ଅଖିଳ ଭାରତୀୟ ମୋଟର ପରିବହନ କଂଗ୍ରେସର ଉପାଧ୍ୟକ୍ଷ ଭାବେ ରବିନାରାୟଣ ଶତପଥୀ ନିର୍ବାଚିତ

କଟକ ଅଫିସ, ୨୨ା୧୦: ଓଡ଼ିଶା ରାଜ୍ୟ ଟ୍ରକ ମାଲିକ ମହାସଂଘର ସାଧାରଣ ସମ୍ପାଦକ ରବିନାରାୟଣ ଶତପଥୀ ଅଖିଳ ଭାରତୀୟ ମୋଟର ପରିବହନ କଂଗ୍ରେସର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଅଖିଳ ଭାରତୀୟ ମୋଟର ପରିବହନ କଂଗ୍ରେସରେ ସମସ୍ତ ପରିବହନ କମ୍ପାନୀର ମାଲିକ ସଦସ୍ୟ ଅଛନ୍ତି। ସୋମବାର ଦିଲ୍ଲୀରେ ଅନୁଷ୍ଠିତ ନିର୍ବାଚନରେ ସେ ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ଜଣାପଡିଛି। ପରିବହନ ବ୍ୟବସାୟର ବିଭିନ୍ନ ସମସ୍ୟା ସଂକ୍ରାନ୍ତରେ ସରକାରଙ୍କ ସହିତ ଆଲୋଚନା କରି ଯୋଜନା ପ୍ରଣୟନ କରିବା ଓ ମୋଟରଯାନ ଆଇନ ସଂଶୋଧନରେ ସଙ୍ଗଠନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ରବିନାରାୟଣ ଦ୍ୱିତୀୟ ଓଡିଆ ଭାବେ ନିର୍ବାଚିତ ହୋଇଥିବାରୁ ପୂର୍ବାଞ୍ଚଳ ସମସ୍ତ ଟ୍ରକ ମାଲିକ ସଂଘ, ପରିବହନ ମାଲିକ ସଂଘ, ମହାନଦୀ ବିହାର ଡେଭଲପମେଣ୍ଟ ଅସୋସିଏଶନ ସମେତ ବହୁ ସଂଗଠନ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଛି।


All Right Reserved By Dharitri.Com

ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କ ଇସ୍ତଫା ଦାବିକଲା ଭାଜପା

ଭୁବନେଶ୍ୱର,୨୭ା୧୦(ବ୍ୟୁରୋ): ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ପଦ ଏକ ସାମ୍ବିଧାନିକ ଦାୟିତ୍ୱ। ଏହା ବିଜେଡିର ରାଜନୈତିକ ପଦବୀ ନୁହେଁ । ଯାଜପୁର ଜିଲାର ପିଇଓ ସ୍ମିତାରାଣୀ...

ଭଦ୍ରକ କାଳୀପୂଜାର ୫ମ ଦିନ: ପୂଜା ମଣ୍ଡପରେ ପ୍ରବଳ ଭିଡ଼

ଭଦ୍ରକ ଅଫିସ, ୧।୧୧ – ଭଦ୍ରକ ଐତିହାସିକ କାଳୀପୂଜା ପାଇଁ ଚରମ୍ପା ଅଞ୍ଚଳ ଝଲସୁଛି। ଗୁରୁବାର ଥିଲା ପୂଜାର ୫ମ ଦିନ। ଲକ୍ଷାଧିକ ଜନସମାଗମକୁ ନିୟନ୍ତ୍ରଣ...

ଓଡ଼ିଆ ଫିଲ୍ମର ହିନ୍ଦୀ, ଇଂଲିଶ ନାମକରଣ : ବିବାଦ ଉଠୁଥିଲେ ବି ମିଳୁଛି ସ୍ବୀକୃତି

ଭୁବନେଶ୍ୱର,୯ା୯ : ଓଡ଼ିଆ ଫିଲ୍ମର ନାମ ଓ ଗୀତରେ ହିନ୍ଦୀ, ଇଂଲିଶ ବ୍ୟବହାରକୁ ନେଇ ବିବାଦ ନୂଆ କଥା ନୁହେଁ। ବିଗତ କିଛିବର୍ଷ ମଧ୍ୟରେ ନକଲ...

ବ୍ରହ୍ମଗିରିରେ ସାନି ମତଦାନ

ବ୍ରହ୍ମଗିରି,୧୯ା୫(ଡି.ଏନ୍‌.ଏ): ପୁରୀ ଜିଲା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ସଦର ବ୍ଲକ ଓ କୃଷ୍ଣପ୍ରସାଦ ବ୍ଲକର ଦୁଇଟି ବୁଥ୍‌ରେ ରବିବାର ସାନି ମତଦାନ ଆରମ୍ଭ ହୋଇଛି। ପ୍ରକାଶଥାଉ କି,...

ଆନ୍ନାକୋଣ୍ଡାର ସ୍ବାସ୍ଥ୍ୟାବସ୍ଥା ପରଖିଲେ ମାଡ୍ରାସ ଚିକିତ୍ସକ

ବାରଙ୍ଗ,୩ା୧୨(ଡି.ଏନ୍‌.ଏ)- ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ନୂଆ ଅତିଥି ଭାବେ ଆସିଥିବା ଦୁଇଟି ଆନ୍ନକୋଣ୍ଡାର ମୃତ୍ୟୁ ଘଟଣାକୁ କର୍ତ୍ତୃପକ୍ଷ ଗୁରୁତର ସହ ନେଇଛନ୍ତି। ଏ ନେଇ ସୋମବାର...

ଟିକ୍‌ଟକ୍‌ରେ ଶ୍ରୀମନ୍ଦିର ଭିତର ଭିଡିଓ ଭାଇରାଲ ଘଟଣା: ନାବାଳିକାଙ୍କୁ ଅଟକ ରଖିଲା ସିଂହଦ୍ୱାର ପୋଲିସ

ପୁରୀ ଅଫିସ, ୩୧।୧୦: ଶ୍ରୀମନ୍ଦିର ଭିତର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ଘଟଣାରେ ଗୁରୁବାର ସିଂହଦ୍ୱାର ପୋଲିସ ଜଣେ ନାବାଳିକାଙ୍କୁ ଅଟକ ରଖିଛି। ଗତ...

୪ଜଣଙ୍କୁ ବଞ୍ଚାଇଥିବା ଟ୍ରାଫିକ୍‌ କନ୍‌ଷ୍ଟେବଳ ପୁରସ୍କୃତ

ଭୁବନେଶ୍ୱର,୫ା୧୨(ବ୍ୟୁରୋ): ୪ଜଣଙ୍କ ଜୀବନ ବଞ୍ଚାଇଥିବା ଜଣେ ଟ୍ରାଫିକ କନ୍‌ଷ୍ଟେବଳଙ୍କୁ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ପୁରସ୍କୃତ କରିଛନ୍ତି। କନ୍‌ଷ୍ଟେବଳ ଜଣକ ହେଲେ ଲଳିତ ମୋହନ ରାଉତ।...

ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ

ଖୁଣ୍ଟା,୧୮ା୧୦(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅଧୀନ ଡୁକୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଅବହେଳାରୁ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ଗୁରୁବାର ଉତ୍ତେଜନା ସୃଷ୍ଟି ହୋଇଥିଲା।...

Leave a comment

Your email address will not be published. Required fields are marked *