ବିଦ୍ୟୁତ ସର୍ଟଶର୍କିଟରୁ ଅଗ୍ନିକାଣ୍ଡ: ୬ ବଖରା ଜଳିଗଳା; ୫ ଗୋରୁ, ୯ ଛେଳି ଜୀବନ୍ତ ଦଗ୍ଧ

ବନ୍ତ,୨୨।୧୦(ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ତହସିଲ ଅଧୀନ କୁଆଁର୍ଦ୍ଦା (ଅଘିରା ଗଢ଼ିଆ) ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ବାସଗୃହ ଓ ଗୁହାଳ ସମେତ ୬ ବଖରା ଜଳିଯାଇଛି। ଗ୍ରାମର ସମ୍ଭୁନାଥ ନାୟକ, କୈଳାସ ନାୟକ, ଭରତ ନାୟକ, କାହ୍ନୁ ନାୟକଙ୍କର ମୋଟ ୬ ବଖରା ଘର ଜଳିଯାଇଥିବା ଜଣାପଡ଼ିଛି। ରାତି ପ୍ରାୟ ୨ଟାରେ ଅଗ୍ନିକାଣ୍ଡ ଘଟିଥିଲା। ଗୁହାଳରେ ଥିବା ୫ ଗାଈ, ୯ ଛେଳି, ୧୦ କୁକୁଡା, ୬ ବତକ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୨ ଛେଳି ଓ ୧ ଗାଈ ଗୁରୁତର ହୋଇଛନ୍ତି । ଏଥିରେ ଆନୁମାନିକ ୩ ଲକ୍ଷରୁ ଊର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି । ଖବର ପାଇ ଆଗରପଡ଼ାରୁ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିଥିଲେ। ବିଦ୍ୟୁତ ସର୍ଟଶର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।


All Right Reserved By Dharitri.Com

ଏଟିଏମ୍‌ କାର୍ଡ ଚୋରି କରି ୪.୧୫ ଲକ୍ଷ ଉଠାଣ: ବ୍ୟାଙ୍କ କର୍ମଚାରୀ ଗିରଫ

ବନ୍ତ,୧୯।୧୦(ଡି.ଏନ.ଏ.): ଭଦ୍ରକ ଜିଲା ବନ୍ତସ୍ଥିତ ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖାରୁ ଜଣେ ଗ୍ରାହକଙ୍କ ଜମାଖାତାରୁ ୬୬ ହଜାର ୮୧୩ ଟଙ୍କା ଗାଏବ ନେଇ ଅଭିଯୋଗ...

ଅବିଶ୍ରାନ୍ତ ବର୍ଷା, ଅଶାନ୍ତ ସମୁଦ୍ର

ଭୋଗରାଇ, ୨୫।୧୦(ଡି.ଏନ.ଏ.)-ଲଘୁଚାପ ପ୍ରଭାବରେ ଭୋଗରାଇ ସମେତ ଆଖପାଖ ଅଞ୍ଚଳରେ ବୁଧବାରଠାରୁ ଅବିଶ୍ରାନ୍ତ ବର୍ଷା ଲାଗିରହିଛି। ତୁହାକୁ ତୁହା ବର୍ଷା ହେବା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।...

ଲାଞ୍ଚ ନେଇ ଧରାପଡିଲେ ବୀରମହାରାଜପୁର ଆର୍‌ଆଇ

ସୋନପୁର,୨୩।୭(ନି.ପ୍ର.): ସୋନପୁର ଜିଲା ବୀରମହାରାଜପୁର ତହସିଲ ଅଫିସର ରାଜସ୍ବ ନିରୀକ୍ଷକ ଅରୁଣ କୁମାର ପୁରୋହିତ ୨୫୦୦ଟଙ୍କା ଲାଞ୍ଚ ନେଇ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୁବର୍ଣ୍ଣପୁର...

ଷ୍ଟ୍ରିଟ ଲାଇଟ୍‌ ଖୁଣ୍ଟରେ ଲାଗିଲା ସିସିଏମ୍‌ଏସ୍‌

ଅନୁଗୋଳ ଅଫିସ, ୩୧।୮ – ଅନୁଗୋଳ ପୌରପାଳିକା ପକ୍ଷରୁ ବିଦ୍ୟୁତ ସଞ୍ଚୟ ପାଇଁ ଅଭିନବ ପ୍ରୟାସ ଆରମ୍ଭ ହୋଇଛି। ଏଣିକି ସହରରେ ସୂର୍ଯ୍ୟ ଉଇଁଲେ ଆପେ...

କୃଷି ସଙ୍କଟ ପାଇଁ ସରକାରୀ ନୀତି ଦାୟୀ

ବ୍ରହ୍ମପୁର ଅଫିସ୍‌,୩୧ା୭- ଅଖିଳ ଭାରତ କିଶାନ୍‌ ମଜଦୁର ସଭା (ଏଆଇକେଏମ୍‌ଏସ୍‌)ର ଦୁଇଦିନିଆ ସର୍ବଭାରତୀୟ ସାଧାରଣ ପରିଷଦ ଅଧିବେଶନ ମଙ୍ଗଳବାରଠାରୁ ପ୍ରକାଶମ୍‌ ହଲ୍‌ରେ ଆରମ୍ଭ ହୋଇଛି। ସଂଗଠନର...

ପୁଣି ଡ୍ୟାନ୍ସ ବାର୍‌ରୁ ୫ ଯୁବତୀ ଉଦ୍ଧାର

କଟକ ରୋଡ୍‌,୨୫।୮(ଡି.ଏନ.ଏ.): ଲକ୍ଷ୍ମୀସାଗର ଥାନା ଅଞ୍ଚଳର ଏକ ଡ୍ୟାନ୍ସ ବାର୍‌ରୁ ୫ ଯୁବତୀଙ୍କୁ ଶନିବାର ରାତିରେ ପୋଲିସ ଉଦ୍ଧାର କରିଛି। ସେମାନେ ସମସ୍ତେ ଓଡ଼ିଶାର ହୋଇଥିବାବେଳେ...

ଉପଜିଲାପାଳଙ୍କ ଅଙ୍ଗନଓ୍ବାଡି କେନ୍ଦ୍ର ପରିଦର୍ଶନ

ବଇଣ୍ଡା,୮।୯ (ଡି.ଏନ.ଏ.) – ଆଠମଲ୍ଲିକ ଉପଜିଲାପାଳ ରଜନୀକାନ୍ତ ବିଶ୍ୱାଳ ଶନିବାର ଅଚାନକ କିଶୋରନଗର ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି। ପ୍ରଥମେ ସେ ଗୋରାତୋପା ଅଙ୍ଗନଓ୍ବାଡି...

କାଠ ବୋଝେଇ ଗାଡ଼ି ଜବତ : ୨ ଗିରଫ

ବାଙ୍ଗିରିପୋଷ,୪ା୧୦(ଡି.ଏନ୍‌.ଏ.)- ବାଙ୍ଗିରିପୋଷି ବନାଞ୍ଚଳ ଅଧୀନ ଶୀର୍ଷା ବିଟର ଜାଲଦା ଛକଠାରେ ବନ ବିଭାଗ କର୍ମଚାରୀମାନେ ଏକ କାଠ ବୋଝେଇ ପିକ୍‌ଅପ ଭ୍ୟାନ ଜବତ କରିଛନ୍ତି। ଏହି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *