ବିଜୟ ପରେ ନେତାଙ୍କ ପ୍ରଥମ ପ୍ରତିକ୍ରିୟା: ଅଧୁରା କାର୍ଯ୍ୟ କରିବେ ସମ୍ପୂର୍ଣ୍ଣ

ଅନୁଗୋଳ ଅଫିସ, ୨୫।୫-ଅନୁଗୋଳ ଜିଲାରେ ବିଜେଡି ବାଜିମାତ୍‌ କରିବା ପରେ ଏବେ ଭୋଟରମାନଙ୍କୁ ଧନ୍ୟବାଦ ଜଣାଉଛନ୍ତି ନବନିର୍ବାଚିତ ବିଧାୟକମାନେ। ଜିଲାର ୫ ବିଧାୟକ ସେମାନଙ୍କ ବିଜୟର ଶ୍ରେୟ ଲୋକଙ୍କୁ ଦେଇଛନ୍ତି। ଏଥିସହ ପୁରୁଣା ନେତାମାନେ ସେମାନଙ୍କ ଅଧୁରା କାର୍ଯ୍ୟ ପୂରଣ କରିବେ ବୋଲି ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି। ନିର୍ବାଚନମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ପାଇଁ ସେମାନେ କାମ କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ରଖିଛନ୍ତି। ତେବେ ପ୍ରଥମକରି ନିର୍ବାଚିତ ହୋଇଥିବା ଆଠମଲ୍ଲିକ ଓ ପାଲଲହଡ଼ା ବିଧାୟକ ନିଜ ଅଞ୍ଚଳର ସମସ୍ୟା ସରକାରଙ୍କ ନିକଟରେ ଉପସ୍ଥାପନା କରିବେ ବୋଲି କହିଛନ୍ତି।

ହିଡସିଙ୍ଗ ପ୍ରୋଜେକ୍ଟ, ଦମକଳ କେନ୍ଦ୍ର
ଅନୁଗୋଳ ନିର୍ବାଚନମଣ୍ଡଳୀରୁ ୪ର୍ଥ ଥର ପାଇଁ ବିଜୟୀ ହୋଇଥିବା ବିଧାୟକ ରଜନୀକାନ୍ତ ସିଂ କହିଛନ୍ତି, ବନ୍ତଳା ଅଞ୍ଚଳରେ ହିଡସିଙ୍ଗ ପ୍ରୋଜେକ୍ଟକୁ କାର୍ଯ୍ୟକାରୀ କରିବାକୁ ଉଦ୍ୟମ କରିବି। ବନ୍ତଳାବସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ସେଠାରେ ଦମକଳକେନ୍ଦ୍ର ସ୍ଥାପନ ଉପରେ ଧ୍ୟାନ ଦେବି। ବଅଁରପାଳ ବ୍ଲକରେ ଥିବା ପାନୀୟ ଜଳ ସମସ୍ୟା ଦୂର ପାଇଁ ଚେଷ୍ଟା କରିବି। ଅନୁଗୋଳ ସହରର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବାକୁ ଗୁରୁତ୍ୱ ଦେବି।
ନ୍ୟାୟ ପାଇଁ ଲଢ଼େଇ ହେବ
ତାଳଚେର ନିର୍ବାଚନମଣ୍ଡଳୀରୁ ତୃତୀୟଥର ପାଇଁ ବିଧାୟକ ନିର୍ବାଚିତ ହୋଇଥିବା ବ୍ରଜ କିଶୋର ପ୍ରଧାନ କହିଛନ୍ତି, ତାଳଚେରର ବିକାଶକୁ ପ୍ରାଥମିକତା ଦେବି। ବିଶେଷକରି ଜମିହରା ପ୍ରଜାଙ୍କ ନ୍ୟାୟ ପାଇଁ ଲଢ଼େଇ ଜାରି ରଖିବି। କ୍ଷତିଗ୍ରସ୍ତ ତଥା ଜମିହରା ଲୋକଙ୍କ ସମସ୍ୟା ନେଇ ପ୍ରଶାସନ ଓ ସରକାରଙ୍କ ନିକଟରେ ଉପସ୍ଥାପନ କରିବି। ପ୍ରତିବର୍ଷ ପାନୀୟ ଜଳ ସମସ୍ୟାକୁ ନେଇ ତାଳଚେରବାସୀ ଯେଉଁ କଷ୍ଟ ଭୋଗୁଛନ୍ତି ତାହା ଦୂର କରିବି।
ଚାଷୀ ସମସ୍ୟାକୁ ଗୁରୁତ୍ୱ
ଆଠମଲ୍ଲିକ ନିର୍ବାଚନମଣ୍ଡଳୀରୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିବା ତଥା ନୂଆକରି ରାଜନୀତିରେ ପାଦ ଦେଇଥିବା ରମେଶ ଚନ୍ଦ୍ର ସାଏ କହିଛନ୍ତି, ଚାଷୀଙ୍କ ସମସ୍ୟାକୁ ଗୁରୁତ୍ୱ ଦେବି। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଜଳ ସେଚନ, ପର୍ଯ୍ୟଟନ ଆଦି କ୍ଷେତ୍ରର ବିକାଶ ପାଇଁ କାର୍ଯ୍ୟ କରିବି। ଲୋକଙ୍କ ସାମାଜିକ, ଅର୍ଥନୈତିକ ବିକାଶ ଉପରେ ପ୍ରାଧାନ୍ୟ ଦେବି। ଆଠମଲ୍ଲିକ ଅଞ୍ଚଳର ସମସ୍ତ ସମସ୍ୟା ସମ୍ପର୍କରେ ସରକାରଙ୍କ ଧ୍ୟାନ ଆକର୍ଷଣ କରିବି।
ଆଦର୍ଶ ନିର୍ବାଚନମଣ୍ଡଳୀ କରିବି
ପାଲଲହଡ଼ା ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇଥିବା ମୁକେଶ କୁମାର ପାଲ କହିଛନ୍ତି, ଆଗାମୀ ପାଞ୍ଚବର୍ଷ ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ଉନ୍ନତି ପାଇଁ କାମ କରିବି। ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନର ବିକାଶ ନିମନ୍ତେ ସ୍ବତନ୍ତ୍ର ରୋଡ୍‌ ମ୍ୟାପ ପ୍ରସ୍ତୁତ କରାଇବି। ପାଲଲହଡ଼ାକୁ ଏକ ଆଦର୍ଶ ନିର୍ବାଚନମଣ୍ଡଳୀ କରିବା ପାଇଁ ସମସ୍ତ ଚେଷ୍ଟା କରିବି। ଚକ୍ରଧରପୁର ପ୍ରକଳ୍ପ ଦ୍ୱାରା ରେଙ୍ଗାଳି ଏବଂ ସମଲ ବ୍ୟାରେଜ ବିସ୍ଥାପିତଙ୍କୁ ପାଣି ଯୋଗାଇବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବି।
ଲୋକଙ୍କ ଆଶା ପୂରଣ କରିବି
ଛେଣ୍ଡିପଦା ନିର୍ବାଚନମଣ୍ଡଳୀରୁ ଦ୍ୱିତୀୟଥର ବିଧାୟକ ହୋଇଥିବା ସୁଶାନ୍ତ କୁମାର ବେହେରା କହିଛନ୍ତି, ଅଞ୍ଚଳବାସୀ ବିକାଶର ଯେଉଁ ଆଶା ଓ ବିଶ୍ୱାସ ରଖି ଭୋଟ ଦେଇଛନ୍ତି ତାହା ନିଶ୍ଚିତ ଭାବେ ପୂରଣ କରିବି। ଏଥିସହ ନିର୍ବାଚନମଣ୍ଡଳୀକୁ ଆଗକୁ ନେବା ନିମନ୍ତେ ସମସ୍ତ ଉଦ୍ଦ୍ୟମ ଜାରି ରଖିବି।


All Right Reserved By Dharitri.Com

ଅନୁଗୋଳ ଜୁନିୟର କଲେଜରେ ପାସ୍‌ ହାର ୭୭.୮୧%:ଶ୍ରେଷ୍ଠ ୫ ମଧ୍ୟରେ ୪ ଛାତ୍ରୀ

ଅନୁଗୋଳ ଅଫିସ, ୪।୬ ଅନୁଗୋଳ ଜୁନିୟର କଲେଜରେ ଯୁକ୍ତ ୨ ବିଜ୍ଞାନ ଫଳାଫଳ ପ୍ରକାଶ ପାଇଛି। କଲେଜରେ ପାସ୍‌ ହାର ୭୭.୮୧ ପ୍ରତିଶତ ରହିଛି। ମୋଟ...

ଅଘୋଷିତ ବିଦ୍ୟୁତ୍‌କାଟରେ ପାଲଲହଡ଼ାବାସୀ ହନ୍ତସନ୍ତ; ଘଣ୍ଟାକୁ କଟୁଛି ୧୦ ଥରରୁ ଅଧିକ

ପାଲଲହଡା,୨୪।୬(ଡି.ଏନ.ଏ) ପାଲଲହଡ଼ା ଉପଖଣ୍ଡ ବିଭିନ୍ନ ଅଞ୍ଚଳରେ ପ୍ରତିଦିନ ଅଘୋଷିତ ବିଦ୍ୟୁତକାଟ ହେଉଥିବା ଅଭିଯୋଗ ହେଉଛି। ଘଣ୍ଟାକୁ ୧୦ରୁ ଊର୍ଦ୍ଧ୍ୱ ଥର ବିଦ୍ୟୁତ କାଟ ଯୋଗୁ ଜନସାଧାରଣ ନାହିଁ...

୪ ଶିଶୁ ଶ୍ରମିକଙ୍କୁ ବିହାରରୁ ଉଦ୍ଧାର କରିବ ଶିଶୁ କଲ୍ୟାଣ ସମିତି

ପାରଳାଖେମୁଣ୍ଡି, ୧୯।୪ (ସ୍ବ.ପ୍ର.) – ଗଜପତି ଜିଲା ସଦର ପାରଳାଖେମୁଣ୍ଡିସ୍ଥିତ ଶିଶୁ କଲ୍ୟାଣ ସମିତି ପକ୍ଷରୁ ବିହାରରେ ଥିବା ୪ଜଣ ଶିଶୁ ଶ୍ରମିକଙ୍କୁ ଆଣିବା ପାଇଁ...

ପାଲଲହଡ଼ାରେ ମୁକେଶ ୬୫୩୪ ଭୋଟରେ ଆଗରେ

ପାଲଲହଡ଼ା, ୨୩ା୫(ଡି.ଏନ.ଏ.)- ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ୨୨ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ମୁକେଶ ପାଲ ୬୫୩୪ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି।

୪୨ ବର୍ଷରେ ବଇଣ୍ଡା ଚନ୍ଦନଯାତ୍ରା

( ପରିକ୍ଷିତ ସାହୁ ) ବଇଣ୍ଡା,୨୩।୫: ଆଠମଲ୍ଲିକ ଉପଖଣ୍ଡର ପ୍ରସିଦ୍ଧ ବଇଣ୍ଡା ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୁକ୍ରବାରଠାରୁ ଏହି ଯାତ୍ରା ଆରମ୍ଭ...

ଜୋନାଲ୍‌ସ୍ତରୀୟ ଲିଗାଲ ଲିଟ୍ରେସି ଫେଷ୍ଟିଭାଲ: ‘ଆମ ଅଧିକାର ଆମେ ପାଇବୁ’ ଶ୍ରେଷ୍ଠ ବିବେଚିତ

ଅନୁଗୋଳ ଅଫିସ, ୯।୯ : ଅନୁଗୋଳ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜୋନ୍‌ସ୍ତରୀୟ କ୍ଷୁଦ୍ର ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।...

ଉପନ୍ୟାସ ‘ଗୋପଦାଣ୍ଡର ଧୂଳି’ ଉନ୍ମୋଚିତ

ଢେଙ୍କାନାଳ ଅଫିସ, ୧୩।୫:  ଢେଙ୍କାନାଳ ଜିଲା ଲେଖକ ସଂସଦ ଭବନରେ ଶନିବାର ଅପରାହ୍ନ ୫ଟାରେ ଶିକ୍ଷାବିତ୍‌ ତଥା ସ୍ତମ୍ଭକାର ପ୍ରଫେସର ନିତ୍ୟାନନ୍ଦ ମିଶ୍ରଙ୍କ ୭୭ତମ ଜନ୍ମ...

ସାତକୋଶିଆ ଗଣ୍ଡରେ ଛଡ଼ାଗଲା ୫ ଘଡ଼ିଆଳ

ବନ୍ତଳା, ୨୧ା୭(ଡି.ଏନ.ଏ.) – ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ମହାନଦୀ ଗଣ୍ଡରେ ଶୁକ୍ରବାର ଅପରାହ୍ନରେ ୫ଟି ଘଡିଆଳ କୁମ୍ଭୀର ଛଡାଯାଇଛି। ଏହି କୁମ୍ଭୀରଗୁଡିକୁ ନନ୍ଦନକାନନରୁ ସେଠାକୁ...

Leave a comment

Your email address will not be published. Required fields are marked *