ସକାରାତ୍ମକ ମାନସିକତା ଓ ସୁସ୍ଥ ହାର୍ଟ

ହୃଦ୍‌ଜନିତ ରୋଗ ଆଜିକାଲି ଏକ ସାଧାରଣ କଥା ପାଲଟି ଗଲାଣି ବୋଲି କୁହାଯାଇପାରେ। ଅସନ୍ତୁଳିତ ଜୀବନଶୈଳୀ ବ୍ୟତୀତ ବ୍ଲଡପ୍ରେସର, ଡାଇବେଟିସ୍‌ ଆଦି ସ୍ବାସ୍ଥ୍ୟ ସମସ୍ୟାର ପ୍ରଭାବ ହାର୍ଟ ଉପରେ ପଡ଼ିଥାଏ। ହାର୍ଟକୁ ସୁସ୍ଥ ରଖିବାର ଏକ ସରଳ ତଥା ସହଜ ଉପାୟ ନିକଟରେ ଆମେରକୀୟ ହୃଦ୍‌ରୋଗ ବିଶେଷଜ୍ଞମାନେ ଖୋଜି ପାଇଛନ୍ତି। ଏକ ସଦ୍ୟତମ ସର୍ଭେରୁ ସେମାନେ ଜାଣିପାରିପଛନ୍ତି ଯେ, ଯଦି ଜଣେ ବ୍ୟକ୍ତି ନିଜର ମାନସିକତାକୁ ସକାରାତ୍ମକ ରଖନ୍ତି ତେବେ ତାହାର ସୁପ୍ରଭାବ ହାର୍ଟ ଉପରେ ପଡ଼ିଥାଏ। ସକାରାତ୍ମକ ମାନସିକତାର ହାର୍ଟ ଉପରେ ପ୍ରଭାବ ଶୀର୍ଷକ ବିଷୟକୁ ନେଇ ସେମାନେ ଏକ ସର୍ଭେ କରିଥିଲେ। ଏହାର ପରିସରଭୁକ୍ତ ବ୍ୟକ୍ତିମାନଙ୍କ ମଧ୍ୟରୁ ଯେଉଁମାନଙ୍କ ମାନସିକତା ସକାରାତ୍ମକ ରହୁଥିଲା ସେମାନଙ୍କର ହାର୍ଟ ପୂର୍ବାପେକ୍ଷା ଅଧିକ ସକ୍ରିୟ ରହୁଥିଲା ବୋଲି ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବୟସ ବଢ଼ିବା ସହ ଜଣେ ବ୍ୟକ୍ତି ନିଜ ହାର୍ଟକୁ ନେଇ ଅଧିକ ସଚେତନ ରହିବା ଆବଶ୍ୟକ ବୋଲି ସେମାନେ ପରାମର୍ଶ ଦେଇଛନ୍ତି।


All Right Reserved By Dharitri.Com

ତମାଖୁ ସେବନଓ ଫୁସ୍‌ଫୁସ୍‌ ଧୂଆଁ

ଆମ ଶରୀରରେ ଫୁସ୍‌ଫୁସ୍‌ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥାଏ। ଏହା ରକ୍ତରେ ଥିବା ହିମୋଗ୍ଲୋବିନକୁ ଅମ୍ଳଜାନ ସଂଯୁକ୍ତ କରିଥାଏ- ଅର୍ଥାତ୍‌ ହୃଦ୍‌ଯନ୍ତ୍ରରୁ ଆସୁଥିବା ଅପରିଷ୍କାର ରକ୍ତ...

ମୁହଁରୁ ଅନାବଶ୍ୟକ କେଶ ହଟାଇବା ପାଇଁ ଆପଣାନ୍ତୁ ଘରୋଇ ଉପାୟ

ଆଜିକାଲିର ଖାଦ୍ୟପାନୀୟ ଓ ହର୍ମାନ ଇନ୍‌ବାଲାନ୍ସରୁ କେତକଙ୍କ ମୁହଁରେ ଅନାବଶ୍ୟକ କେଶ ଉଠିଥାଏ। ଏହା ଅସୁନ୍ଦର ଦେଖାଯିବା ସହ ବେଳେବେଳେ ଏଥିପାଇଁ ଲୋକଙ୍କୁ ଲଜ୍ଜିତ ହେବାକୁ...

ମେଦବହୁଳତାରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ଅଧାଗ୍ଲାସେ…

ଥଣ୍ଡା କ୍ଷୀର ପିଇଲେ ଅନେକ ସୁଫଳ ମିଳିଥାଏ। ଏହା ଦ୍ୱାରା ଗ୍ୟାସ୍‌ଟ୍ରିକ୍‌ ସମସ୍ୟା ଦୂର ହୁଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ଅଛି। ମେଦବହୁଳ ରୋଗୀଙ୍କ ପାଇଁ...

ଟିପ୍ସ: ହୋଲିରେ ଲାଗିବେ ଖାସ୍‌

ହୋଲି ଖେଳିବାର ମଜା ହିଁ କିଛି ନିଆରା। କିନ୍ତୁ କେବଳ ହୋଲି ଖେଳିଲେ ତ ହେବନାହିଁ, ଏହି ଖାସ୍‌ ଦିନରେ ଟିକେ ସ୍ପେଶାଲ୍‌ ଦେଖାଯିବା ବି...

ଡାଇବେଟିସ୍‌ ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳୁ ପିଅନ୍ତୁ ଏଥିରୁ ଅଧାକପ୍‌…

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ସକାଳେ ଖାଲିପେଟରେ ଅଧାକପ୍‌ ଜିରା ପାଣି ପିଇବା ଦ୍ୱାରା ଓଜନ ହ୍ରାସ ପାଇଥାଏ। ପେଟରେ ଅଧିକ ଚର୍ବି ଜମି ଯାଇଥିଲେ ଜିରାପାଣି...

ଅଦାରସରେ ରହିଛି ବହୁ ଔଷଧିୟ ଗୁଣ

ସାଧାରଣତଃ ଚା’ରେ ଅଦାର ବ୍ୟବହାର କରାଯାଇଥାଏ। ମାତ୍ର ଅଦାରେ ବହୁ ଔଷଧିୟ ଗୁଣ ଭରି ରହିଛି। ଏଥିରେ ଆଣ୍ଟି ଇମ୍ଫ୍ଲେମେଟ୍ରି ଏବଂ ଆଣ୍ଟି ବ୍ୟାକ୍ଟେରିଆ ଗୁଣ...

ବର୍ଷାଦିନେ ପିଅନ୍ତୁ ନାହିଁ ଅତ୍ୟଧିକ ଅଦା ଚା’, ଭୋଗିପାରନ୍ତି ଏସବୁ ସମସ୍ୟା

ବର୍ଷାଦିନରେ ଅଧିକାଂଶ ଲୋକ ଅଦା ଚା’ ପିଇବାକୁ ପସନ୍ଦ କରିଥାନ୍ତି। ଅଦା ଚା’ ଥଣ୍ଡା ଦୂର କରିବା ସହ ହଜମ ପ୍ରକ୍ରିୟାକୁ ସହଜ କରେ। ମାତ୍ର...

ଆ-ଲା କ୍ୟୁବ୍‌

ଗ୍ରାହକମାନଙ୍କୁ ସମ୍ପୂର୍ଣ୍ଣ ନିରାମିଷ ସୁସ୍ବାଦୁ ବ୍ୟଞ୍ଜନ ପରଷିବା ଲକ୍ଷ୍ୟ ନେଇ ସମ୍ବଲପୁର ଏସ୍‌ଆର୍‌ଆଇଟି କଲୋନୀଠାରେ ଅତ୍ୟାଧୁନିକ କେଏଫ୍‌ଜି ରେସ୍ତୋରଁା ଶୁଭାରମ୍ଭ ହୋଇଛି। ଏଠାରେ ମୁଖ୍ୟତଃ ଅଥେଣ୍ଟିକ୍‌...

Leave a comment

Your email address will not be published. Required fields are marked *