ନିର୍ମାଣ ହେଉନି ସୁରେଶ୍ୱରୀ ପ୍ରକଳ୍ପ: ପ୍ରତିବାଦରେ ବ୍ଲକ ସମ୍ମୁଖରେ ଅହୋରାତ୍ର ଗଣଧାରଣା

ବଇଣ୍ଡା,୨୧।୧୦(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ବାମୁରଠାରେ ସୁରେଶ୍ୱରୀ ପ୍ରକଳ୍ପ ନିର୍ମାଣ ହେଉନାହିଁ। ଫଳରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ଏଥିପ୍ରତି ସରକାର ଦୃଷ୍ଟି ଦେଉ ନ ଥିବା ଯୋଗୁ ସୋମବାର ଜୀବନଜୀବିକା ଓ ଜମି ସୁରକ୍ଷା କମିଟି ପକ୍ଷରୁ କିଶୋରନଗର ବ୍ଲକ ପରିସରରେ ଅହୋରାତ୍ର ଗଣଧାରଣା ଦିଆଯାଇଛି। ଏ ନେଇ ବରପଡ଼ିଆଠାରୁ ଏକ ଶୋଭାଯାତ୍ରାରେ ଶତାଧିକ ମହିଳା,ଚାଷୀ ଯୋଗଦେଇ ନଗର ପରିକ୍ରମା କରିବା ପରେ ବ୍ଲକ ସମ୍ମୁଖରେ ବିକ୍ଷୋଭ କରିଥିଲେ। କମିଟିର ସଭାପତି ଦିନବନ୍ଧୁ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ସାମାଜିକ କର୍ମୀ ହୃଦାନନ୍ଦ ବିଶ୍ୱାଳ, ଅନନ୍ତ ଚରଣ ପ୍ରଧାନ, ତୀର୍ଥବାସୀ ଭୋଇ, ବିଜୟ କୁମାର ରଥ, ସୁବାସ ପ୍ରଧାନ, ଲକ୍ଷ୍ମଣ ବେହେରା, ପଦ୍ମନୀ ମୁଣ୍ଡା, ସରୋଜିନୀ ନାୟକ, ଭିକାରୀ ପ୍ରଧାନ, ଚେରୁ ପ୍ରଧାନ, ପିତାମ୍ବର ପ୍ରଧାନଙ୍କ ସମେତ ବହୁ ଗ୍ରାମବାସୀ ଯୋଗ ଦେଇଥିଲେ।
ଗ୍ରାମବାସୀ କହିଛନ୍ତି, ଏହି ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ସରକାର ବହୁ ବର୍ଷ ପୂର୍ବେ ଚିନ୍ତା କରିଥିଲେ। ପରେ ୨୦୦୯ରେ ବରପଡ଼ିଆଠାରେ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ହେଲେ ଏପର୍ଯ୍ୟନ୍ତ ପ୍ରକଳ୍ପ ନିର୍ମାଣ କରାଯାଉ ନାହିଁ। ବହୁ ବର୍ଷ ପୂର୍ବେ ୧୮ଟି ଗ୍ରାମକୁ କେନାଲ ନିର୍ମାଣ କରାଯାଇ ଜଳସେଚନ ହେଉଥିଲା। ତେବେ ରକ୍ଷଣାବେକ୍ଷଣ ଅଭାବରୁ ଏବେ କେନାଲ ଗୁଡ଼ିକ ପୋତି ହୋଇଯିବାରୁ ୮ଟି ଗ୍ରାମକୁ ଜଳସେଚନ ହେଉଛି। ପ୍ରକଳ୍ପ ନିର୍ମାଣ ହେଲେ ଧଉରାପାଲି, ଜଏରାଟ, ବାମୁର, କଦଳୀମୁଣ୍ଡା, ରଣିଆକଟା ଆଦି ୯ଟି ପଞ୍ଚାୟତର ୪୨ଟି ଗ୍ରାମର ୧୦ ହଜାର ହେକ୍ଟର ଚାଷ ଜମିକୁ ପାଣି ମାଡ଼ିବ। ଏହାଯୋଗୁ ଚାଷୀମାନେ ଭଲ ଫସଲ ଉତ୍ପାଦନ କରିପାରିବେ। ହେଲେ ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଉ ନାହିଁ। ପୂର୍ବରୁ ବଏଜା
ଠାରେ ଜେଆର ପାଓ୍ବାର ପ୍ଲାଣ୍ଟ ନିର୍ମାଣ କରିବାସହ ସୁରେଶ୍ୱରୀ ଜଳସେଚନ ପ୍ରକଳ୍ପ ନିର୍ମାଣ ନ କରିବା ପାଇଁ ଯୋଜନା ଚାଲିଥିବାବେଳେ ଏ ନେଇ ଅସନ୍ତୋଷ ଦେଖାଦେଇଥିଲା। ପାଓ୍ବାର ପ୍ଲାଣ୍ଟ ବାତିଲ କରି ସୁରେଶ୍ୱରୀ ଜଳସେଚନ ପ୍ରକଳ୍ପ ନିର୍ମାଣ କରିବା ପାଇଁ ବହୁବାର ରାସ୍ତା, ରେଳରୋକଠାରୁ ଆରମ୍ଭ କରି ଜିଲାପାଳ କାର୍ଯ୍ୟାଳୟ ଘେରାଉ କରାଯାଇଛି। ହେଲେ କୌଣସି ସୁଫଳ ମିଳୁନାହିଁ। ଜଳସେଚନ ପ୍ରକଳ୍ପ ଶିଘ୍ର କରା ନ ଗଲେ ଆଗାମୀ ଦିନରେ ପ୍ରଶାସନକୁ ସମ୍ପୂର୍ଣ୍ଣ ଅଚଳ କରି ଦିଆଯିବ ବୋଲି କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି।


All Right Reserved By Dharitri.Com

ଟ୍ରକକୁ ପିଟିଲା ଆମ୍ବୁଲାନ୍ସ, ୨ ମୃତ

ଜଳେଶ୍ୱର, ୨।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଧୀନ ୬୦ ନଂ. ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲପ୍ଲାଜା ନିକଟରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକ ପଛପଟେ ଆମ୍ବୁଲାନ୍ସ...

କୋଚିଳାଖାଇ ଚଢେଇ ଉଦ୍ଧାର, ୩ ଗିରଫ

ଠାକୁରମୁଣ୍ଡା,୧୨ା୮(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡର ଠାକୁରମୁଣ୍ଡା ବନାଞ୍ଚଳ ଅନ୍ତର୍ଗତ ଘଣ୍ଟିଆଦର ଗ୍ରାମରୁ ରବିବାର ରାତିରେ ଏକ କୋଚିଲାଖାଇ ଚଢେଇ ଉଦ୍ଧାର ହୋଇଛି। ଏହି ଘଟଣାରେ...

ହାତୀ ଆକ୍ରମଣରେ ଚାଷୀ ମୃତ

ଦିଗପହଣ୍ଡି,୨୧।୧(ଡି.ଏନ.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡିରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଦିଗପହଣ୍ଡି ସାନାଦାଣ୍ଡ ସାହିର ଆଲୁ.ଲାଚ୍ଛେୟା। ସୂଚନାଯୋଗ୍ୟ, ମଙ୍ଗଳବାର...

ମରଣଯନ୍ତା ପାଲଟିଛି ପୁରୀ ସମୁଦ୍ର: ବୁଡ଼ିଯିବାରୁ ଅଳ୍ପକେ ବର୍ତ୍ତିଲେ ୩ ବଙ୍ଗୀୟ ଯୁବକ

ପୁରୀ ଅଫିସ,୧୬।୧୦: ଏବେ ମରଣଯନ୍ତା ପାଲଟିଛି ପୁରୀ ସମୁଦ୍ର। ପ୍ରଶାସନର ଅବହେଳା ଯୋଗୁ ସମୁଦ୍ରରେ ଗାଧୋଇ ପର୍ଯ୍ୟଟକମାନେ ଅକାଳରେ ପ୍ରାଣ ହରାଉଛନ୍ତି। ଅନେକ ପର୍ଯ୍ୟଟକ ଆହତ...

ସାପ କାମୁଡ଼ାରେ ଶିଶୁ ମୃତ, ଉତ୍ତେଜନା

ରାୟଗଡ଼ା ଅଫିସ, ୨୯ା୮- ରାୟଗଡ଼ା ସହର ନିକଟସ୍ଥ ପିତାମହଲ ଗ୍ରାମରେ ଗୁରୁବାର ସାପ କାମୁଡ଼ାରେ ଜଣେ ଶିଶୁଙ୍କ ମୃତ୍ୟୁ ହୋଇଛି। ସେ ହେଲେ ଜଗନ ଲିମା(୫)।...

ବନ୍ଧୁକ ଦେଖାଇ ଦମ୍ପତିଙ୍କ ଠାରୁ ଗହଣା ଲୁଟ୍‌

ପାତ୍ରପୁର,୮ା୧୨ (ଡି.ଏନ୍‌.ଏ.)- ଜରଡ଼ା ଥାନା ପାତ୍ରପୁର ବ୍ଲକ କେଲୁଆ-ପଦାଦିଗି କେନାଲ ରାସ୍ତାରେ ବନ୍ଧୁକ ଦେଖାଇ ଦମ୍ପତ୍ତିଙ୍କ ଠାରୁ ପ୍ରାୟ ୩ଭରି ଓଜନର ୨ଟି ସୁନା ଚେନ୍‌...

କଳାହାଣ୍ଡି ଜିଲା ଚିଠି: ଏକଦା ମରୁଡିପ୍ରବଣ ଜିଲା ଏବେ ବନ୍ୟାପ୍ରବଣ ଜିଲା

ମୌସୁମୀ ଆଉ ଆଗଭଳି ଠିକଣା ଗତିରେ ଆସୁନାହିଁ। ସାଧାରଣତଃ ଲଘୁଚାପଜନିତ ବର୍ଷା ହିଁ ହେଉଛି। ଲଘୁଚାପଜନିତ ଲଗାଣ ବର୍ଷା ବି ଆମ କର୍ତ୍ତୃତ୍ୱ ବାହାରେ। ଅନିୟମିତ...

ଏସ୍‌ସିବି ମେଡିକାଲରେ ନାହିଁ କୁକୁର କାମୁଡ଼ା ଇଞ୍ଜେକ୍‌ଶନ

କଟକ ଅଫିସ, ୧୭।୧୨: ଏସ୍‌ସିବି ମେଡିକାଲ ସମେତ ରାଜ୍ୟର ବିଭିନ୍ନ ସରକାରୀ ହସ୍ପିଟାଲରେ କୁକୁର କାମୁଡା ଇଞ୍ଜେକଶନ(ଆଣ୍ଟି ରାବିଜ୍‌ ଭ୍ୟାକସିନ)ର ଘୋର ଅଭାବ। ଗତ ୩...

Leave a comment

Your email address will not be published. Required fields are marked *