ଜିଲାରେ ପ୍ରଥମ: ସରପଞ୍ଚଙ୍କ ଅଭିଯୋଗ ଶୁଣାଣି

ନୟାଗଡ଼ ଅଫିସ,୨୨ା୧୦: ନୟାଗଡ଼ ଜିଲା ସଦର ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ସରପଞ୍ଚଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ପୂର୍ବରୁ ଜିଲାପାଳ ଓ ବିଭିନ୍ନ ନିର୍ବାଚନମଣ୍ଡଳୀରେ ବିଧାୟକଙ୍କ ଅଭିଯୋଗ ଶୁଣାଣି ହୋଇଥିବା ବେଳେ ସୋମବାର ପ୍ରଥମଥର ପାଇଁ ସରପଞ୍ଚଙ୍କ ଏଭଳି କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା। ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନ ପଞ୍ଚାୟତର ୫୭ ଜଣଙ୍କ ଅଭିଯୋଗ ଶୁଣାଣି କରିଥିଲେ। ପ୍ରଧାନ କହନ୍ତି, ଲୋକମାନେ ବିଭିନ୍ନ ଯୋଜନା ବିଷୟରେ ଜାଣିପାରୁ ନାହାନ୍ତି। ସେ ବିଷୟରେ ଲୋକଙ୍କୁ ସଚେତନ କରାଇବା ସହ ସେମାନଙ୍କ ସମସ୍ୟା ସମାଧାନ ପାଇଁ ଏହି ଶିବିର ଅନୁଷ୍ଠିତ ହୋଇଥିବା ସେ ସୂଚନା ଦେଇଥିଲେ। ରାଶନ କାର୍ଡ଼ରେ ନାମ ସଂଯୋଗ, ପକ୍କାଘର, ଶୌଚାଳୟ ନିର୍ମାଣ ହୋଇଥିଲେ ମଧ୍ୟ ବିଲ୍‌ ନ ମିଳିବା ଆଦି ବିଷୟରେ ଅଭିଯୋଗ ହୋଇଥିଲା। ଶିବିରରେ ପିଇଓ ସତ୍ୟ ନାରାୟଣ ଭୋଇ, ଜିଆରଏସ୍‌ ସରୋଜକାନ୍ତ ରଥ ଉପସ୍ଥିତ ଥିଲେ।


All Right Reserved By Dharitri.Com

ନହକା ଛକକୁ ପରିବା ବଜାର ସ୍ଥାନାନ୍ତର

ଯାଜପୁର ଅଫିସ,୨୮ା୩: ଯାଜପୁର ଜିଲାର ଅନ୍ୟତମ ସହର ବ୍ୟାସନଗର ଗ୍ରୀନ୍‌ ମାର୍କେଟସ୍ଥିତ ପରିବା ବଜାରରେ ଆବଶ୍ୟକ ସ୍ଥାନ ଅଭାବରୁ ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ...

ଟ୍ରକ୍‌ ପଛରେ ପିଟିଲା ଟ୍ରକ୍‌, ଖଲାସି ଗୁରୁତର

ଛେଣ୍ଡିପଦା, ୨୭।୧୦(ସ୍ବ.ପ୍ର.)- ଅନୁଗୋଳ ଜିଲା ନିଶା ଥାନା ଅନ୍ତର୍ଗତ ୬୩ ନଂ ରାଜ୍ୟ ରାଜପଥର ରାଇଝରଣଠାରେ ରବିବାର ଏକ ଟ୍ରକ୍‌ ଆଉ ଏକ ଟ୍ରକ୍‌ ପଛରେ...

ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ: ଏକ ସୁସ୍ଥ ଶିଶୁ ଦେଶର ଉଜ୍ଜ୍ୱଳ ଭବିଷ୍ୟତ

ନୂଆପଡା ଅଫିସ,୬ା୮: ଏକ ସୁସ୍ଥ ଶିଶୁ ସୁସ୍ଥ ନାଗରିକ ହୋଇ ଗଢିତୋଳି ହୁଅନ୍ତି । ସୁସ୍ଥ ନାଗରିକ ଦେଶର ଉଜ୍ଜ୍ୱଳ ଭବିଷ୍ୟତ । ତେଣୁ ଏକ...

ହାତୀ ଶାବକର ମୃତଦେହ ଠାବ

ସେରଗଡ,୧୭।୯(ଡି.ଏନ.ଏ.) କଳାହାଣ୍ଡି ଜିଲା ନର୍ଲା ରେଞ୍ଜ ଅନ୍ତର୍ଗତ କମର୍ଦା ସେକ୍ସନ ଓ ବିଟ୍‌ ପୋରଗେଲ ସଂରକ୍ଷିତ ଜଙ୍ଗଲରେ ସୋମବାର ଏକ ହାତୀ ଶାବକର ମୃତଦେହ ଠାବ...

ପୌରପାଳିକା ଯୋଗଦେଲେ ନୂତନ ଇଓ:ସହର ପରିମଳ ପ୍ରଥମ ଲକ୍ଷ୍ୟ

ଅନୁଗୋଳ ଅଫିସ, ୨୪।୯ ରେମୁଣାରେ ଆଡିଶନାଲ ତହସିଲଦାର ଥିବା ବିନୋଦ ଚନ୍ଦ୍ର ପଣ୍ଡା ସୋମବାର ଅନୁଗୋଳ ପୌରପାଳିକାରେ ନୂତନ ନିର୍ବାହୀ ଅଧିକାରୀ (ଇଓ) ଭାବେ ଯୋଗଦେଇଛନ୍ତି।...

ଅସୁରକ୍ଷିତ ଜେଟି, ମାଛ ବିକ୍ରୟ କେନ୍ଦ୍ର

ବାସୁଦେବପୁର, ୮।୭(ଡି.ଏନ.ଏ.)- ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ସମୁଦ୍ର ତଟବର୍ତ୍ତୀ ଉପକୂଳବର୍ତ୍ତୀ ଅଞ୍ଚଳ। ଉକ୍ତ ବ୍ଲକର ୧୪ରୁ ଊର୍ଦ୍ଧ୍ୱ ପଞ୍ଚାୟତ ସହ ବାସୁଦେବପୁର ପୌରପାଳିକାର ୨ଟି...

ଡମ୍ପର ଧକ୍କାରେ ଜଣେ ମୃତ, ଜଣେ ଗୁରୁତର : ପ୍ରତିବାଦରେ ରାସ୍ତାରୋକୋ

ସିମୁଳିଆ,୨୮।୧(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ସିମୁଳିଆ ଥାନାଠାରୁ ୪କି.ମି. ଦୂର ୧୬ନଂ. ଜାତୀୟ ରାଜପଥର ତୁଳସୀ ଆଶ୍ରମ ନିକଟରେ ମଙ୍ଗଳବାର ଡମ୍ପର ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଥିବା...

ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ

ବଇଣ୍ଡା,୧୭।୧୧(ଡି.ଏନ୍‌.ଏ.)-କିଶୋରନଗର ବ୍ଲକ ହଣ୍ଡପା ଥାନା କଟରଙ୍ଗା ଗ୍ରାମରେ ଶୁକ୍ରବାର ରାତିରେ ଏକ ଟ୍ରାକ୍ଟର ଓଲଟି ପଡ଼ିଛି। ଏଥିରେ ଟ୍ରାକ୍ଟର ଚାଳକ ପାପସରା ଗ୍ରାମର ଲମ୍ବୋଦର ପ୍ରଧାନଙ୍କ...

Leave a comment

Your email address will not be published. Required fields are marked *