ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ: ପରୀକ୍ଷା ଫି’ ବୃଦ୍ଧିକୁ ଛାତ୍ରୀଛାତ୍ରଙ୍କ ବିରୋଧ ଜାରି

ବାରିପଦା ଅଫିସ,୨୨ା୧୦- ବାରିପଦା ତକତପୁରସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ପରିସରରେ କିଛିଦିନ ହେବ ଛାତ୍ର ଅଶାନ୍ତି ଲାଗି ରହିଛି। ପରୀକ୍ଷା ଫି’ ବୃଦ୍ଧିକୁ ନେଇ ଗତ ଶନିବାର ଛାତ୍ରୀଛାତ୍ର ଆନ୍ଦୋଳନ କରିଥିବା ବେଳେ ପୁନର୍ବାର ସୋମବାର ସକାଳେ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ବନ୍ଦକରି ଆନ୍ଦୋଳନ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପରୀକ୍ଷା ଫି ବୃଦ୍ଧି କରିଛନ୍ତି। କିଛିଦିନ ତଳେ ଏହି ଫି’ ବୃଦ୍ଧିକୁ ବିରୋଧ କରି ଛାତ୍ରୀଛାତ୍ରମାନେ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇଥିଲେ। ମାତ୍ର କର୍ତ୍ତୃପକ୍ଷ କିଛି ପଦକ୍ଷେପ ନେଇ ନ ଥିଲେ। ଗତ ଶନିବାର ଛାତ୍ରୀଛାତ୍ରମାନେ ବିଶ୍ୱବିଦ୍ୟାଳୟର ମୁଖ୍ୟ ଗେଟ୍‌ ବନ୍ଦକରି ଆନ୍ଦୋଳନ କରିଥିଲେ। ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପୋଲିସ ଅଧିକାରୀବୃନ୍ଦ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରି ବୁଝାଶୁଝା କରିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା କିଛି ସମାଧାନ ହୋଇ ନ ଥିବାରୁ ସୋମବାର ପୁନର୍ବାର ସକାଳ ୧୦ଟାରୁ ମୁଖ୍ୟ ଗେଟ୍‌ ବନ୍ଦକରି ଛାତ୍ରୀଛାତ୍ର ଆନ୍ଦୋଳନ କରିଥିଲେ। ପିଜିସି ଚେୟାରମ୍ୟାନ ସୁସ୍ମିତା କର ଛାତ୍ରୀଛାତ୍ରମାନଙ୍କୁ ବୁଝାଶୁଝା କରିଥିଲେ। ପରୀକ୍ଷା ଫର୍ମ ପୂରଣ ତାରିଖ ଘୁଞ୍ଚାଇବା ସହ ପରୀକ୍ଷା ଫି’ କମ୍‌ କରିବା ପାଇଁ ବିଭାଗକୁ ଜଣାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ !


All Right Reserved By Dharitri.Com

ନୂଆପଡ଼ାରେ ଢୋଲକିଆ ଆଗୁଆ

ନୂଆପଡ଼ା ଅଫିସ,୨୩।୫: ୬ଷ୍ଠ ରାଉଣ୍ଡ ଗଣତି ଶେଷ ସୁଦ୍ଧା ନୂଆପଡ଼ା ବିଧାନସଭା ଆସନରେ ବିଜେଡିର ରାଜେନ୍ଦ୍ର କୁମାର ଢୋଲକିଆ ଆଗରେ ରହିଛନ୍ତି। ଢୋଲକିଆ ୧୧୬୩୫ ଭୋଟ...

ନାବାଳିକା ଝିଆରୀକୁ ବଳାତ୍କାର: ଥାନାରେ ଅଭିଯୋଗ, ଅଭିଯୁକ୍ତ ମଉସା ଗିରଫ, ସହଯୋଗ କରିବା ଅଭିଯୋଗରେ ମାଉସୀ ବି ଗିରଫ

ରାଉରକେଲା ଅଫିସ, ୪।୧୨: ତମାମ ଦେଶରେ ବଳାତ୍କାରକୁ ନେଇ ତୁମ୍ବିତୋଫାନ ଚାଲିଥିବା ବେଳେ ବୁଧବାର ରାଉରକେଲାରେ ଘଟିଥିବା ଏକ ଲଜ୍ଜାଜନକ ଘଟଣା ବିଭିନ୍ନ ମହଲରେ ପ୍ରତିକ୍ରିୟା...

ପ୍ରାକୃତିକ ବିପର୍ଯ୍ୟୟ ସୂଚନା ଦେବ ‘ସତର୍କ’ ଆପ୍‌: ବ୍ଲକ, ପଞ୍ଚାୟତରେ ଲାଗିବ ପାଣିପାଗ ଓ ବୃଷ୍ଟିମାପକ ଯନ୍ତ୍ର

ଭୁବନେଶ୍ୱର, ୧୮।୭(ବ୍ୟୁରୋ): ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଚିର ସହଚର ହୋଇ ରହିଛି। କେତେବେଳେ ବନ୍ୟା ତ କେତେବେଳେ ବାତ୍ୟା, ମରୁଡ଼ି, ବଜ୍ରପାତ, ଅଂଶୁଘାତ ଭଳି ବିପତ୍ତି...

‘ବାଲ୍ୟ ବିବାହ କରିବୁନି କି କରିବାକୁ ଦେବୁନି’

ଭୁବନେଶ୍ୱର, ୨୩-୧୦(ବ୍ୟୁରୋ) :ନିଜେ ବାଲ୍ୟ ବିବାହ କରିବେ ନାହିଁ କି ଅନ୍ୟମାନଙ୍କୁ କରିବାକୁ ଦେବେନାହିଁ। ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ଆମ ସମାଜରୁ ମୂଳପୋଛ କରିବେ। ବାଲ୍ୟ...

ସ୍ବର୍ଣ୍ଣ ବିଜେତା ଅଶ୍ୱତ୍ଥଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧ା୯(ବ୍ୟୁରୋ): ରୁଷିଆସ୍ଥିତ କାଜାନ୍‌ରେ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିବା ଏସ୍‌. ଅଶ୍ୱତ୍ଥ ନାରାୟଣଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ସମ୍ବର୍ଦ୍ଧିତ କରିଛନ୍ତି।...

ନକଲି ସୋରିଷ ତେଲ କାରଖାନା ଠାବ, ମାଲିକ ଅଟକ

ଉଦଳା,୮।୧୧(ଡି.ଏନ୍‌.ଏ.): ମୟୁରଭଞ୍ଜ ଜିଲା ଉଦଳା ଥାନା ନାଗପାଳ ୧୨ନଂ ଓ୍ବାର୍ଡରେ ଶୁକ୍ରବାର ପୋଲିସ ଏକ ନକଲି ସୋରିଷ ତେଲ କାରଖାନା ଠାବ କରିଛି। ଏଠାରୁ ୫ହଜାର...

ସିଂହଦ୍ୱାର ସମ୍ମୁଖରେ ଭଜନ ମଣ୍ଡପ ହେଉ

ପୁରୀ ଅଫିସ, ୧୨।୯: ସିଂହଦ୍ୱାର ସମ୍ମୁଖରେ ଭଜନ ମଣ୍ଡପ ନିର୍ମାଣ ପାଇଁ ଓଡ଼ିଶା ଯୁବ ଚେତନା ସଙ୍ଗଠନ ଦାବି କରିଛି। ଏ ନେଇ ସଙ୍ଗଠନ ପକ୍ଷରୁ...

ସ୍ମାର୍ଟସିଟି ଲିମିଟେଡର ୧୪ତମ ବୋର୍ଡ ନିର୍ଦ୍ଦେଶକଙ୍କ ବୈଠକ:ପଛରେ ପଡ଼ିଛି ସ୍ମାର୍ଟସିଟି କାମ

ଭୁବନେଶ୍ୱର, ୩।୧୧(ବ୍ୟୁରୋ)ଗତବର୍ଷ ଭୁବନେଶ୍ୱରରେ ହୋଇଥିବା ଓ୍ବାଲର୍‌ଡକପ୍‌ ହକି ଏବଂ ପରେ ପରେ ବାତ୍ୟା ‘ଫନୀ’ ଓ ସାଧାରଣ ନିର୍ବାଚନ ପାଇଁ ସ୍ମାର୍ଟସିଟି କାମ ପଛେଇଛି। ଏବେ...

Leave a comment

Your email address will not be published. Required fields are marked *