୪ ମାସ ଧରି ସରୁନି ଡ୍ରେନ୍‌ କାମ: ମୁକୁଳା ଡ୍ରେନ୍‌ରେ ପଡ଼ି ବୃଦ୍ଧ ଗୁରୁତର

ଭଦ୍ରକ ଅଫିସ, ୨୧।୧୦- ଭଦ୍ରକ ପୌରାଞ୍ଚଳ ଅପର୍ତ୍ତିବିନ୍ଧା ଟ୍ରାଫିକ ଛକ ନିକଟସ୍ଥ ନିର୍ମାଣାଧୀନ ଖୋଲା ଡ୍ରେନ୍‌ରେ ପଡ଼ି ସୋମବାର ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ସେ ଜିଲା ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ସୂଚନା ଅନୁଯାୟୀ, ତିହିଡ଼ି ବ୍ଲକ କୁବେରା ପଞ୍ଚାୟତ ଅଧୀନ ଦେଉଳା ଗ୍ରାମର କୁଶ ଜେନା(୭୦) ଷ୍ଟେଟ୍‌ବ୍ୟାଙ୍କ ମୁଖ୍ୟ ବ୍ରାଞ୍ଚକୁ ପେନ୍‌ସନ ନେବାକୁ ଆସିଥିଲେ। ଉକ୍ତ ରାସ୍ତାରେ ଡ୍ରେନ୍‌ କାମ ଚାଲିଥିବା ଓ ଡ୍ରେନ୍‌ ମୁକୁଳା ଥିବାରୁ ତାହା ମଧ୍ୟରେ ସେ ପଡ଼ିଯାଇଥିଲେ। ସ୍ଥାନୀୟ ବ୍ୟବସାୟୀମାନେ ତାଙ୍କୁ ଡ୍ରେନ ଭିତରୁ ଉଠାଇ ବାହାରକୁ ଆଣି ଲୁଗାପଟା ସଫା କରି ଖାଦ୍ୟପେୟ ବ୍ୟବସ୍ଥା କରାଇଥିଲେ। ବୃଦ୍ଧ କୁଶ ହାତ ଓ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ସେ ନିଜ ପରିଚୟ ପ୍ରଥମେ ଦେଇପାରି ନ ଥିଲେ। ବ୍ୟାଗ୍‌ରେ ଥିବା ତାଙ୍କ ବ୍ୟାଙ୍କ ପାସ୍‌ବୁକ, ଆଧାରକାର୍ଡ, ଭୋଟର ପରିଚୟପତ୍ର ଓ କିଛି ଟଙ୍କା ଡ୍ରେନରେ ପଡ଼ି ଓଦା ହୋଇଯାଇଥିବାରୁ ତାକୁ ଶୁଖାଇବା ପରେ ବୃଦ୍ଧଙ୍କ ପରିଚୟ ସେମାନେ ଜାଣିପାରିଥିଲେ। ଏହାପରେ ଜିଲା ଜରୁରିକାଳୀନ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଗାଡ଼ି ଯୋଗେ ତାଙ୍କୁ ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।
ସୂଚନାଥାଉ କି, ୪ ମାସ ଧରି ଡ୍ରେନ କାମ ସରୁ ନ ଥିବା କାରଣରୁ ଏହିଭଳି ଘଟଣା ଘଟୁଥିବା କୁହାଯାଇଛି। ସପ୍ତାହକ ତଳେ ଉକ୍ତ ଡ୍ରେନରେ ଏକ ଗାଈ ପଡ଼ି ଛଟପଟ ହେବା ଭଳି ଘଟଣା ମଧ୍ୟ ଲୋକେ ଦେଖିଛନ୍ତି। ଜିଲା ସୂଚନା ଓ ଲୋକସମ୍ପର୍କ ବିଭାଗକୁ ୪ ମାସ ଧରି ଲୋକେ ଯାତାୟାତ କରିପାରୁନାହାନ୍ତି। ଲାଇବ୍ରେରୀକୁ ମଧ୍ୟ ପାଠକମାନଙ୍କ ଯାତାୟାତରେ ଏହା ବାଧକ ସାଜିଛି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗୀୟ ଅଧିକାରୀ ମଙ୍ଗଳବାର ମୁକୁଳା ଥିବା ଡ୍ରେନକୁ କଭର କରିଦିଆଯିବ ବୋଲି କହିଛନ୍ତି।


All Right Reserved By Dharitri.Com

ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍‌ ଏକାଦଶତମ ଦିବସ: ଷ୍ଟାର ଇଲେଭେନ୍‌ ବନାମ୍‌ ଆଇଆରବି ନାଇନଥ୍‌ ବେଟାଲିୟନ୍‌ ମ୍ୟାଚ୍‌ ଡ୍ର

ଭବାନୀପାଟଣା,୨୬।୯(ଡି.ଏନ.ଏ.) ଭବାନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍‌ଠାରେ କଳାହାଣ୍ଡି କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍‌ ବୁଧବାର ଏକାଦଶତମ ମ୍ୟାଚ୍‌ ଷ୍ଟାର ଇଲେଭେନ୍‌...

ସ୍ବାର୍ଥ ପାଇଁ ଗାନ୍ଧିଜୀଙ୍କୁ ବ୍ୟବହାର କରନାହିଁ

ବଲାଙ୍ଗୀର ଅଫିସ, ୨୨ା୧ – ସର୍ବଭାରତୀୟ ବହୁଭାଷୀ ମଞ୍ଚ ନାଟକ ସମାରୋହ ମଠଖାଇ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଛତିଶଗଡ ପ୍ରଦେଶ ରାୟଗଡର ଇଣ୍ଡିଆନ୍‌ ପିପୁଲ ଥିଏଟର...

ଜଳଭଣ୍ଡାର ମଝିରେ ଡଙ୍ଗା ଅଚଳ, ଅଳ୍ପକେ ବର୍ତ୍ତିଲେ ୧୫ ଯାତ୍ରୀ

କଲମପୁର/ଭବାନୀପାଟଣା,୧୪।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କଣାସୁକୁଲି ଡଙ୍ଗାଘାଟରୁ ୧୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଯାନ୍ତ୍ରିକ ତ୍ରୁଟି ଯୋଗୁ ଇନ୍ଦ୍ରାବତୀ...

ଶଟର ଭାଙ୍ଗି ଗହଣା ଦୋକାନରେ ଚୋରି

ନୀଳଗିରି,୧୩।୭(ଡି.ଏନ.ଏ.): ନୀଳଗିରି ଥାନା ଅଧୀନ ସନ୍ତରାଗଡିଆ ବଜାରରେ ନ୍ୟୁ ନାରାୟଣ ଜୁଏଲାରି ଦୋକାନରୁ ଲୁଟ୍‌ ହୋଇଛି। ଶୁକ୍ରବାର ବିଳମ୍ବତି ରାତିରେ କେହି ଦୁର୍ବୃତ୍ତ ଶଟର ଭାଙ୍ଗି ...

ଧାନ ରଖି ଚାଷୀଙ୍କ ରାସ୍ତା ଅବରୋଧ

ଖପ୍ରାଖୋଲ, ୭ା୬ (ଡି.ଏନ.ଏ.) : ବଲାଙ୍ଗୀର ଜିଲା ଖପ୍ରାଖୋଲ ପ୍ୟାକ୍ସରେ ଚଳିତ ରବିଋତୁରେ ଧାନ କିଣିବାକୁ କମ୍‌ ଟାର୍ଗେଟ ଥିବା ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ...

ଏକତରଫା ପ୍ରେମରେ ବିଫଳ ହେବା ପରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ: ମାରଣାସ୍ତ୍ରରେ ବାପା-ଝିଅଙ୍କୁ ଆକ୍ରମଣ

ଭଦ୍ରକ ଅଫିସ,୧।୧୨: ଭଦ୍ରକ ଗ୍ରାମାଞ୍ଚଳ ଥାନା କେନ୍ଦୁଆପଦା ଡାଳିମ୍ବଗଡ଼ିଆ ଛକରେ ଶନିବାର ରାତିରେ ଜଣେ ବ୍ୟକ୍ତି ଏବଂ ତାଙ୍କ ଝିଅଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଏଥିରେ...

ଛତ୍ରପୁର ହସ୍ପିଟାଲରେ ଡାକ୍ତର ଅଭାବ

ଛତ୍ରପୁର,୬।୭(ଡି.ଏନ.ଏ)-ଛତ୍ରପୁର ହସ୍ପିଟାଲ ରୋଗୀ କଲ୍ୟାଣ ସମିତି ବୈଠକ ଶୁକ୍ରବାର ସନ୍ଧ୍ୟାରେ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ହସ୍ପିଟାଲର ପରିମଳ ବ୍ୟବସ୍ଥା...

ଶୌଚ ହେବାକୁ ଯାଇ ପୋଖରୀରେ ବୁଡ଼ିଗଲେ, ବୃଦ୍ଧ ମୃତ

କଣ୍ଟାପଡ଼ା,୨୦।୧୧(ଡି.ଏନ୍‌.ଏ.): କଟକ ଜିଲା ଓଲଟପୁର ଥାନା ଅନ୍ତର୍ଗତ ବରାହୀପୁର ଗ୍ରାମରେ ବୁଧବାର ପୋଖରୀରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ ରାଜୀବ ନାୟକ(୬୦)।...

Leave a comment

Your email address will not be published. Required fields are marked *