରଫ କରାଯାଇଛି। ଏନେଇ କଂଗ୍ରେସ ପକ୍ଷରୁ ବରିଷ୍ଠ ସଦସ୍ୟ...

ମନ୍ଦିରରେ ଲାଗି ହୁଏ କେବଳ ପିଆଜ ଭୋଗ…

ଭାରତର ବିଭିନ୍ନ ଅଞ୍ଚଳରେ ରହିଛି ଭିନ୍ନ ଭିନ୍ନ ପରମ୍ପରା। ରାଜସ୍ଥାନ ଚୁରୁ ଜିଲା ସାଦୁଲପୁର ସ୍ଥିତ ଦଦରଓ୍ବୋ ଧାମରେ ଠାକୁରଙ୍କ ପାଖରେ ଭୋଗ ଭାବେ କେବଳ...

ଦେଇଥିବା କଥା ରଖିବ ଭାଜପା: ରାଜନାଥ

ବୋକାରୋ,୧।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ହେଉଥିବା ପ୍ରଚାର ଅଭିଯାନରେ ଏବେ ବିଭିନ୍ନ ଦଳର ଷ୍ଟାର ପ୍ରଚାରକମାନେ ସାମିଲ ହୋଇଛନ୍ତି। ଦୁଇଦିନ ତଳେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ...

ପାଣିରେ ଯୋଗାସନ କଲେ ଯବାନ

ଇଟାନଗର,୨୧।୬: ସମଗ୍ର ବିଶ୍ୱରେ ଶୁକ୍ରବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ଯୋଗ ଦିବସକୁ ସ୍ମରଣୀୟ କରିବା ଯବାନମାନେ ପାଣି ଓ ପାହାଡ଼ ଉପରେ ଯୋଗ...

Leave a comment

Your email address will not be published. Required fields are marked *