ପୁଣି ପରମାଣୁ ଯୁଦ୍ଧର ଧମକ ଦେଲା ପାକିସ୍ତାନ

ଇସ୍‌ଲାମାବାଦ,୨୨।୧୦: ପାକିସ୍ତାନର ରେଳମନ୍ତ୍ରୀ ଶେଖ ରସିଦ ପୁଣି ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଇଛନ୍ତି। ସେ କହିଛନ୍ତି ଏଥର ପାରମ୍ପରିକ ଯୁଦ୍ଧ ହେବ ନାହିଁ। ୪-୬ ଦିନ ପର୍ଯ୍ୟନ୍ତ ତୋପ ଚାଲିବନି, ବିମାନ ଆକ୍ରମଣ ବା ନୌସେନା ଦ୍ୱାରା ମଧ୍ୟ ଗୁଳି ଚଳାଯିବନି। ହେଲେ ଯୁଦ୍ଧ ହେବ। ପରୋକ୍ଷରେ ଏହା ପରମାଣୁ ଯୁଦ୍ଧ ହେବ ବୋଲି ସେ ସୂଚନା ଦେଇଛନ୍ତି। ଅବଶ୍ୟ ଭାରତର ନାଁ ନ ନେଇ ସେ ଏହା କହିଛନ୍ତି। ସୀମାରେ ପାକିସ୍ତାନ ସେନା ତୋପ, ଟ୍ୟାଙ୍କ ସହ ସଜବାଜ ହେଉଥିବା ବେଳେ ରେଳମନ୍ତ୍ରୀଙ୍କ ଏମିତି ବୟାନ ଏବେ ଚର୍ଚ୍ଚାକୁ ଆସିଛି। କେବଳ ଏତିକି ନୁହେଁ ସୋମବାରଠାରୁ ପାକିସ୍ତାନ ସୀମାରେ ସେନା ସଂଖ୍ୟା ବୃଦ୍ଧି କରିଥିବାରୁ ସେ କୌଣସି ଏକ ଭିନ୍ନ ଯୋଜନାରେ ରହିଥିବା ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ନିକଟରେ ଇମ୍ରାନ ସରକାରରେ ରେଳମନ୍ତ୍ରୀ ଥିବା ଶେଖ ରସିଦ କହିଥିଲେ ଅକ୍ଟୋବରରେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେବ।


All Right Reserved By Dharitri.Com

ଆମେରିକା ଯିବେ ନାହିଁ ଆଫଗାନ ରାଷ୍ଟ୍ରପତି

କାବୁଲ,୭।୯: ଆଫଗାନୀସ୍ତାନର ରାଷ୍ଟ୍ରପତି ଅଶରଫ ଗନି ଶନିବାର ଆମେରିକା ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା। ହେଲେ ସେ ଆମେରିକରା ଗସ୍ତ କରୁ ନାହାଁନ୍ତି ବୋଲି ଜଣାପଡିଛି।...

ଛୋଟ ପିଲାଙ୍କ ସ୍ମରଣଶକ୍ତି ବଢ଼ାଇବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ଭିଟାମିନ୍‌ ବି-୧୨ ଶରୀର ପାଇଁ ବେଶ୍‌ ଉପଯୋଗୀ। ଏହାର ସ୍ତର ହ୍ରାସପାଇଲେ ସ୍ମରଣଶକ୍ତି ଦୁର୍ବଳ ହୋଇଯାଇଥାଏ। ଅଳ୍ପ କିଛି କାମକଲେ ହାଲିଆ ଲାଗେ। ଏହାର ଅଭାବରେ...

ୟୁଏନ୍‌ଏସ୍‌ସିରେ ଉଠିବନି କଶ୍ମୀର ପ୍ରସଙ୍ଗ

ଜାତିସଂଘ,୩ା୧୧: ଚଳିତ ମାସରେ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି) ବୈଠକ ଅନୁଷ୍ଠିତ ହେବାକୁ ଥିଲାବେଳେ ସେଥିରେ କଶ୍ମୀର ପ୍ରସଙ୍ଗରେ ଆଲୋଚନା ହେବନାହିଁ। ନଭେମ୍ବର ମାସ ପାଇଁ...

ଆମେରିକାରେ ଶିଖ୍‌ ପୋଲିସ ଅଫିସରଙ୍କୁ ହତ୍ୟା

ହ୍ୟୁଷ୍ଟନ,୨୯ା୯(ପି.ଟି.): ଆମେରିକାର ଟେକ୍ସାସରେ ଜଣେ ଭାରତୀୟ-ଆମେରିକୀୟ ଶିଖ୍‌ ପୋଲିସ ଅଫିସରଙ୍କୁ ହତ୍ୟା କରାଯାଇଛି। ଆମେରିକା ପୋଲିସ ବିଭାଗରେ ସନ୍ଦିପ୍‌ ସିଂ ଧଲିଓ୍ବାଲଙ୍କୁ ଦାଢ଼ି ରଖିବା ଓ...

କଶ୍ମୀର ପଣ୍ଡିତଙ୍କୁ ଭେଟି କହିଲେ ମୋଦି: ତୁମେମାନେ ବହୁତ ସହିଛ, ଏବେ ମିଶିକି ନୂଆ କଶ୍ମୀର ଗଠନ କରିବା

ହ୍ୟୁଷ୍ଟନ,୨୨।୯: ‘ହାଓଡି ମୋଦି’ କାର୍ଯ୍ୟକ୍ରମ ପାଇଁ ଆମେରିକାର ହ୍ୟୁଷ୍ଟନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ପ୍ରବାସୀ ଭାରତୀୟ କଶ୍ମୀର ପଣ୍ଡିତମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ...

ପ୍ରବଳ ବର୍ଷାରେ ବେହାଲ୍‌ ଆମେରିକା : ହ୍ବାଇଟ୍‌ ହାଉସରେ ପଶିଲା ପାଣି

ଓ୍ବାଶିଂଟନ,୯।୭: ଗତ ସୋମବାର ଆମେରିକାରେ ପ୍ରବଳ ବର୍ଷା ହେବା ଫଳରେ ବିଭିନ୍ନ ସହର ଜଳମଗ୍ନ ହେବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏମିତିକି ଆମେରିକାର...

ଭିକାରି ବେଶରେ ଭାଇରାଲ ହେଉଛି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଫଟୋ

ଇସଲାମାବାଦ,୧୮।୮: ସାଧାରଣତଃ ଗୁଗୁଲ ସର୍ଚ୍ଚ ଇଞ୍ଜିନରେ ଅନେକ ଶବ୍ଦ ବ୍ୟବହାର କରି ବିଭିନ୍ନ ତଥ୍ୟ ଖୋଜା ଯାଇଥାଏ। ଏବେ କିନ୍ତୁ ଦେଖିବାକୁ ମିଳିଛି ଗୁଗୁଲ ସର୍ଚ୍ଚ...

୨ ଶହ ଫୁଟ ପାଣି ତଳୁ ମିଳିଲା ୧୪୧ ବର୍ଷ ତଳେ ନିଖୋଜ ହୋଇଥିବା ୨ ଜାହାଜ

ଲାସିଙ୍ଗ୍‌,୨୨।୯: ଆମେରିକା ମିସିଗାନ୍‌ରେ ୨ ଶହ ଫୁଟ ପାଣି ତଳୁ  କୋଇଲା ବୋଝେଇ ୨ ଜାହାଜର ସନ୍ଧାନ ମିଳିଛି। ୧୪୧ ବର୍ଷ ତଳେ ୧୮୭୮ରେ ଜାହାଜ...

Leave a comment

Your email address will not be published. Required fields are marked *