Posted inଜାତୀୟ

୧୨ ଘଣ୍ଟା କାମ କରୁଛନ୍ତି ୯୦ ପ୍ରତିଶତ ପୋଲିସ: ଶାହ

ନୂଆଦିଲ୍ଲୀ,୨୧।୧୦: ପୋଲିସ ସ୍ମୃତି ଦିବସ ଅବସରରେ ଦିଲ୍ଲୀର ପୋଲିସ ମେମୋରିଆଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୋମବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଯୋଗ ଦେଇଥିଲେ। ସେଠାରେ ଯୋଗଦେବା ଅବସରରେ ଶାହ କହିଥିଲେ ପୋଲିସର କାମକୁ ଆମେ ସାମାନ୍ୟ ଦୃଷ୍ଟିରେ ଦେଖିଥାଉ। ଅନ୍ୟ ସରକାରୀ କର୍ମଚାରୀଙ୍କ ଭଳି ଆମେ ଏମାନଙ୍କ କାମକୁ ଦେଖିଥାଉ। ହେଲେ ପ୍ରକୃତ ଘଟଣା ହେଉଛି ପ୍ରାୟ ୯୦ ପ୍ରତିଶତ ପୋଲିସ ୧୨ ଘଣ୍ଟା କାମ କରୁଥିବା ବେଳେ ୨ ତୃତୀୟାଂଶ ପୋଲିସଙ୍କୁ ସାପ୍ତାହିକ ଛୁଟି ମିଳି ନ ଥାଏ। ସୀମା ସୁରକ୍ଷା ହେଉ ଅବା ରାସ୍ତାରେ ଚାଳାଣ କାଟିବା ଅବା ଟ୍ରାଫିକ ନିୟନ୍ତ୍ରଣ କରିବା ସବୁଠି ଏମାନଙ୍କ ସହଯୋଗ ସାଧାରଣ ଜନତାଙ୍କୁ ମିଳୁଛି। ସାମ୍ପ୍ରାଦାୟିକ ଦଙ୍ଗା ହେଉ ଅବା ସୀମା ସୁରକ୍ଷା ପୁଣି ମାଓବାଦୀ ପ୍ରବଣ ଅଞ୍ଚଳରେ ସାଧାରଣ ଜନତାଙ୍କ ସୁରକ୍ଷା କରିବାକୁ ଏମାନେ ଦିନ ରାତି କାମ କରୁଥିବା ଶାହ ପ୍ରକାଶ କରିବା ସହ ପୋଲିସର କାମକୁ ପ୍ରଶଂସା କରିଥିଲେ।


All Right Reserved By Dharitri.Com

ବଜେଟ ପୂର୍ବରୁ ସବୁ ରାଜ୍ୟର ଅର୍ଥମନ୍ତ୍ରୀଙ୍କୁ ଭେଟିବେ ନିର୍ମଳା ସୀତାରାମନ

ନୂଆଦିଲ୍ଲୀ, ୨୦।୬: ଆସନ୍ତା ଜୁଲାଇ ୫ରେ ସଂସଦରେ ସାଧାରଣ ବଜେଟ ଉପସ୍ଥାପନ ହେବାକୁ ଥିବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସମସ୍ତ ରାଜ୍ୟର ଅର୍ଥମନ୍ତ୍ରୀଙ୍କ ଭେଟିବାର କାର୍ଯ୍ୟକ୍ରମ...

ସହଯୋଗୀଙ୍କୁ ଚାପୁଡା ମାରିଲେ ସିଦ୍ଧରମୈୟା

ବେଙ୍ଗାଲୁରୁ,୪।୯: କର୍ନାଟକ କଂଗ୍ରେସର ସଙ୍କଟମୋଚକ କୁହାଯାଉଥିବା ଡି.କେ. ଶିବକୁମାରଙ୍କ ଗିରଫ ହେବାପରେ ଦଳକୁ ଶକ୍ତ ଝଟକା ଲାଗିଛି। ଏହି ସମୟରେ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା...

ଗୋଆରେ କଂଗ୍ରେସକୁ ଝଟକା

ପଣଜୀ,୧୧ା୭: ଜାତୀୟସ୍ତରରେ ନେତୃତ୍ୱ ସଙ୍କଟ ଦେଇ ଗତି କରୁଥିବା କଂଗ୍ରେସ ଆକାଶରେ ଯେମିତି କଳାବାଦଲ ଘୋଟି ଆସିଛି। କର୍ନାଟକ କଂଗ୍ରେସ ବିଧାୟକମାନେ ଇସ୍ତଫା ଦେଇ କୁମାରସ୍ବାମୀ...

ବିଦ୍ରୋହୀଙ୍କୁ ମନାଇବାକୁ କସରତ

ବେଙ୍ଗାଲୁରୁ,୧୪ା୭(ପି.ଟି.): କର୍ନାଟକରେ ରାଜନୈତିକ ଅଚଳାବସ୍ଥା ଜାରି ରହିଥିବାବେଳେ ଇସ୍ତଫା ଦେଇଥିବା ବିଦ୍ରୋହୀ ବିଧାୟକମାନଙ୍କୁ ଦଳକୁ ଫେରାଇନେବା ଲାଗି କଂଗ୍ରେସ ପଛଦ୍ୱାର ବୁଝାମଣା ଚଳାଇଥିବା ଜଣାପଡିଛି। ମୁଖ୍ୟମନ୍ତ୍ରୀ...

ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ମିଶେଲ ଆପଣାଇଲେ ଦେଶୀ ପଦ୍ଧତି

ନୂଆଦିଲ୍ଲୀ,୨୯।୫: ଦିଲ୍ଲୀରେ ଏବେ ପାରଦ ୪୦ ଡିଗ୍ରୀରୁ ଊର୍ଦ୍ଧ୍ୱ ହୋଇଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏଭଳି ସ୍ଥିତିରେ ତିହାଡ଼ ଜେଲ୍‌ରେ ଥିବା କଏଦୀ ମଧ୍ୟ...

ବାବୁ ଲାଲ ଗୌର ଅସୁସ୍ଥ: ସ୍ବତନ୍ତ୍ର ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ସ୍ଥାନାନ୍ତର

ଭୋପାଳ,୧୮।୭: ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ବାବୁ ଲାଲ ଗୌରଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯିବାରୁ ତାଙ୍କୁ ଏକ ସ୍ବତନ୍ତ୍ର ଏୟାର...

ସୁସ୍ଥ ହେଲେ ଲତା

ମୁମ୍ବାଇ,୧୫।୧୧: ବଲଉଡ୍‌ ନାଇଟ୍‌ ଆଙ୍ଗଲ ତଥା ଭାରତ ରତ୍ନ ଲତା ମଙ୍ଗେସକର ଏବେ ସୁସ୍ଥ ଥିବା ଖବର ମିଳିଛି। ଲତାଙ୍କୁ ଦେଖାରଖା କରୁଥିବା ଟିମ୍‌ ପକ୍ଷରୁ...

ଜୀବନ ଭୟରେ ନିୟନ୍ତ୍ରଣ ରେଖା ଲଞ୍ଚ୍‌ପ୍ୟାଡ୍‌କୁ ଫେରିଲେ ୨୫୦ ଆତଙ୍କବାଦୀ: ଉପଗ୍ରହ ଚିତ୍ରରୁ ମିଳିଲା ସୂଚନା

ଶ୍ରୀନଗର,୩।୮: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାରେ ଥିବା ପାକିସ୍ତାନ ଲଞ୍ଚ୍‌ପ୍ୟାଡ୍‌କୁ ୨୫୦ ଆତଙ୍କବାଦୀ ଫେରିଛନ୍ତି। ଏହା ଉପଗ୍ରହରୁ ମିଳିଥିବା ଚିତ୍ରରୁ ଜଣାପଡ଼ିଥିବା କୁହାଯାଉଛି। ଜମ୍ମୁ-କଶ୍ମୀରରେ ଅତିରିକ୍ତ ସୁରକ୍ଷାକର୍ମୀଙ୍କୁ...

Leave a comment

Your email address will not be published. Required fields are marked *