ସରକାରୀ ବାବୁଙ୍କୁ ଓଡ଼ିଆ ଭାଷାର ପ୍ରଶିକ୍ଷଣ

ଭୁବନେଶ୍ୱର, ୨୨ା୧୦(ବ୍ୟୁରୋ):  ଓଡ଼ିଆ ଭାଷାରେ ପାଠ ପଢ଼ିବେ ସରକାରୀ ବାବୁ ଓ କର୍ମଚାରୀମାନେ। ପ୍ରଶାସନିକ କାର୍ଯ୍ୟରେ ଆବଶ୍ୟକ ହେଉଥିବା ଏବଂ ରାଜ୍ୟର ସାଧାରଣ ଲୋକ ବୁଝିପାରୁଥିବା ଓଡ଼ିଆ ଭାଷାରେ ବାବୁମାନଙ୍କ ଜ୍ଞାନ ରହିବା ଜରୁରୀ। ଏଣୁ ସୋମବାରଠାରୁ ସରକାରୀ କର୍ମଚାରୀ ଓ ଅଧିକାରୀମାନଙ୍କ ପାଇଁ ଓଡ଼ିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସଂସ୍କୃତି ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଆସନ୍ତା ୨୫ତାରିଖ ପର୍ଯ୍ୟନ୍ତ ଚାଲିବ। ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ‘ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷାର ବ୍ୟବହାର’ ନିମନ୍ତେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଲୋକସେବା ଭବନର ୧୫ ବିଭାଗରୁ ୪୦ ଅଧିକାରୀ ଓ କର୍ମଚାରୀ ଯୋଗଦେଇଥିଲେ। ସମସ୍ତ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବା ସହିତ ନଥି ଉପସ୍ଥାପନ ପାଇଁ ସେମାନଙ୍କୁ ପରାମର୍ଶ ଦିଆଯାଇଥିଲା। ସେମାନଙ୍କୁ ଏକ ପାଠ୍ୟ ପୁସ୍ତିକା ଖସଡ଼ା ପ୍ରଦାନ କରାଯିବା ମାଧ୍ୟମରେ ସମସ୍ତ ପ୍ରଶାସନିକ କାର୍ଯ୍ୟ ଓଡ଼ିଆ ଭାଷାରେ ସମ୍ପାଦନ କରି ଓଡ଼ିଶାବାସୀଙ୍କୁ ସମସ୍ତ ତଥ୍ୟ ଅବଗତ କରାଇବା ଦିଗରେ ବ୍ରତୀ ହେବାକୁ ପରାମର୍ଶ ଦିଆଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ବିଭାଗ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ବିଜୟ କୁମାର ନାୟକ, ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ଅତିରିକ୍ତ ଶାସନ ସଚିବ ହିମାଂଶୁ ଭୂଷଣ ପଣ୍ଡା ଏବଂ ଓଡ଼ିଆ ଭାଷା ପ୍ରତିଷ୍ଠାନ ନିର୍ଦ୍ଦେଶକ ଡ. ତମସା ରାଣୀ ଦାଶ ମହାପାତ୍ର ଯୋଗଦେଇ ଓଡ଼ିଆ ଭାଷାର ମହତ୍ତ୍ବ, ସରକାରୀ ସ୍ତରରେ ଏହାର ଉପଯୋଗିତା ଏବଂ ସାଧାରଣ ଲୋକଙ୍କ ନିମନ୍ତେ ଭାଷାର ବ୍ୟବହାର ଉପରେ ଉଲ୍ଲେଖ କରିଥିଲେ। ପ୍ରଶିକ୍ଷାର୍ଥୀ ଓ ପ୍ରଶିକ୍ଷକଙ୍କ ମଧ୍ୟରେ ଆଦାନ ପ୍ରଦାନ ଜରିଆରେ ଓଡ଼ିଆ ଭାଷା ମାଧ୍ୟମ ହେଉ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ବିଶିଷ୍ଟ ଶିକ୍ଷାବିତ୍‌ ଡ. କୈଳାଶ ଚନ୍ଦ୍ର ଟିକାୟତରାୟ, ସୁରେନ୍ଦ୍ର କୁମାର ମିଶ୍ର, ଡ. ହରପ୍ରସାଦ ମିଶ୍ର, ଡ. ସିତାଂଶୁ କୁମାର ଦାସ ଓ ଡ. ବୈଷ୍ଣବ ଚରଣ ମହାନ୍ତି କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଭାବରେ କାର୍ଯ୍ୟ ନିର୍ବାହ କରିଥିଲେ।
ସୋମବାର କାର୍ଯ୍ୟକ୍ରମରେ ମାନକ ଭାଷା, କଥିତ ଭାଷା, ଲିଖିତ ଭାଷା, ଶବ୍ଦ ଭଣ୍ଡାରର ବ୍ୟବହାରିକ ରୂପ ଉପରେ ଆଲୋଚନା ହୋଇଥିଲା। ସେହିପରି ୨୨ ତାରିଖରେ ଓଡ଼ିଆ ଭାଷାର ପ୍ରଶାସନିକ ପ୍ରୟୋଗ(ଶୈଳୀ ଓ କୌଶଳ), ସଂଖ୍ୟା ଓ ତାରିଖର ବ୍ୟବହାର ଶୈଳୀ, ସଂକ୍ଷେପାକ୍ଷର ପ୍ରୟୋଗ, ଓଡ଼ିଆ ଭାଷା ବ୍ୟବହାରର ସମ୍ଭାବନା, ୨୩ ତାରିଖରେ ପ୍ରଶାସନିକ ଶବ୍ଦ ଚୟନ ଓ ଶବ୍ଦ ଗଠନ, ବନାନ ଶୁଦ୍ଧତା ଓ ଆବଶ୍ୟକତା, ବାକ୍ୟଗଠନ ଓ ଚିହ୍ନ ପ୍ରୟୋଗ, ୨୪ ତାରିଖରେ ଟିପ୍ପଣୀ ଚିଠା ଓ ଆଦେଶନାମା ପ୍ରସ୍ତୁତି, କର୍ମଶାଳାଗୁଡ଼ିକରେ ଆହୂତ ଟିପ୍ପଣୀର ଅନୁବାଦ ଇତ୍ୟାଦି ସମ୍ପର୍କରେ ଆଲୋଚନା ହେବ। ଆସନ୍ତା ୨୫ ତାରିଖରେ ପରୀକ୍ଷା ସହିତ ସମାପନ ପର୍ବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।


All Right Reserved By Dharitri.Com

ମୁଡ଼ ଗୁଁଜ୍‌ବାକେ ଜାଗାଠାନ୍‌ ଅଭାବ: ଖାଏଦ୍‌ ସୁରକ୍ଷା ଯୋଜନାରୁ ବଁଚିତ୍‌ ବୁରୁଧ୍‌

ଉଲୁଣ୍ଡା, ୩।୩ (ଡି.ଏନ୍‌.ଏ.)- ବଏସର ଶେଷ ମୁଡ଼ସାରେ ନିଜର ପରିବାର ଲୁକ୍‌କୁ ହରାଲା ଉତାରୁ ଭାତ ମୁଠେ ଆର ମୁଡ଼ ଗୁଁଜ୍‌ବାକେ ଜାଗା ଖଁଡ଼େ ଲାଗି...

ଓଡ଼ିଶୀ, ବାଲିନିଜ୍‌ ନୃତ୍ୟର ସମ୍ମେଳନ

ଭୁବନେଶ୍ୱର, ୪ା୧୨ (ବ୍ୟୁରୋ):ଓଡ଼ିଶା ସହ ଇଣ୍ଡୋନେସିଆର ସମ୍ପର୍କ କାହିଁ କେଉଁକାଳରୁ ରହିଆସିଛି। ଇଣ୍ଡୋନେସିଆ ବାଲିର କଳାକାରମାନେ ସାଂସ୍କୃତିକ ସମ୍ପର୍କର ଭିନ୍ନ ଝଲକ ଆଣିଦେଇଛନ୍ତି। ସୋମବାର କୋଣାର୍କ...

ବନ୍ଦ ହେଲା ମୋ ସାଇକେଲ

ଭୁବନେଶ୍ୱର, ୨୪ା୩(ବ୍ୟୁରୋ): କରୋନା ସଂକ୍ରମଣକୁ ଏଡ଼ାଇବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହି ପରିପ୍ରେକ୍ଷୀରେ କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ ଲିମିଟେଡ୍ (କ୍ରୁଟ)...

ଚିଲିକାରେ ମାଲେସିଆ ଜାହାଜ ଅଟକିବା ଘଟଣା: ଦ୍ୱନ୍ଦ୍ୱ ସୃଷ୍ଟି କରୁଛି ଜଙ୍ଗଲ ବିଭାଗର ଭିନ୍ନ ମନ୍ତବ୍ୟ

ଭୁବନେଶ୍ୱର, ୧୮।୮(ବ୍ୟୁରୋ): ଯାନ୍ତ୍ରିକ ତ୍ରୁଟି ଯୋଗୁ ମାଲେସିଆର ପଣ୍ୟବାହୀ ଜାହାଜ ‘ଟଗ୍‌ ଜିନ୍‌ ହୱା ୩୨’ ପୁରୀ ଜିଲା କୃଷ୍ଣ ପ୍ରସାଦ ବ୍ଲକ୍‌ ଅନ୍ତର୍ଗତ ଚିଲିକା...

ଭଡ଼ା ଟଙ୍କା ଆଦାୟରେ ଅନିୟମିତତା: ଭିଜିଲାନ୍ସ ଏସ୍‌ପିଙ୍କ ନିକଟରେ ଅଭିଯୋଗ

ପୁରୀ ଅଫିସ,୧୪ା୯ : ପୁରୀ ଗୋପବନ୍ଧୁ ଆର୍ୟୁବେଦ କଲେଜ ଓ ଚିକିତ୍ସାଳୟ ପରିସରରେ ରହିଥିବା କନ୍‌ଫ୍ରେନ୍ସ ହଲର ଭଡ଼ା ଆଦାୟରେ ଲକ୍ଷାଧିକ ଟଙ୍କା ହେରଫେର ହୋଇଥିବା...

ସାପ କାମୁଡ଼ାରେ ମହିଳାଙ୍କ ଜୀବନ ଗଲା

ବଡସାହି,୨ା୧୦(ସ୍ବ.ପ୍ର): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଧୋବାଧୋବଣୀ ଗ୍ରାମରେ ସାପ କାମୁଡାରେ ଜନୈକା ମହିଳାଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ସେହି ଗ୍ରାମର...

ଏନ୍‌ଜେନ୍‌ କର୍ମଚାରୀଙ୍କ ୪ ଦଫା ସମସ୍ୟାର ସମାଧାନ ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ 

କେନ୍ଦ୍ରାପଡା ଅଫିସ, ୧୯ା୯: ୪ ଦଫା ଦାବି ନେଇ ଏନ୍‌ଜେନ୍‌ କର୍ମଚାରୀ ତଥା ଇଲେକ୍‌ଟ୍ରିସିଟି ଠିକା ଶ୍ରମିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲିଖିତ ଦାବିପତ୍ର...

ସଚେତନତା ଅଭାବ: ବଢୁଛି ଦୁର୍ଘଟଣାଜନିତ ମୃତ୍ୟୁ : ବେପରୁଆ ଗାଡ଼ିି ଚାଳନା ନେଉଛି ଜୀବନ

କଟକ ଅଫିସ୍‌, ୧୭ା୭: ବିଗତ କିଛିବର୍ଷ ହେବ ରାଜ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସରକାର, ପରିବହନ ଓ ପୋଲିସ ବିଭାଗର ଦାୟିତ୍ୱହୀନତା...

Leave a comment

Your email address will not be published. Required fields are marked *