Posted inଜାତୀୟ

ପୋଲିସର ସାହସିକତାକୁ ପ୍ରଶଂସା କଲେ ମୋଦି

ନୂଆଦିଲ୍ଲୀ,୨୨ା୧୦(ପି.ଟି.): ଜାତୀୟ ପୋଲିସ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଷ୍ଟକର ପରିବେଶରେ କାର୍ଯ୍ୟ କରୁଥିବା ପୋଲିସ କର୍ମଚାରୀମାନଙ୍କ ସାହସିକତାକୁ ଉଚ୍ଚ ପ୍ରଶଂସା କରିଛନ୍ତି। ପୋଲିସ ବଳ ଓ ସେମାନଙ୍କ ପରିବାରକୁ ସାଲ୍ୟୁଟ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିବା ସହ କର୍ତ୍ତବ୍ୟରେ ଥାଇ ଶହୀଦ ହେଉଥିବା ପୋଲିସଙ୍କ ପାଇଁ ଦେଶ ଗର୍ବିତ ବୋଲି କହିଛନ୍ତି। ୧୯୫୯ର ଆଜିର ଦିନରେ ଚାଇନା ଆକ୍ରମଣରେ ଲଦାଖରେ ୧୦ ପୋଲିସ ପ୍ରାଣ ହରାଇଥିଲେ। ଏହାକୁ ମନେ ରଖିବା ପାଇଁ ପ୍ରତିବର୍ଷ ଉକ୍ତ ଦିନକୁ ପୋଲିସ ସ୍ମରଣୋତ୍ସବ ଦିବସ ଭାବେ ପାଳନ କରାଯାଇଥାଏ। ପୋଲିସଙ୍କୁ କାର୍ଯ୍ୟ କରିବା ଲାଗି ଉତ୍ତମ ପରିବେଶ ଯୋଗାଇ ଦିଆଯିବା ସହ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସୁବିଧା ସୁନିଶ୍ଚିତ କରିବା ଲାଗି ପଦକ୍ଷେପ ନିଆଯିବ ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହ କହିଛନ୍ତି। ପ୍ରତି ଲକ୍ଷେ ଲୋକରେ ୨୨୨ ପୋଲିସଙ୍କ ଆବଶ୍ୟକସ୍ଥଳେ ୧୪୪ ଜଣ ସେହି କାର୍ଯ୍ୟ ତୁଲାଉଛନ୍ତି। ସେଥିପାଇଁ ୯୦ ଭାଗ ପୋଲିସଙ୍କୁ ୧୨ ଘଣ୍ଟାରୁ ଅଧିକ କାର୍ଯ୍ୟ କରିବାକୁ ପଡୁଛି ଓ ତିନିଚତୁର୍ଥାଂଶ ସାପ୍ତାହିକ ଛୁଟି ନେଇପାରୁନାହାନ୍ତି ବୋଲି ଶାହ କହିଥିଲେ।


All Right Reserved By Dharitri.Com

ଆଇଏଏଫ୍‌ ସ୍କ୍ବାଡ୍ରନ ଲିଡର ମିଣ୍ଟିଙ୍କୁ ଯୁଦ୍ଧ ସେବା ସମ୍ମାନ

ନୂଆଦିଲ୍ଲୀ,୧୫।୮- ଭାରତୀୟ ବାୟୁ ସେନା (ଆଇଏଏଫ୍‌) ସ୍କ୍ବଡ୍ରନ ଲିଡର ମିଣ୍ଟି ଅଗ୍ରଓ୍ବାଲଙ୍କୁ ଗୁରୁବାର ଯୁଦ୍ଧ ସେବା ମେଡାଲ ପ୍ରଦାନ କରାଯାଇଛି। ଏଭଳି ସମ୍ମାନ ପାଇବାରେ ସେ...

ଜେଲ୍‌ରେ ଚାଷ କରି ୧୮ହଜାର ଟଙ୍କା କମାଇଲେ ରାମ ରହିମ୍‌

ରୋହତକ,୨୫।୮:ଡେରା ସଚ୍ଚା ମୁଖ୍ୟ ଗୁରମିତ୍‌ ରାମ ରହିମ ସିଂହ ତାଙ୍କ ଆଶ୍ରମର ଦୁଇ ଜଣ ସାଧ୍ବୀଙ୍କ ପ୍ରତି ବଳାତ୍କାର କରିଥିବା ଅଭିଯୋଗରେ ୨୦ ବର୍ଷ ଜେଲ ଦଣ୍ଡ...

ମନେ ପଡନ୍ତି ବାପୁ

ନୂଆଦିଲ୍ଲୀ,୩୦।୧: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସରେ ଗୁରୁବାର ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଗାନ୍ଧିଜୀ...

ବଡଗାମ୍‌ରେ ସୁରକ୍ଷାର୍କମୀଙ୍କ ସର୍ଚ୍ଚ ଅପରେଶନ

ଶ୍ରୀନଗର,୩୦।୬: ଜମ୍ମୁ-କଶ୍ମୀର ବଡଗାମ୍‌ ଜିଲାରେ ରବିବାର ସକାଳେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ୍‌ ଆରମ୍ଭ ହୋଇଛି। ଏଥିରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ସ୍ଥାନୀୟ ଚଦୁରା...

ତୁଷାରପାତ ଯୋଗୁ ହିମାଚଳ ପ୍ରଦେଶର ୪ ରାଜପଥ ସମେତ ୬୫୦ ରାସ୍ତା ବନ୍ଦ

ଶିମଲା,୧୧।୧:ହିମାଚଳ ପ୍ରଦେଶରେ ଗତ କିଛିଦିନ ହେବ ତୁଷାରପାତ ହେବା ଫଳରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ହିମାଚଳ ପ୍ରଦେଶ ଷ୍ଟେଟ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି(ଏସ୍‌ଡିଏମ୍‌ଏ)ର ସୂଚନା...

ପ୍ରମୁଖ ସଚିବ ପଦରେ ରାଜୀବ କୁମାର

କୋଲକାତା,୨୮ା୧୨(ପି.ଟି.): କୋଲକାତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାରଙ୍କୁ ପଶ୍ଚିମବଙ୍ଗ ସରକାର ରାଜ୍ୟ ସୂଚନା ଓ ପ୍ରଯୁକ୍ତି ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତ କରିଛନ୍ତି।...

ଯାତ୍ରୀଙ୍କୁ ଦିଆଯାଉଥିବା କମ୍ବଳକୁ ପ୍ରତିଦିନ ସାନିଟାଇଜ୍‌ କରିବ ରେଲଓ୍ବେ

ନୂଆଦିଲ୍ଲୀ,୧୪।୩: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ରେଲଓ୍ବେ ପକ୍ଷରୁ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି। ଯାତ୍ରୀଙ୍କୁ ଦିଆଯାଉଥିବା କମ୍ବଳକୁ ପ୍ରତିଦିନ ସାନିଟାଇଜ୍‌ କରିବା ଲାଗି...

ରାତୁଲଙ୍କ ଇଡି ରିମାଣ୍ଡ ୫ ଦିନ ବଢ଼ିଲା

ନୂଆଦିଲ୍ଲୀ,୧୨ା୯(ପି.ଟି.): ଅଗୁସ୍ତା ଓ୍ବେଷ୍ଟଲାଣ୍ଡ ହେଲିକପ୍ଟର କିଣା ଦୁର୍ନୀତି ସହ ସମ୍ପୃକ୍ତ ମନିଲଣ୍ଡରିଂ ମାମଲାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ପୁତୁରା ରାତୁଲ ପୁରୀଙ୍କ ଇଡି ହାଜତ ମିଆଦକୁ...

Leave a comment

Your email address will not be published. Required fields are marked *