ବନବିଭାଗର ଚଢ଼ାଉ: ୬୦ ହଜାରରୁ ଊଦ୍ଧର୍‌ବ ମୂଲ୍ୟର ଶାଳ ଚୌକାଠ ଜବତ, ୨ ଫେରାର

ପାଟଣା,୨୨।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ତୁରୁମୁଙ୍ଗା କେନ୍ଦୁଝର ରାସ୍ତାର ଭାଲୁଘର ଗ୍ରାମରେ ବନବିଭାଗ ମଙ୍ଗଳବାର ସକାଳେ ଚଢ଼ାଉକରି ଚୋରା କାଠ ଚାଲାଣ କରୁଥିବା ଏକ ପିକ୍‌ଅପ୍‌ ଭ୍ୟାନ୍‌ ଜବତ କରିଛି। ଏଥିରେ ପ୍ରାୟ ଏକ ଶହ ଖଣ୍ଡ ଶାଳ ଚୌକାଠକୁ ବନ ବିଭାଗ ଜବତ କରିଥିବା ବେଳେ ଏହି କାରବାରରେ ସମ୍ପୃକ୍ତ ୨ ବ୍ୟକ୍ତି ଫେରାର ହେବାରେ ସଫଳ ହୋଇଛନ୍ତି। ଜବତ କାଠର ଆନୁମାନିକ ମୂଲ୍ୟ ୬୦ ହଜାରରୁ ଊଦ୍ଧର୍‌ବ ଟଙ୍କା ହେବ ବୋଲି ପାଟଣା ରେଞ୍ଜର ପବିତ୍ର ମୋହନ ନାୟକ କହିଛନ୍ତି। ଏହି ଚଢ଼ାଉରେ ବନାଞ୍ଚଳ ଅଧିକାରୀ ପବିତ୍ର ମୋହନ ନାଏକ, ଖିରେଇଟାଙ୍ଗିରି ବନପାଳ ଅମୂଲ୍ୟ କୁମାର ସେନାପତି, ଫରେଷ୍ଟଗାର୍ଡ ଅକ୍ଷୟ କୁମାର ମହାନ୍ତ ଓ ପାରା ଷ୍ଟାଫ୍‌ ସାମିଲ ହୋଇଥିଲେ।


All Right Reserved By Dharitri.Com

କୋହଲି ପାଳିବେ ୩୧ତମ ଜନ୍ମଦିନ

ନୂଆଦିଲ୍ଲୀ,୪।୧୧- ଭାରତୀୟ ଅଧିନାୟକ ବିରାଟ କୋହଲି ମଙ୍ଗଳବାର ୩୧ତମ ଜନ୍ମଦିନ ପାଳିବାକୁ ଯାଉଛନ୍ତି। ଏହି ମହାନ ବ୍ୟାଟ୍ସମ୍ୟାନ ୧୯୮୮ ମସିହା ନଭେମ୍ବର ୫ ତାରିଖରେ ଦିଲ୍ଲୀର...

ସରୁନି ଯୋଡ଼ା- ଜୁରୁଡ଼ି ରାସ୍ତା ନିର୍ମାଣ କାର୍ଯ୍ୟ

ଯୋଡ଼ା, ୪।୬ (ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳର ରାଜ୍ୟ ରାଜପଥ ନଂ ୨ ର ଜୁରୁଡି-ବାମେବାରୀ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ଦୈନିକ...

ଜଳିଗଲା ଦୋକାନ ଘର

ଜେନାପୁର,୬।୧୨ (ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଅନ୍ତର୍ଗତ ମର୍ଜିତାପୁର ପଞ୍ଚାୟତ ଅଧୀନ ଚଉଷଠିପଡ଼ା (ନଟିଲୋ) ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ସୁବାସ ବେହେରା...

ଦବିଲା ୧୦ ଲକ୍ଷର ତିତ୍‌ଲି ପ୍ରକଳ୍ପ:ମଧୁପୁର ବନ୍ଧ ଭାଙ୍ଗିବା ଆଶଙ୍କା

ବନ୍ତଳା,୨୪।୯(ଡି.ଏନ.ଏ.) ଅନୁଗୋଳ ବ୍ଲକ ନନ୍ଦପୁର ପଞ୍ଚାୟତ ମଧୁପୁର ପୂର୍ତ୍ତ ବିଭାଗ ରାସ୍ତାକୁ ସଂଯୋଗ କରୁଥିବା ଗ୍ରାମ୍ୟ ରାସ୍ତା ୨୦୧୮ ସାମୁଦ୍ରିକ ଝଡ଼ ତିତ୍‌ଲିରେ ନଷ୍ଟ ହେବା...

ହାତୀ ଶାବକର ଗଳିତ ମୃତଦେହ ଉଦ୍ଧାର

ବାରିପଦା ଅଫିସ,୨ା୧୦- ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଧୀନ ଭାଲୁଘେରା ଜଙ୍ଗଲରୁ ମଙ୍ଗଳବାର ଏକ ହାତୀ ଶାବକର ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ...

ସହରର ସ୍ବଚ୍ଛତା ପ୍ରତି ଗୁରୁତ୍ୱ : ‘ମୋ ହିଞ୍ଜିଳିକାଟୁ କାର୍ଯ୍ୟକ୍ରମ’ ଆରମ୍ଭ କଲେ ଜିଲାପାଳ

ହିଞ୍ଜିଳିକାଟୁ,୧୪।୮(ଡି.ଏନ୍‌.ଏ.): ହିଞ୍ଜିଳିକାଟୁ ସହରକୁ ସ୍ବଚ୍ଛ ଓ ସୁନ୍ଦର ରଖିବା ପାଇଁ ପୌର କର୍ତ୍ତୃପକ୍ଷଙ୍କ ପକ୍ଷରୁ ‘ମୋ ହଞ୍ଜିଳିକାଟୁ କାର୍ଯ୍ୟକ୍ରମ’ ଆରମ୍ଭ ହୋଇଛି। ବୁଧବାର ଗଞ୍ଜାମ ଜିଲାପାଳ...

ଅନ୍ଧବିଶ୍ୱାସ ବିରୋଧରେ ଅଣ୍ଟା ଭିଡ଼ିଲେ କଳାକାର : ଫିଲ୍ମ ମାଧ୍ୟମରେ ଲୋକଙ୍କୁ କରିବେ ସଚେତନ

ନୟାଗଡ଼ ଅଫିସ,୨୮ା୭- ନୟାଗଡ଼ ଜିଲାର ବିଭିନ୍ନ ଗ୍ରାମରେ ଏବେ ବି ଅନ୍ଧବିଶ୍ୱାସ ତା’ର କାୟା ବିସ୍ତାର କରିବାରେ ଲାଗିଛି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଅଗ୍ରଗତି କରିଥିଲେ...

ଟ୍ରକ୍‌ ଧକ୍କାରେ ଜଣଙ୍କ ଜୀବନଗଲା

ବରଗଡ଼ ଅଫିସ,୨୭।୧୨: ବରଗଡ଼ ସହର ବ୍ରହ୍ମବିହାର-ଗୋବିନ୍ଦପାଲି ରାସ୍ତାରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍‌ ଧକ୍କା ଦେବା ଯୋଗୁ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ...

Leave a comment

Your email address will not be published. Required fields are marked *