ମୁକୁଳା ପଡିଛି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର: ୨ ମାସରେ ମଲେଣି ୨୦ରୁ ଊର୍ଦ୍ଧ୍ୱ ଗୋରୁ, ଛେଳି

ରଣପୁର,୨୫ା୫(ସ୍ବ.ପ୍ର.): ନିରାପଦରେ ଲୋକଙ୍କୁ ବିଦ୍ୟୁତ୍‌ ସେବା ଯୋଗାଇବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ କେତେକ ଅସାଧୁ ଅଧିକାରୀ ଓ କର୍ମଚାରୀଙ୍କ ଯୋଗୁ ଏହା ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁ ନାହିଁ। ଫଳସ୍ବରୂପ ଅନେକ ସ୍ଥାନରେ ବିପଦସଙ୍କୁଳ ଅବସ୍ଥାରେ ଲୋକଙ୍କୁ ବିଦ୍ୟୁତ୍‌ ଯୋଗାଣ ହେଉଛି। ଏହାର ପରିଣତି ନିରୀହ ପ୍ରାଣୀମାନଙ୍କୁ ଭୋଗିବାକୁ ପଡୁଛି। ଏହାର ଏକ ନମୁନା ନୟାଗଡ଼ ଜିଲା ରଣପୁର ବିଦ୍ୟୁତ୍‌ ବିଭାଗ (ସେସୁ) ଅଧୀନ ଗୋପାଳପୁର ଗ୍ରାମରେ ଦେଖିବାକୁ ମିଳିଛି। ଟ୍ରାନ୍ସଫର୍ମର ମୁକୁଳା ପଡିଥିବାରୁ ଗୁରୁବାର ବିଦ୍ୟୁତ୍‌ ଆଘାତରେ ଗ୍ରାମର ଜଣେ ବ୍ୟକ୍ତିଙ୍କ ବଳଦର ମୃତ୍ୟୁ ଘଟିଛି। ଦୁଇମାସ ଭିତରେ ଏହି କାରଣରୁ ଅଞ୍ଚଳର ୨୦ରୁ ଊର୍ଦ୍ଧ୍ୱ ଗୃହପାଳିତ ପ୍ରାଣୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏ ନେଇ ବିଭାଗ ପାଖରେ ଅଭିଯୋଗ କଲେ ସେମାନଙ୍କୁ ଧମକ ମିଳୁଥିବା ଜଣାଯାଇଛି।
ଗୋପାଳପୁର ଗ୍ରାମ ବଣିଆ ସାହିକୁ ବିଦ୍ୟୁତ୍‌ ଯୋଗାଣ ପାଇଁ ବିଭାଗ ତରଫରୁ ଗ୍ରାମ ମୁଣ୍ଡ ରାସ୍ତା କଡରେ ଏକ ଟ୍ରାନ୍ସଫର୍ମର ବସାଯାଇଛି। ଦୀର୍ଘମାସ ହେବ ଏହି ଟ୍ରାନ୍ସଫର୍ମରଟି ଏଠାରେ ବସାଯାଇଥିଲେ ମଧ୍ୟ ବିଭାଗ ତରଫରୁ ଏହା ଚାରିପାଖରେ ପାଚେରି କିମ୍ବା ତାରବାଡ କରାଯାଇ ନାହିଁ। ଫଳରେ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଅନେକ ସମୟରେ ଗୃହପାଳିତ ପ୍ରାଣୀମାନେ ଚରିବା ପାଇଁ ଟ୍ରାନ୍ସଫର୍ମର ନିକଟକୁ ଚାଲିଯାନ୍ତି। ଫଳରେ ୧୧ କେଭି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥାଆନ୍ତି। ଦୁଇମାସ ଭିତରେ ବିଭିନ୍ନ ଗ୍ରାମର ୨୦ରୁ ଊର୍ଦ୍ଧ୍ୱ ଗାଈ, ବଳଦ, ଛେଳି ମୃତ୍ୟୁବରଣ କରିଥିବା ଅଭିଯୋଗ ହେଉଛି। ଗୁରୁବାର ବଣିଆ ସାହିର ଉଲି ମୁଖୀଙ୍କ ବଳଦ ବାହାରକୁ ଚରାଇବା ପାଇଁ ନେଉଥିବା ବେଳେ ଟ୍ରାନ୍ସଫର୍ମର ନିକଟକୁ ପଳାଇଥିଲା। ସେଠାରେ ବିଦ୍ୟୁତ୍‌ ଆଘାତରେ ବଳଦର ମୃତ୍ୟୁ ଘଟିଥିଲା। ଏ ନେଇ ଉଲି ରଣପୁର ସେସୁ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ତାଙ୍କୁ ସମାଧାନ ବଦଳରେ ଧମକ ଦେଇଥିବା ସେ ପ୍ରକାଶ କରିଛନ୍ତି। ଏ ନେଇ ଟାଙ୍ଗୀ ବିଦ୍ୟୁତ୍‌ ବିଭାଗ ସେସୁର ଏସ୍‌ଡିଓଙ୍କୁ ପଚାରିବାରୁ ସେ କହିଥିଲେ, ମୁଁ ଏ ବିଷୟରେ ଅବଗତ ନାହିଁ । ଯଦି ସେଠାରେ ଖୋଲା ଟ୍ରାନ୍ସଫର୍ମର ପଡିଆରେ ବସିଛି ତା’ହେଲେ ତୁରନ୍ତ ତାକୁ ତାରବାଡ ଦ୍ୱାରା ଆବଦ୍ଧ କରାଯିବ।


All Right Reserved By Dharitri.Com

ହାଇଦ୍ରାବାଦକୁ ପର୍ଯ୍ୟଟନ ମନ୍ତ୍ରୀ ମହିଳାଙ୍କୁୁ ନେବା ପ୍ରସଙ୍ଗ: ବିଧାନସଭାରେ କଂଗ୍ରେସର ହଟ୍ଟଗୋଳ, ଗୃହ ମୁଲତବୀ

ଭୁବନେଶ୍ୱର,୨୮।୧୧(ବ୍ୟୁରୋ): ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ରାଜ୍ୟ ସରକାରଙ୍କ ଦ୍ୱାରା ହାଇଦ୍ରାବାଦରେ ଆୟୋଜିତ ରୋଡ ଶୋ’କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଦୁଇଜଣ ମହିଳାଙ୍କୁ...

ବାଙ୍କୀ, ଆଠଗଡ଼, ବଡ଼ମ୍ବାରେ ବିଜେଡି ପ୍ରାର୍ଥୀ ଆଗୁଆ

ବାଙ୍କୀ/ଆଠଗଡ଼,୨୩ା୫ : କଟକ ଲୋକସଭା ନିର୍ବାଚନମଣ୍ଡଳୀ ଅଧୀନ ବାଙ୍କୀ, ବଡ଼ମ୍ବା ଓ ଆଠଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗଣତିରେ ବିଜେଡି ପ୍ରାର୍ଥୀମାନେ ଆଗୁଆ...

ଜନଜାତି ବହୁଳ ୪୦ ବ୍ଲକ୍‌ରେ ପ୍ରତିଷ୍ଠା ହେବ କୃଷି ଉତ୍ପାଦନ କ୍ଲଷ୍ଟର

ଭୁବନେଶ୍ୱର, ୬।୮(ବ୍ୟୁରୋ): ରାଜ୍ୟରେ କୃଷକଙ୍କୁ କୃଷି କାର୍ଯ୍ୟ ନିମନ୍ତେ ଜ୍ଞାନକୌଶଳ ଓ ବଜାର ସୁବିଧା ଯୋଗାଇଦେବା ପାଇଁ ‘ଭାରତ ରୁରାଲ ଲାଇଭ୍‌ଲିହୁଡ୍‌ ଫାଉଣ୍ଡେଶନ’ ଓ ‘ପ୍ରଦାନ’...

ସେପ୍ଟେମ୍ବର ୬ରେ ଓଡ଼ିଶା ଆସିବେ ଜଗା-କାଳିଆ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯।୮(ବ୍ୟୁରୋ): ସେପ୍ଟେମ୍ବର ୬ରେ ଓଡ଼ିଶା ଆସିବେ ଯୋଡ଼ାମୁଣ୍ଡ ଶିଶୁ ଜଗା ଓ କାଳିଆ। ଅସ୍ତ୍ରୋପଚାର ମାଧ୍ୟମରେ ଅଲଗା ହେବା ପରେ ଏଯାବତ ଦିଲ୍ଲୀ ଏମ୍ସରେ ଉଭୟ...

ସତ୍ୟବାଦୀ ନିର୍ବାଚନମଣ୍ଡଳୀ: ୧୧ ବୁଥ୍‌ରେ ସାନି ମତଦାନ ଦାବି

ପୁରୀ ଅଫିସ,୨୫ା୪: ସତ୍ୟବାଦୀ ନିର୍ବାଚନମଣ୍ଡଳୀର ୭୮ ନଂ. ବୁଥ୍‌ରେ ଭାଜପା ଏଜେଣ୍ଟଙ୍କୁ ପୂରାଇ ଦିଆଯାଇ ନ ଥିବା ଅଭିଯୋଗ ଆଣିଛନ୍ତି ଭାଜପାର ବରିଷ୍ଠ ନେତା କୃଷ୍ଣଚନ୍ଦ୍ର...

ସ୍ବାମୀଙ୍କ ଦଶାହରେ ସ୍ତ୍ରୀଙ୍କ ଆତ୍ମହତ୍ୟା, ଭଣଜା ଅଟକ

ଆନନ୍ଦପୁର,୩୦।୧୦(ସ୍ବ.ପ୍ର.)- କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ହରିପୁରା ଗ୍ରାମରେ ସ୍ବାମୀଙ୍କ ଦଶାହରେ ସ୍ତ୍ରୀଙ୍କ ଆତ୍ମହତ୍ୟା କରିଛନ୍ତି। ସେହିଭଳି ଉକ୍ତ ବ୍ୟକ୍ତିଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା...

ବିଜେପୁର ଉପନିର୍ବାଚନ: ସନତ ଗଡ଼ତିଆଙ୍କୁ ପ୍ରାର୍ଥୀ କଲା ଭାଜପା

ଭୁବନେଶ୍ୱର,୨୯।୯(ବ୍ୟୁରୋ): ବିଜେଡି ଓ କଂଗ୍ରେସ ପରେ ବିଜେପୁର ଉପନିର୍ବାଚନ ଲାଗି ଭାଜପା ରବିବାର ପ୍ରାର୍ଥୀ ଘୋଷଣା କରିଛି। ସନତ ଗଡ଼ତିଆଙ୍କୁ ଦଳ ପ୍ରାର୍ଥୀ କରିଛି। ଭାଜପାର...

ରାମାୟଣ ବଣ୍ଣିତ କଥାବସ୍ତୁକୁ ନେଇ ନାଟକ ଶିବଧନୁ ଭଗ୍ନ : ସୀତାରାମ ବିବାହ ଦୃଶ୍ୟରେ ଦର୍ଶକ ବିଭୋର

ଖଣ୍ଡପଡ଼ା,୨୦ା୫(ସ୍ବ.ପ୍ର.)-କଣ୍ଟିଲୋ ରଘୁନାଥ ଜୀଉ ନାଟ୍ୟ ସମିତି, କଂସାରୀ ସାହି ପାଟଣା ଆନୁକୂଲ୍ୟରେ ଶନିବାର ୨ୟ ରାତିରେ ପୁରାଣ ବର୍ଣ୍ଣିତ ରାମାୟଣ କଥାବସ୍ତୁକୁ ନେଇ ନାଟକ ପରିବେଷିତ...

Leave a comment

Your email address will not be published. Required fields are marked *